ଭୁବନେଶ୍ବର: ପାଖେଇଲାଣି ଦୀପାବଳି। ଏହିଦିନ ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ସାଧାରଣତଃ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ ୧- ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ…
Author: SM Network
ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୫-୨୬ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ସମନ୍ୱିତ ନେଟ ଲାଭରେ ବାର୍ଷିକ ୧୨.୮ ପ୍ରତିଶତ ବୃଦ୍ଧି ପାଇ ୭,୩୭୯ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୫୦ କୋଟି ଅତିକ୍ରମ କରି ୫୦ କୋଟି ୬୪ ଲକ୍ଷ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଜିଓ ପ୍ଲାଟଫର୍ମସର ପରିଚାଳନାରୁ ରାଜସ୍ୱ ସେପ୍ଟେମ୍ବର ତ୍ରୈମାସିକରେ ୧୪.୬ ପ୍ରତିଶତ ବୃଦ୍ଧି ପାଇ ୩୬,୩୩୨ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ସମାନ ଅବଧିରେ ୩୧,୭୦୯ କୋଟି ଟଙ୍କା ଥିଲା। ଏହି ତ୍ରୈମାସିକରେ ଜିଓର ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ସେବାରେ ପ୍ରତି ମାସରେ ୧୦ ଲକ୍ଷ ଘର ଓ ପରିସରକୁ ବ୍ରଡ଼ବ୍ୟାଣ୍ଡ ସହ ସଂଯୁକ୍ତ କରାଯାଇଛି। ଏଥିସହିତ ସାରା ଦେଶରେ ୨ କୋଟି ୩୦ ଲକ୍ଷ…
ଉପେନ୍ଦ୍ର ବଳିୟାରସିଂହ ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।” ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।” ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ରୂପରେ ଦର୍ଶନ ଦେଲେ, ସେତେବେଳେ ତୁଳସୀ ଦାସ କାହିଁକି କହିଲେ, ଆପଣଙ୍କର ଏହି ରୂପକୁ ମୁଁ ଦେଖିବାକୁ ଚାହେଁ ନାହିଁ। ମୋତେ ଧନୁର୍ଦ୍ଧାରୀ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅନ୍ତୁ।” ଏହା କ’ଣ ଜ୍ଞାନର କଥା ଥିଲା?” ଏପରି ଭାବରେ ତୁଳସୀ ଦାସଜୀ ତାଙ୍କୁ ଭିନ୍ନ ବୋଲି କେମିତି ବୁଝିଲେ?” ମା’ ଉତ୍ତର ଦେଲେ “ବତ୍ସ! ତୁମେ କହୁଛ ନା ତୁଳସୀ ଦାସ ଜ୍ଞାନୀ ଥିଲେ ଏବଂ ଭକ୍ତ ମଧ୍ୟ ଥିଲେ। ସେ ତ ଜ୍ଞାନର କଥା କହିଲେ, ତୁମେ ମୋତେ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅ। ମୁଁ ଆପଣଙ୍କର ଏହି (କୃଷ୍ଣ ରୂପ) ରୂପ ଦର୍ଶନ କରିବାକୁ…
ଭୁବନେଶ୍ୱର: ରାଜ୍ୟର ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳରେ ଅଧ୍ୟୟନରତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସରକାର ତୁରନ୍ତ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି। ସୂଚନାଥାଉକି, ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଓ.ବି.ସି., ଏସ୍.ଇ.ବି.ସି., ଇ.ବି.ସି. ଏବଂ ଡି.ଏନ୍.ଟି. ଆଦି ବର୍ଗର ଛାତ୍ରଛାତ୍ରୀମାନେ ପ୍ରି-ମାଟ୍ରିକ୍ ସ୍କଲାରସିପ୍ ପାଇବା ପାଇଁ ଯୋଗ୍ୟ ଅଟନ୍ତି। କେବଳ ସରକାରୀ ବିଦ୍ୟାଳୟରେ ପାଠପଢ଼ୁଥିବା ଏହିସବୁ ବର୍ଗର ପିଲାମାନେ ଉକ୍ତ ସୁବିଧା ପାଇ ଆସୁଛନ୍ତି। ମାତ୍ର ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମନେ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ସବୁପିଲାଙ୍କୁ ସମାନ ସୁବିଧା ଯୋଗାଇଦେବା ଓ ଓଡ଼ିଶାର ବିକାଶ କଥା ସରକାର କହୁଥିଲା ବେଳେ ପିଲାମାନଙ୍କ ମଧ୍ୟରେ ତାରତମ୍ୟ ରହିବା ଉଚିତ ନୁହେଁ। ଏହାର ମାନସିକ ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡ଼ିବ।…
