Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକ ମାରାତ୍ମକ ଦିଗ ଆଡକୁ ଗତି କରୁଥିବା ୱେବ ଚ୍ୟାନେଲ ପାଇଁ ଓଡିଶା ଗଣମାଧ୍ୟମର ଭାଗ୍ୟ ଓ ଭବିଷ୍ୟତ
ବିଶେଷ ଖବର

ଏକ ମାରାତ୍ମକ ଦିଗ ଆଡକୁ ଗତି କରୁଥିବା ୱେବ ଚ୍ୟାନେଲ ପାଇଁ ଓଡିଶା ଗଣମାଧ୍ୟମର ଭାଗ୍ୟ ଓ ଭବିଷ୍ୟତ

October 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏକ ମାରାତ୍ମକ ଦିଗ ଆଡକୁ ଗତି କରୁଥିବା ୱେବ ଚ୍ୟାନେଲ ପାଇଁ ଓଡିଶାର ଗଣମାଧ୍ୟମର ଭାଗ୍ୟ ଓ ଭବିଷ୍ୟତ

ଭୁବନେଶ୍ବର: ରାଜଧାନୀର ଦୁଇଟି ୱେବ ଚ୍ୟାନେଲର ଛଅ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସେମାନେ ଖବର ପ୍ରସାରଣ ନାଁ ରେ ଟଙ୍କା ଆଦାୟ କରୁଥିଲେ, ଧମକ ମଧ୍ୟ ଦେଉଥିଲେ। ସେହିପରି ବ୍ରହ୍ମପୁରରେ ମଧ୍ୟ ଏହି ୱେବ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ପୋଲିସ ଗିରଫ କରିବା ପରେ ହୁଏତ ୱେବ ଚ୍ୟାନେଲର କଳା କାରନାମ ପଦାକୁ ଆସିଲା। ନଚେତ ଲୋକେ ଏପରି ଅନାମଧେୟ ୱେବ ଚ୍ୟାନେଲର କଳାକାରନାମା ବିଷୟରେ ଜାଣିବା ସମ୍ଭବ ନ ଥିଲା।

ଏହିପରି ବହୁ ଘଟଣା ରହିଛି ଯେଉଁଥିରେ ଏହି ତଥାକଥିତ ୱେବ ଚ୍ୟାନେଲ ସାମ୍ବାଦିକ ଏବଂ ମାଲିକମାନେ  ରିତିମତ ପଇସା ଆଦାୟ କରିବାରେ ବ୍ୟସ୍ତ ରହିଛନ୍ତି। ହେଲେ ଯେଉଁମାନେ ପଇସା ଦିଅନ୍ତି ସେମାନେ ପ୍ରାୟତଃ ସାମ୍ବାଦିକଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରିଥାନ୍ତି। ଅନେକ ଲୋକ ବା ବ୍ୟବସାୟୀ ଚୁପଚାପ ପଇସା ଦେଇ ନିରବ ରୁହନ୍ତି। ଆଉ ଏହାର ସୁଯୋଗ ନିଅନ୍ତି ଏହି ତଥାକଥିତ ଅନାମଧେୟ ୱେବ ଚ୍ୟାନେଲର ମାଲିକ ଏବଂ ସେମାନଙ୍କ ଦ୍ବାରା ନିଯୁକ୍ତ ସାମ୍ବାଦିକ।

