ବାଣପୁର: ଓଡ଼ିଶାର ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର “ମା” ଭଗବତୀ ପୀଠ ଅନ୍ୟତମ। ଏଠାକାର ପାର୍ବଣ ରୀତିନୀତି ସ୍ୱତନ୍ତ୍ର ନିଆରା। ପୂଜକ ବାମନ ଚନ୍ଦ୍ର ଦାଶଙ୍କ କହିବା କଥା ଅନୁସାରେ ଏଠାରେ ଅମାବାସ୍ୟା ତିଥିରେ ଆରମ୍ଭ ହୋଇଥିବା “ନବରାତ୍ର”ପୂଜା ଅତ୍ୟନ୍ତ ଦୁର୍ଲ୍ଲଭ ଭାବରେ କରାଯାଇଥାଏ ଯଥା :- ପ୍ରଥମ ଦିନ ଦେବୀଙ୍କୁ “ଶୈଳପୁତ୍ରୀ” ଭାବରେ ବେଶ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଏ। ଏହି ପୂଜାର ଲକ୍ଷ ସମାଜରେ ଭକ୍ତ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ। ଦିତୀୟ ଦିନ ଦେବୀଙ୍କୁ “ବ୍ରହ୍ମଚାରିଣୀ”ବେଶ କରାଯାଇ ୩୨ ଉପଚାର କରାଯାଇଥାଏ।ଏହାର ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତି ଓ ସୌମ୍ୟ ପ୍ରତିଷ୍ଠା କରିବା। ଭକ୍ତ ମାନଙ୍କର ପ୍ରୀତି ଏବଂ ସୁଖ ସ୍ଥାପନାର୍ଥେ ତୃତୀୟ ଦିନ ଦେବୀଙ୍କୁ “ଚନ୍ଦ୍ରଘଣ୍ଟା” ବେଶରେ ସଜ୍ଜିତ କରାଯାଇ ବୈଦିକ ପୂଜା କରାଯାଏ। ବିଶ୍ୱରେ ମହାମାରୀ ଆଦି ରୋଗର ନିରାକରଣାର୍ଥେ ଚତୁର୍ଥ ଦିନ ଦେବୀଙ୍କୁ “କୁଷ୍ମାଣ୍ଡା”ବେଶରେ ବେଶ କରାଯାଇ ପାଣିକଖାରୁ ରେ ପୂଜା ହୋମ…
Author: SM Network
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି ଡି ଓ, ସହକାରୀ ଯନ୍ତ୍ରୀ ମାନଙ୍କୁ ବିଧାୟକଙ୍କ ସୁପାରିଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଧାରା, ସେଗୁଡିକର ଆର୍ଥିକ ଅନୁଦାନ, ପରୀକ୍ଷଣ, ଅନୁମୋଦନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପାୱାର ପଏଣ୍ଟ ଉପକରଣରେ ପ୍ରଶିକ୍ଷଣ ଦିଆଯାଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା, ଜ୍ୟୋତି ଶଙ୍କର ସାହୁ, ଉପନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ଶଙ୍କର ବେହେରା ଯୋଗ ଦେଇଥିଲେ। ବିଧାୟକଙ୍କ ତିନି ଗୋଟି ବିଭାଗରେ ଯଥା ସାଧାରଣ, ଶିକ୍ଷା ଏବଂ ରାସ୍ତା ଜନିତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସୁପାରିଶ ଗୁଡ଼ିକୁ କିଭଳି ଅନଲାଇନରେ କାର୍ଯ୍ୟ ସମ୍ପାଦନ କରାଯିବ ସେ ସମ୍ବନ୍ଧରେ ବିସ୍ତୃତ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଅନ ଲାଇନ ବ୍ୟବସ୍ଥା ଦ୍ଵାରା କାର୍ଯ୍ୟଗୁଡ଼ିକ ଦୃତ ଗତିରେ ସମ୍ପାଦିତ ହେବାସହ…
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବଢାଇବା ଲକ୍ଷ୍ୟରେ ‘ବିକଶିତ ଭାରତ ବିଲ୍ଡାଥନ – ୨୦୨୫’ର(Viksit Bharat Buildathon) ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ କାର୍ଯ୍ୟକ୍ରମରେ ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ଏକ ରିପୋର୍ଟ ଉନ୍ମୋଚନ କରିବା ସହ ଟ୍ରାଇ ସର୍ଭିସେସ୍ ଏକାଡେମି ଟେକ୍ନୋଲୋଜି ସିମ୍ପୋଜିୟମର ଉଦଯାପନୀ ସମାରୋହରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ‘ବିକଶିତ ଭାରତ ବିଲ୍ଡାଥନ୍ – ୨୦୨୫’ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିକଶିତ ଭାରତ ବିଲ୍ଡାଥନର ଜିଙ୍ଗଲ୍ ଏବଂ ଲୋଗୋର ମଧ୍ୟ ଶୁଭାରମ୍ଭ କରିଥିଲେ । ସେ କହିଛନ୍ତି, ବିକଶିତ ଭାରତ ବିଲ୍ଡାଥନ୍ ନାମକ ଏକ…
