Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ଉପନିର୍ବାଚନ ତାତି : ମହିଳା କନେଷ୍ଟବଳଙ୍କୁ ଅଶାଳୀନ ବ୍ୟବହାର କରି ଆଠ ଗିରଫ
ଆଜିର ଖବର

ତିର୍ତ୍ତୋଲ ଉପନିର୍ବାଚନ ତାତି : ମହିଳା କନେଷ୍ଟବଳଙ୍କୁ ଅଶାଳୀନ ବ୍ୟବହାର କରି ଆଠ ଗିରଫ

November 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରିଲା ପ୍ରାର୍ଥୀପତ୍ର ଦାଖଲ, ତିର୍ତ୍ତୋଲରେ 9 ଜଣ ଏବଂ ବାଲେଶ୍ବରରେ 8 ଜଣ ଦାଖଲ କଲେ ନାମାଙ୍କନ ପତ୍ର

ରମେଶ ମହାନ୍ତି

ଜଗତସିଂହପୁର: ୧୦୨-ତିର୍ତୋଲ(ସଂ) ବିଧାନସଭା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣବିଧି ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଉଲ୍ଲଘଂନ ତଥା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡକୁ ଦୁଃବ୍ୟବହାର ଅଭିଯୋଗରେ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିରିଡ଼ି ବ୍ଲକ୍ ମଧ୍ୟଶାସନ ଗ୍ରାମର ୮ ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପୋଲିସ୍ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବିରିଡ଼ି ପୋଲିସ୍ ପକ୍ଷରୁ ଅପରାଧିଙ୍କ ବିରୋଧରେ କେଶ୍ ନଂ.୧୮୮ ତା.୨୯.୧୦.୨୦୨୦ରିଖରେ ଧାରା ୩୨୨/୩୪୧/୩୪୨/୧୮୮/୧୮୬/୫୦୬/୩୩/୩୫୩/୩୫୪-ଇ/୩୭୯/୨୦୧/୩୪ ଓଚଉ/୩ ମହାମାରୀ ରୋଗ ଅଧିନିୟମ-୧୮୯୭/୫୧(ବ)/୫୧(ଭ) ମହାମାରୀ ଅଧିନିୟମ -୨୦୨୦ ଅନୁଯାୟୀ ମାମଲା ଦାୟର କରାଯାଇଛି। ଗିରଫ ହୋଇଥିବା ୮ ଜଣ ବ୍ୟକ୍ତିଙ୍କୁ ଅକ୍ଟୋବର ୩୦ ତାରିଖରେ କୋର୍ଟ ଚାଲାଣ କରାଯାଇଛି ଏବଂ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏଠାରେ ପ୍ରକାଶ ଥାଉକି ଭାରପ୍ରାପ୍ତ ଅଧିକାରୀ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ନଂ.୩ ଅକ୍ଟୋବର ୨୮ ତାରିଖ ରାତି ଘ.୧୦.୩୦ମି.ରେ ଜିଲ୍ଲା ନିର୍ବାଚନ ଅଭିଯୋଗ ନିୟନ୍ତ୍ରଣ କକ୍ଷରୁ ଖବର ପାଇଥିଲେ କି ବିରିଡ଼ି ବ୍ଲକ୍ ଉତରଶାସନ ଗ୍ରାମର ମହାବୀର ମନ୍ଦିର ନିକଟରେ ୪୦୦ ବ୍ୟକ୍ତି ଏକାଠି ହୋଇ ଭୋଜିଭାତ ଓ ମଦ୍ୟପାନ କରୁଛନ୍ତି। ଖବର ପାଇ ଅତିରିକ୍ତ ତହସିଲଦାର, ଜଗତସିଂହପୁର ତଥା ଭାରପ୍ରାପ୍ତ ଅଧିକାରୀ, ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ନଂ.୩ ସଦଳବଳ ଉକ୍ତ ସ୍ଥାନକୁ ଯାଇ ୨୦ ଜଣ ବ୍ୟକ୍ତି ଏକାଠି ହୋଇଥିବାର ଦେଖିବାକୁ ପାଇଥିଲେ। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଦଳ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ୍ ମାର୍ଗଦର୍ଶିକା ଓ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବାରୁ ତୁରନ୍ତ ସ୍ଥାନ ପରିତ୍ୟାଗ କରିବାକୁ କହିଥିଲେ। କିନ୍ତୁ ସଂପୃକ୍ତ ବ୍ୟକ୍ତିମାନେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଦଳକୁ ଅପମାନିତ କରି କ୍ୟାମେରା ଛଡ଼ାଇ ନେଇ ଭିଡ଼ିଓକୁ ବିଲୋପ କରିବାକୁ ବାଧ୍ୟ କରିଥିଲେ।

ଅଭିଯୁକ୍ତମାନେ କ୍ୟାମେରା ଛଡ଼ାଇ ନେଇ ଜଣେ ମହିଳା କନେଷ୍ଟବଳଙ୍କୁ ଅଶାଳୀନ ଓ ଦୌରାତ୍ମ୍ୟ ବ୍ୟବହାର କରିଥିଲେ। ଏହାପରେ ବିରିଡ଼ି ଥାନାର ତଦନ୍ତ ଅଧିକାରୀ ତତ୍‌କ୍ଷଣାତ୍ ଉକ୍ତ ସ୍ଥାନକୁ ଯାଇ ଅଭିଯୋଗର ତଦନ୍ତ କରି ସାକ୍ଷ୍ୟପ୍ରମାଣ ଗ୍ରହଣ କରି ଆଘାତପ୍ରାପ୍ତ ଅଭିଯୋଗକାରୀଙ୍କୁ ବିରିଡ଼ି ସି.ଏଚ୍‌.ସିଙ୍କୁ ଚିକିତ୍ସା ଓ ଡାକ୍ତରୀମାଇନା ପାଇଁ ପଠାଇଥିଲେ। ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଉପ-ନିର୍ବାଚନ କୋଭିଡ଼-୧୯
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.