Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଜ ଜାଲରେ ନିଜେ ଫସିଲେ ପ୍ରଦୀପ ପାଣିଗ୍ରାହୀ, ଏବେ ଖାଲି ହେଉଛନ୍ତି ବିଳିବିଳେଇ
ବିଶେଷ ଖବର

ନିଜ ଜାଲରେ ନିଜେ ଫସିଲେ ପ୍ରଦୀପ ପାଣିଗ୍ରାହୀ, ଏବେ ଖାଲି ହେଉଛନ୍ତି ବିଳିବିଳେଇ

December 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଓଡିଶାରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଦୀପ ପାଣିଗ୍ରାହୀଙ୍କ ବୟାନକୁ ପୁଣି ନୂଆ ବିବାଦ ସୃଷ୍ଟି କରିଛି। ନିଜେ ବିବାଦରେ ଛନ୍ଦି ହୋଇ ପ୍ରଦୀପ ଦଳରୁ ବହିଷ୍କୃତ ହେବା ପରେ ଏଭଳି ବୟାନ ଦେବା ପଛରେ କଣ ରହସ୍ୟ ରହିଛି, ତାହା ତାଙ୍କୁ ଜଣା। ହେଲେ ଯେଉଁ ବିବାଦରେ ପ୍ରଦୀପ ପାଣିଗ୍ରାହୀ ଫସିଛନ୍ତି, ତାହା ସାଙ୍ଘାତିକ। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଯୋଗୁ ତାଙ୍କୁ ଦଳରୁ ବିଦା କରାଯାଇଛି।

ଏଥିସହ ଅର୍ଥ ହଡପ ଓ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ପ୍ରଦୀପଙ୍କ ନାଁରେ ଆସୁଛି। କରୋନା କାଳରେ ଗଂଜାମ ଜିଲ୍ଲାବାସୀ ଜୀବନ ଜୀବିକାକୁ ନେଇ ଚିନ୍ତାରେ ଥିଲା ବେଳେ ପ୍ରଦୀପ ଚାର୍ଟର ଫ୍ଲାଇଟରେ ବସି ଜୀବନକୁ ଉପଭୋଗ କରୁଥିଲେ, ଅୟସ କରୁଥିଲେ, ସ୍ୱପ୍ନରେ ଭାସୁଥିଲେ। ଜଣେ ବରିଷ୍ଠ ରାଜନେତାଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଜନବିରୋଧୀ କୁହାଯିବନି ତ ଆଉ କଣ?

ଯେଉଁ ବିଜେଡି ତାଙ୍କୁ ତିନିଥର ବିଧାୟକ ଓ ମନ୍ତ୍ରୀ କରିଥିଲା, ଏହାର କେଉଁ ମୂଲ୍ୟ ଦେଲେ ପ୍ରଦୀପ? ଟାଟା ଗ୍ରୁପ ସହ ଭାବି ଜାମାତାଙ୍କ ସମ୍ପର୍କ ଯୋଡି କୋଟି କୋଟି ଟଙ୍କା ଖାଇବା କଣ ମିଛ? ଏହା ଜନବିରୋଧୀ ନୁହେଁ କି? ନିଜ ବିଧାନସଭା କ୍ଷେତ୍ରର ଶିକ୍ଷିତ ବେକାରଙ୍କ ନିକଟରୁ ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ମୋଟା ଅଙ୍କ ଆଦାୟ କରିବା କଣ ଭଲ ନେତାଙ୍କ ଲକ୍ଷଣ! ଏହା କଣ ଜନବିରୋଧୀ ନୁହେଁ କି ?

ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରେ ଉପରକୁ ଉଠିବା ପରେ ସେହି ନବୀନଙ୍କୁ ସମାଲୋଚନା କରି ନିଜକୁ ବଞ୍ଚାଇବା ଉଦ୍ୟମ କରୁଛନ୍ତି ପ୍ରଦୀପ। ତାହା ସୈତାନର ବେଦ ପାଠ ସଦୃଶ। ସେ ଯେଉଁ ଉଦ୍ଦେଶ୍ୟ ରଖି ବୟାନ ଦେଉଛନ୍ତି, ତାହା କେବେ ବି ସଫଳ ହେବ ନାହିଁ,ଏ କଥା ସେ ବୋଧହୁଏ ଜାଣିପାରୁ ନାହାନ୍ତି।

ପ୍ୟାରୀମୋହନ ମହାପାତ୍ରଙ୍କ ଅମଳର ଷଡଯନ୍ତ୍ର ଦ୍ୱାହି ଦେଇ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସଭାଜନ ହେବାକୁ ବୋଧେ ପ୍ରଦୀପଙ୍କ ମସୁଧା। ତେଣୁ ସେ ବୁଲେଇ ବଙ୍କେଇ ବିଜେଡିରେ ଫାଟ ସୃଷ୍ଟି ଉଦ୍ୟମ ଆରମ୍ଭ କରୁଛନ୍ତି। ଗଣମାଧ୍ୟମ ସାମ୍ନାରେ ନିଜ ଭାବି ସମୁଦିଙ୍କୁ ସର୍ବଶ୍ରେଷ୍ଠ ଅଫିସର ବୋଲି କହିବାକୁ ତାଙ୍କୁ ଲାଜ ବି ଲାଗୁନାହିଁ। ସାରା ରାଜ୍ୟ ଜାଣି ଗଲାଣି ଯେ, ଅଭୟକାନ୍ତ ପାଠକ କିଭଳି ରାଜକୋଷ ଲୁଟ କରି ବିଳାସମୟ ଜୀବନ ବିତାଉଥିଲେ। ଜଙ୍ଗଲ ଲୁଟ କରି ଅଭୟକାନ୍ତ ରାଜ୍ୟକୁ ଯେଉଁ କ୍ଷତି ପହଞ୍ଚାଇଛନ୍ତି, ତାହା କ୍ଷମଣୀୟ କି?