ଭୁବନେଶ୍ଵର: ରାଜ୍ୟରେ ବେଆଇନ ନିଶା କାରବାର ଓ ସେବନ ଯୋଗୁଁ ଅନେକ ଧନ ଜୀବନ ହାନି ଘଟୁଛି। ଏଥିନେଇ ବିଗତ ଏକ ବର୍ଷ ମଧ୍ୟରେ ନିରନ୍ତର ଚଢ଼ାଉ ଅଭିଯାନ ଫଳରେ ବହୁ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହେବା ସହ ଏଥିରେ ସମ୍ପୃକ୍ତ ଅନେକ ଲୋକ ଗିରଫ ହୋଇଛନ୍ତି। ତେବେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବା ସହ ଓଡ଼ିଶାକୁ ବେଆଇନ ନିଶା କବଳରୁ ମୁକ୍ତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ପଡିବ। ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ତଥା “ଆମ ସଂକଳ୍ପ – ନିଶା ନୁହେଁ ଜୀବନ” ଓ “ନିଶା ମୁକ୍ତ ଭୁବନେଶ୍ୱର”ର ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ପରିବାର, ସ୍କୁଲ-କଲେଜ ତଥା ଗ୍ରାମାଞ୍ଚଳରୁ ନିଶା ସେବନର ଅପକାରିତା ବିଷୟରେ…
ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଚଳଚ୍ଚିତ୍ରର ଗୌରବଶାଳୀ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସିନେମାର ଉତ୍କୃଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରିଛନ୍ତି। ସମାରୋହରେ କଳାକାର, ବିଶିଷ୍ଟ ବ୍ୟକ୍ତି ଏବଂ ପ୍ରଶଂସକମାନେ ଏକାଠି ହୋଇଥିଲେ। ପୁରସ୍କାର ସମାରୋହରେ ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଏବଂ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ‘ଦ ସି ଆଣ୍ଡ୍ ସେଭେନ୍ ଭିଲେଜେସ୍’କୁ ଅଣଫିଚର ଫିଲ୍ମର ସ୍ୱତନ୍ତ୍ର ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। କିମ୍ବଦନ୍ତୀ ଅଭିନେତା ଶ୍ରୀ ମୋହନଲାଲଙ୍କୁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରି ରାଷ୍ଟ୍ରପତି କହିଥିଲେ, ସେ କେବଳ ତାଙ୍କର ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିନାହାଁନ୍ତି ବରଂ ତାଙ୍କ ବ୍ୟାପକ କଳାତ୍ମକ କାର୍ଯ୍ୟ ମାଧ୍ୟମରେ ଭାରତର ସାଂସ୍କୃତିକ ଲୋକାଚାରକୁ ବଜାୟ ରଖିଛନ୍ତି। ରାଷ୍ଟ୍ରପତି ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ…
ମେଷ:– ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ। ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି । ଏକ ଦୀର୍ଘ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରେ ମୋଟ ୧୪୪ କୋଟି ଟଙ୍କା ମୂଲ୍ୟର କାଲୋଲ ପୌରପାଳିକାର ବିଭିନ୍ନ ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ଗତ ପାଞ୍ଚରୁ ଛଅ ବର୍ଷ ମଧ୍ୟରେ କାଲୋଲ ଅଭୂତପୂର୍ବ ବିକାଶର ସାକ୍ଷୀ ହୋଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ କାଲୋଲରେ ବିକାଶର ଅପାର ସମ୍ଭାବନା ରହିଛି। ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ ହୋଇସାରିଛି। ପ୍ରାୟ ୫୩ କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ଯୋଜନାର ଉଦଘାଟନ କରାଯାଇଛି। ଯେଉଁଥିରେ ୩୫ କୋଟି ଟଙ୍କା ବ୍ୟୟରେ ଏକ ଜଳ ବିଶୋଧନ ପ୍ଲାଣ୍ଟ, ୧୧ କୋଟି ଟଙ୍କା ବ୍ୟୟରେ ଜ୍ୟୋତେଶ୍ୱର ହ୍ରଦ ନିର୍ମାଣ ଏବଂ ଏକ ରାତ୍ରିକାଳୀନ ଆଶ୍ରୟସ୍ଥଳୀ ରହିଛି। ଏହା ବ୍ୟତୀତ, ପରିମଳ ଉପକରଣ ଏବଂ…
ପାଣାଜୀ: ଆୟୁଷ ମନ୍ତ୍ରଣାଳୟ ଆଜି ଗୋଆର ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (ଏଆଇଆଇଏ)ରେ ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ଗୋଆର ରାଜ୍ୟପାଳ ଅଶୋକ ଗଜପତି ରାଜୁ, ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ, କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପରାଓ ଜାଧବ ଏବଂ କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସ୍ଥାୟୀତ୍ୱ ଏବଂ ପ୍ରାକୃତିକ ଜୀବନଯାପନ ଉପରେ ଆଧାରିତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ଏକ ସାମଗ୍ରିକ ବ୍ୟବସ୍ଥା ଭାବରେ ଆୟୁର୍ବେଦକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟର ନିରନ୍ତର ପ୍ରୟାସରେ ଏହି ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଥିଲା। ଏହି ଅବସରରେ ଭାଷଣ ଦେଇ, ଗୋଆର ରାଜ୍ୟପାଳ ଅଶୋକ ଗଜପତି ରାଜୁ ଆୟୁର୍ବେଦର ବିଶ୍ୱ ଅଭିବୃଦ୍ଧି ଉଲ୍ଲେଖ କରି କହିଥିଲେ ଯେ, ଏକ ଦଶନ୍ଧିରୁ କମ୍…
ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଗ୍ରଣୀ ସ୍ୱାସ୍ଥ୍ୟ ଯୋଜନା ସମୀକ୍ଷା ସହ ପି ସି ପି ଏନ୍ ଡି ଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ,ଅତିରିକ୍ତ ଆରକ୍ଷୀ ଅଧି କ୍ଷକ ଅନାଦି ଚରଣ ସେଠୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇ ଥିଲେ। ଜିଲ୍ଲାପାଳ ଶ୍ରୀ ଋତୁରାଜ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନ ବୟୋ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିବା ସହ ଜନ୍ମରୁ ପାଞ୍ଚବର୍ଷ ଶିଶୁ ମାନଙ୍କୁ…
ଭୁବନେଶ୍ୱର: ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ବିଦ୍ୟାଳୟ ସ୍ତରରେ ନୂତନ ଭାବେ ଲାଗୁ କରାଯାଉଥିବା ୟୁଏଏସ୍ ପୋର୍ଟାଲ୍ ବା ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ ବ୍ୟବସ୍ଥାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତୀବ୍ର ବିରୋଧ କରୁଛି। ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ଯଥା- ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ମୋବାଇଲ୍, ଇଣ୍ଟରନେଟ୍, କମ୍ପ୍ୟୁଟର ସୁବିଧା ଓ କମ୍ପ୍ୟୁଟର ଶିକ୍ଷକ ଯୋଗାଇ ୟୁଏଏସ୍ ପୋର୍ଟାଲ୍ ବ୍ୟବସ୍ଥା ଲାଗୁ କରିବାକୁ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି। ୟୁଏଏସ୍ ବ୍ୟବସ୍ଥା ଶିକ୍ଷକମାନଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହିତ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ପରାଧୀନ ଗୋତିଶ୍ରମିକ ଭଳି ହୀନମନ୍ୟତା ସୃଷ୍ଟି କରିବ। ସମସ୍ତ ବିଭାଗର କର୍ମଚାରୀମାନଙ୍କ ପାଇଁ ଏ ବ୍ୟବସ୍ଥା ଲାଗୁ କରାନଯାଇ କେବଳ ଶିକ୍ଷକମାନଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାଦ୍ୱାରା ଏହା, ଶିକ୍ଷକମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋବୃତ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସୂଚନାଥାଉକି,…
ଭୁବନେଶ୍ଵର: ଆଜି ପୁଣି ବିଜେଡ଼ି ପକ୍ଷରୁ ବିଦ୍ରୋହୀ ନେତାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ବିଜେଡ଼ି ଉପ ସଭାପତି ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଶ୍ରାମୟୀ ବିଜେଡ଼ି ର ମହିଳା ବ୍ୟାପାର ସାଧାରଣ ସମ୍ପାଦକ ପଦବୀରେ ଥିଲେ। ତେବେ ଶ୍ରୀମୟୀଙ୍କ ବ୍ୟତୀତ ବିଜେଡ଼ି ର ଆଉ ଦୁଇ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କପ୍ତିପଦା ବ୍ଲକର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାଏ ଏବଂ ମୟୂରଭଞ୍ଜର ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀମୟୀ ମିଶ୍ର ବିଭିନ୍ନ ଗଣମାଧ୍ୟମରେ ଦଳ ବିରୋଧରେ ମନ୍ତବ୍ୟ ଦେଉଥିଲେ। ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ଦେଇ ସେ ଦଳର ନେତୃତ୍ଵକୁ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟର ଗାନ୍ଧୀନଗରରେ ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ର ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଶାହ କହିଥିଲେ ଯେ, ଏହି ସମ୍ମିଳନୀରେ ଷ୍ଟାର୍ଟଅପ୍ ଜଗତରେ ଭାରତର ପରିଚୟ ପ୍ରତିଷ୍ଠା କରିବା ଏବଂ ଆହ୍ୱାନର ସମାଧାନ ଖୋଜିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଶନର ସମସ୍ତ ଦିଗ ଉପରେ ବିଚାର-ବିମର୍ଶ କରାଯିବ। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ତିନୋଟି ମନ୍ତ୍ର: ନବସୃଜନ, ଆଗକୁବଢିବା ଏବଂ ଗତିଦେବା । ଦୁଇ ଦିନ ମଧ୍ୟରେ, ବିଭିନ୍ନ ବିଷୟ ଉପରେ ସାତଟି ଅଧିବେଶନରେ ଆଲୋଚନା ଅନୁଷ୍ଠିତ ହେବ, ଯାହା ଉଦୀୟମାନ ଷ୍ଟାର୍ଟଅପ୍ ଗୁଡ଼ିକୁ ନିବେଶକଙ୍କ ସହ ଯୋଡ଼ିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ “ମାଇଣ୍ଡ ଟୁ ମାର୍କେଟ୍” ମନ୍ତ୍ରକୁ ସାକାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ସେ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ହାତୀ ମାନଙ୍କର ଗତିବିଧି ସମ୍ପର୍କରେ ନିରୀକ୍ଷଣ କରୁଥିବା ସମୟରେ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ନାକଟିଦେଉଳ ରେଞ୍ଜର ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଦିନ ୧୨ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜର ଖୋଲଗଡ଼ ରିଜର୍ଭ ଜଙ୍ଗଲ ସରାପାଲି ବିଟ ଟିକିଲିପଡ଼ାରେ ହାତୀ ଗତିବିଧି ସମ୍ପର୍କରେ ଜାଣିଵା ପାଇଁ ବନ ବିଭାଗର ପାଖାପାଖି ଦଶ ଜଣ କର୍ମଚାରୀ ମାନେ ଯାଇଥିଲେ। ହାତୀମାନଙ୍କୁ ଟ୍ରାକିଙ୍ଗ କରୁଥିବା ସମୟରେ ସମସ୍ତ ବନ ବିଭାଗ କର୍ମଚାରୀ ପଡିଯାଇଥିଲେ। ଟିକିଲିପଡ଼ା ଗ୍ରାମର ଦିବାକର ପ୍ରଧାନ (୪୦) ହାତୀ ମାଡି ଦେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା। ଗୁରୁତର ଦିବାକରକୁ ବନ କର୍ମଚାରୀ ମାନେ ଉଦ୍ଧାର କରି ପ୍ରଥମେ ନାକଟିଦେଉଳ ଡାକ୍ତର ଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିଵା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୁଷ୍କପଡା ଗ୍ରାମର ସଂଜୟ ବିଶ୍ୱାଳ (୪୫) ଙ୍କୁ ଆଜି ବାଣପୁର ପୋଲିସ ଗିରଫ କରିଛି। ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗରେ ସଞ୍ଜୟଙ୍କୁ ବାଣପୁର ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ତୁମୁରାପୁଟ ସହକାରୀ ସମିତିରେ ଚାଷୀମାନଙ୍କୁ ରସାୟନିକ ଉର୍ବରକ ବଣ୍ଟନ କରାଯାଉଥିଲା। ଏହି ସମୟରେ ଶାନ୍ତିପୂର୍ଣ୍ଣ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କର୍ମଚାରୀମାନେ ନିୟୋଜିତ ଥିଲେ। କିନ୍ତୁ ସେହି ସମୟରେ ସଂଜୟ ବିଶ୍ୱାଳ ବିଶ୍ରୂଙ୍ଖଳା ସୃଷ୍ଟି କରିଥିଲେ। ଅନେକଥର ଅନୁରୋଧ ସତ୍ତ୍ୱେ ପୋଲିସ କର୍ମଚାରୀଙ୍କୁ ସେ ମାନହାନି କରି ଆକ୍ରମଣ କରିଥିଲେ ଓ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଯାହା ଆଇନ ଶୃଙ୍ଖଳାକୁ ଭଙ୍ଗ କରିଥିଲା। ଏନେଇ ବାଣପୁର ଥାନାରେ ୩୫୨/୨୦୨୫ ଅନୁଯାୟୀ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳରେ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଥିଲା। ଯେଉଁଠି ତାଙ୍କୁ…
ଭୁବନେଶ୍ୱର: ମହିଳାଙ୍କୁ ପ୍ରକୃତ ସମାନତା ପ୍ରଦାନ କରିବାକୁ ହେଲେ ରାଜ୍ୟ ଓ ଧର୍ମର ସଂପର୍କକୁ ବିଚ୍ଛିନ୍ନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସାମାଜିକକର୍ମୀ ଡକ୍ଟର ତସ୍ଲିମା ନସରିନ୍। ଆଇନ୍ ସମାନତା ଏବଂ ମାନବାଧିକାର ଉପରେ ପର୍ଯ୍ୟବେଶିତ ହେବା ଉଚିତ୍। ଏହା କୌଣସି ଧାର୍ମିକ ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ ଯାହାକି ମହିଳାମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରେ ବୋଲି କହିଛନ୍ତି ଡକ୍ଟର ନସରିନ୍। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ବକ୍ତୃତା କାର୍ଯ୍ୟକ୍ରମରେ ଆଜି ଯୋଗ ଦେଇ ସେ ଏହି ମନ୍ତବ୍ୟ ରଖିଛନ୍ତି। ପେସାରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ହୋଇଥିଲେ ମଧ୍ୟ ଡକ୍ଟର ନସରିନ୍ ହେଉଛନ୍ତି ଜଣେ ବାଂଲାଦେଶୀ ଲେଖିକା ଯାହାଙ୍କୁ କି ନିଜର ଲେଖନୀ ଏବଂ ମତ ନିମନ୍ତେ ନିଜ ଦେଶରୁ ନିର୍ବାସିତ କରାଯାଇଥିଲା। ନିଜ ବକ୍ତବ୍ୟରେ ମହିଳାମାନଙ୍କର ମାନବିକ ସମ୍ମାନ ଏବଂ ସମାନତାକୁ ବଜାୟ ରଖିବା…
