ମୟୁରଭଞ୍ଜ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଅଂଶ ସ୍ୱରୂପ, ଆଜି ମୟୁରଭଞ୍ଜ ଜିଲ୍ଲାର ମୁର୍ଗାବାଡ଼ିର ସହରାଞ୍ଚଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରସୂତି, ଶଲ୍ୟଚିକିତ୍ସା, ଅସ୍ଥିଶଲ୍ୟ, ଚକ୍ଷୁରୋଗ, ଶିଶୁରୋଗ ଏବଂ ଦନ୍ତଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି, ମଧୁମେହ, ଉଚ୍ଚ ରକ୍ତଚାପ, କର୍କଟ, ଯକ୍ଷ୍ମା, ସିକଲ୍ ସେଲ୍ ଏବଂ ମାନସିକ ସ୍ୱାସ୍ଥ୍ୟର ସ୍କ୍ରିନିଂ କରାଯାଇଥିଲା। ପୁଣି, ଏଏନ୍ସି ଯାଞ୍ଚ, ଟିକାକରଣ, ହିମୋଗ୍ଲୋବିନ୍ ପରୀକ୍ଷା ସହିତ ପରାମର୍ଶ ସୁବିଧା ମଧ୍ୟ ଦିଆଯାଇଥିଲା। ଏହାସହିତ ଏମସିପି କାର୍ଡ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଏବଂ ସିକଲ୍ ସେଲ୍ କାର୍ଡ ପରି ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଉଦ୍ଘାଟନ କରିଥିଲେ। ଶିବିରରେ…
Author: SM Network
ନୂଆଦିଲ୍ଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ପାର୍ବଣ ଋତୁରେ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା ଲାଗି ସବୁ ଦେଶବାସୀଙ୍କୁ ପତ୍ର ଲେଖିଛନ୍ତି। ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି – ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା,’’ ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘‘ଚଳିତ ପାର୍ବଣ ଋତୁରେ, ଆସନ୍ତୁ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା! ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି – ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା।’’
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ କକପିଟ୍ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ଭିତରେ ହଙ୍ଗାମା ହୋଇଥିଲା। ଯାତ୍ରୀ ଜଣକ ସଠିକ୍ ପାସକୋଡ୍ ପ୍ରବେଶ କରିଥିଲେ, କିନ୍ତୁ କ୍ୟାପ୍ଟେନ୍ ଅପହରଣ ଭୟରେ ଦ୍ୱାର ଖୋଲି ନଥିଲେ। ଏହି ବ୍ୟକ୍ତି ଅନ୍ୟ ଆଠ ଜଣ ଯାତ୍ରୀଙ୍କ ସହିତ ଯାତ୍ରା କରୁଥିଲେ। ସମସ୍ତ ନଅ ଜଣ ଯାତ୍ରୀଙ୍କୁ CISFକୁ ହସ୍ତାନ୍ତର କରାଯାଇଥିଲା। ଏୟାର ଇଣ୍ଡିଆ କହିଛି ଯେ, “ଆମେ ଗଣମାଧ୍ୟମ ରିପୋର୍ଟରୁ ବାରାଣସୀ ଯାଉଥିବା ବିମାନ ବିଷୟରେ ସୂଚନା ପାଇଥିଲୁ। ଜଣେ ଯାତ୍ରୀ ଶୌଚାଳୟ ଖୋଜିବା ସମୟରେ କକପିଟ୍ ପ୍ରବେଶ କ୍ଷେତ୍ରରେ ପ୍ରବେଶ କରିଥିଲେ। ଆମେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ ବିମାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ କୌଣସି ପ୍ରକାରର ଉଲ୍ଲଂଘନ ହୋଇନାହିଁ। ଅବତରଣ କରିବା ସମୟରେ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ବିଷୟରେ ରିପୋର୍ଟ କରାଯାଇଥିଲା ଏବଂ ବର୍ତ୍ତମାନ ତଦନ୍ତ…
