ରେଢ଼ାଖୋଲ (କନ୍ଦର୍ପ ବେହେରା): ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡଇଁଚା ଠାରେ ଏକ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରକୁ ଡଇଁଚା ସରପଞ୍ଚ ସୌଦାମିନୀ ପ୍ରଧାନ ଫିତା କାଟି ଉଦଘାଟନ କରିଥିଲେ। ଏହି ଶିବିରରେ ୨୧୮ ଜଣ ପୁରୁଷ ଓ ମହିଳା ବିଭିନ୍ନ ରୋଗ ପରୀକ୍ଷା କରି ଆବଶ୍ୟକୀୟ ଔଷଧ ମାଗଣାରେ ପାଇଥିଲେ। ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ, ଡାକ୍ତର ମାନସ କୁମାର ହୃଦୟ ରଞ୍ଜନ ସାହୁ, ଡାକ୍ତର ପ୍ରମୋଦ ସା, ଡାକ୍ତର ରୋହିତ ଗୋହିଲ, ଡାକ୍ତର ମନୋଜ କୁମାର ଉପାଧ୍ୟାୟ, ଡାକ୍ତର ସୁନିତା ବ୍ରହ୍ମା ପ୍ରମୁଖ ରୋଗୀ ମାନଙ୍କ ର ବିଭିନ୍ନ ରୋଗ ପରୀକ୍ଷା କରି ଚିକିତ୍ସା କରିଥିଲେ। ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଚନ୍ଦନ କୁମାର ଗୋଶ୍ବରୀ (ବିଏଏମ ), ଜଗଦୀଶ ଶାସନି (ବିଡ଼ିଏମ) ଆଶାକର୍ମୀ ପ୍ରମୁଖ ସହଯୋଗ କରିଥିଲେ। ନାକଟିଦେଉଳ ବ୍ଲକର ବିଭିନ୍ନ ସ୍ଥାନରେ…
Author: SM Network
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକର ଡଇଁଚା ଵାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ତଥା ବର୍ତ୍ତମାନ ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ର ଅଧ୍ୟକ୍ଷ ଶିବରାମ ସାହୁ ଙ୍କ ଦ୍ଵାରା ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବୃକ୍ଷ ରୋପଣ ରେ ସହଯୋଗ କରିଥିଲେ। ଚଳିତ ବର୍ଷ ଉପଖଣ୍ଡ ର ସମସ୍ତ ସ୍କୁଲ କୁ ଯାଇ ଶିବରାମ ବାବୁ ବୃକ୍ଷ ରୋପଣ ପାଇଁ ଲକ୍ଷ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଐତିହାସିକ ରଞ୍ଜନା ଠାରେ ଥିବା ଜଙ୍ଗଲ ରେ ପଶୁ ପକ୍ଷୀ ମାନଙ୍କ ପାଇଁ ପାଞ୍ଚ ହଜାର ଗଛ ରୋପଣ କରିଛନ୍ତି ଶିବରାମ ବାବୁ। ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କ୍ଷୀରୋଦ…
ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରା ଯାଇଥିଲା। ଉକ୍ତ ଶିବିରକୁ ଖୋର୍ଦ୍ଧ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକାରୀ ଚିକିତ୍ସା ଅଧିକାରୀ ଡାକ୍ତର ଜୀବନ ଆଚାର୍ଯ୍ୟ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ସଂଜୟ କୁମାର ମହାନ୍ତି, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ ମହାନ୍ତି, ତହସିଲଦାର ପି.ପଦ୍ମନାଭ ଦୋରା, ବିଜେପି ଖୋର୍ଦ୍ଧ। ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନଙ୍କ ଓ କ୍ଳବ ସଭାପତି ସୁନୀଲ କୁମାର ପାତ୍ରଙ୍କ ଦ୍ବାରା ଉଦ୍ଘାଟନ କରାଯାଇଥିଲା। ଉକ୍ତ ଶିବିରକୁ ଖୋର୍ଦ୍ଧା ବ୍ଲଡ୍ ବ୍ୟାଙ୍କ ଅଫିସର ଏବଂ ସହଯୋଗୀ ମାନଙ୍କ ସହାୟତାରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ ଶିବିରକୁ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, କ୍ଳବ ପକ୍ଷରୁ ଶିବିର ସଂଯୋଜକ ତଥା ପ୍ରାକ୍ତନ ସଭାପତି ନନ୍ଦକିଶୋର ମିଶ୍ର, ସଂପାଦକ ହିମାଂଶୁ କୁମାର ପାତ୍ରଙ୍କ ସମେତ…
