ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଯୋଗୁଁ ଦୈନିକ ସଂକ୍ରମଣ ଓ ଦୈନିକ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ 54 ହଜାର 044 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 717ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 914କୁ ବୃଦ୍ଧି । ମୋଟ୍ ଆକ୍ରାନ୍ତ ସଂଖ୍ୟା 76 ଲକ୍ଷ 51 ହଜାର 108କୁ ବୃଦ୍ଧି। ଦେଶରେ ଏବେସୁଦ୍ଧା ମୋଟ୍ ଆକ୍ଟିଭ୍ କେସ୍ 7 ଲକ୍ଷ 40 ହଜାର 90 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 67 ଲକ୍ଷ 95 103 ଜଣ ।
Tags: କରୋନା