ଖୋର୍ଦ୍ଧା: ଓଡିଶା ପୋଲିସ୍ର ଗାଁ-ଗାଁରେ ଲୋକଙ୍କ ସହ ପୋଲିସ୍ଙ୍କ ଆତ୍ମୀୟ ସମ୍ପର୍କ ଗଢି ତୋଳିବା ଉଦ୍ୟମ “ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ଏକ ସଂଳାପ ସଭା ଆଜି ବୋଲଗଡ଼ ଥାନା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପୋଲିସ୍ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପ-ବିଭାଗୀୟ ପୁଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ବୋଲଗଡ଼ ଥାନା ଅଧିକାରିଣୀ (IIC) ସ୍ନିଧାମୟୀ ବରାଳ ଓ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେଥିପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ, ଅଟୋ ଚାଳକ ସଂଘ, ଚେମ୍ବର ଅଫ୍ କମର୍ସ୍, ମିଡିଆ ପ୍ରେସ୍ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କ ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧା SP ତାଙ୍କ ଉଦ୍ବୋଧନରେ ଆମ ପୋଲିସ୍ ଯୋଜନାର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ଗ୍ରହଣ ଯୋଗ୍ୟ ସମ୍ପ୍ରେଷଣ, ଦାୟିତ୍ୱବୋଧ ଓ ସମ୍ପ୍ରଦାୟର ସହ ନିକଟ ସମ୍ପର୍କ ସ୍ଥାପନ କରିବା ଉପରେ ଜୋର ଦେଇଥିଲେ। ଥାନା…
ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ରେ ଫାଇନାଲ ପାଇଁ ଦୌଡ଼ ରୋମାଞ୍ଚକର ହୋଇଛି। ପ୍ରଥମ ସୁପର ୪ ମ୍ୟାଚ୍ରେ ବାଂଲାଦେଶ ଶ୍ରୀଲଙ୍କାକୁ ଝଟକା ଦେଇଥିଲା। ରବିବାର ଭାରତ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ଏହା ପଏଣ୍ଟ ଟେବୁଲ୍ରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସୁପର ୪ ପର୍ଯ୍ୟାୟରେ ସମସ୍ତ ଚାରି ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଛନ୍ତି, ଯାହା ଫଳରେ ଭାରତ ଟେବୁଲ୍ର ଶୀର୍ଷରେ ରହିଛି। ପାକିସ୍ତାନ ପାଇଁ ଫାଇନାଲ୍ ଯିବାର ପଥ ବିଶେଷ କଷ୍ଟକର ମନେହେଉଛି। ପ୍ରଥମେ, ଏସିଆ କପ୍ ସୁପର ୪ ପଏଣ୍ଟ ଟେବୁଲ୍କୁ ଦେଖିଲେ, ଭାରତ ୨ ପଏଣ୍ଟ ଏବଂ ଅନ୍ୟାନ୍ୟ ଦଳ ତୁଳନାରେ ବହୁତ ଭଲ ନେଟ୍ ରନ୍ ରେଟ୍ ସହିତ ପ୍ରଥମ ସ୍ଥାନରେ ଅଛି। ପ୍ରଥମ ସୁପର ୪ ମ୍ୟାଚ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ଅଛି। ଶ୍ରୀଲଙ୍କା ଏବଂ ପାକିସ୍ତାନ, ପ୍ରତ୍ୟେକେ ଗୋଟିଏ ପରାଜୟ ସହିତ ଯଥାକ୍ରମେ ତୃତୀୟ ଏବଂ…
ଭୁବନେଶ୍ୱର: ‘ସେବା ପର୍ବ’ ଏବଂ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଅଧୀନରେ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ସେପ୍ଟେମ୍ବରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏହି ଶିବିରରେ ପ୍ରତିଷ୍ଠାନର ମହିଳା କର୍ମଚାରୀ, ପ୍ରବାସୀ ଶ୍ରମିକ କଲୋନୀର ବାସିନ୍ଦା ଏବଂ ସ୍ଵଚ୍ଛତା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଆଇଟି ଭୁବନେଶ୍ୱରର ଉନ୍ନତ ଭାରତ ଅଭିଯାନ (ୟୁବିଏ), ମହିଳା