Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶୁଣନ୍ତୁ ସମ୍ବିତ ପାତ୍ର ! ଶ୍ରୀ ଜଗନ୍ନାଥ ଆପଣଙ୍କ ରାଜନୈତିକ ନାଟକର ଖେଳଣା ନୁହନ୍ତି !
ବିଶେଷ ଖବର

ଶୁଣନ୍ତୁ ସମ୍ବିତ ପାତ୍ର ! ଶ୍ରୀ ଜଗନ୍ନାଥ ଆପଣଙ୍କ ରାଜନୈତିକ ନାଟକର ଖେଳଣା ନୁହନ୍ତି !

March 26, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି, ନିର୍ବାଚନ ପ୍ରଚାର ସମୟରେ କୌଣସି ଧାର୍ମିକ ସଙ୍କେତ, ଧାର୍ମିକ ବିଶ୍ଵାସ ଓ ଦେବୀ ଦେବତାଙ୍କର ବ୍ୟବହାର ହୋଇ ପାରିବ ନାହିଁ। ହେଲେ ପ୍ରତିଷ୍ଠିତ ନିର୍ବାଚନୀ ପରମ୍ପରାକୁ ଏକ ପ୍ରକାର ଗୋଇଠା ମାରି ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ତଥା ପୁରୀ ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ସମ୍ବିତ ପାତ୍ର ନିଜର ନିର୍ବାଚନୀ ଶୋଭାଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଖେଳଣା ଭଳି ବ୍ୟବହାର କରିଛନ୍ତି। ଭୋଟ ମାଗିବାକୁ ଗଲାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବ୍ୟବହାର କରିବା କେବଳ ବେଆଇନ ନୁହଁ ଏହା ଓଡିଆଙ୍କର ଧାର୍ମିକ ଆବେଗ ପ୍ରତି ଉପହାସ ମଧ୍ୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥ କାହାର ରାଜନୈତିକ ସମ୍ପତ୍ତି ନୁହନ୍ତି। ସେ ବିଶ୍ଵ ମାନବିକତାର ପ୍ରତୀକ ଓ ତାଙ୍କ ସଂକୀର୍ଣ୍ଣ ରାଜନୈତିକ କ୍ଷମତା ଯୁଦ୍ଧରେ ବ୍ୟବହାର କରିବାର ଅର୍ଥ ହେଉଛି, ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିବା। ବିଜେପିର ପ୍ରବକ୍ତା ସମ୍ବିତ ପାତ୍ର ଶ୍ରୀ ଜଗନ୍ନାଥଙ୍କୁ ତାଙ୍କ ନିର୍ବାଚନର ଶୋଭାଯାତ୍ରାରେ ବ୍ୟବହାର କରି ସମଗ୍ର କରିବା ଅତ୍ୟନ୍ତ ନିନ୍ଦନୀୟ କଥା।

ସମ୍ବିତ ପାତ୍ରଙ୍କୁ ଓଡିଶାରୁ ନିର୍ବାଚନ ଲଢିବା ପାଇଁ ବିଜେପିର ଟିକଟ ପ୍ରଦାନ ପଛରେ ଏକ ବଡ ସାମ୍ପ୍ରଦାୟିକ ଷଡଯନ୍ତ୍ର ରହିଛି। ଶ୍ରୀ ପାତ୍ରଙ୍କର ରାଷ୍ଟ୍ରୀୟ ସ୍ତରରେ ଅନ୍ୟ ଧର୍ମ ପ୍ରତି ତାଚ୍ଛଲ୍ୟ କରିବା ଓ ଅନ୍ୟର ଧାର୍ମିକ ଆସ୍ଥା କୁ ଅପମାନିତ କରିବାର ବହୁ ଉଦାହରଣ ରହିଛି। ତାଙ୍କୁ ପୁରୀରୁ ନିର୍ବାଚନ ଲଢାଇ ତାଙ୍କ ମାଧ୍ୟମରେ ଧାର୍ମିକ ଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରାଇବାର ଏକ ଦୀର୍ଘସୂତ୍ରୀ ଯୋଜନା ରହିଛି। ସେ ସମ୍ପର୍କରେ ରାଜ୍ୟ ପୋଲିସ ଓ ରାଜ୍ୟ ନିର୍ବାଚନ ଅଧିକାରୀ ସତର୍କ ଦୃଷ୍ଟି ରଖିବା ଉଚିତ। ଆସନ୍ତା ପ୍ରଚାର ଅଭିଯାନ ସମୟରେ ଶ୍ରୀ ପାତ୍ର ବହୁ ପ୍ରକାର ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଲା ପରି ବକ୍ତବ୍ୟ ଦେବେ ଓ ଦରକାର ପଡିଲେ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ନେଇ ନିକୃଷ୍ଟ ସ୍ତରର ରାଜନୀତି କରିବେ। ସେଥିପ୍ରତି ପୁରୀର ସଚେତନ ନାଗରିକ ଓ ଜଗନ୍ନାଥପ୍ରେମୀ ଜଣ ସାଧାରଣ ସତର୍କ ରହିବା ନିହାତି ଜରୁରୀ।

