ଭୁବନେଶ୍ୱର: ଷ୍ଟାନଫୋର୍ଡ ତାଲିକାରେ ଗବେଷକଙ୍କୁ ଦୁଇଟି ବର୍ଗରେ ସ୍ଥାନିତ କରାଯାଇଛି। କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଏବଂ ସିଙ୍ଗଲ୍ ଇୟର ଇମ୍ପାକ୍ଟ। ସୋଆର ୩୮ ଜଣଙ୍କ ମଧ୍ୟରୁ ୩୫ ଜଣ ସିଙ୍ଗଲ୍ ଇୟର ଏବଂ ୨୦ ଜଣ କ୍ୟାରିୟର ଲଙ୍ଗ ତାଲିକାରେ ସ୍ଥାନ ପାଇଛନ୍ତି।
ଏଥିରୁ ସର୍ବାଧିକ ୨୭ ଜଣ ଇଞ୍ଜିନିୟରିଂ କ୍ଷେତ୍ରରୁ, ଅର୍ଥାତ୍ ଆଇଟିଇଆରରୁ ରହିଛନ୍ତି। ଫାର୍ମାସି ଓ ବାୟୋଟେକ୍ନୋଲୋଜିରୁ ୮ ଜଣ, ମେଡିକାଲ କଲେଜ ଓ ସମ୍ ହସ୍ପିଟାଲରୁ ୨ ଜଣ ଏବଂ କୃଷି ବିଭାଗରୁ ଜଣେ ଗବେଷକ ଅଛନ୍ତି।
ପ୍ରମୁଖ ଗବେଷକଙ୍କ ମଧ୍ୟରେ ରହିଛନ୍ତି ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ଏବଂ ସ୍ୱର୍ଗତ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ। ଉଭୟେ ସୋଆର କୁଳପତି ଭାବେ କାର୍ଯ୍ୟ କରିସାରିଛନ୍ତି।
ଏହାସହ ପ୍ରଫେସର କୁଳମଣି ପରିଡ଼ା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ହୃଦୟନାଥ ଥାଟୋଇ, ପ୍ରଫେସର ସଂଘମିତ୍ରା ନାୟକ, ପ୍ରଫେସର ଗୌତମ ରଥ, ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ ପ୍ରମୁଖ ମଧ୍ୟରେ ଅଛନ୍ତି।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ସମସ୍ତ ଗବେଷକଙ୍କୁ ଅଭିନନ୍ଦନ ଜଣାଇ ଆଗକୁ ଆହୁରି ସଫଳତା କାମନା କରିଛନ୍ତି।