କଲ୍ୟାଣ କମିଟି (ଡବ୍ଲୁ୍ୟୁଡବ୍ଲୁସି), ଟିମ୍ ଏନଏସଏସ, ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଟିମ୍ ଲିଟେରାରୀ ମିଶନ ସମ୍ମିଳିତ ଭାବରେ ପରିଚାଳନା କରିଥିଲେ। ସ୍ୱାସ୍ଥ୍ୟ ଶିବିରର ଅଂଶ ଭାବରେ, ସଞ୍ଜୀବନ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଅନୁ ବନସଲ ମହିଳା ଅଂଶଗ୍ରହଣକାରୀମାନଙ୍କୁ ସ୍ତନ, ଗର୍ଭାଶୟ ଓ ମୁଖ କର୍କଟ ବିଷୟରେ ସଚେତନତାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ପ୍ରାରମ୍ଭିକ ଚିହ୍ନଟର ଗୁରୁତ୍ୱକୁ ଉଲ୍ଲେଖ କରି, ମହିଳାମାନଙ୍କୁ ଗର୍ଭାଶୟ କର୍କଟ ସୃଷ୍ଟି କରୁଥିବା ହ୍ୟୁମାନ ପାପିଲୋମାଭାଇରସ୍ (ଏଚପିଭି) ସଂକ୍ରମଣରୁ…
ଭୁବନେଶ୍ଵର: ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର। ପାର୍ବଣ ଋତୁକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ତା’ର ଅଗଣିତ ଗ୍ରାହକଙ୍କୁ ଏହି ଭେଟି ଦେଇଛି ଓମ୍ଫେଡ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍ ଟି ହ୍ରାସ କରିବା ପରେ ଓମ୍ଫେଡ୍ ତା’ର ଅଗଣିତ ଗ୍ରାହକଙ୍କ ପାଇଁ ଉତ୍ପାଦ ଦର ହ୍ରାସ କରିଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଓମ୍ଫେଡ୍ ଉତ୍ପାଦ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଗ୍ରାହକ ବେଶ ଉପକୃତ ହେବେ। ଗତ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଜିଏସ୍ ଟି ଆଧାରରେ ଆସନ୍ତା 22 ତାରିଖଠାରୁ ଏହି ନୂତନ ହ୍ରାସ ଦର ଲାଗୁ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି। ଓମ୍ଫେଡ୍ ଦୁଗ୍ଧ: ଓମ୍ଫେଡ୍ ଦୁଗ୍ଧରେ ପୂର୍ବରୁ ଜିଏସ୍ ଟି ଲାଗୁ କରାଯାଉ ନଥିଲା କି ଏବେ ମଧ୍ୟ ଲାଗୁ ହୋଇନାହିଁ। ତେଣୁ ଦୁଗ୍ଧ ଦରରେ କୌଣସି ପରିବର୍ତ୍ତନ…
ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ, ଯେଉଁଠାରେ ବିଶ୍ୱ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାଇଁ ନିଯୁକ୍ତି ଅଭିଯାନର ଅଂଶ ଭାବରେ ଗତ ସପ୍ତାହରେ ପାକିସ୍ତାନୀ ପୋଲିସର ସୁରକ୍ଷାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା, ଗତକାଲି ରାତିରେ ପାକିସ୍ତାନୀ ସେନା ସେହି ଖୈବର ପଖତୁନଖ୍ୱା ପ୍ରଦେଶର ଲାଣ୍ଡି କୋଟାଲ ତହସିଲର ମାତ୍ରେ ଦାରା ଅଞ୍ଚଳର ଏକ ଆବାସିକ ଅଞ୍ଚଳରେ ବିମାନ ଆକ୍ରମଣ କରିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୩୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ମହିଳା ଅଛନ୍ତି। ଖୈବର ପଖତୁନଖ୍ୱାର ମାତ୍ରେ ଦାରା ଗ୍ରାମ, ଯେଉଁଠାରେ ପାକିସ୍ତାନୀ ସେନା ଘର ଉପରେ ବିମାନ ଆକ୍ରମଣ କରିଥିଲା, ତାହା ଆଫଗାନ ସୀମା ନିକଟବର୍ତ୍ତୀ ତିରାହ ଉପତ୍ୟକାରେ ଅବସ୍ଥିତ। ଦାବି ଅନୁଯାୟୀ, ପାକିସ୍ତାନୀ ସେନା ଗତକାଲି ରାତି ୨ ଟାରେ ତିରାହ ଉପତ୍ୟକାରେ ଅବସ୍ଥିତ ଏହି ଗ୍ରାମ ଉପରେ ଜେଏଫ-୧୭ ବିମାନରୁ ଅତି କମରେ ଆଠଟି ଏଲଏସ-୬ ବୋମା…
