ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ମାସରେ କଟକ ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କ ସବୁ ଅଫିସ ପଚାଶ ପ୍ରତିଶତ କର୍ମଚାରୀରେ ଚାଲିବ। ତେବେ କେଉଁ କର୍ମଚାରୀ କେତେବେଳେ ଆସିବେ, ତାହା ବିଭାଗୀୟ ମୁଖ୍ୟମାନେ ସ୍ଥିର କରିବେ। ତେବେ ଏସ୍ଆରସି, ଓସ୍ଡମା, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲଟି ପରି ଜରୁରୀକାଳୀନ ସେବା ପୂର୍ଣ୍ଣ କ୍ଷମତାରେ ଚାଲିବ। ଅଫିସ କାମ ଯେମିତି ବାଧାପ୍ରାପ୍ତ ନ ହେବ, ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ରାଜ୍ୟରେ ସବୁ ଶନିବାର ସରକାରୀ ଅଫିସ ବନ୍ଦ ରହିବ। କୋଭିଡ ରୋକିବା ପାଇଁ କଡ଼ାକଡ଼ି ଭାବେ ଗାଇଡ୍ ଲାଇନ୍ ପାଳନ କରିବାକୁ ମଧ୍ୟ କୁହାଯାଇଛି।