Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ବିିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ
ଆଞ୍ଚଳିକ

ଜଗତସିଂହପୁର ବିିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ

November 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ଉନ୍ନୟନ କମିଟି ବୈଠକ ନାଉଗାଁ ବ୍ଲକର ଜ୍ୟୋତି ଫେଡେରେସନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ଅଧ୍ୟକ୍ଷତା କରି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଗତ ୮ ମାସ ହେବ ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣରୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତି କରିପାରି ନାହିଁ। କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ କ୍ରୀୟାଶୀଳ ଥିଲା। ନାଉଗାଁ ବ୍ଲକ ହଟ୍‌ସ୍ପଟ୍ ଥିଲା। ବ୍ଲକ ଓ ତହସିଲ ପ୍ରଶାସନ ଦିନରାତି ପରିଶ୍ରମ କରିଛନ୍ତି। କୋଭିଡ୍ ସହିତ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହକାର୍ଯ୍ୟ ମାର୍ଚ୍ଚ-୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଜଗତସିଂହପୁର ଓ ନାଉଗାଁ ବି.ଡି.ଓଙ୍କୁ ପରାମର୍ଶ ଦେଇଥିଲେ। ହିତାଧିକାରୀ ମାନେ ଯେପରି ପ୍ରୋତ୍ସାହନ ରାଶିରୁ ବଚିଂତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବେ। ଆମ ଗାଁ ଆମ ବିକାଶ ଯୋଜନାରେ ଯେଉଁଠି ଜମିଜମା ସମସ୍ୟା ରହିଛି, ସେଗୁଡିକୁ ତହସିଲଦାରଙ୍କ ସହ ସମନ୍ୱୟ ରଖି ଆଗେଇ ନେବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ଅଧିକାରୀମାନେ ଆତ୍ମା ମାଧ୍ୟମରେ କାର୍ଯ୍ୟ କରନ୍ତୁ। ପାଣି ପଂଚାୟତ କାର୍ଯ୍ୟ ସମାପନ ନ କଲେ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ସେମାନଙ୍କୁ ବ୍ଲାକଲିଷ୍ଟ କରନ୍ତୁ। ଗୋଚିଏ ପଂଚାୟତରେ ଥିବା ସମସ୍ତ ସ୍କୁଲକୁ ବନ୍ଦ ନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଯୋଗଦେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଲେ ସମସ୍ତ କ୍ଷେତ୍ରୀୟ ଅଧିକାରୀମାନେ ଅନ୍ତ ବିଭାଗୀୟ ସମନ୍ୱୟ ରଖି ବିକାଶ ମୂଳକ କାର୍ଯ୍ୟର ତ୍ୱରାନ୍ୱିତ କରନ୍ତୁ। ଅସଂପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଆଗାମୀ ୪ମାସ ତଥା ମାର୍ଚ୍ଚ -୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବାସ ଯୋଜନାରେ ଯେଉଁ ହିତାଧିକାରୀ ମାନେ କାର୍ଯ୍ୟ ଆରମ୍ଭ କରିନାହାନ୍ତି, ବି.ଡି.ଓ ଓ ବ୍ଲକସ୍ତରୀୟ ଅଧିକାରୀମାନେ ସରପଂଚଙ୍କ ସଙ୍ଗେ କଥାବାର୍ତ୍ତା କରି କାର୍ଯ୍ୟରମ୍ଭ ସୁନିଶ୍ଚିତ କରାନ୍ତୁ। କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ସଂପଦ, ପାନୀୟ ଜଳ ଯୋଗାଣ, ଶ୍ରମ ନିରୀକ୍ଷକ ଓ ଅନ୍ୟାନ୍ୟ ବ୍ଲକସ୍ତରୀୟ କ୍ଷେତ୍ରୀୟ ଅଧିକାରୀମାନେ ନିୟମିତ ବି.ଡି.ଓ ମାନଙ୍କ ସହିତ ଭେଟି ନୂତନ ଯୋଜନା, ସ୍କିମ୍ ଓ ପ୍ରକଳ୍ପ ସଂପର୍କରେ ଅବଗତ କରାନ୍ତୁ ଏବଂ ଅନୁଧ୍ୟାନ କରନ୍ତୁ, ଯେପରି ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ।

ଏହି ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ତଥା ମେମ୍ବର କନ୍‌ଭେନର ସଚ୍ଚିଦାନନ୍ଦ ସାହୁ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ। ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଉପନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ  ସବିତା ସାହୁ, ସି.ଡି.ଏମ୍‌.ଓ ସି.ଡି.ଭି.ଓ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଜଗତସିଂହପୁର ଜିଲ୍ଲାପାଳ ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026

ତେଲେଙ୍ଗାନାରେ ରାଜନୈତିକ ଉତ୍ତେଜନା!: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ

August 22, 2026

ମାତ୍ର ୪୮ ଘଣ୍ଟା ମଧ୍ୟରେ ରକେଟ ଭଳି ଉଠିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 22, 2026

ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.