ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନର 28ଟି ଆସନରେ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି 18ଟି ଆସନରେ ଆଗୁଆ ରହିଛି । ସେହିପରି କଂଗ୍ରେସ 8ଟି ଏବଂ ବିଏସ୍ପି 2ଟି ଆସନରେ ଆଗୁଆ ରହିଛି । ବିଜେପିର ତୁଳସୀରାମ ସିଲାବଟ୍, ପ୍ରଦ୍ୟୁମ୍ନ ସିଂ ତୋମାର୍, ବିସାହୁଲାଲ୍, ଗୋବିନ୍ଦ ରାଜପୁତ୍, ମହେନ୍ଦ୍ର ସିଂହ ସିସୋଦିଆ, ପ୍ରଦ୍ୟୁମ୍ନ ସିଂହ ଲୋଧି, ମୁନ୍ନାଲାଲ ଗୋଏଲ୍, ଇମର୍ତ୍ତୀ ଦେବୀ, ହରଦୀପ୍, ପ୍ରଭୁରାମ, ନାରାୟଣ ପଟେଲ, ବୃଜେନ୍ଦ୍ର ଯାଦବ, ସୁମିତ୍ରା କାସଡେକର୍, ରାଜବନ୍ଧନ ସିଂ, ଜସପାଲ୍ ସିଂ, ସୁବେଦାର ସିଂ ପ୍ରମୁଖ ଆଗୁଆ ରହିଛନ୍ତି ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାରେ ମୋଟ 230ଟି ଆସନ ରହିଛି। ବର୍ତ୍ତମାନ ଭାଜପାର 107 ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ 87 ଜଣ ବିଧାୟକ ଅଛନ୍ତି। ଏହି ଫଳାଫଳରୁ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ଵାନଙ୍କ ସରକାର ଉପରେ ନିର୍ଦ୍ଧିଷ୍ଟତାର ମୋହର ବାଜିବ। (ଏଜେନ୍ସି)