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ “ଡାଲି ଆତ୍ମନିର୍ଭରଶୀଳତା ମିଶନ” ଏବଂ “ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା” ସମ୍ପର୍କରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକ ସମୟରେ ଶ୍ରୀ ଚୌହାନ ଏହି ଯୋଜନାଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ସେ ଖୁବ୍ ଶୀଘ୍ର ୧୧ଟି ମନ୍ତ୍ରଣାଳୟର ମନ୍ତ୍ରୀମାନଙ୍କ ସହିତ ଏକ ବୈଠକ କରିବେ। ବୈଠକରେ ଜିଲ୍ଲାସ୍ତରରେ କ୍ଲଷ୍ଟର ଗଠନ କରି ‘ଡାଲି ଆତ୍ମନିର୍ଭରଶୀଳତା ମିଶନ’କୁ ଗତିଶୀଳ କରିବା ନିଷ୍ପତ୍ତି ନିଆଯାଇ, ରାଜ୍ୟଗୁଡ଼ିକର ସହଯୋଗ ଲୋଡାଯାଉଛି। ଏହା ବ୍ୟତୀତ, ତୃଣମୂଳ ସ୍ତରରେ ‘ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା’ର ଉତ୍ତମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାକୁ ଶ୍ରୀ ଚୌହାନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଧାର୍ଯ୍ୟ ସମୟରେ ‘ଡାଲି ଆତ୍ମନିର୍ଭରଶୀଳତା…
ନୂଆଦିଲ୍ଲୀ: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସିଠାରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିଛନ୍ତି। ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୧୨୦ଟି ମଧ୍ୟରୁ ଜିଲ୍ଲାର ୧୫ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି। କୁର୍ସି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତବର୍ଷ ଏକାଦଶ ଶ୍ରେଣୀରେ କଳା ବିଭାଗରେ ୯୮ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ଗୌରୀଶଙ୍କର ମାଝୀ, ନରସିଂହ ଭତ୍ରା, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ଵର: ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅନୁକରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀଯୁକ୍ତ ବିଭୁ ନାୟାରଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ସହକାରେ ଏହି ସମ୍ମାନ ସମଗ୍ର କେନ୍ଦୁଝରବାସୀଙ୍କର ବୋଲି କହିଛନ୍ତି। ଏଥିସହ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନ ଆମର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକର ସାମୂହିକ ପ୍ରୟାସର ପ୍ରମାଣ ବୋଲି କହିଛନ୍ତି। ଆହୁରିମଧ୍ୟ ଶ୍ରୀ ସିଂହ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଓ ଯେଉଁମାନେ ଏହାର ସର୍ବାଧିକ ଆବଶ୍ୟକତା ରଖିଛନ୍ତି ସେମାନଙ୍କୁ କିପରି ଲାଭ ମିଳିବ ତାହା ଆମର ଲକ୍ଷ୍ୟ ବୋଲି…
ଭୁବନେଶ୍ୱର: ଚଳିତ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ୪୦ ଜଣ ନେତାଙ୍କୁ କଂଗ୍ରେସ ସ୍ଥାନ ଦେଇଛି। କଂଗ୍ରେସ ପ୍ରାର୍ଥୀ ଘସିରାମ ମାଝୀଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକ ମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି। ସେମାନେ ହେଲେ….
