ଜୟପୁର : ଦୀପାବଳିରେ ବାଣ ବିକ୍ରି ଉପରେ କଟକଣା ଜାରି କରିଛି ରାଜସ୍ଥାନ । ଏନେଇ ଗେହଲଟ ଟ୍ୱିଟ କରି ସୂଚନା ଦେଇଛନ୍ତି । ରାଜ୍ୟରେ ବାୟୁ ପ୍ରଦୂଷଣ ଅଧିକ ରହିଥିବାରୁ ସରକାର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେବେ ନାହିଁ ବୋଲି ଗେହଲଟ କହିଛନ୍ତି । ଶୁଦ୍ଧ ଏବଂ ସ୍ୱଚ୍ଛ ବାୟୁମଣ୍ଡଳ ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ “ଶୁଦ୍ଧ କେଲିଏ ୟୁଦ୍ଧ” ମିଶନର ପ୍ରାରମ୍ଭ ମଧ୍ୟ କରାଯାଇଛି। ଅପରପକ୍ଷରେ ରାଜସ୍ଥାନରେ ମାସ୍କ ବାଧ୍ୟତାମୂଳକ ପାଇଁ ଆଇନ ମଧ୍ୟ ପ୍ରଣୟନ କରିଛି । କରୋନା ସଂକ୍ରମଣ ଦେଶରେ ଲାଗି ରହିଥିବା କାରଣରୁ ମାସ୍କ ପିନ୍ଧିଲେ ଫାଇନ ଆଦାୟ କରାଯାଉଛି । ତେବେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇନାହିଁ କିମ୍ବା ଏହାକୁ ନେଇ କୌଣସି ଆଇନ ପ୍ରଣୟନ କରାଯାଇନାହିଁ । ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ ଏ ସମ୍ପର୍କିତ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ନୂତନ ଆଇନ ଅନୁଯାୟୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ନୋ ମାସ୍କ ନୋ ଏଣ୍ଟ୍ରି ନିୟମ ଲାଗୁ କରାଯାଇଛି । କୋଭିଡ ସମସ୍ୟାର ମୁକାବିଲା ପାଇଁ ରବିବାର 2000 ନୂତନ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନରେ ସୋମବାର ସୁଦ୍ଧା 1917 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 15 ହଜାର 255ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । (ଏଜେନ୍ସି)