ଲକ୍ଷ୍ନୌ: ଉତ୍ତରପ୍ରଦେଶ ଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଦୀର୍ଘ 10 ବର୍ଷ ଧରି 50ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗତ 10 ବର୍ଷ ଧରି ଉକ୍ତ ଯନ୍ତ୍ରୀ ଜଣଙ୍କ ପ୍ରାୟ 50 ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ଏହାର ଭିଡିଓ ପ୍ରସ୍ତୁତ କରି ଏଗୁଡ଼ିକୁ ବିଶ୍ୱବ୍ୟାପୀ ଯୌନ କାରବାରରେ ସମ୍ପୃକ୍ତ ବିଭିନ୍ନ ଅଭିଯୁକ୍ତଙ୍କୁ ଡାର୍କ ନେଟରେ ବିକି୍ର କରୁଥିଲେ । ଅଭିଯୁକ୍ତ ଯନ୍ତ୍ରୀ ରାମ ଭୱନ 5 ରୁ 16 ବର୍ଷର ପିଲାମାନଙ୍କୁ ଟ୍ରାପ କରିଥିଲେ । ଚିତ୍ରକୁଟ, ବାନ୍ଦା ଏବଂ ହମିରପୁରର ନାବାଳିକା ଶିଶୁମାନଙ୍କୁ ସେ ଟ୍ରାପ କରି ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେଉଥିଲେ । ଚିତ୍ରକୁଟ ଜିଲ୍ଲାର ଏହି ଅଭିଯୁକ୍ତ ଯନ୍ତ୍ରୀଙ୍କୁ ବାନ୍ଦ୍ରାରୁ ସିବିଆଇ ଗିରଫ କରିଛି । ତାଙ୍କୁ ଖୁବ ଶୀଘ୍ର କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ନିକଟରୁ 8ଟି ମୋବାଇଲ ଫୋନ, ପ୍ରାୟ 8 ଲକ୍ଷ ନଗଦ ଟଙ୍କା, ଲ୍ୟାପଟପ ଆଦି ଜବତ କରିଛି । ରାମ ଭୱନ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କର ମଧ୍ୟ ଏହି ର୍ୟାକେଟରେ ସମ୍ପୃକ୍ତି ଥିବା ଜଣାପଡ଼ିଛି । ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।
ଶିଶୁଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ଇଞ୍ଜିନିଅର
Published:
Nov 18, 2020, 1:00 pm IST
Tags: