Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ଉଦଘାଟିତ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ଉଦଘାଟିତ

October 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Kevadia: Prime Minister Narendra Modi inaugurates the Arogya Van at Kevadia in Gujarat on Oct 30, 2020. Also seen Gujarat Governor Acharya Devvrat and Chief Minister Vijay Rupani. (Photo: IANS/PIB)

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି ।

ଆରୋଗ୍ୟ ବନ ଓ ଆରୋଗ୍ୟ କୁଟୀର

୧୭ ଏକର ପରିମିତ ଅଞ୍ଚଳରେ ଆରୋଗ୍ୟ ବନରେ ୩୮୦ ପ୍ରଜାତିର ପ୍ରାୟ ୫ ଲକ୍ଷ ଗଛ ରହିଛି । ଆରୋଗ୍ୟ କୁଟୀର ଏକ ପାରମ୍ପରିକ ଚିକିତ୍ସା ସୁବିଧା ଥିବା ସୁଧାର କେନ୍ଦ୍ର । ଏହା ଆୟୁର୍ବେଦ, ସିଦ୍ଧ, ଯୋଗ ଏବଂ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସ୍ଵାସ୍ଥ୍ୟସେବା ଯୋଗାଇବ ।

ଏକତା ମଲ

ଦେଶର ଏକତା ଓ ବିବିଧତାର ପ୍ରତୀକ ଭାବେ ୩୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପିତ ଏହି ମଲରେ ହସ୍ତକଳା ଓ ଦେଶର ପାରମ୍ପରିକ ସାମଗ୍ରୀମାନ ଉପଲବ୍ଧ ହେବ । ମାତ୍ର ୧୧୦ ଦିନ ମଧ୍ୟରେ ନିର୍ମିତ ଏହି ମଲରେ ୨୦ଟି ଏମ୍ପୋରିୟମ ରହିଛି ।

ଶିଶୁ ପୋଷଣ ଉଦ୍ୟାନ ଏବଂ ମିରର ମଜେ

ବିଶ୍ଵର ପ୍ରଥମ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶିଶୁ ପୋଷଣ ଉଦ୍ୟାନ ୩୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି । ଉଦ୍ୟାନର ବିଭିନ୍ନ ସ୍ଥାନ ଯଥା ଫଳଶାକ ଗୃହମ, ପୟୋନଗରୀ, ଅର୍ଣ୍ଣପୂର୍ଣ୍ଣା, ପୋଷଣ ପୁରାଣ ଏବଂ ସ୍ୱାସ୍ଥ୍ୟ ଭାରତମ ଭଳି ବିଷୟବସ୍ତୁ ଉପରେ ଆଧାରିତ ସ୍ଥାନକୁ ବୁଲିବାକୁ ଯିବା ପାଇଁ ଏକ ପୋଷଣ ଟ୍ରେନର ମଧ୍ୟ ବ୍ୟବସ୍ଥା ରହିଛି । ମିରର ମଜେ ଓ ୫ ଡି ଭର୍ଚୁଆଲ ଥିଏଟର ଭଳି ଶୈକ୍ଷିକ କାର୍ଯ୍ୟକଳାପ ଜରିଆରେ ଏହା ପୋଷଣ ସଚେତନତା ବୃଦ୍ଧି କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜୈବିକ କୃଷିର ବିକାଶ: କୃଷକଙ୍କ ସଶକ୍ତିକରଣ, ଗ୍ରାମୀଣ ଭାରତର ସଶକ୍ତୀକରଣ

October 7, 2025

ଏସିଆର ପ୍ରମୁଖ ଟେଲିକମ୍ କାର୍ଯ୍ୟକ୍ରମ ଆଇଏମସି ୨୦୨୫ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2025

କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ‘ସର୍ଦ୍ଦାର@୧୫୦ ୟୁନିଟି ମାର୍ଚ୍ଚ’ ଆରମ୍ଭ

October 7, 2025

ଭାରତ ଗବେଷଣା ପରିଦର୍ଶନ-୨୦୨୫ ର ଶୁଭାରମ୍ଭ କଲେ ସାବିତ୍ରୀ ଠାକୁର

October 7, 2025
Latest News

ଜୈବିକ କୃଷିର ବିକାଶ: କୃଷକଙ୍କ ସଶକ୍ତିକରଣ, ଗ୍ରାମୀଣ ଭାରତର ସଶକ୍ତୀକରଣ

October 7, 2025

ଏସିଆର ପ୍ରମୁଖ ଟେଲିକମ୍ କାର୍ଯ୍ୟକ୍ରମ ଆଇଏମସି ୨୦୨୫ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 7, 2025

ଖୁବ ଶିଘ୍ର ଶ୍ରୀମୟୀ ମିଶ୍ର ଏହି ଦଳରେ ଦେବେ ଯୋଗ !! ମିଳୁଛି ବଡ ଅଫର

October 7, 2025

କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ‘ସର୍ଦ୍ଦାର@୧୫୦ ୟୁନିଟି ମାର୍ଚ୍ଚ’ ଆରମ୍ଭ

October 7, 2025

ଭାରତ ଗବେଷଣା ପରିଦର୍ଶନ-୨୦୨୫ ର ଶୁଭାରମ୍ଭ କଲେ ସାବିତ୍ରୀ ଠାକୁର

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.