ମୁଙ୍ଗେର: ଦୁର୍ଗାପୂଜା ଭସାଣ ବେଳେ ବିହାର ମୁଙ୍ଗେର ଗୁଳିକାଣ୍ଡ ଘଟଣାକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ଉତ୍ତେଜନା କମି ନାହିଁ । ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମୁଙ୍ଗେର ଜିଲ୍ଲାର ଏସପି ଲିପି ସିଂହ ଓ ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନାଙ୍କୁ ପଦରୁ ହଟାଇ ଦିଆଯାଇଛି। ଏଥିସହ ପୂରା ଘଟଣାର ତଦନ୍ତ କରିବାକୁ ମଗଧ ଡିଭିଜନାଲ କମିଶନର ଅସଙ୍ଗବା ଚୁବା ଆଓ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କାର୍ଯ୍ୟକୁ ସାତ ଦିନ ମଧ୍ୟରେ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ଡିଏମ ଓ ଏସପି ଏବେ ମୁଙ୍ଗେର ଜିଲ୍ଲାରେ ନଥିବାରୁ ତୁରନ୍ତ ଏହି ପଦକୁ ପୂରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ଏହି ଗୁଳିକାଣ୍ଡକୁ ନେଇ ଶାସନ ଏନ୍ଡିଏକୁ ଟାର୍ଗେଟ୍ କରିଥିଲେ ବିରୋଧୀ ।
ଅପରପକ୍ଷରେ ଗୁଳିକାଣ୍ଡ ଓ ପୁଲିସ୍ର ମାଡ଼କୁ ବିରୋଧ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି। ଶତାଧିକ ଲୋକ ସବ ଡିଭିଜନାଲ ଅଫିସ ଓ ଏସପି ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। (ଏଜେନ୍ସି)