ମେଷ: ବିନିଯୋଗର ସୁଖଦ ଫଳାଫଳ ମିଳିବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ଯେତେବେଳେ କୈଣସି ବଡ଼ ପ୍ରତିବନ୍ଧକ ଦୂର ହୁଏ ସେତେବେଳେ ସୁଖ ମିଳିବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବିବାଦ କାରଣରୁ ଦ୍ୱନ୍ଦ୍ୱ ସମ୍ଭବ। କାରବାରକୁ ଶୀଘ୍ର କର ନାହିଁ। ବୃଷ: ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ହେବ। ଆୟ ଜାରି ରହିବ। ବ୍ୟସ୍ତ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କଠାରୁ ଆଶା ପୂରଣ ନ କରିବାରୁ ଦୁଃଖ ହେବ। କାର୍ଯ୍ୟ ବିଳମ୍ବ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପାରିବାରିକ ଚିନ୍ତା ରହିବ। ମିଥୁନ: ବ୍ୟବସାୟ ଯାତ୍ରା ସଫଳ ହେବ। ଖରାପ ଟଙ୍କା ପୁନରୁଦ୍ଧାର ହୋଇପାରିବ। ଲାଭ ସୁଯୋଗ ଆସିବ। ଭାଗ୍ୟ ତୁମ ସହିତ ରହିବ। ବ୍ୟବସାୟରେ…
ଭୁବନେଶ୍ଵର: ଆସନ୍ତା ପର୍ବପର୍ବାଣୀ ସମୟରେ ଯାତ୍ରୀମାନଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ୧୮.୧୦.୨୦୨୫ (ଶନିବାର) ଏବଂ ୧୯.୧୦.୨୦୨୫ (ରବିବାର) ତାରିଖରେ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଚଲାଇବ। ୧. ଟ୍ରେନ୍ ନଂ.୦୨୮୧୧ (ଭୁବନେଶ୍ୱର-ଯଶବନ୍ତପୁର) ସ୍ୱତନ୍ତ୍ର ଟ୍ରେନ୍, ଶନିବାର ଅର୍ଥାତ୍ ୧୮.୧୦.୨୦୨୫ ଦିନ ୧୯.୧୫ ଘଣ୍ଟାରେ (ସନ୍ଧ୍ୟା ୭.୧୫ ଘଟିକା) ଭୁବନେଶ୍ୱରରୁ ଛାଡ଼ିବ ଏବଂ ରବିବାର ମଧ୍ୟରାତ୍ରି ୧୨.୧୫ ଘଣ୍ଟାରେ ଯଶବନ୍ତପୁରରେ ପହଞ୍ଚିବ। ୨. ଟ୍ରେନ୍ ନଂ.୦୨୮୩୧ (ଧନବାଦ-ଭୁବନେଶ୍ୱର) ସ୍ୱତନ୍ତ୍ର ଟ୍ରେନ୍ ୧୮.୧୦.୨୦୨୫ ଏବଂ ୧୯.୧୦.୨୦୨୫ ରେ ଧାନବାଦରୁ ସନ୍ଧ୍ୟା ୧୬.୦୦ ଘଣ୍ଟାରେ (ସନ୍ଧ୍ୟା ୪.୦୦ ଘଟିକା) ଛାଡ଼ିବ ଏବଂ ପରଦିନ ୭.୪୫ ଘଣ୍ଟାରେ ଭୁବନେଶ୍ୱରରେ ପହଞ୍ଚିବ। ୩. ଟ୍ରେନ୍ ନମ୍ବର ୦୨୮୩୨ (ଭୁବନେଶ୍ୱର-ଧାନବାଦ) ସ୍ୱତନ୍ତ୍ର ଟ୍ରେନ୍ ୧୮.୧୦.୨୦୨୫ ଏବଂ ୧୯.୧୦.୨୦୨୫ ରେ ଭୁବନେଶ୍ୱରରୁ ୨୦.୨୫ ଘଣ୍ଟା (ରାତି ୮.୨୫ ଘଟିକା) ରେ ଛାଡିବ ଏବଂ ପରଦିନ ୧୧.୦୦ ଘଣ୍ଟାରେ (ସକାଳ ୧୧ ଘଟିକା) ଧାନବାଦରେ ପହଞ୍ଚିବ।…
ନୂଆଦିଲ୍ଲୀ: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମରସୁରିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇ କହିଛନ୍ତି ଯେ, ତାଙ୍କ ଗସ୍ତ ଐତିହାସିକ ଏବଂ ବହୁମୁଖୀ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ନୂତନ ପ୍ରେରଣା ଦେବ। ଶ୍ରୀ ମୋଦୀ ଚଳିତ ବର୍ଷ ଏପ୍ରିଲରେ ତାଙ୍କର ଶ୍ରୀଲଙ୍କା ଗସ୍ତକୁ ମନେ ପକାଇଛନ୍ତି, ଏହି ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକଙ୍କ ସହ ସହଯୋଗର ସମସ୍ତ କ୍ଷେତ୍ର ଉପରେ ଫଳପ୍ରଦ ଆଲୋଚନା କରିଥିଲେ। ଦୁଇ ନେତା ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ନବସୃଜନ ବିକାଶ ସହଯୋଗ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣ ସମେତ ଅନେକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦୁଇ ଦେଶର ସହଭାଗୀ ବିକାଶ ଯାତ୍ରାରେ ଏକାଠି କାମ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦିସାନାୟକଙ୍କୁ…