ଓଡିଶାରେ ଶ୍ରୀ ଜଗନ୍ନାଥଙ୍କୁ ନେଇ ପ୍ରତ୍ୟକ୍ଷ ଭାବରେ ରାଜନୀତି କରିବାକୁ କେହି କେବେ ସାହସ କରି ନାହାନ୍ତି। ଏହାର କାରଣ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସମନ୍ଵୟ ଓ ସାହାବସ୍ଥାନର ଏକ ଅନ୍ତର୍ନିହିତ ଆଧାର ରହିଛି। କୌଣସି କ୍ଷମତା ପିପାଶୁ ରାଜନୈତିକ ନେତା ଜଗନ୍ନାଥଙ୍କ ନାମକୁ ବ୍ୟବହାର କଲେ ଓଡିଶାବାସୀ ତାଙ୍କୁ ଗ୍ରହଣ କରିନାହାନ୍ତି। ଶ୍ରୀ ଜଗନ୍ନାଥଙ୍କୁ ଓଡିଶାର ସାମାଜିକ ଜୀବନରେ ସବୁ କ୍ଷମତା ଯୁଦ୍ଧର ଉର୍ଦ୍ଧ୍ଵରେ ରଖାଯାଇଛି। ତେଣୁ ଉତ୍କଳମଣି ଗୋପବନ୍ଧୁ କହିଥିଲେ “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ” କ୍ଷମତା ଲାଳସାରେ ଯିଏ ବି ଶ୍ରୀ ଜଗନ୍ନାଥଙ୍କୁ ବ୍ୟବହାର କରିବାର ଚେଷ୍ଟା କରିଛି ସେ ଓଡିଶାରେ ପ୍ରତ୍ୟାଖ୍ୟାତ ହୋଇଛି, ଏକଥାର ଇତିହାସ ବୋଧେ ସମ୍ବିତ ପାତ୍ରଙ୍କୁ ଜଣାନାହିଁ। ସମ୍ବିତ ବହୁ ବର୍ଷ ହେଲା ଦିଲ୍ଲୀର ବାସିନ୍ଦା। ସେ ଦିଲ୍ଲୀର ୱାର୍ଡ ମେମ୍ବର ନିର୍ବାଚନ ଲଢି ହାରିଛନ୍ତି। ସେଥିରେ ପୁରୀ ଆସି ଧାର୍ମିକ ଉତ୍ତେଜନା ଓ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିର ସାମ୍ପ୍ରଦାୟିକ ପ୍ରୟୋଗ କରି ନିର୍ବାଚନ ଜିତିବେ ବୋଲି ଭାବିବା, ତାଙ୍କର ନିର୍ବୋଧତା ନିଶ୍ଚୟ।

କିନ୍ତୁ ନିର୍ବାଚନ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଧରି ଶୋଭାଯାତ୍ରା କରିବାକୁ ଓଡିଶାବାସୀ ତୀବ୍ର ବିରୋଧ କରିବା ଉଚିତ। ଅନ୍ୟ ପକ୍ଷରେ ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ତୁରନ୍ତ ଶ୍ରୀ ପାତ୍ରଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ପାଇଁ କାର୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026

CJP – ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ! ଏହି ଡିଜିଟାଲ ପାର୍ଟିର ରାଶିଫଳ ବିଷୟରେ ଜାଣନ୍ତୁ

May 22, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026
Latest News

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026

CJP – ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ! ଏହି ଡିଜିଟାଲ ପାର୍ଟିର ରାଶିଫଳ ବିଷୟରେ ଜାଣନ୍ତୁ

May 22, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ମହଜୁଦ ରହିଛି ପେଟ୍ରୋଲ ଏବଂ ଡିଜେଲ

May 22, 2026

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.