ଗତ ଦୁଇ ବର୍ଷ ଧରି ଓଡିଶାରେ ପ୍ରାୟ ସାତ ଶହ ୱେବ ଚ୍ୟାନେଲ ବିଭିନ୍ନ ସମୟରେ ଖୋଲିଛି। କେବଳ ଭୁବନେଶ୍ବର କଟକରେ ରହିଛି ସର୍ବାଧିକ ୱେବ ଚ୍ୟାନେଲ। କେତେକ ୱେବ ଚ୍ୟାନଲ ହଠାତ କେତେକ ପ୍ରଂସଗକୁ  ନେଇ ହଟଚମଟ ସୃଷ୍ଟି କରିବା ପରେ ଉଭେଇ ଯାଆନ୍ତି। ଆଉ କେତେକ ୱେବ ଚ୍ୟାନେଲ କେବଳ ହଟଚମଟ ସୃଷ୍ଟି କରି ଚାଲିଛନ୍ତି। ତାହାର ପଛର କାରଣ ହେଉଛି ଏପରି କଲେ ଭଲ ମାଲ୍ ରୋଜଗାରର ସମ୍ଭାବନା ରହିଛି। ହେଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ୱେବ ଚ୍ୟାନେଲ ମାଲିକଙ୍କ ପୃଷ୍ଠପୋଷକ ଭିନ୍ନ ମଣିଷ ଅଛନ୍ତି। ସେମାନେ ହେଲେ ତଥାକଥିତ ରାଜନୈତିକ ନେତା, ପୋଲିସ ଏବଂ ଜଣାଶୁଣା ସାମ୍ବାଦିକ। ଯେଉଁଠି ସେମାନଙ୍କୁ ଧରିବା ପୋଲିସ ପାଇଁ ଅପହଁଚ ହୋଇଯିବ।

ତେବେ ପ୍ରଶ୍ନ ଉଠୁଛି ଯେ, ଏମାନେ କଣ ପାଇଁ ଗଣମାଧ୍ୟମ ପରି ଏକ ସୁସ୍ଥ ବାତାବରଣକୁ ଅସୁସ୍ଥ କରିବାକୁ ଅପଚେଷ୍ଠା କରୁଛନ୍ତି। ତାହା ପଛରେ ଅନେକ କାରଣ ରହିଛି। ତାହା ହେଲା କେତକ ରାଜନୈତିକ ନେତାଙ୍କ ପ୍ରଚାର ପ୍ରସାର ମୁଖ୍ୟ ଗଣମାଧ୍ୟମରେ ହୋଇପାରୁ ନାହିଁ। ଫଳରେ ସେମାନେ କିଛି ବେକାରୀ ଯୁବକଙ୍କୁ ଧରି ଖୁବ କମ ପୁଂଜିରେ ଏକ ୱେବ ଚ୍ୟାନେଲ ମାଧ୍ୟମରେ ତାଙ୍କର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଛନ୍ତି। ଅନ୍ୟପଟେ ନିଜର ବିରୋଧୀ ନେତାମାନଙ୍କୁ ଏହି ୱେବ ଚ୍ୟାନେଲ ମାଧ୍ୟମରେ ବଦନାମ କରିବା ମଧ୍ୟ ଏକ ଭଲ ମାଧ୍ୟମ।

ସେହିପରି କେତେକ ପୋଲିସ କର୍ମଚାରୀମାନେ ଏବଂ ଜଣାଶୁଣା ସାମ୍ବାଦିକ ମଧ୍ୟ ଏହା ପଛରେ ରହିଛନ୍ତି। ସେମାନଙ୍କର ମଧ୍ୟ ଭିନ୍ନ ଉଦ୍ଦେଶ୍ୟ ରହିଛି। ଏମାନଙ୍କୁ ହାତ କରି କିଛି ୱେବ ମାଲିକମାନେ ନିଜେ ଭଲ ରୋଜଗାର କରିଥାନ୍ତି, ଏମାନଙ୍କୁ ମଧ୍ୟ ଭାଗ ଦିଅନ୍ତି। ଏମାନେ ୱେବ ମାଲିକଙ୍କୁ ବିଭିନ୍ନ ପଇସା ରୋଜଗାରିଆ ଖବର ଦେଇ ବୁମ ଧରା ସାମ୍ବାଦିକଙ୍କୁ ପଠାଇଥାନ୍ତି। ସେମାନଙ୍କ ନିର୍ଦ୍ଦେଶ ଥାଏ ଅମୁକେଇ ଲୋକଙ୍କୁ ଅମୁକା ପ୍ରଶ୍ନ ପଚାରିବୁ। ସେତିକିରେ ସେ ହଡବଡେଇ ହୋଇଗଲେ ତାପରେ ଡିଲ ଆରମ୍ଭ କରିବୁ। ଏହିପରି କାରନାମା ପ୍ରାୟ ଦୁଇ ବର୍ଷ ଧରି ଖୋଲମଖୋଲା ଖୋଦ ରାଜଧାନୀରେ ଚାଲିଛି।