ନୂଆଦିଲ୍ଲୀ: ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ସୁପର ଫୋର୍ ମ୍ୟାଚ୍ ଖେଳାଯାଉଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ହୁସେନ୍ ତଲାତ୍ ବ୍ୟାଟିଂ ସମୟରେ ICCର ଏକ ପ୍ରମୁଖ ନିୟମ ଭାଙ୍ଗିଛନ୍ତି। ଯେତେବେଳେ ବରୁଣ ଚକ୍ରବର୍ତ୍ତୀ ୧୧ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ, ବରୁଣ ଏବଂ ୱିକେଟକିପର ସଞ୍ଜୁ ସାମସନ୍ ଓଭରର ତୃତୀୟ ବଲ୍ରେ LBW ପାଇଁ ଅପିଲ୍ କରିଥିଲେ। କିନ୍ତୁ ସେହି ମୁହୂର୍ତ୍ତରେ ପାକିସ୍ତାନୀ ଖେଳାଳି ଏକ ବଡ଼ ଭୁଲ କରିଥିଲେ। ଟିମ୍ ଇଣ୍ଡିଆର ଆବେଦନ ଉପରେ ପାକିସ୍ତାନୀ କ୍ରିକେଟର୍ ହୁସେନ୍ ତଲାତ୍ ଅମ୍ପାୟାରଙ୍କୁ କହିଥିଲେ ଯେ, ବଲ୍ ତାଙ୍କ ବ୍ୟାଟ୍ରେ ବାଜିଛି ଏବଂ ସାଥୀ ବ୍ୟାଟ୍ସମ୍ୟାନ୍ ସାହିବଜାଦା ଫରହାନ୍ ସହିତ ବଲ୍ରୁ ତିନି ରନ୍ ବାହାର କରି ଦୌଡ଼ିଥିଲେ। ICC ନିୟମ ଅନୁଯାୟୀ, ଜଣେ ବ୍ୟାଟ୍ସମ୍ୟାନ୍ ବ୍ୟକ୍ତିଗତ ଭାବରେ ନିର୍ଣ୍ଣୟ କରିପାରିବେ ନାହିଁ ଯେ, ଏଲବିଡବ୍ଲୁ ଆବେଦନ…
ପୁରୀ: ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତାକାଲି (ମଙ୍ଗଳବାର) ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଏସବୁ ଅଳଙ୍କାର ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସ୍ଥାନାନ୍ତର କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୧୦ ଘଟିକା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ। ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣା ପାଇଁ ଭକ୍ତମାନେ ସହଯୋଗ କରିବାକୁ ବିନମ୍ର ନିବେଦନ କରାଯାଉଛି।
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କର ଶାରଦୀୟ ପୂଜା ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ। ଶାରଦୀୟ ପୂଜା ଉତ୍ସବ ପାଇଁ ମା’ ଭଗବତୀ ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ନିଜ ସାତ ଭଉଣୀଙ୍କୁ ଉତ୍ସବରେ ଯୋଗ ଦେବା ନିମନ୍ତେ ମନ୍ଦିରକୁ ନିମନ୍ତ୍ରଣ କରିଥାନ୍ତି। ପୂର୍ବରୁ ମା’ନାରାୟଣୀ, ମା’ ସିଦ୍ଧମ୍ବରୀ ଓ ମା’ କାଳିଜାଇ ନିମନ୍ତ୍ରଣ ପାଇ ବିଜେ କରିଥିବା ବେଳେ ଅମାବାସ୍ୟା ତିଥିରେ ନୀଳାଦ୍ରି ପ୍ରସାଦ ଜଙ୍ଗଲରେ ପୂଜା ପାଉଥିବା ମା’ ବିରଜାଈଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ଆଗମନ ହୋଇଥିଲା। ଗତକାଲି ରାତ୍ରିରେ ଉଭୟ କାଠି ଠକୁରାଣୀ ଙ୍କର ଭେଟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହାକି ସ୍ଥାନୀୟ ଅଞ୍ଚଳରେ ଭେଟ ଅମାବାସ୍ୟା ନାମରେ ପ୍ରଚଳିତ। ପ୍ରତିକୂଳ ପାଗ ସତ୍ତ୍ୱେ ଉକ୍ତ ଉତ୍ସବରେ ହଜାର ହଜାର ଭକ୍ତ ଯୋଗ ଦେଇଥିବା ଦେଖା ଯାଇଥିଲା। ଏହି ପରମ୍ପରାର ଲୋକକଥା ଅନୁସାରେ ପୂର୍ବରୁ ବଙ୍କାଡ଼ ଗଡ଼ ରାଜା ମା’ ଙ୍କର…
