ହରିୟାଣା : ଦେଶର ଯଦିଓ କରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଛି ତଥାପି କରୋନା ପ୍ରଭାବ ରହିଛି । କରୋନା ପାଇଁ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ସ୍ଥଳେ ନଭେମ୍ବର ମାସରୁ ଦେଶର କିଛି ଅଂଶରେ ଶିକ୍ଷାନୁଷ୍ଠାନ ଖୋଲିଛି । ପୂର୍ବରୁ କରୋନା ପାଇଁ ରହିଥିବା କଡାକଡି କଟକଣାରେ ମଧ୍ୟ କୋହଳ କରାଯାଇଛି, ଯାହାର ପରିଣାମ ଏବେ ଦେଖିବାକୁ ମିଳିଛି । ନିକଟରେ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି ।
ହରିୟାଣାର ଦୁଇ ସହରରେ କେତେକ ସ୍କୁଲ ବହୁ ଛାତ୍ରଛାତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି । 12ଟି ସରକାରୀ ସ୍କୁଲର ପ୍ରାୟ 72ରୁ ଉର୍ଦ୍ଧ୍ବ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ କରୋନାଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ପ୍ରଶାସନ ସ୍କୁଲକୁ ତିନି ଦିନ ପାଇଁ ବନ୍ଦ ରଖିଛନ୍ତି । ସଂକ୍ରମିତ ବିଦ୍ୟାର୍ଥୀଙ୍କସମେତ ତାଙ୍କ ପରିବାର ଲୋକଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଉଛି । ହରିୟାଣାର ଜିନ୍ଦ ଜିଲ୍ଲାରେ 11ଜଣ ବିଦ୍ୟାର୍ଥୀ ଓ 8 ଜଣ ଶିକ୍ଷକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରେନା କଟକଣାରେ କୋହଳ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖାଯାଉଛି ।ହରିୟାଣାରେ ସ୍କୁଲପିଲା କରୋନାରେ ଆକ୍ରାନ୍ତ ହେବା ପରେ ଏହାକୁ ନେଇ ଖଟ୍ଟର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।