ନୂଆଦିଲ୍ଲୀ : ଜୁଲାଇ 29ରେ ଭାରତକୁ ଆସିଥିଲା ଲଢୁଆ ଯୁଦ୍ଧବିମାନ ରାଫେଲ । ଆନୁଷ୍ଠାନିକ ଭାବରେ ସେପ୍ଟେମ୍ବର 10 ତାରିଖରେ ଏହାକୁ ବାୟୁସେନାରେ ସାମିଲ କରାଯାଇଥିଲା । ଅମ୍ବାଲା ଏୟାର ବେସରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏହା ସହିତ 2021 ସୁଦ୍ଧା ଆହୁରି 16ଟି ରାଫେଲ ବାୟୁସେନାରେ ସାମିଲ କରାଯିବ ବୋଲି ବାୟୁସେନା ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ଆସନ୍ତା ନଭେମ୍ବର 5 ତାରିଖରେ ଆହୁରି 3ଟି ରାଫେଲ ସାମିଲ କରାଯିବ ବୋଲି ଜଣାପଡିଛି । 59 ହଜାର କୋଟି ବିନିମୟରେ ଭାରତ 36ଟି ରାଫେଲ ଯୁଦ୍ଧବିମାନ କିଣିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ 5ଟି ବିମାନ ସାମିଲ ହୋଇସାରିଛି । (ଏଜେନ୍ସି)