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କେବଳ ଅପରେସନ ସିନ୍ଦୂର ଦ୍ୱାରା ପ୍ରତିଶୋଧ ନେଇନାହିଁ, ବରଂ ସେମାନଙ୍କୁ ସମର୍ଥନ କରୁଥିବା ପଡ଼ୋଶୀ ପାକିସ୍ତାନକୁ ମଧ୍ୟ କଠୋର ଶିକ୍ଷା ଦେଇଛି। ଭାରତ କେବଳ ସାମରିକ ମୋର୍ଚ୍ଚାରେ ଉପଯୁକ୍ତ ଜବାବ ଦେଇନାହିଁ, ବରଂ ପାକିସ୍ତାନର ଅର୍ଥନୀତିକୁ ମଧ୍ୟ ଆଘାତ ଦେଇଛି। ଏବେ, ପୁଣି ଥରେ ଭାରତ ପାକିସ୍ତାନୀ ବିମାନ ଉପରେ ଏହାର ଆକାଶ ସୀମାରେ ପ୍ରତିବନ୍ଧକକୁ ଅକ୍ଟୋବର ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଏକ ମାସ ପାଇଁ ବୃଦ୍ଧି କରି କଡା ଜବାବ ଦେଇଛି। ପାକିସ୍ତାନ ପାଇଁ ଆକାଶ ସୀମା ବନ୍ଦ ସୋମବାର ଭାରତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏକ ନୋଟାମରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତର ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ମଧ୍ୟ ସମାନ ସମୟ ପାଇଁ ଭାରତୀୟ ବିମାନ କମ୍ପାନୀ ପାଇଁ ତାର ଆକାଶ ସୀମା ବନ୍ଦ କରିବାର ନୋଟିସ ଜାରି କରିଥିଲା।…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ପରିସର ସ୍ଥିତ ରାଜୀବ ଭଵନ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ପିଡି ଡିଆର ଡିଏ ପ୍ରସନ୍ନ ପାତ୍ର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ଏଡିଏମ ସୁଧାଂଶୁ କୁମାର ଭୋଇ ବ୍ଲକ ଅଧ୍ୟକ୍ଷା ସ୍ଵରପା ରାଣୀ ସାହୁ, ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ, ଆଡିସନାଲ ଏସପି, ବିଡ଼ିଓ ବିଦ୍ୟାଧର ରାଉତ ରାୟଙ୍କ ଉପସ୍ଥିତି ଥିଲେ। ପିଡି ଶ୍ରୀପାତ୍ର ମୋଟ ୧୦୪ଟି ଅଭିଯୋଗ ଗ୍ରହଣକରି ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଗୁଡିକ ମଧ୍ୟରେ୭୮ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୬ ଟି ସାମୁହିକ ଅଭିଯୋଗ ରହିଛି। ଗତ ପଂଚାୟତ ସମିତି ବୈଠକରେ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ନଥିବାରୁ ଆଗକୁ ଏଭଳି ନ ହେବାପାଇଁ ପିଡି ଉପସ୍ଥିତ ସମୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ପୂର୍ବତନ ଭାରତୀୟ ୱିକେଟକିପର-ବ୍ୟାଟସମ୍ୟାନ୍ ଦିନେଶ କାର୍ତ୍ତିକ ପୁଣି ଥରେ ନୀଳ ଜର୍ସି ପିନ୍ଧିବେ। ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଦିନେଶ କାର୍ତ୍ତିକଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟ ଆୟୋଜକମାନେ ନିଜେ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ନଭେମ୍ବର ୭ ତାରିଖରୁ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଆୟୋଜକମାନେ କେବଳ ଅଧିନାୟକ ଘୋଷଣା କରିଛନ୍ତି। ପୂର୍ବରୁ ଦିନେଶ କାର୍ତ୍ତିକ ଟୁର୍ଣ୍ଣାମେଣ୍ଟରେ ଭାରତକୁ ନେତୃତ୍ୱ ଦେବେ ବୋଲି ଖବର ଆସିଥିଲା। ଏବେ, ଆୟୋଜକମାନେ ଏହା ନିଶ୍ଚିତ କରିଛନ୍ତି। ଅଧିନାୟକ ପଦ ଗ୍ରହଣ କରିବା ପରେ ଦିନେଶ କାର୍ତ୍ତିକଙ୍କ ପ୍ରଥମ ପ୍ରତିକ୍ରିୟା ଅଧିନାୟକ ପଦ ଗ୍ରହଣ କରିବା ପରେ ଦିନେଶ କାର୍ତ୍ତିକ କହିଛନ୍ତି ଯେ, “ହଂକଂ ସିକ୍ସେସ୍ ରେ ଟିମ୍ ଇଣ୍ଡିଆର ଅଧିନାୟକ ହେବା ଏକ ସମ୍ମାନର କଥା। ମୁଁ ଏପରି…
