Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତରେ କରୋନା ଟୀକାକରଣ ଏକ ସାଧାରଣ ନିର୍ବାଚନ ଭଳି ହେବ, ଖର୍ଚ୍ଚ କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଅନ୍ତରାଷ୍ଟ୍ରୀୟ

ଭାରତରେ କରୋନା ଟୀକାକରଣ ଏକ ସାଧାରଣ ନିର୍ବାଚନ ଭଳି ହେବ, ଖର୍ଚ୍ଚ କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

October 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୭୭ ଲକ୍ଷରୁ ଅଧିକ ହୋଇ ସାରିଲାଣି। ଏଥି ସହିତ ଏହି ମହାମାରୀ ଯୋଗୁଁ ଏକ ଲକ୍ଷ ୧୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିସାରିଲାଣି। ଏଭଳି ପରିସ୍ଥିତିରେ ସମସ୍ତେ କରୋନା ଟୀକାକୁ ଅପେକ୍ଷା କରି ରହିଛନ୍ତି। ତେବେ ଟୀକା ଆସିବା ପୂର୍ବରୁ ଏହା କିପରି ଦିଆଯିବ ସେ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ତେବେ ପ୍ରଶ୍ନ ଉଠିଛି ଯେ ଟୀକାକରଣରେ କେତେ ଖର୍ଚ୍ଚ ହେବ ଏବଂ ଏ ସମ୍ପର୍କରେ ସରକାର କିପରି ପ୍ରସ୍ତୁତି ହୋଇଛନ୍ତି।

ସରକାରୀ ସୂଚନା ଅନୁସାରେ ଟୀକା ବାହାରିବା ପୂର୍ବରୁ ଭାରତ ସରକାର ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି। ସାରା ଦେଶରେ କିପରି ଟୀକାକରଣ ହେବ ସେଥିପାଇଁ ବଜେଟ ଆକଳନ ମଧ୍ୟ କରା ସରିଛି। ଏଥିପାଇଁ ମୋଦୀ ସରକାର ପ୍ରାୟ ୫୧ ହଜାର କୋଟିର ଏକ ଅଲଗା ପାଣ୍ଠି ସୃଷ୍ଟି କରିଛନ୍ତି।

ପ୍ରତି ବ୍ୟକ୍ତିଙ୍କୁ ଗୋଟିଏ ଟୀକା ଦେବା ପାଇଁ ୪୫୦-୫୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ ଦେଶର ୧୩୦ କୋଟି ଜନସଂଖ୍ୟାରେ ପ୍ରତି ବ୍ୟକ୍ତିଙ୍କ ପାଇଁ ଏହି ଟିକା ପ୍ରୟୋଗର ମୂଲ୍ୟ ପ୍ରାୟ ୬ ରୁ ୭ ଡଲାର ଅର୍ଥାତ୍ ୪୫୦ ରୁ ୫୫୦ ଟଙ୍କା ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ବଜେଟରେ ଏହି ଅର୍ଥ ବରାଦ କରାଯାଇଛି ବୋଲି କୁହାଯାଇଛି। ତେବେ ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

ଭାରତ ଟୀକା ସାରା ବିଶ୍ୱରେ ପହଞ୍ଚାଇବାକୁ ପଡିବ

ଉଲ୍ଲେଖନୀୟ କଥା ହେଉଛି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମକୁ କୋରନା ଟୀକା କେବଳ ପଡୋଶୀ ଦେଶମାନଙ୍କ ମଧ୍ୟରେ ସୀମିତ ରଖିବାକୁ ପଡ଼ିବ ନାହିଁ। ବରଂ ଏହାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାକୁ ପଡିବ ବୋଲି କହିଥିଲେ। ଅର୍ଥାତ ଭାରତୀୟ ଟୀକା ସାରା ବିଶ୍ବରେ ବଣ୍ଟନ କରାଯିବ ବୋଲି ମୋଦୀ ଆସା କରିଛନ୍ତି। ସେହିପରି ଟୀକା ବିତରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆମକୁ ସାରା ବିଶ୍ୱରେ ଆଇଟି ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏ ସଂକ୍ରାନ୍ତରେ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ, ଟୀକାକରଣକୁ ଏକ ନିର୍ବାଚନ ଇଭେଣ୍ଟ ଭାବରେ ବିକାଶ କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁଥିରେ ପ୍ରତ୍ୟେକ ସ୍ତରର ସରକାରୀ ତଥା ନାଗରୀକ ଗୋଷ୍ଠୀର ଅଂଶଗ୍ରହଣ ରହିବ।

ପ୍ରାୟ ୮୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ

ଗତ କିଛି ଦିନ ତଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ ଟୀକାକରଣ କାର୍ଯ୍ୟକ୍ରମ ଚଳାଇବା ପାଇଁ ସରକାରଙ୍କୁ ପ୍ରାୟ ୮୦ ହଜାର କୋଟି ଟଙ୍କା ଆବଶ୍ୟକ ପଡିବ। ଏଥି ସହିତ ବାୟୋକନ୍ ଲିମିଟେଡ୍ ଚେୟାରମ୍ୟାନ୍ କିରଣ ମଜୁମଦାର-ଖା କହିଛନ୍ତି ଯେ ଟିକା କିଣିବା ପରେ ସବୁଠାରୁ ବଡ ସମସ୍ୟା ହେଉଛି ଏହାର ଦ୍ୱାରରୁ ଦ୍ୱାର ପର୍ଯ୍ୟନ୍ତ ପହଁଚାଇବା।

ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଭାରତରେ ଗୋଟିଏ ପଟେ ଟୀକାର ବିକାଶ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ଏହାର ବିତରଣ ପକ୍ରିୟା ଉପରେ ମଧ୍ୟ ପ୍ରସ୍ତୁତି ଚାଲିଛି। ଫଳରେ ଟୀକାକରଣ କରାଯିବାର ସ୍ପଷ୍ଟ ହେଲେ ଯେପରି ପ୍ରତିଟି ନାଗରିକଙ୍କ ପାଖରେ ପହଁଚିବ ତାହା ହେଉଛି ସବୁଠାରୁ ବଡ ଚ୍ୟାଲେଂଜ।

କରୋନା ଟୀକା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026
Latest News

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.