ବାଣପୁର: ବାଣପୁର ସ୍ଥିତ ଭେଟେଶ୍ଵର ପଞ୍ଚାୟତ ଅନ୍ତର୍ଗତ ବୋରିଗାଁ ଗ୍ରାମ ନିବାସୀ କାଗଜୀ ପାଇକରାୟଙ୍କ ଚଳିତ ମାସ ୩ ତାରିଖରେ ଆକସ୍ମିକ ଦେହାନ୍ତ ହୋଇଯାଇଛି। ଦିବଙ୍ଗତ ଆତ୍ମାର ସଦଗତି କାମନା ପାଇଁ ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୂର୍ଗା ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ବୋରିଗାଁ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସ୍ଵର୍ଗତ ପାଇକରାୟଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କର ସାଥୀବତ୍ସଳତା, କର୍ମତତ୍ପରତା ଓ ପ୍ରକୃତିପ୍ରେମୀ ଗୁଣ ଗୁଡ଼ିକ ବିଷୟରେ ନିମନ୍ତ୍ରିତ ଅତିଥି ଏବଂ ସମ୍ପର୍କୀୟମାନେ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏ ଦୁଃଖଦ ସମୟରେ ସ୍ଵର୍ଗତ ପାଇକରାୟଙ୍କ ପ୍ରିୟଜନ ଓ ପରିବାରବର୍ଗଙ୍କୁ ଇଶ୍ଵର ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ, ତାହା ଅତିଥିମାନଙ୍କ ଦ୍ଵାରା କାମନା କରାଯାଇଥିଲା। ତେବେ ଏହା ପୂର୍ବରୁ ସକାଳେ ଗୀତା ପାଠ, ଭାଗବତ ପାଠ କରାଯାଇଥିଲା। ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଭଜନ ଜଣାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
ଭୁବନେଶ୍ୱର: ଭାଇରଲ୍ ଡାଇଗ୍ନୋଷ୍ଟିକ୍ସରେ ଉଚ୍ଚମାନର ନିର୍ଣ୍ଣୟ ସେବା, ଗବେଷଣା ଏବଂ ଗୁଣବତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତ ଏମ୍ସ ଭୁବନେଶ୍ୱରର ଭାଇରାଲ୍ ରିସର୍ଚ୍ଚ ଏବଂ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (ଭିଆର୍ଡିଏଲ୍) କୁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଉଚ୍ଚକାର୍ଯ୍ୟକ୍ଷମ ପ୍ରୟୋଗଶାଳାଗୁଡ଼ିକୁ ସମ୍ମାନିତ କରିବା ଏବଂ ଜାତୀୟ ଭିଆର୍ଡିଏଲ୍ ନେଟୱାର୍କର ବିକାଶ ପ୍ରକ୍ରିୟାକୁ ମୂଲ୍ୟାଙ୍କନ କରିବା ପାଇଁ ସ୍ୱାସ୍ଥ୍ୟ ଗବେଷଣା ବିଭାଗ (ଡିଏଚ୍ଆର) ଦ୍ୱାରା ନୂଆଦିଲ୍ଲୀର ମାନେକ୍ଶା କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ଭିଆର୍ଡିଏଲ୍ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ନିକଟରୁ ଏମ୍ସ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ବୈଜୟନ୍ତୀମାଳା ମିଶ୍ର ଏବଂ ଗବେଷଣା ବିଭାଗର ଆସୋସିଏଟ୍ ଡିନ୍ ତଥା ଶିଶୁ ରୋଗ ବିଶେଷଜ୍ଞ ଡ. ଭାଗୀରଥି ଦ୍ୱିବେଦୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ଡିଏଚ୍ଆର୍ ସଚିବ…
