Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାତ୍ର 90 ଟଙ୍କାରେ ଇଟାଲୀର ଏହି ଅଞ୍ଚଳରେ ଆପଣ କିଣିପାରିବେ ଘର
ଅନ୍ତରାଷ୍ଟ୍ରୀୟ

ମାତ୍ର 90 ଟଙ୍କାରେ ଇଟାଲୀର ଏହି ଅଞ୍ଚଳରେ ଆପଣ କିଣିପାରିବେ ଘର

December 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇଟାଲୀ : ଇଟାଲୀର ଏହି ଗ୍ରାମରେ ମାତ୍ର 90 ଟଙ୍କାରେ ଆପଣ ଘର ପାଇପାରିବେ। ଇଟାଲୀର ମୋଲିଝୋ କ୍ଷେତ୍ରର ମଧ୍ୟକାଳୀନ ଗ୍ରାମ କାଷ୍ଟ୍ରୋପିନାନୋର ଜନସଂଖ୍ୟା 900 ଅଟେ । ଏଠାରେ ରହିଥିବା ଖାଲି ଘର ପାଇଁ ପ୍ରଶାସନ ଏକ ଉତ୍ତମ  ଯୋଜନା ବାହାର କରିଛନ୍ତି । ପ୍ରଶାସନ ଏହି ଗ୍ରାମରେ ଖାଲିଥିବା ଘରଗୁଡିକୁ ଏକ ୟୁରୋ ବା ମାତ୍ର 90 ଟଙ୍କା ରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହି ଘରଗୁଡିକୁ ଆପଣ କିଣିସାରିବା ପରେ ଏହାର ମରାମତି କରି ରହିପାରିବେ ।

Castropignano: the Italian village selling $1 houses | CNN Travel

କାଷ୍ଟ୍ରୋପିନାନୋ ହେଉଛି ସବୁଠୁ ଶସ୍ତାରେ ଘର ଦେଉଥିବା ପ୍ରଥମ ଗ୍ରାମ । 1930 ମସିହାରେ ଏଠାରେ 2500 ଲୋକ ରହୁଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏଠାରୁ କିଛି ଲୋକେ ବାହାରକୁ ଚାଲିଯାଇଥିଲେ । 1960 ପରେ ଅଧିକାଂଶ ଯୁବକ ରୋଜଗାର ଓ ଅନ୍ୟ କାର୍ଯ୍ୟ ପାଇଁ ଏହି ଗ୍ରାମକୁ ଛାଡି ଦେଇଥିଲେ । ଏହିଗ୍ରାମରେ ଅଧିକାଂଶ ଲୋକଙ୍କ ବୟସ ସୀମା 70 ବର୍ଷ । ଏହି ଗ୍ରାମରେ 60 ପ୍ରତିଶତ 70 ବର୍ଷର ଉଦ୍ଧ୍ବ ବୟସ୍କ ବାସ କରନ୍ତି । ପ୍ରଶାସନ ଏହି ଗ୍ରାମରେ ପୁଣି ଥରେ ଜନବସତି ସ୍ଥାପନ ପାଇଁ ଉଦ୍ୟମ ଚଳାଇଛି । ଏଥିପାଇଁ ଏଠାରେ ଶସ୍ତାରେ ଲୋକଙ୍କୁ ଘର ଯୋଗାଉଛି । ଏହି ଗ୍ରାମ ନିକଟରେ ସମୁଦ୍ରତଟ ରହିଛି । ତେବେ ପ୍ରଥମ ଚରଣରେ ଏହି ଅଞ୍ଚଳରେ 100 ଟି ଘର ବିକ୍ରି ପାଇଁ ଯୋଜନା ରହିଛି । ନିୟମାନୁସାରେ ଘର କିଣିବାର ତିନି ବର୍ଷ ଭିତରେ ଘରକୁ ମରାମତି କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ 2000 ୟୁରୋ ଅର୍ଥାତ୍‌ 1 ଲକ୍ଷ 78 ହଜାର 930ଟଙ୍କା ଗ୍ୟାରେଣ୍ଟି ଆକାରରେ ଜମା କରିବାକୁ ପଡିବ । ଘର ମରାମତି ହେବା ପରେ ଏହି ଅର୍ଥକୁ ଫେରସ୍ତ ଦିଆଯିବା ନେଇ ସୂଚନା ରହିଛି । ଏହି ଅଞ୍ଚଳରେ ଜନବସତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶସ୍ତାରେ ଘର ଯୋଗାଇଦେବାକୁ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି ।

Castropignano Bruno Sardella-2

Castropignano italy
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.