ମିରଟ, ଦୀପାବଳି କାହା ପାଇଁ କଣ ତାହା ଭିନ୍ନ କଥା। ହେଲେ ଚଳିତ ବର୍ଷ ଦୀପାବଳି କରୋନା ପାଇଁ ପୁରା ଫିକା ପଡିଗଲା। କାରଣ କୋଭିଡ ଭାଇରସ ସଂକ୍ରାମଣ ଭୟରେ ଏହାକୁ ଯେପରି ଆନନ୍ଦର ସହ କରିବା କାଥା ତାହା ହେଲା ନାହିଁ। ଯେଉଁ କରୋନା ପାଇଁ ଦୀପାବଳି ଫିକା ପଡିଲା ସେହି କରୋନା ରୋଗୀ ଧୂମଧାମରେ ପାଳନ କରିଛନ୍ତି ଦୀପାବଳି।
ମିରଟର ଆନନ୍ଦ କୋଭିଡ ହସପିଟାଲରେ କରୋନା ରୋଗୀଙ୍କ ପାଇଁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଦୀପାବଳି ପାଳନ ପାଇଁ ସେଦିନ ସଂଧ୍ୟାରେ ହସପିଟାଲ ଭିତରେ ରଂଗୀନ ଆଲୋକରେ ସଜା ଯାଇଥିଲା। କୋଭିଡ ରୋଗୀମାନେ ପିପିଇ କିଟ ପିନ୍ଧି ସାମୁହିକ ପୂଜା କରିଥିଲେ। ସମସ୍ତେ ହାତରେ ଦୀପ ଧରି ମା ଲକ୍ଷ୍ମୀଙ୍କୁ ପୂଜା କରିଥିଲେ। ଏଥିରେ ହସପିଟାଲ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ। ହସପିଟାଲ ତରଫରୁ ଏପରି ପଦକ୍ଷେପକୁ ନେଇ ଚାରିଆଡେ ପ୍ରଶଂସା କରାଯାଇଛି।