ଭୁବନେଶ୍ଵର: ଜେସିଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିଗମର ସଫେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ “ସଫାଇ ମିତ୍ର ସୁରକ୍ଷା ଶିବିର” ଆୟୋଜନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ୨୦୦ରୁ ଅଧିକ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା, ଔଷଧ ବିତରଣ ଓ ଅନ୍ୟ ସେବା ଯୋଗାଇ ଦିଆଯାଇଥିଲା। ମୁମ୍ବାଇର ବୟନଶିଳ୍ପ କମିଟି ଅଧିକ ଟ୍ରାଫିକ୍ ଥିବା ସ୍ଥାନରେ ସ୍ୱଚ୍ଛ ଭାରତ ସାଂସ୍କୃତିକ ଉତ୍ସବ ଆୟୋଜନ କରିଥିଲା। ସ୍ଥାନୀୟ ଓ ଆଞ୍ଚଳିକ କଳା, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ଜାତୀୟ ହସ୍ତତନ୍ତ ବିକାଶ ନିଗମ ଲିମିଟେଡ୍ ଦ୍ୱାରା ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ୨୨ ସେପ୍ଟେମ୍ବର ୨୦୨୫ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା। ଏହା ସହିତ, ନିଗମର ବିଭିନ୍ନ ଶାଖା କାର୍ଯ୍ୟାଳୟଗୁଡ଼ିକରେ ବି ନିରନ୍ତର ଭାବେ ସଫେଇ ଅଭିଯାନ କରାଯାଉଛି। କୋଲକାତାର ନ୍ୟୁ ଟାଉନରେ ଜାତୀୟ ଝୋଟ ବୋର୍ଡ…
ରେଢାଖୋଲ (କନ୍ଦର୍ପ ବେହେରା): ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ନବାଗତ ସ୍ଵେଚ୍ଛାସେବୀଙ୍କ ପାଇଁ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତା କରି ମାନବ ସେବା ହିଁ ମାଧବ ସେବା ଏବଂ ସମାଜ ସେବା ପାଇଁ ରେଡକ୍ରସ ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ଏହା ସହିତ ନିଜେ ସୁସ୍ଥ ରହି ସମାଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟିତ ହେବା ଉଚିତ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଯୁବ ରେଡକ୍ରସ ଉପଦେଷ୍ଠା ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ, ମୌଳିକ ନୀତି ଏବଂ ଏହାର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାଧ୍ୟାପକ ଅରୁଣ କୁମାର ଶାସନୀ, ପ୍ରାଧ୍ୟାପିକା ସୁପ୍ରିୟା କୁମାରୀ ମଲ୍ଲିକ, ମମତା ମହାପାତ୍ର ଓ ଅଧ୍ୟାପକ ସୁଶାନ୍ତ ନନ୍ଦ ବକ୍ତବ୍ୟ ରଖି ଯୁବ ରେଡକ୍ରସରେ ଯୋଗଦାନ କରି ସମାଜ ସେବା ପରି ମହତ…
ନୂଆଦିଲ୍ଲୀ: 22 ସେପ୍ଟେମ୍ବର 2025 ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ। କାରଣ ଜିଏସଟି 2.0 ଲାଗୁ ହେବାର ପ୍ରଥମ ଦିନରେ ଗ୍ରାହକଙ୍କ ମଧ୍ୟରେ ବିଭିନ୍ନ ଜିନିଷ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସାରା ଦେଶରେ ନବରାତ୍ରୀର ପ୍ରଥମ ପୂଜା ଆରମ୍ଭ ହେବା ସହିତ ମୋଦୀ ସରକାର ଜିଏସଟି 2.0 ଲାଗୁ କରିଛନ୍ତି; ଏହା ଦେଶବାସୀଙ୍କ ପାଇଁ ପ୍ରକୃତ ଦୀପାବଳି ଉପହାର ସାବ୍ୟସ୍ତ ହୋଇଛି। ନବରାତ୍ରୀର ପ୍ରଥମ ଦିନରେ ଏହି ସମୟୋଚିତ ଟିକସ ସଂସ୍କାର ସାଧାରଣ ଲୋକଙ୍କୁ ଏକସଙ୍ଗେ ଦରହ୍ରାସ, ସରଳ ଟିକସ ବ୍ୟବସ୍ଥା ଏବଂ ନିତ୍ୟବ୍ୟବହାର୍ଯ୍ୟ ଜରୁରି ସାମଗ୍ରୀ କିଣିବା ଲାଗି ତ୍ୱରିତ ଆଶ୍ୱସ୍ତି ପ୍ରଦାନ କରିଛି। ଏହା ସେମାନଙ୍କ ଖୁସିକୁ ବହୁଗୁଣିତ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଜିଏସଟି 2.0 କୁ ‘‘ଭାରତର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଏକ ସଂସ୍କାର’’ ବୋଲି କହିଥିଲେ। ତାଙ୍କ କଥାରେ ସତ୍ୟତା…

