Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ବଜାରରେ ହ୍ରାସ ପାଉଛି ସୁନା ଓ ରୂପାର ମୂଲ୍ୟ, ଜାଣନ୍ତୁ କାରଣ କ’ଣ
ଆଜିର ଖବର

ଭାରତୀୟ ବଜାରରେ ହ୍ରାସ ପାଉଛି ସୁନା ଓ ରୂପାର ମୂଲ୍ୟ, ଜାଣନ୍ତୁ କାରଣ କ’ଣ

December 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁନା ମୂଲ୍ୟ
ସୁନା ଦର କମିଲା, ରୂପା ମଧ୍ୟ ଶସ୍ତା: ଜାଣନ୍ତୁ ଆଜିର ମୂଲ୍ୟ

ଭୁବନେଶ୍ୱର : ଭାରତୀୟ ବଜାରରେ ଲଗାତର ସୁନା ଓ ରୂପା ଦାମ କମିବାରେ ଲାଗିଛି  । ଗତ ଚାରି ମାସ ତଳେ ସୁନା ଦର ଯେତିକି ଥିଲା, ସେଥିରେ ଆଜି ସାତ ହଜାର ଟଙ୍କା କମିଯାଇଛି  । ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ଚାରି ହଜାର ହ୍ରାସ ପାଇଛି  । ଅଗଷ୍ଟ 10 ତାରିଖରେ 24 କ୍ୟାରେଟ ସୁନା ଦର 56 ହଜାର ଟଙ୍କା ହୋଇଥିବାବେଳେ ଏବେ ତାହାର ମୂଲ୍ୟ 48 ହଜାର 900ଟଙ୍କା ହୋଇଛି  ।

ଦୀପାବଳି ଓ ଧନତେରସ ଯିବା ପରେ ସୁନାର ଚାହିଦା ହଠାତ କମିଯାଇଛି  । ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ 10 ଗ୍ରାମ ପିଛା 1475 ଟଙ୍କା ହ୍ରାସ ପାଇଛି  । ଅପରପକ୍ଷରେ ରୂପା ଦର 1417 ଟଙ୍କା କମିଯାଇଛି  ।

ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବିଶ୍ୱର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି । ଫଳରେ ଲୋକମାନେ ଷ୍ଟକ ବଜାର ଅପେକ୍ଷା ସୁନା ଉପରେ ନିବେଶ କରିଥିଲେ । ଯେଉଁଥିପାଇଁ କରୋନା କାଳରେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଥିଲା । କିନ୍ତୁ ଏବେ ଧିରେଧିରେ ଆର୍ଥିକ ସ୍ଥିତି ସୁଧୁରିବା ଆରମ୍ଭ କରିଛି । ଷ୍ଟକ ବଜାରରେ ବି ନିବେଶକମାନଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିପରି ବିବାହ, ଧନତେରସ ପାଇଁ ଲୋକମାନେ ବିପୁଳ ସୁନା କ୍ରୟ କରିବାକୁ ବାଧ୍ୟ ହୋଇଥିଲେ  । କିନ୍ତୁ ଚାହିଦା ନଥିବାରୁ ସୁନା ଦର କମିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.