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ଉପଲକ୍ଷେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଖୋର୍ଦ୍ଧା ମୀରା ବେହେରାଙ୍କ ପରିଚାଳନାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଜିଲ୍ଲା ସଦର ମହକୁମା ସହ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ପର୍ଯ୍ୟଟନ ତଥ୍ୟ ସମ୍ବଳିତ ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ରେ ଆଶୁତୋଷ ମହାପାତ୍ର, ଆର୍ଯ୍ୟଭଟ୍ଟ ଏକାଡେମୀ ପ୍ରଥମ, ନିଶି ନକ୍ଷତ୍ର, ଆର୍ଯ୍ୟଭଟ୍ଟ ଏକାଡେମୀ ଦ୍ୱିତୀୟ, ସୁରଭୁ ସଂଧ୍ୟା,ଏସ ଡି ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ମହାବିଦ୍ୟାଳୟ ସ୍ତରରେ ହୃଷିକେଶ ପଣ୍ଡା, ପ୍ରଥମ, ସୁଭଲକ୍ଷ୍ମୀ ପଣ୍ଡା ଦ୍ୱିତୀୟ ଏବଂ ସ୍ମୃତିପ୍ରଜ୍ଞା ସ୍ବାଇଁ ତୃତୀୟ ସ୍ଥାନ ଅଧିକାର…
ଖୋର୍ଦ୍ଧା/ବାଣପୁର: ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ତତ୍କାଳୀନ ବାଣପୁର ଥାନା ଏବଂ ବର୍ତ୍ତମାନ ନାଚୁଣୀ ଥାନା ଅଞ୍ଚଳରେ ଘଟିଯାଇଥିବା ଜଘନ୍ୟ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ଗୋଡିଝର ଗ୍ରାମର ଅନିତା ପ୍ରଧାନଙ୍କ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ୱାମୀ ବିଭୁଦତ୍ତ ରାଉତରାୟଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରଞ୍ଜୁଲତା ଲେଙ୍କା ଆଜୀବନ କାରାଦଣ୍ଡ ଏବଂ ଦଶ ହଜାର ଟଙ୍କା ଜରିମାନା ଓ ଅନାଦେୟରେ ଛଅ ମାସ ଅତିରିକ୍ତ କାରାଦଣ୍ଡର ଦଣ୍ଡାଦେଶ ଆଜି ବାଣପୁର ସର୍କିଟ କୋର୍ଟରେ ଶୁଣାଇଛନ୍ତି। ସୂଚନା ଥାଉକି ୨୦୨୦ ମସିହା ନଭେମ୍ବର ମାସ ୨୩ ତାରିଖରେ ଗୋଡିଝର ଗ୍ରାମରେ ଅନିତା ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ବିଭୁଦତ୍ତ ରାଉତରାୟ ଘରର ବାରିପଟେ ଏକ କଟୁରୀ ଦ୍ୱାରା ଆକ୍ରମଣ କରିଥିଲେ, ଯାହାଦ୍ୱାରା ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଣପୁର ପୋଲିସ ଏ ନେଇ କେଶ ନମ୍ବର…