ଭୁବନେଶ୍ୱର: ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ- ୩.୦ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଡିଏଭି ପୋଖରୀପୁଟ ଏବଂ ବିଏମ୍.ୟୁ ମୁଜଲ ୟୁନିଭରସିଟି ଗୁରୁଗାଓଁ ନୂଆଦିଲ୍ଲୀ ମିଳିତ ଭାବେ ଆୟୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଡିଏଭି ଜୋନ୍ ଏଫ୍.ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଉଦ୍.ଘାଟନ କରି ଆଧୁନିକ ଯୁଗରେ ଏ.ଆଇର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବିଏମ୍.ୟୁ ୟୁନିଭରସିଟିର ଦୁଇ ଜଣ ପ୍ରଫେସର ଡକ୍ଟର ଅତୁଲ ମିଶ୍ର ଏବଂ ଡକ୍ଟର ଯୋଗେଶ କୁମାର ଯୋଗଦେଇ ପିଲାମାନଙ୍କୁ ଏ.ଆଇ, ଏମ୍.ଏଲ୍, ଡି.ଏଲ୍ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଶିକ୍ଷାନୁଷ୍ଠାନ ଭୁବନେଶ୍ୱର, କଟକ, ଭଦ୍ରକ, ପୁରୀ ସମେତ ବି.ଜେ.ଇ.ଏମ୍, କିଟ୍, ସାଇ ଏବଂ ଜାଭିୟର ଭଳି ୨୦ ରୁ ଅଧିକ ବିଦ୍ୟାଳୟର ଛାତ୍ରାଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଡିଏଭି ଚନ୍ଦ୍ରଶେଖରପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା…
ନୂଆଦିଲ୍ଲୀ: ଇଜିପ୍ଟର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ବଦର ଅବଦେଲାଟି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଗାଜା ଶାନ୍ତି ଚୁକ୍ତିନାମାରେ ଇଜିପ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ରାଷ୍ଟ୍ରପତି ସିସିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ଏହା ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବ। ବୈଦେଶିକ ମନ୍ତ୍ରୀ ଅବଦେଲାଟି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଗସ୍ତ ସମୟରେ ଅନୁଷ୍ଠିତ ପ୍ରଥମ ଭାରତ-ଇଜିପ୍ଟ ରଣନୈତିକ ଆଲୋଚନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ପ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି।
ଖୋର୍ଦ୍ଧା: ଜିଲ୍ଲା ସଦର ମହକୁମା ହାବେଳୀ ପଡିଆଠାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନ, ଓର୍ମାଷ, ଖୋର୍ଦ୍ଧା ମିଳିତ ଆନୁକୁଲ୍ୟରେ ପବିତ୍ର ଆଲୋକର ପର୍ବ ଦୀପାବଳୀ -୨୦୨୫ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପାବଳୀ (ଦୀୱାଲୀ) ଷ୍ଟଲକୁ ଉଦ୍ଘାଟନ କରିଛନ୍ତି। ଉକ୍ତ ଦୀପାବଳୀ ଷ୍ଟଲରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ମୁଖ୍ୟତଃ ଦୀପାବଳୀ ପାଇଁ ବିଭିନ୍ନ ପ୍ରକାରର ମାଟି ନିର୍ମିତ ଦୀପ, ଲଣ୍ଠନ, ଝାଡୁ, ତେଲ ଓ ମହମବତୀ ଇତ୍ୟାଦି ବିକ୍ରି କରାଯାଉଅଛି। ଏହାକୁ ପରିଚାଳନା କରିବା ପାଇଁ ସାଇବାବା ଉତ୍ପାଦକ ଗୋଷ୍ଠୀ, ଗୋଡ଼ିପଡ଼ା, ଖୋର୍ଦ୍ଧାଙ୍କୁ ଦାୟିତ୍ବ ଦିଆଯାଇଅଛି। ଏହି ଷ୍ଟଲ ଟି ଆସନ୍ତା ଦୀପାବଳୀ ପର୍ଯ୍ୟନ୍ତ ଚାଲୁ ରହିବ। ଆଜିର ଏହି ଦୀପାବଳୀ (ଦୀୱାଲୀ) ଷ୍ଟଲ ର ଉଦ୍ଘାଟନୀ…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଅକ୍ଟୋବର ୧୯ ତାରିଖ ରବିବାରଠାରୁ ଆରମ୍ଭ ହେଉଛି। ଏହି ସିରିଜର ପ୍ରଥମ ଦିନିକିଆ ପର୍ଥରେ ଖେଳାଯିବ। ଭାରତୀୟ କ୍ରିକେଟ୍ ଦଳ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଖେଳୁଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ଦିନିକିଆ ସିରିଜରେ ବ୍ୟାଟସମ୍ୟାନ୍ ଭାବରେ ଖେଳିବେ। ତଥାପି ବର୍ଷା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆର ଖେଳ ନଷ୍ଟ କରିପାରେ। AccuWeather.com ର ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୯ ତାରିଖରେ ପର୍ଥରେ ବର୍ଷା ହେବାର ସମ୍ଭାବନା ଅଛି। ପ୍ରଥମ ଦିନିକିଆ ପାଇଁ ପର୍ଥରେ ପାଗ କିପରି ରହିବ?: ଅକ୍ଟୋବର ୧୯ ତାରିଖରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ପର୍ଥରେ ଖେଳାଯିବ। ସକାଳେ ହାଲୁକା ପବନ ହେବାର ସମ୍ଭାବନା ଅଛି, କିନ୍ତୁ ଠାରେ-ଦୁଇଥର ବର୍ଷା ଖେଳକୁ ବାଧା ଦେଇପାରେ। ସକାଳେ ଅଳ୍ପ ସମୟ ପାଇଁ ବର୍ଷା ହେବା…
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ବ୍ଲକ୍, ତହସିଲ, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗ ଏବଂ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟ ଗୁଡିକର ଅବସର ଗ୍ରହଣ କରିଥିବା ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ତୃତୀୟ ଶ୍ରେଣୀ କର୍ମଚାରୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ସ୍ଥଗିତ ଥିବା ସାମୟିକ ଓ ପରିବାର ପେନସନ କେସ ଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଅଧିକାରୀ ମାନଙ୍କୁ ପଚାରି ବୁଝି ସମୀକ୍ଷା କରିଥିଲେ। ଯେଉଁ କର୍ମଚାରୀ ମାନଙ୍କର ଉଚ୍ଚ ନ୍ୟାୟାଳୟରେ କେସ ଅଛି ସେଗୁଡିକୁ ଛାଡି ସମସ୍ତ ଅବସର କର୍ମଚାରୀ ମାନଙ୍କ ସାମୟିକ ପେନସନ ତୁରନ୍ତ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଯେଉଁ କର୍ମଚାରୀ ମାନଙ୍କ ଭିଜିଲାନ୍ସ କେସ…
ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିୟ ପ୍ରଧାନମନ୍ତ୍ରୀ ଟୋନି ଏବଟ୍ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ୨୧ ଶତାବ୍ଦୀ ହେଉଛି ଭାରତର ଶତାବ୍ଦୀ, ଏବଂ ଭାରତର ପ୍ରଧାନମନ୍ତ୍ରୀ ଆଗାମୀ ଚାରିରୁ ପାଞ୍ଚ ଦଶନ୍ଧି ମଧ୍ୟରେ ବିଶ୍ୱର ନେତୃତ୍ୱ ନେଇପାରନ୍ତି। ଟୋନି କହିଛନ୍ତି ଯେ, ଭାରତ ଏବେ ଏକ ବିଶ୍ୱ ଶକ୍ତି ଭାବରେ ଉଭା ହେଉଛି ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍କୁ ମୁକାବିଲା କରିବା ପାଇଁ ଏକ ଗଣତାନ୍ତ୍ରିକ ଶକ୍ତି ଭାବରେ ଏହାର ଭୂମିକା ଗ୍ରହଣ କରିବା ଉଚିତ। ଏହାସହିତ ଅଷ୍ଟ୍ରେଲିଆ ସହିତ ମଜବୁତ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ହେବା ଉଚିତ। ଟୋନି ଏବଟ୍ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏକ ସଙ୍କେତ, ଯାହା ଗଣତାନ୍ତ୍ରିକ ଦେଶଗୁଡିକ ଚୀନ୍ଠାରୁ ନିଜକୁ ଦୂରେଇ ନେଉଛନ୍ତି। ସେ ଚୀନ୍, ପାକିସ୍ତାନ ଏବଂ ଆମେରିକା ସହିତ ଭାରତର ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସି. ବି. ଆଇ.) ଦ୍ୱାରା ଆୟୋଜିତ ‘‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ୱାନ ଏବଂ ରଣନୀତି” ଶୀର୍ଷକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ସଚିବ, ବୈଦେଶିକ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିଶ୍ୱସ୍ତରରେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଜାତୀୟ ସୁରକ୍ଷାର ସମସ୍ତ ଦିଗ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସେ କହିଥିଲେ, ଦେଶ ଭିତରେ ଦୁର୍ନୀତି, ଅପରାଧ ଏବଂ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତି ବଜାୟ ରଖିବା ସହିତ, ଭାରତର ସୀମା ବାହାରେ ଏଭଳି କାର୍ଯ୍ୟକଳାପ କରୁଥିବା ଲୋକଙ୍କ ପ୍ରତି ମଧ୍ୟ…
ଭୁବନେଶ୍ଵର: ୟୁରୋପୀୟ ୟୁନିଅନ (ଇୟୁ)ର ଗବେଷଣା ଏବଂ ଉଦ୍ଭାବନ ପରାମର୍ଶଦାତା ଡକ୍ଟର ବିବେକ ଭି. ଧାମଙ୍କ ନେତୃତ୍ୱରେ ଭାରତ ପରିଦର୍ଶନରେ ଆସିଥିବା ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରକୁ ଗସ୍ତ କରିଛନ୍ତି। ଏହାର ଉଦ୍ଦେଶ୍ୟ – ୟୁରୋପୀୟ ପ୍ରତିଷ୍ଠାନ ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଗବେଷଣା, ନବସୃଜନ ଓ ଶିକ୍ଷାକ୍ଷେତ୍ରରେ ସହଯୋଗ ଓ ସମ୍ଭାବ୍ୟ ଅବସର ସନ୍ଧାନ କରିବା। ଫ୍ରାନ୍ସ, ଜର୍ମାନୀ, ହଙ୍ଗେରୀ, ନେଦରଲ୍ୟାଣ୍ଡ ଏବଂ ଚେକ୍ ଗଣରାଜ୍ୟ ସହିତ ଏକାଧିକ ଇୟୁ ସଦସ୍ୟ ଦେଶର ପ୍ରତିନିଧିମାନେ ଏହି ଦଳରେ ସମ୍ମିଳିତ ଥିଲେ। ସେମାନେ ଆଇଆଇଟି ଭୁବନେଶ୍ୱରର ନେତୃତ୍ୱ, ଶିକ୍ଷକ ଏବଂ ଗବେଷକମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ, ହାଇକମିଶନର ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ ସହିତ ପ୍ରଫେସର ଆଶିଷ ବିଶ୍ୱାସ, ଡିନ୍ (ପୂର୍ବ ଛାତ୍ର, କର୍ପୋରେଟ୍ ଏବଂ ଆନ୍ତର୍ଜାତୀୟ ସମ୍ପର୍କ); ପ୍ରଫେସର ରାଜେଶ ରୋଶନ ଦାଶ, ଡିନ୍ (ଛାତ୍ର ବ୍ୟାପାର); ପ୍ରଫେସର ଚନ୍ଦ୍ରଶେଖର ଏନ. ଭେଣ୍ଡେ, ଡିନ୍ (ପିଜି ଏବଂ…

