ଭୁବନେଶ୍ବର : ନଭେମ୍ବର 16ରୁ ନବମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ବଦଳିଛି । କିଛି ସମୟ ବ୍ୟବଧାନରେ ନିଷ୍ପତ୍ତି ବଦଳାଇଛନ୍ତି ଏସ୍ଆରସି । ନିଷ୍ପତ୍ତି ବଦଳାଇବା ନେଇ ସାନି ନିର୍ଦ୍ଦେଶାବଳୀ ଜାରି ହୋଇଛି । ନଭେମ୍ବର 15 ତାରିଖ ପରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ବିଭିନ୍ନ ଷ୍ଟେକ୍ହୋଲ୍ଡରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ନଭେମ୍ବର 30 ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ତେବେ ଅନଲକ୍ 6.0ରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା । ସେହିପରି ନୂଆ ଏସ୍ଓପି ସହ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା । ତେବେ ଅନଲାଇନ୍ କ୍ଲାସ୍ ଚାଲୁ ରହିବ ।