ଖୋର୍ଦ୍ଧା/ଚିଲିକା: ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବାରୁ ଗତକାଲି ରଙ୍କନିଧି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଆଶୁତୋଷ ପତିଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଙ୍କ ପତ୍ର ସଂଖ୍ୟା ୧୭୪୩୩ ତା ୨୩.୦୯.୨୦୨୫ ରିଖ ନିର୍ଦ୍ଦେଶ କ୍ରମେ ଏବଂ ଜନ ପ୍ରତିନିଧି ଅଧିନିୟମ ୧୯୫୦ ପରିଚ୍ଛେଦ ୩୨ ବଳରେ ଚିଲିକା ବ୍ଲକ୍ ଶିକ୍ଷା ଅଧିକାରୀ ନିଲମ୍ବିତ କରିଛନ୍ତି। ଶିକ୍ଷକ ଆଶୁତୋଷ ପତିଙ୍କୁ ନିଲମ୍ବନ ପରେ ତାଙ୍କର କାର୍ଯ୍ୟ ମୁଖ୍ୟାଳୟ ପିଏମଶ୍ରୀ ପିଏସ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କୁଳାଚାଟି ସ୍ଥିର କରାଯାଇଥିବା ବେଳେ ଓଡ଼ିଶା ସରକାରୀ ସେବା ସଂହିତା ୯୦ ଅନୁଯାୟୀ ତାଙ୍କୁ କେବଳ ସାଧନ ଭତ୍ତା ପ୍ରଦାନ କରାଯିବ ବୋଲି ବ୍ଲକ୍ ଶିକ୍ଷା ଅଧିକାରୀ, ଚିଲିକାଙ୍କ କାର୍ଯ୍ୟାଳୟ ନିର୍ଦେଶ ସଂଖ୍ୟା ୧୪୧୭ ତା ୨୩.୦୯.୨୦୨୫ ରେ ଉଲ୍ଲେଖ କରାଯାଇଅଛି। ନିଲମ୍ବିତ ଶିକ୍ଷକ ଶ୍ରୀ ଆଶୁତୋଷ ପତିଙ୍କୁ ବିନା ଅନୁମତିରେ ତାଙ୍କର କାର୍ଯ୍ୟ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ…
ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ସୁପର-୪ ର ଚତୁର୍ଥ ମ୍ୟାଚ୍ ଆଜି ଭାରତୀୟ କ୍ରିକେଟ୍ ଦଳ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏହି ମ୍ୟାଚ୍ ଜିତି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିପାରିବ। ସେହିଭଳି ବାଂଲାଦେଶକୁ ମଧ୍ୟ ଆଜିର ମ୍ୟାଚ୍ ଜିତି, ଫାଇନାଲ ଖେଳିବାର ଆଶାକୁ ଉଜ୍ଜୀବିତ ରଖିବ। ଦୁବାଇ ପିଚ୍ କୁ ବିଚାର କଲେ ଉଭୟ ଦଳ ସେମାନଙ୍କର ପ୍ଲେଇଂ ଇଲେଭେନ୍ରେ କୌଣସି ପରିବର୍ତ୍ତନ କରିବେ କି? ଉଭୟ ଦଳର ପିଚ୍ ରିପୋର୍ଟ ଏବଂ ହେଡ୍-ଟୁ-ହେଡ୍ ପରିସଂଖ୍ୟାନ ଦେଖନ୍ତୁ। ଭାରତ ଏବଂ ବାଂଲାଦେଶ ଭିନ୍ନ ଭିନ୍ନ ଗୋଷ୍ଠୀରେ ଥିଲେ। ପ୍ରଥମ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଜିତିବା ପରେ, ଭାରତୀୟ କ୍ରିକେଟ୍ ଦଳ ସୁପର-୪ ର ପ୍ରଥମ ମ୍ୟାଚ୍ ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ସମସ୍ତ ମ୍ୟାଚ୍ ସହଜରେ ଜିତିଥିଲା, ଯେତେବେଳେ ବାଂଲାଦେଶ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଳ୍ପ କିଛି ଯୋଗ୍ୟତା ଅର୍ଜନ…
ବାଣପୁର: ବହୁ ଅଭିଯୋଗ ପରେ ଶେଷରେ ବଦଳିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ। ଶ୍ରୀ ନନ୍ଦଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନଏସି ର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା, ପରିବେଶ ଓ ଜଙ୍ଗଲ ବିଭାଗ ଆଇନକୁ ବେଖାତିର, ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅବମାନନା, ସୂଚନା ଅଧିକାର ଆଇନକୁ ନ ମାନି ତଥ୍ୟ ନ ଦେବା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମିଥ୍ୟା