Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଆର ପୂର୍ବତନ ରାଜ୍ୟପାଳ ତଥା ଲେଖିକା ମୃଦୁଳା ସିହ୍ନାଙ୍କ ପରଲୋକ, ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଗୋଆର ପୂର୍ବତନ ରାଜ୍ୟପାଳ ତଥା ଲେଖିକା ମୃଦୁଳା ସିହ୍ନାଙ୍କ ପରଲୋକ, ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ

November 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୋଆ : ଗୋଆର ପୂର୍ବତନ ରାଜ୍ୟପାଳ ତଥା ସୁପ୍ରତିଷ୍ଠିତ ଲେଖିକା ମୃଦୁଳା ସିହ୍ନାଙ୍କ  ପରଲୋକ ହୋଇଛି । ମୃଦୁଳା ପ୍ରାରମ୍ଭରୁ ଜନସଂଘ ସହ ଜଡିତ ଥିବା ସହିତ ବିଜେପିର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମୃଦୁଳାଙ୍କ ନିଧନରେ ଶୋକ ବ୍ୟକ୍ତ କରିବାସହିତ ସେ ସର୍ବଦା ଜନସେବା ଉତ୍ସର୍ଗୀକୃତ ଥିଲେ ବୋଲି କହିଛନ୍ତି । ଜଣେ ସୁଲେଖିକା ଭାବରେ ମୃଦୁଳାଜୀ ସଂସ୍କୃତି ସହିତ ସହିତ୍ୟର ଦୁନିଆରେ ବିଶେଷ ଯୋଗଦାନ ରଖିଥିଲେ ବୋଲଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ରାଷ୍ଟ୍ର, ସମାଜ ଏବଂ ସଙ୍ଗଠନ ପାଇଁ କାର୍ଯ୍ୟ କରିଥିଲେ । ସେ ଏପରି ଜଣେ ଲେଖିକା ଥିଲେ, ଯାହାକୁ ତାଙ୍କ ଲେଖନୀ ସର୍ବଦା ଅମର ରଖିବ ବୋଲି ଶାହା ଟ୍ୱିଟ କରିଛନ୍ତି ।

Smt. Mridula Sinha Ji will be remembered for her efforts towards public service. She was also a proficient writer, making extensive contributions to the world of literature as well as culture. Anguished by her demise. Condolences to her family and admirers. Om Shanti. pic.twitter.com/EmYWcFEb5g

— Narendra Modi (@narendramodi) November 18, 2020

ସୂଚନାଯୋଗ୍ୟ, ନଭେମ୍ବର 27, 1942ରେ ବିହାରର ମୁଜାଫର ପୁରରେ ଜନ୍ମ ଗ୍ରହଣ କରିଥିଲେ ମୃଦୁଳା । ବିବାହ ପରେ ମଧ୍ୟ ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ ମୃଦୁଳା । ଏହାପରେ ଏକାଧିକ କ୍ଷୁଦ୍ର ଗଳ୍ପ ଲେଖିବା ଆରମ୍ଭ କରିଥିଲେ । ମୁଖ୍ୟତଃ ହିନ୍ଦି ଭାଷାରେ ଲେଖୁଥିବା ମୃଦୁଳା ରାଜମାତା ବିଜୟା ରାଜ ସିନ୍ଧିଆଙ୍କ ଉପରେ ‘ଏକ ରାନୀ ଐସା ଭି’ ନାମକ ପୁସ୍ତକ ଲେଖିଥିଲେ । ପରବର୍ତ୍ତୀ ସମୟରେ ସମାନ ନାମରେ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା । ମୃଦୁଳାଙ୍କ ସ୍ବାମୀ ଆର କେ ସିହ୍ନା ବିହାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ସେ 2014 ପର୍ଯ୍ୟନ୍ତ ବିଜେପିର ଜଣେ ସାଧାରଣ କର୍ମୀ ରହିଥିଲେ । ତେବେ 2014ରେ ତାଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଦାୟିତ୍ୱ ପ୍ରଦାନ କରାଯିବା ସହିତ ଅଗଷ୍ଟ 25, 2014ରେ ଗୋଆର ରାଜ୍ୟପାଳ ଭାବରେ ନିଯୁକ୍ତ କରା ଯାଇଥିଲା । ବାଜପେୟୀଙ୍କ ସରକାରରେ ମୃଦୁଳା କେନ୍ଦ୍ରୀୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରହିଥିଲେ।

ସେ ତାଙ୍କ ଜୀବନକାଳ ମଧ୍ୟରେ 46ରୁ ଉର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି । ପୁସ୍ତକ ଏବଂ କ୍ଷୁଦ୍ର ଗଳ୍ପ ଲେଖିଥିବା ମୃଦୁଳାଙ୍କୁ ବାବାସାହେବ ଆମ୍ବେଦକର ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେକ୍ଟ ପ୍ରଦାନ କରାଯାଇଥିଲା । 2017 ମସିହାରେ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ପକ୍ଷରୁ ତାଙ୍କୁ ଆଚାର୍ଯ୍ୟ ତୁଳସୀ କୃତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମୃଦୁଳାଙ୍କ ଏକାଧିକ କାହାଣୀ ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026

ଆଜିଠାରୁ ଦୁଇ ଦିନିଆ ପଞ୍ଜାବ ଏବଂ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 15, 2026

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026
Latest News

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026

ଆଜିଠାରୁ ଦୁଇ ଦିନିଆ ପଞ୍ଜାବ ଏବଂ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 15, 2026

ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଯୋଗୀଙ୍କ ମନ୍ତ୍ରୀଙ୍କ ବଡ଼ ଦାବି: ବିଜେପିରେ ଯୋଗଦେବେ ଅନେକ ସପା ବିଧାୟକ

January 15, 2026

U19 World Cup: ଆଜି ଭାରତ-ଆମେରିକା ମଧ୍ୟରେ ଲଢେଇ, ଜାଣନ୍ତୁ ମ୍ୟାଚ ସମୟ

January 15, 2026

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ: ଗୋଟିଏ ଦିନରେ ୮୯୨ ଟ୍ରେନ୍ ଅଦଳବଦଳ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.