Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଡିସେମ୍ବର 12 ତାରିଖରେ ଆରମ୍ଭ ହୋଇପାରେ ସାମୁହିକ କୋଭିଡ 19 ଟୀକାକରଣ, ଅନୁମତିକୁ ଅପେକ୍ଷା
ଅନ୍ତରାଷ୍ଟ୍ରୀୟ

ଡିସେମ୍ବର 12 ତାରିଖରେ ଆରମ୍ଭ ହୋଇପାରେ ସାମୁହିକ କୋଭିଡ 19 ଟୀକାକରଣ, ଅନୁମତିକୁ ଅପେକ୍ଷା

November 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Vaccine

ୱାସିଂଟନ, କରୋନା ମହାମାରୀକୁ ନେଇ ବିଚଳିତ ହୋଇଥିବା ବିଶ୍ୱ ବର୍ତ୍ତମାନ ଏହାର ଟୀକା ଉପରେ ନଜର ରଖିଛି। ଏହି ଦିଗରେ ସମସ୍ତ ଦେଶ ଅତୁଳନୀୟ ଉଦ୍ୟମ କରିବାରେ ଲାଗିଛନ୍ତି। ଏହି ସମୟରେ ଟୀକା ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାରେ କରୋନା ଟୀକା କାର୍ଯ୍ୟକ୍ରମର ମୁଖ୍ୟ ମୋନସେଫ ସାଲୁଇ କହିଛନ୍ତି ଯେ କରୋନା ଭୂତାଣୁ ପାଇଁ ପ୍ରଥମ ଟୀକା 11 ଡିସେମ୍ବରରେ ଆମେରିକାରେ ଆରମ୍ଭ ହୋଇପାରେ।

ବାସ୍ତବରେ, କରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକାର ବଡ କଂପାନୀ ଫାଇଜର ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବା FDAକୁ ଏକ ଆବେଦନ କରିଛି। ଏଥିରେ କଂପାନୀ ଟିକାକୁ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଅନୁମତି ମାଗିଛି। ଏହାକୁ ନେଇ 10 ଡିସେମ୍ବରରେ FDAର ଭ୍ୟାକ୍ସିନ୍ ପରାମର୍ଶଦାତା କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

ଆମେରିକୀୟ କମ୍ପାନୀ ଫାଇଜର କରୋନା ଭୂତାଣୁ ପାଇଁ 95% ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରିଛି। ଏହି ଟୀକା ସାଧାରଣ ଲୋକଙ୍କୁ ଦେବା ପାଇଁ ଆମେରିକା ସରକାରଙ୍କ ତରଫରୁ ଜରୁରୀକାଳୀନ ଅନୁମତି ଚାହୁଁଛି। ଫାଇଜର କଂପାନୀ କହିଛି ଅନୁମତି ମିଳିଗଲେ ଏହାର ଜରୁରୀକାଳୀନ ବ୍ୟବହାର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇପାରିବ।

ନ୍ୟୁଜ ଚ୍ୟାନେଲ ସିଏନ୍ଏନ୍ ସହ ଏକ ସାକ୍ଷାତକାରରେ ସାଲୁଇ କହିଛନ୍ତି ଯେ ଯଦି 10 ତାରିଖ  ବୈଠକରେ ଅନୁମତି ଦିଆଯାଏ ତେବେ ତା ପରଦିନ ଏହି ଟିକା ଉପଲବ୍ଧ ହୋଇପାରିବ। ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି କିପରି ଅନୁମୋଦନ ହେବାର 24 ଘଣ୍ଟା ମଧ୍ୟରେ ଟୀକାକରଣ କରାଯିବ।

ତେଣୁ ସୁଲୁଇ ଆଶା କରିଛନ୍ତି ଯେ 11 କିମ୍ବା 12 ଡିସେମ୍ବର ସୁଦ୍ଧା ଏହି ଟୀକାକରଣ ହୋଇପାରେ। ଫାଇଜର କଂପାନୀ କହିଛି ଯେ ଏହି ଟିକା ପରୀକ୍ଷଣର ଅନ୍ତିମ ଫଳାଫଳରୁ ଏହା 95 ପ୍ରତିଶତ ସଫଳ ହୋଇଛି । ତେଣୁ ସାମୁହିକ ଟୀକାକରଣ ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଉଛି। ଯଦି ଆମେରିକାରେ ଏହି ସାମୁହିକ ଟୀକାକରଣ ଆରମ୍ଭ ହୁଏ ତେବେ ଏହା ପୃଥିବୀରେ ପ୍ରଥମ ହେବ। ( ଏଜେନ୍ସି)

କୋଭିଡ19 ଟୀକା
Share. Facebook Twitter LinkedIn Email WhatsApp Copy Link

Related Posts

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

କେବେ ଏବଂ କାହା ବିରୁଦ୍ଧରେ ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍?: ଦେଖନ୍ତୁ ସେପ୍ଟେମ୍ବରର କାର୍ଯ୍ୟସୂଚୀ

August 28, 2026

ଉତ୍ତର ପ୍ରଦେଶରେ ସ୍ୱାଇନ୍ ଫ୍ଲୁରେ ପ୍ରଥମ ମୃତ୍ୟୁ: ମହିଳା ଆକ୍ରାନ୍ତଙ୍କ ପ୍ରାଣହାନୀ

August 28, 2026

ସୁନା ଦର କମିଲା, ରୂପା ମଧ୍ୟ ଶସ୍ତା: ଜାଣନ୍ତୁ ଆଜିର ମୂଲ୍ୟ

August 28, 2026
Latest News

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

ଦେବୀ ନଦୀ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ

August 28, 2026

ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

August 28, 2026

ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ

August 28, 2026

ହୀରାକୁଦର ୧୬ ଗେଟ୍‌ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.