ତଥ୍ୟ ଦେବା, କ୍ଷମତାର ଅପବ୍ୟବହାର କରି ୧୦ ନମ୍ବର ୱାର୍ଡ ତଳସାହିରେ ଡ୍ରେନ ନିର୍ମାଣ ଉଦ୍ଦେଶ୍ୟରେ ଜବରଦଖଲ ଉଚ୍ଛେଦ ଆଳରେ ଉଦ୍ଦେଶ୍ୟମୂଳକ ଭାବେ କିଛି ବାସିନ୍ଦାଙ୍କ ଜବରଦଖଲ ଉଚ୍ଛେଦ କରି ଅନ୍ୟମାନଙ୍କୁ ଅନୁଗ୍ରହ ଦେଖାଇବା ଆଦି ଏକାଧିକ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି। ନିକଟରେ ବାଣପୁର ଏନଏସି ର ଜନୈକ ଆଇନଜୀବୀ ଜବରଦଖଲ ଉଚ୍ଛେଦରେ ପାତର ଅନ୍ତର ନୀତି ଲାଗି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନୋଟିସ ମଧ୍ୟ ଶ୍ରୀ ନନ୍ଦଙ୍କୁ ପଠାଇଥିଲେ।…
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଚାରୋଟି ଏବଂ ପଞ୍ଜାବରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପାଞ୍ଚଟି ଆସନ ପାଇଁ ଭୋଟ୍ ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ବିଜ୍ଞପ୍ତି ଅକ୍ଟୋବର ୬ ତାରିଖରେ ଜାରି କରାଯିବ। ପ୍ରାର୍ଥୀମାନେ ଏହି ନିର୍ବାଚନ ପାଇଁ ଅକ୍ଟୋବର ୬ ତାରିଖରୁ ନାମାଙ୍କନ ଦାଖଲ କରିପାରିବେ, ଶେଷ ତାରିଖ ଅକ୍ଟୋବର ୧୩ ତାରିଖ ଧାର୍ଯ୍ୟ କରାଯାଇଛି। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଏବଂ ଯୋଗ୍ୟତା ଯାଞ୍ଚ କରିବା ପାଇଁ ପ୍ରାର୍ଥୀମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ଅକ୍ଟୋବର ୧୪ ତାରିଖରେ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୧୬ ତାରିଖ। ତେବେ ଭୋଟଦାନ ସକାଳ ୯ ଟାରୁ ଅପରାହ୍ନ ୪4 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୋଟରମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଭୋଟ୍ ଦେବାର ସୁଯୋଗ ପାଇବେ। ସେହି ଦିନ ସନ୍ଧ୍ୟା…
ନୂଆଦିଲ୍ଲୀ: ଆଜି ଲେହରେ ଜେନେରାଲ-ଜେଡ ଛାତ୍ରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଛାତ୍ରମାନେ ପ୍ରତିବାଦ କରିଛନ୍ତି। ପ୍ରତିବାଦ ସମୟରେ ଛାତ୍ରମାନେ ଏକ CRPF ଗାଡି ପୋଡ଼ି ଦେଇଛନ୍ତି। ପୋଲିସ ଏବଂ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି। ୱାଙ୍ଗଚୁକ କିଛି ମାସ ଧରି ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନେଇନାହାଁନ୍ତି। ସାମାଜିକ ଏବଂ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ କିଛି ଦିନ ଧରି ଲଦାଖରେ ଅନଶନରେ ବସିଛନ୍ତି। ସେ ଲଦାଖକୁ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଏବଂ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛନ୍ତି। ଆଜି ଲେହରେ ଛାତ୍ରମାନେ ୱାଙ୍ଗଚୁକଙ୍କ ସମର୍ଥନରେ ପ୍ରତିବାଦ ଆରମ୍ଭ କରିଥିଲେ। ଛାତ୍ର ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ, ସେମାନେ ପୋଲିସ ସହିତ ସଂଘର୍ଷ କରିଥିଲେ। ପୋଲିସ ପରିସ୍ଥିତିକୁ ଶାନ୍ତ କରିବାକୁ…
ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ଦଶହରା ପରି ପାର୍ବଣ ୠତୁରେ ବିଭିନ୍ନ ସାମଗ୍ରୀ କିଣାକିଣି ହୋଇଥାଏ ଏବଂ ଏବର୍ଷ ସାରା ଦେଶରେ GST ୨.୦ ସଂସ୍କାର ପରେ ସାରା ଦେଶରେ ବଚତ୍ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଆମେରିକା ଏଚ-୧ବି ଭିସା ଫି ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପରଠାରୁ ଭାରତୀୟ ଆଇଟି କମ୍ପାନୀ ଏବଂ ବୃତ୍ତିଗତମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ଭାରତ ପାଇଁ ଏକ ପ୍ରମୁଖ ସମସ୍ୟା ପରି ମନେ ହେଉଛି। ଏହି ସମୟରେ, ଜର୍ମାନୀ ଭାରତୀୟମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଆଣିଛି। ଭାରତରେ ଜର୍ମାନ ରାଷ୍ଟ୍ରଦୂତ ଡକ୍ଟର ଫିଲିପ୍ ଆକରମ୍ୟାନ୍ ମଙ୍ଗଳବାର (୨୩ ସେପ୍ଟେମ୍ବର, ୨୦୨୫) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ପୋଷ୍ଟ କରି ଭାରତୀୟମାନଙ୍କୁ ବିଶେଷ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଜର୍ମାନୀରେ ଭାରତୀୟ ଶ୍ରମିକଙ୍କ ବିଷୟରେ ଚିନ୍ତା କରିବା ପାଇଁ ଏହା ଏକ ମହାନ ମୁହୂର୍ତ୍ତ। ଜର୍ମାନୀରେ ଭାରତୀୟମାନେ ସର୍ବାଧିକ ରୋଜଗାର କରୁଥିବା ଲୋକଙ୍କ ମଧ୍ୟରେ ଅଛନ୍ତି। ସେ ଆହୁରି କହିଛନ୍ତି ଯେ, ହାରାହାରି ଭାରତୀୟମାନେ ଜର୍ମାନୀରେ ଜର୍ମାନୀ ଅପେକ୍ଷା ଅଧିକ ଟଙ୍କା ରୋଜଗାର କରନ୍ତି ଏବଂ ଏହା…
ନୂଆଦିଲ୍ଲୀ: ନବରାତ୍ରୀର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ନବରାତ୍ରୀରେ ଆଜି ମା’ ଚନ୍ଦ୍ରଘଣ୍ଟାଙ୍କ ଚରଣରେ କୋଟି କୋଟି ବନ୍ଦନ। ଦେବୀ ମା’ ତାଙ୍କର ସମସ୍ତ ଭକ୍ତଙ୍କୁ ଯଶସ୍ୱୀ ଜୀବନର ଆଶୀର୍ବାଦ ପ୍ରଦାନ କରନ୍ତୁ। ଆପଣ ସମସ୍ତଙ୍କ ପାଇଁ ତାଙ୍କର ଏହି ସ୍ତୁତି…।”
ନୂଆଦିଲ୍ଲୀ: ଉତ୍ସବ ଋତୁରେ ସୁନାର ଚାହିଦା ବୃଦ୍ଧି ଏବଂ ସୁରକ୍ଷିତ ନିବେଶର ସମ୍ଭାବନା ଯୋଗୁଁ ଏହାର ମୂଲ୍ୟ ପୁଣି ଥରେ ରେକର୍ଡ ସ୍ତରକୁ ପହଞ୍ଚିଛି। ଆଜି ଦେଶବ୍ୟାପୀ ସୁନା ପ୍ରତି ୧୦ ଗ୍ରାମ ୧,୧୪,୦୦୦ ଟଙ୍କାରେ ବିକ୍ରି ହେଉଛି। ଇଣ୍ଡିଆନ୍ ବୁଲିୟନ୍ ଆସୋସିଏସନ୍ ଅନୁଯାୟୀ, ସୁନା ଆଜି ପ୍ରତି ୧୦ ଗ୍ରାମ ୧,୧୪,୩୬୦ ଟଙ୍କାରେ କାରବାର ହେଉଛି, ଯାହା ମଙ୍ଗଳବାର ଦିନ ଗୋଟିଏ ଦିନ ପୂର୍ବରୁ ୧,୧୪,୩୭୦ ଟଙ୍କା ଥିଲା। ଗତ ସପ୍ତାହରେ କେନ୍ଦ୍ରୀୟ ବ୍ୟାଙ୍କ, ଆମେରିକା ଫେଡେରାଲ୍ ରିଜର୍ଭ ବୈଠକ ପରେ ସୁନା ମୂଲ୍ୟରେ ହ୍ରାସ ଦେଖାଯାଇଥିଲା। ସେପ୍ଟେମ୍ବର ୧୫ ତାରିଖରେ ସୁନା ୧,୧୦,୦୦୦ ଟଙ୍କା ଅତିକ୍ରମ କରିଥିଲା। ତଥାପି, ଆମେରିକା ଫେଡ୍ ଦ୍ୱାରା ସମ୍ଭାବ୍ୟ ସୁଧ ହାର ହ୍ରାସ ସୁନାର ଚମକକୁ ଆହୁରି ବୃଦ୍ଧି କରିଛି। ଆମେରିକା ଫେଡ୍ ନିଷ୍ପତ୍ତି ପରେ ବଜାର ବିଶେଷଜ୍ଞମାନେ ସୁନାର ଭବିଷ୍ୟତ ମୂଲ୍ୟ ବିଷୟରେ ବହୁତ ସକାରାତ୍ମକ ରହିଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜରେ ଥିବା ଏକ ପ୍ରସିଦ୍ଧ ଆଶ୍ରମର ସଞ୍ଚାଳକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ବଡ ଅଭିଯୋଗ ହୋଇଛି। ପ୍ରାୟ ୧୫ ଜଣ ଛାତ୍ରୀଙ୍କୁ ଅସାଦଚରଣ ଅଭିଯୋଗ ହୋଇଛି। ବସନ୍ତ କୁଞ୍ଜ (ଉତ୍ତର) ପୋଲିସ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଫେରାର୍ ଅଛନ୍ତି ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନାମ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥୀ। ତାଙ୍କ ଭଲଭୋ କାରରୁ ଏକ ନକଲି ୩୯ ୟୁଏନ ୧ ନମ୍ବର ମଧ୍ୟ ମିଳିଛି। ଗାଡିଟି ଏବେ ପୋଲିସ ଜବତ କରିଛି। ମାମଲା ପଞ୍ଜିକରଣ ପରେ, ଆଶ୍ରମ ପ୍ରଶାସନ ଅଭିଯୁକ୍ତଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛି। ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ସନ୍ଧାନରେ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ବର୍ତ୍ତମାନ ତାଙ୍କର ଶେଷ ସ୍ଥାନ ଆଗ୍ରାରେ ଅବସ୍ଥିତ। ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଖୋଜା ଚାଲିଛି। ପୀଡିତା ଛାତ୍ରୀମାନଙ୍କର ବୟାନ ମଧ୍ୟ ରେକର୍ଡ…
ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ର ସୁପର ଫୋର୍ ରେଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଖେଳୁଛନ୍ତି। ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସଂସ୍କରଣରେ ପାକିସ୍ତାନ କ୍ରିକେଟ୍ ଦଳ ବିବାଦ ପାଇଁ ଖବରରେ ରହିଛି। ସେମାନେ ଭାରତ ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ମ୍ୟାଚ୍ ରେଫରି ଏବଂ ଅମ୍ପାୟାରଙ୍କ ବିରୁଦ୍ଧରେ ICC ରେ ଅଭିଯୋଗ ଦାଖଲ କରିଥିଲେ, ତା’ପରେ UAE କ୍ରିକେଟ୍ ଦଳ ବିପକ୍ଷରେ ମ୍ୟାଚ୍ ପାଇଁ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଏବଂ ତା’ପରେ ଭାରତ ବିପକ୍ଷରେ ସୁପର ଫୋର୍ ମ୍ୟାଚ୍ ରେ ଅଶାଳୀନ ଆଚରଣ କରିଥିଲେ, ତା’ପରେ ଅମ୍ପାୟାରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଏହି ସମୟରେ ICC ଏକ କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଛି, କିନ୍ତୁ ତାହା ପାକିସ୍ତାନ ନୁହେଁ। USA କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ତୁରନ୍ତ ପ୍ରଭାବରୁ USA କ୍ରିକେଟ୍ ବୋର୍ଡର ସଦସ୍ୟତାକୁ ନିଲମ୍ବିତ…