ଆପଣ ଯଦି ଗତ ଦୁଇ ବର୍ଷ ଧରି ଅନୁଧ୍ୟାନ କରିବେ ତେବେ ଓଡିଶାରେ ୱେବ ଚ୍ୟାନେଲ ହୁ ହୁ ହୋଇ ବଢି ଉଠିଛି। ଏପରିକି ଜଣେ ଜଣେ ଦୁଇ ତିନୋଟି ଲେଖାଏଁ ୱେବ ଚ୍ୟାନେଲ କରି ବେଆଇନ ରୋଜଗାର କରିବାରେ ମଧ୍ୟ ଲାଗିଛନ୍ତି। କାରଣ ଦୁଇ ତିନୋଟି ଚ୍ୟାନେଲ କରି ଏକଥରେ ଚାରିପାଞ୍ଚ ସାମ୍ବାଦିକଙ୍କୁ ଜଣଙ୍କ ପାଖକୁ ପଠାଇଲେ ତାହାର ଗୁରୁତ୍ବ ବଢିଯାଏ। ଡିଲ ପରିମାଣ ମଧ୍ୟ ସେହି ଅନୁସାରେ ବଢିଯାଏ।

ଭଲ ରୋଜଗାର ହେବାର ଜାଣିବା ପରେ ଦେଖାଦେଖି ହୋଇ କେବଳ ଭୁବନେଶ୍ବରରେ ପ୍ରାୟ ଦୁଇ ଶହ ୱେବ ଚ୍ୟାନଲ ଖୋଲି ସାରିଲାଣି। କାରଣ ୱେବ ଚ୍ୟାନେଲ ଖୋଲିବା ପାଇଁ ସେମିତି କିଛି ଅର୍ଥର ଆବଶ୍ୟକତା ନାହିଁ। କେବଳ କ୍ୟାମେରା, ବୁମ ଓ ଗାଡି ପାଇଁ ଯାହା ଖର୍ଚ୍ଚ। ଗୋଟିଏ ନ୍ୟୁଜ ଚ୍ୟାନେଲର ମାଲିକ ହେବାର ପତିୟାରା ଏବଂ ଦଲାଲି ରୋଜଗାରକୁ ଦୃଷ୍ଟିରେ ରଖି ଅନେକ ମାଫିଆଙ୍କର ଏଥିପ୍ରତି ଆଗ୍ରହୀ ହୋଇପଡିଛନ୍ତି।

ଅନ୍ୟପଟେ ସାଟାଲାଇଟ ଚ୍ୟାନେଲ ଏବଂ ଖବରକାଗଜ ପାଇଁ ସରକାରଙ୍କ ନିର୍ଦ୍ଧିଷ୍ଠ ନୀତି ନିୟମ ରହିଛି। ହେଲେ ୱେବ ଚ୍ୟାନଲ ପାଇଁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କର କୌଣସି ଆଇନ କି ନୀତି ନାହିଁ। ଫଳରେ ମାଫିଆମାନେ ବର୍ତ୍ତମାନ ୱେବ୍ ଚ୍ୟାନେଲ ମାଲିକ ସାଜି ଏହି ସୁସ୍ଥ ଗଣମାଧ୍ୟମ ବୃତ୍ତିକୁ ଅସୁସ୍ଥ କରିବାରେ ଲାଗିପଡିଛନ୍ତି।

ନ୍ୟୁଜ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.