ମହାମାରୀ କରୋନା ସମୟରେ ସରକାର ଲୋକଙ୍କ ଜୀବନ ସୁରକ୍ଷିତ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲା ବେଳେ, ପ୍ରଦୀପଙ୍କ ଭଳି ଜନପ୍ରତିନିଧି କିଭଳି ନିଜ ପରିବାରର ଖୁସି ଚିନ୍ତା କରୁଥିଲେ, ତାହା ପଦାରେ ପଡିଯିବାରୁ ସେ ଭୟଭୀତ ହୋଇ ପଡିଛନ୍ତି। ଲୋକଙ୍କ ବିଶ୍ୱାସରେ ବିଷ ଦେଇ ରାଜ୍ୟକୁ ନର୍କଗାମୀ କରିବା ଚିନ୍ତାରେ ରହିଥିଲେ। ଲୋକଙ୍କ ସେବା କରିବା ବଦଳରେ ସେ ନିଜ ସମ୍ପତ୍ତି କିଭଳି ବଢାଇ ଚାଲି ଥିଲେ,ତାହାର ପ୍ରମାଣ ମିଳି ସାରିଛି।

ଅଧିକ କଣ ସଫେଇ ଦେଇ ନିଜକୁ ସ୍ୱଚ୍ଛ ପ୍ରମାଣ କରିବାକୁ ପ୍ରଦୀପ ଉଦ୍ୟମ କରୁଛନ୍ତି, ତାହା ବିସ୍ମୟ ମନେ ହେଉଛି। ସେ ନିଜ ଜାଲରେ ନିଜେ ପଡିଯାଇଛନ୍ତି। ଏବେ ନିଜକୁ ବଞ୍ଚାଇବେ କି ଭାବି ସମୁଦି ଓ ଜ୍ୱାଇଁଙ୍କୁ ବଞ୍ଚାଇବେ ତାହା କଷ୍ଟକର ବ୍ୟାପାର। କାରଣ ସେ ଯାହା ସଫେଇ ଦେଲେ ବି ରାଇଜସାରା ତାଙ୍କ ଦୁର୍ନାମ ବ୍ୟାପିବ। ଗୋଟେ ଲୋକପ୍ରିୟ ସରକାର ବ୍ରାଣ୍ଡ ନେମ ତାଙ୍କୁ ଏଯାଏ ବିଶିଷ୍ଟ କରିଥିଲା, ଯେଉଁ ଆଧାରରେ ସେ ମହାନ ହୋଇ ପର୍ଯ୍ୟାପ୍ତ ସମ୍ପତ୍ତି ହାତେଇବାକୁ ସମର୍ଥ ହୋଇପାରିଲେ।

ସ୍ୱାଧୀନ ଭାବେ ଥରେ ନିର୍ବାଚନ ଜିଣି ସେ ନିଜ ବିଧାନସଭା ଆସନରୁ ଜିତି ନିଜର ଦକ୍ଷତା ଦେଖାନ୍ତୁ। ସେ ଯେତେ ଯାହା ଲାଭ ହାସଲ କରିଛନ୍ତି ତାହା କେବଳ ବିଜେଡି ଓ ନବୀନଙ୍କ ପାଇଁ। ଏବେ ଯେତେ ଯାହା କହିଲେ ବି ପ୍ରଦୀପ ନିଜ ସ୍ୱାର୍ଥ ସୁରକ୍ଷା ପାଇଁ ବ୍ୟଗ୍ର ବୋଲି ବୁଝିବାକୁ ହେବ। ତେଣୁ ରାଜକୋଷ ଲୁଟ କରି ନିଜକୁ ସତୀ କହିଲେ କିଏ ଶୁଣିବ।

ନବୀନ-ନବୀନ। ଅତିତରେ ତାଙ୍କ ସହ ଯିଏ ବି ବେଇମାନି କରିଛି ସେ ଦଣ୍ଡ ପାଇଛି। କାରଣ ନବୀନଙ୍କ ଭଳି ଜଣେ ନିଃସ୍ୱାର୍ଥପର ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ବରଦାସ୍ତ କରନ୍ତି ନାହିଁ କି କାହାକୁ ଓଡିଶା ବିରୋଧୀ ହେବାକୁ ସୁଯୋଗ ଦିଅନ୍ତି ନାହିଁ। ଅନେକବାର ଏହାର ପ୍ରମାଣ ମିଳିଛି। ଆଜି ପ୍ରଦୀପ ଗର୍ଜୁଛନ୍ତି ନିଜ ସ୍ୱାର୍ଥ ପାଇଁ, ହେଲେ ଏହା ଯେ ଭବିଷ୍ୟତରେ ପ୍ରଦୀପଙ୍କ ପାଇଁ ଖୁବ ମହଙ୍ଗା ପଡିବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ପ୍ରଦୀପ ପାଣିଗ୍ରାହୀ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Latest News

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.