ନୂଆଦିଲ୍ଲୀ: ଭାରତ ପୁଣି ଥରେ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ କଡା ସମାଲୋଚନା କରିଛି। ଜେନେଭାରେ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ ତମ ଅଧିବେଶନରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ନିନ୍ଦା କରିଛି। ପାକିସ୍ତାନର ପର୍ଦ୍ଦାଫାସ୍ କରି ପ୍ରଥମେ ଅବୈଧ ଭାବରେ ଅଧିକୃତ ଅଞ୍ଚଳ ଖାଲି କରିବାକୁ ଭାରତ ଦାବି କରିଛି। ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନୀ କୂଟନୀତିଜ୍ଞ ଭାରତ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ। ଏହା ପରେ ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ମାନବାଧିକାର ଉଲ୍ଲଂଘନ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ। ଭାରତୀୟ କୂଟନୀତିଜ୍ଞ କହିଛନ୍ତି ଯେ, UNHRC ନିରପେକ୍ଷ ହେବା ଉଚିତ। ସେ କହିଛନ୍ତି ଯେ, ଯଦି କେବଳ କିଛି ଦେଶ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଏ, ତେବେ ସାମ୍ନାକୁ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକରୁ ଧ୍ୟାନ ହଟିଯିବ। ଭାରତୀୟ କୂଟନୀତିଜ୍ଞ ପାକିସ୍ତାନକୁ ଏକ କଡା ଜବାବ ଦେଇ କହିଛନ୍ତି…
ଭୁବନେଶ୍ଵର: ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦିବସ। ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧୦୮୮ ଜଣ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ କରି ଉତ୍ତୀର୍ଣ୍ଣ ହେବା ନିଶ୍ଚିତ ଭାବରେ ଆମର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି। ଆଜି ୧୦୮୮ ଜଣ ଷଷ୍ଠ ବ୍ୟାଚ୍ର ଛାତ୍ରଛାତ୍ରୀ ଦୃଢ଼ ସଂକଳ୍ପ ଓ ଆତ୍ମବିଶ୍ୱାସର ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏବେ ପାଦ ରଖିବା ସହ ଏଠାରୁ ଶିକ୍ଷାଲାଭ କରିଥିବା ଦକ୍ଷତା ବିକାଶମୂଳକ ଶିକ୍ଷାକୁ ନିଜ ପାରଦର୍ଶିତାରେ ପରିଣତ କରି ନିଜର ଉପସ୍ଥିତି ଜାହିର କରିବେ ଏବଂ ଭବିଷ୍ୟତ ପିଢ଼ି ପାଇଁ ମାର୍ଗଦର୍ଶକ ସାବ୍ୟସ୍ତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଫେଷ୍ଟୋ ସହଭାଗିତାରେ ସ୍ମାର୍ଟ ମାନୁଫ୍ୟାକଚରିଂ ଓ…
