Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ଆଞ୍ଚଳିକ

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାଗଜି ପାଇକରାୟ
ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ବାଣପୁର: ବାଣପୁର ସ୍ଥିତ ଭେଟେଶ୍ଵର ପଞ୍ଚାୟତ ଅନ୍ତର୍ଗତ ବୋରିଗାଁ ଗ୍ରାମ ନିବାସୀ କାଗଜୀ ପାଇକରାୟଙ୍କ ଚଳିତ ମାସ ୩ ତାରିଖରେ ଆକସ୍ମିକ ଦେହାନ୍ତ ହୋଇଯାଇଛି। ଦିବଙ୍ଗତ ଆତ୍ମାର ସଦଗତି କାମନା ପାଇଁ ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୂର୍ଗା ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ବୋରିଗାଁ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

ସର୍ବ ପ୍ରଥମେ ସ୍ଵର୍ଗତ ପାଇକରାୟଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କର ସାଥୀବତ୍ସଳତା, କର୍ମତତ୍ପରତା ଓ ପ୍ରକୃତିପ୍ରେମୀ ଗୁଣ ଗୁଡ଼ିକ ବିଷୟରେ ନିମନ୍ତ୍ରିତ ଅତିଥି ଏବଂ ସମ୍ପର୍କୀୟମାନେ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏ ଦୁଃଖଦ ସମୟରେ ସ୍ଵର୍ଗତ ପାଇକରାୟଙ୍କ ପ୍ରିୟଜନ ଓ ପରିବାରବର୍ଗଙ୍କୁ ଇଶ୍ଵର ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ, ତାହା ଅତିଥିମାନଙ୍କ ଦ୍ଵାରା କାମନା କରାଯାଇଥିଲା।

ତେବେ ଏହା ପୂର୍ବରୁ ସକାଳେ ଗୀତା ପାଠ, ଭାଗବତ ପାଠ କରାଯାଇଥିଲା। ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଭଜନ ଜଣାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ହୁଦଘାତରେ କାଗଜୀଙ୍କ ପରଲୋକ ହୋଇଥିଲା। ଦଶହରା ଦିନ ଘରର ସମ୍ପୂର୍ଣ୍ଣ କାର୍ଯ୍ୟ ସମାପନ କରିଥିଲେ ଏବଂ ତା’ପରଦିନ ସକାଳୁ ନିଜ ହାତରେ ଚା’ ପ୍ରସ୍ତୁତ କରି ସ୍ତ୍ରୀ, ପଡୋଶୀଙ୍କ ସହିତ ମିଶି ଖୁସିର ସହ ଚା’ ପିଇଥିଲେ। କିନ୍ତୁ କିଛି ସମୟ ପରେ ହଠାତ ସେ ଅଚେତ ହୋଇପଡିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କାଗଜୀଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଚାହୁଁ ଚାହୁଁ ତାଙ୍କର ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକ ବୋରିଗାଁ ଗ୍ରାମରେ ଭିଡ ଜମାଇଥିଲେ। ଗ୍ରାମବାସୀଙ୍କ ଠାରୁ ଶ୍ମଶାନ ଘାଟରେ ଉପସ୍ଥିତ ଥିବା ସମ୍ପର୍କୀୟମାନଙ୍କ ଦ୍ଵାରା ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଯାହା ସେ କେତେ ଭଦ୍ର, ସରଳ, ମିଷ୍ଟଭାଷୀ ଏବଂ ପରୋପକାରୀ ଥିଲେ ସ୍ପଷ୍ଟ ବାରି ହୋଇପଡୁଥିଲା। ୭୬ ବର୍ଷ ବୟସରେ କାଗଜୀ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ମଧ୍ୟ ଲାଗୁଥିଲା ଯେପରି ସେ କମ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି।

ଦିବଙ୍ଗତ କାଗଜୀଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ବଡ ପୁଅ ଦିଲ୍ଲୀପ ବିଦେଶରେ ଏକ ପ୍ରତିଷ୍ଠିତ କମ୍ପାନୀର କର୍ମଚାରୀ ଥିବା ବେଳେ ସାନ ପୁଅ ଭାଗିରଥୀ କୋଣାର୍କ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଏବଂ ଝିଅ ବିନି (ପୁଷ୍ପାଞ୍ଜଳି) ସରକାରୀ କଲେଜର ଜଣେ ସଂସ୍କୃତ ଅଧ୍ୟାପିକା।

ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ବାଣପୁରସ୍ଥିତ ଗ୍ରାମୀଣ ମହିଳା କଲେଜର ଅଧ୍ୟକ୍ଷ ସର୍ବେଶ୍ଵର ଷଡଙ୍ଗୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭ୍ରମରବର ପ୍ରଧାନ, ଭେଟେଶ୍ଵର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଉପେନ୍ଦ୍ର ବଳିୟାରସିଂହ, ଗ୍ରାମର ୱାର୍ଡ ସଭ୍ୟ କାଳୁଚରଣ ଜେନା, ସମାଜସେବୀ କେଦାରନାଥ ରାଉତରାୟ, ବରିଷ୍ଠ ଆଇନୀଜୀବୀ ତଥା ଅବସରପ୍ରାପ୍ତ united insurance ର ଅଫିସର ମୁରଲୀ ସାମନ୍ତସିଂହାର, ହରେକୃଷ୍ଣ ସେଣ, ଦିଲ୍ଲୀପ ନାୟକଙ୍କ ସହିତ କୋଣାର୍କ ଅଂଚଳର ପରିଚିତ ଚେହେରା ସମାଜସେବୀ ରାମକୃଷ୍ଣ ମହାନ୍ତି ପି ମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କୋଣାର୍କର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ସତ୍ୟ ସୁନ୍ଦର ମିଶ୍ର, ପ୍ରତିଷ୍ଠିତ କଳାକାର ଜନାର୍ଦ୍ଧନ ସୁବୁଦ୍ଧି, କଣ୍ଠଶିଳ୍ପୀ ହାଡିବନ୍ଧୁ, ରାମକୃଷ୍ଣ, ବିଷ୍ନୁପ୍ରିୟା, ଶ୍ରଦ୍ଧା, ପ୍ରଶାନ୍ତ, ଚିରଞ୍ଜିବି ପରିଡା, ଖଲ୍ଲିକୋଟ ବ୍ଲକ ଉପାଧ୍ୟାକ୍ଷାଙ୍କ ପରିବାର ବର୍ଗ, ହୂମ୍ମା ପୂର୍ବତନ ସରପଞ୍ଚ ପରିବାରରେ ସନ୍ତୋଷ କୁମାର ବିଶ୍ୱାଳ ଇଞ୍ଜିନୟର ସମୂହ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ।

ତେବେ ଉକ୍ତ କାର୍ଯ୍ୟକ୍ରମକୁ ଜ୍ୟୋତି, ପ୍ରଦୀପ, ପଞ୍ଚାନନ, ସୁମନ୍ତ, ଚନ୍ଦନ ପ୍ରମୁଖ ସହଯୋଗ କରି ସଫଳ କରିଥିଲେ।

କାଗଜୀ ପାଇକରାୟ ବାଣପୁର ବୋରିଗାଁ ଶ୍ରଦ୍ଧାଞ୍ଜଳି ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.