ଛୁରୀରେ ଭୁସି ଯୁବକଙ୍କୁ ହତ୍ୟା କରିବା ପରେ ପୋଲିସ୍‌କୁ ଫୋନ୍‌ କଲେ ମହିଳା

Published: Oct 17, 2020, 12:59 pm IST

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜଣେ ମହିଳା ନିଜ ସହିତ ହୋଇଥିବା ଦୁଷ୍କର୍ମ ଓ ବ୍ଲାକମେଲିଂରୁ ବିରକ୍ତି ହୋଇ ଜଣେ ଯୁବକଙ୍କ ହତ୍ୟା କରିଥିବାର ସୂଚନା ରହିଛି । ମହିଳା ଜଣକ ଏତେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେ, ରାଗରେ ଉକ୍ତ ଯୁବକଙ୍କୁ 25 ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଗୁଣା ସହରରେ ଘଟିଛି । ଏଠାରେ ଜଣେ ମହିଳା ଜଣେ ଯୁବକଙ୍କୁ 25 ଥର ଛୁରୀ ଭୁସି ହତ୍ୟା କରିଛନ୍ତି ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଯୁବକ ଜଣ 2005ରୁ ଲଗାତର ତାଙ୍କ ସହ ଦୁଷ୍କର୍ମ କରୁଥିଲା । ସେହି ସମୟରେ ସେ ନାବାଳିକା ଥିଲେ । ପୋଲିସ୍‌ ଯାଞ୍ଚରୁ ମିଳିଥିବା ସୂଚନା ଅନୁସାରେ ମୃତକ ଯୁବକଙ୍କ ନାମ ବୃଜଭୂଷଣ ଶର୍ମା । ଅଶୋକନଗରରେ ସେ ରହୁଥିଲେ ବୋଲି ସୂଚନା ରହିଛି । ଅଭିଯୁକ୍ତା ମହିଳା ଜଣକ ମଧ୍ୟ ଅଶୋକ ନଗରରେ ରହୁଥିଲେ ।

ମହିଳାଙ୍କ କହିବା ମୁତାବକ ମାତ୍ର 16 ବର୍ଷ ବୟସରେ ବୃଜଭୂଷଣ ଶର୍ମା ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ଏହାପରେ ଉକ୍ତ ଯୁବକ ଜଣକ ବହୁବାର ଡରାଇ ଧମକାଇ ତାଙ୍କ ସହିତ ଜବରଦସ୍ତି କରିଛନ୍ତି । ଶେଷରେ ମହିଳା ଜଣକ ଜଣେ ଶିକ୍ଷକଙ୍କୁ ବିବାହ କରିନେଇଥିଲେ । ବିବାହ ପରେ ମଧ୍ୟ ଉକ୍ତ ଯୁବକ ତାଙ୍କ ପିଛା ଛାଡି ନଥିଲେ । ବିବାହ ପରେ ମହିଳାଙ୍କର ଏକ ସନ୍ତାନ ହେବା ପରେ ବି ବୃଜଭୂଷଣ ତାଙ୍କ ପିଛା ଛାଡି ନଥିଲେ ।

ଘଟଣାଦିନ ମହିଳା ଘରେ ଏକାକୀ ଥିବାବେଳେ ରାତିରେ ବୃଜଭୂଷଣ ତାଙ୍କ ଘରକୁ ଆସି ତାଙ୍କୁ ଧମକାଇଥିଲେ । ଯୁବକ ଜଣକ ନିଶାଗ୍ରସତ ହୋଇଥିବାବେଳେ ମହିଳାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ । ମହିଳାଜଣକ ନିଜର ଧେର୍ଯ୍ୟ ହରାଇ  ଛୁରୀ ଭୁସି ହତ୍ୟା କରିଛନ୍ତି । ମହିଳା ଜଣକ 25 ଥର ଛୁରୀରେ ଭୁସି ଯୁବକଙ୍କ ହତ୍ୟା କରିଛନ୍ତି ।

ଏହାପରେ ମହିଳା ଜଣକ ପୋଲିସ୍‌କୁ ଫୋନ୍‌ କରି ନିଜ ଅପରାଧ ସ୍ବୀକାର କରିଛନ୍ତି । ମହିଳାଙ୍କ ଫୋନ୍‌ କଲ୍‌ ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ରକ୍ତରେ ଜୁଡୁବୁଡୁରେ ପଡିଥିବାର ଦେଖିଥିଲେ । ସେହିପରି ଯୁବକଙ୍କ ରକ୍ତଜୁଡୁବୁଡୁ ଶରୀର ପାଖରେ ଏକ ତୀକ୍ଷ୍ଣ ଛୁରୀ ରହିଥିଲା । ମହିଳାଙ୍କୁ ପୋଲିସ୍‌ ଗିରଫ କରି ନେଇଥିବାର ଜଣାପଡିଛି ।

Related posts