“ସର୍ବ ମଙ୍ଗଳା ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରୟମ୍ବିକେ ଗୌରୀ ନାରାୟଣୀ ନମୋସ୍ତୁତେ” ଶାରଦୀୟ ନବରାତ୍ରି ଆଶ୍ୱିନ ମାସର ଶୁକ୍ଳ ପକ୍ଷର ପ୍ରତିପଦ ତିଥିରେ ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ ହୋଇଛି ଏବଂ ଅକ୍ଟୋବର ୧ ତାରିଖରେ ସମାପ୍ତ ହେବ। ଏହି ବର୍ଷ ନବରାତ୍ରି ୯ ଦିନ ପରିବର୍ତ୍ତେ ୧୦ ଦିନ ପାଇଁ ଚାଲିବ। ହିନ୍ଦୁ ଧର୍ମରେ ନବରାତ୍ରିକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହି ସମୟରେ ଲୋକମାନେ ପୂଜା କରନ୍ତି, ଉପବାସ କରନ୍ତି ଏବଂ ନୂତନ କାର୍ଯ୍ୟ ଏବଂ ବ୍ୟବସାୟ ଆରମ୍ଭ କରନ୍ତି। କିନ୍ତୁ ଆମେ କ’ଣ ନବରାତ୍ରିରେ ଗୃହ ପ୍ରବେଶ ଉତ୍ସବ କରିପାରିବା? ଆସନ୍ତୁ ଜାଣିବା। ଆମେ କ’ଣ ଶାରଦୀୟ ନବରାତ୍ରିରେ ଗୃହ ପ୍ରବେଶ କରିବା ଉଚିତ? ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବା ଠାରୁ ନୂତନ ଗୃହ ପ୍ରବେଶ କରିବା ପର୍ଯ୍ୟନ୍ତ, ହିନ୍ଦୁ ଧର୍ମ ଶୁଭ ସମୟ ଉପରେ ବହୁତ ନିର୍ଭର କରେ। ଚତୁର୍ମାସ…
ସ୍ୱାସ୍ଥ୍ୟ ଟିପ୍ସ: ଅନେକ ଲୋକଙ୍କୁ ଶୌଚାଳୟ ଯିବା ପାଇଁ ରାତିରେ ବାରମ୍ବାର ଉଠିବାକୁ ପଡ଼େ। ଏହି ସମସ୍ୟା କେବଳ ନିଦରେ ବାଧା ସୃଷ୍ଟି କରେ ନାହିଁ ବରଂ ପରଦିନ ଆପଣଙ୍କ ଶକ୍ତି ଏବଂ ମନୋବଳକୁ ମଧ୍ୟ ପ୍ରଭାବିତ କରେ। ଡାକ୍ତରୀ ଦୃଷ୍ଟିରୁ, ଏହି ଅବସ୍ଥାକୁ ନକ୍ଟୁରିଆ କୁହାଯାଏ। ବୟସ ସହିତ ଏହି ଅବସ୍ଥା ବୃଦ୍ଧି ପାଏ ଏବଂ ୫୦ ବର୍ଷ ବୟସ ପରେ, ଅଧାରୁ ଅଧିକ ଲୋକ ଏଥିରେ ପୀଡିତ ହୁଅନ୍ତି। ଅନେକ ଡାକ୍ତର ପରାମର୍ଶ ଦିଅନ୍ତି ଯେ, ନକ୍ଟୁରିଆର ଅନେକ କାରଣ ଅଛି, ଯେଉଁଥିରେ ଅତ୍ୟଧିକ ପାଣି ପିଇବା, ମଦ୍ୟପାନ, ମୂତ୍ରାଶୟ କ୍ଷମତା ହ୍ରାସ, ମୂତ୍ରନଳୀ ସଂକ୍ରମଣ, ମଧୁମେହ, ହୃଦରୋଗ, ପ୍ରୋଷ୍ଟେଟ୍ ସମସ୍ୟା, ଋତୁସ୍ରାବ କିମ୍ବା ଗର୍ଭାବସ୍ଥା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ମୂତ୍ରନଳୀ ବୃଦ୍ଧି କରୁଥିବା କିଛି ଔଷଧ, ଯେପରିକି ଡାଇୟୁରେଟିକ୍ସ ମଧ୍ୟ ଏହି ସମସ୍ୟାକୁ ବଢ଼ାଇପାରେ। ନିଦ ଉପରେ ନକ୍ଟୁରିଆର ସବୁଠାରୁ ବଡ଼ ପ୍ରଭାବ ନକ୍ଟୁରିଆ ନିଦ ଗୁଣବତ୍ତା…
ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୨୫ ତାରିଖରେ ବିଶ୍ୱ ଫାର୍ମାସୀ ଦିବସ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଫୁଲନଖରା ସ୍ଥିତ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ -୨ରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ବୃକ୍ଷ ବଂଚାଅ, ଜୀବନ ବଂଚାଅ’ ଏହି ପ୍ରସଙ୍ଗକୁ ଆଧାର କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨ ର ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ତାପସୀ ପତି, ସୋଆ ଫାର୍ମାସୀର ମୁଖ୍ୟ ଡକ୍ଟର ଜସ୍ମିନ ପଣ୍ଡା ଏବଂ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରମିତୀ କମଳିନୀ ମଲ୍ଲିକ୍ କ୍ୟାମ୍ପସ ପରିସରରେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