କ୍ଷୀର, ପନିର, ସାବୁନ, ଔଷଧ ଠାରୁ ଆରମ୍ଭ କରି ଟିଭି, ରେଫ୍ରିଜରେଟର ଏବଂ ବାଇକ୍ ପର୍ଯ୍ୟନ୍ତ… ଆଜିଠାରୁ କ’ଣ ଶସ୍ତା ହେବ ଏବଂ କ’ଣ ମହଙ୍ଗା ହେବ? ନୂଆଦିଲ୍ଲୀ: ଟିକସ ଢାଞ୍ଚାକୁ ସୁଗମ କରିବା ଏବଂ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ, କେନ୍ଦ୍ର ସରକାର ଆଜି (ସେପ୍ଟେମ୍ବର 22) ନବରାତ୍ରିର ପ୍ରଥମ ଦିନ GST ସଂସ୍କାର (GST 2.0) ଲାଗୁ କରିଛନ୍ତି। ସେବେଠାରୁ, କିରାଣା, କ୍ଷୀର ଉତ୍ପାଦ, ଔଷଧ, ଘରୋଇ ଉପକରଣ, ଟିଭି, ଏସି ଏବଂ କାର ଏବଂ ବାଇକ୍ ଭଳି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇଛି। ବିଳାସପୂର୍ଣ୍ଣ ଏବଂ କ୍ଷତିକାରକ ଉତ୍ପାଦ ଉପରେ ଟିକସ ହାର ବୃଦ୍ଧି କରାଯାଇଛି, ଯାହା ସେଗୁଡ଼ିକୁ ଅଧିକ ମହଙ୍ଗା କରିଛି। ସରକାରଙ୍କ ଉଦ୍ଦେଶ୍ୟ କ’ଣ? ସରକାର ମୁଦ୍ରାସ୍ଫୀତି ସହିତ ସଂଘର୍ଷ କରୁଥିବା ସାଧାରଣ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ…
ନୂଆଦିଲ୍ଲୀ: ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ରବିବାର ମିଳିତ ଭାବରେ ଘୋଷଣା କରିଥିଲେ ଯେ, ସେମାନେ ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନକୁ ରାଷ୍ଟ୍ର ମାନ୍ୟତା ଦେବେ। ଏହି ପଦକ୍ଷେପକୁ ଇସ୍ରାଏଲ ବିରୁଦ୍ଧରେ ଏକ ପଦକ୍ଷେପ ଏବଂ ଆମେରିକା ନୀତିର ବିପରୀତ ଭାବରେ ଦେଖାଯାଉଛି। ତିନୋଟି ଦେଶ କହିଛନ୍ତି ଯେ, ଗାଜା ଯୁଦ୍ଧ ସମାପ୍ତ କରିବା ଏବଂ ଦୁଇ-ରାଷ୍ଟ୍ର ସମାଧାନ ପାଇଁ ଆଶା ସୃଷ୍ଟି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କିୟର ଷ୍ଟାରମର X ରେ ଲେଖିଛନ୍ତି ଯେ, “ଆଜି ଆମେ ପାଲେଷ୍ଟାଇନ ଏବଂ ଇସ୍ରାଏଲୀଙ୍କ ମଧ୍ୟରେ ଶାନ୍ତିର ଆଶାକୁ ଜୀବିତ ରଖିବା ପାଇଁ ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ୱୀକୃତି ଦେଉଛୁ।” ବ୍ରିଟେନ ଉପ-ପ୍ରଧାନମନ୍ତ୍ରୀ ଡେଭିଡ ଲାମି କହିଛନ୍ତି ଯେ, ମାନ୍ୟତା ପାଲେଷ୍ଟାଇନକୁ ରାତାରାତି ଏକ ରାଷ୍ଟ୍ର କରିବ ନାହିଁ, କିନ୍ତୁ ଏହା ଦୁଇ-ରାଷ୍ଟ୍ର ସମାଧାନର ସମ୍ଭାବନାକୁ ଜୀବିତ ରଖିବା ପାଇଁ ଏକ ପଦକ୍ଷେପ। କାନାଡା ଏବଂ ଅଷ୍ଟ୍ରେଲିଆ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ। ସେ ଇଟାନଗରରେ ୫,୧୦୦ କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ। ଏହା ପରେ, ସେ ତ୍ରିପୁରା ଗସ୍ତ କରି ପୂଜା କରିବେ ଏବଂ ମାତାବାରିରେ ‘ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ପରିସର’ର ବିକାଶ କାର୍ଯ୍ୟର ଉଦଘାଟନ କରିବେ। ଅରୁଣାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ବିପୁଳ ଜଳବିଦ୍ୟୁତ୍ କ୍ଷମତାର ଉପଯୋଗ କରିବା ପାଇଁ ଏବଂ ନିରନ୍ତର ଶକ୍ତି ଉତ୍ପାଦନକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଇଟାନଗରରେ ୩,୭୦୦ କୋଟିରୁ ଅଧିକ ଟଙ୍କା ନିବେଶରେ ହେବାକୁ ଥିବା ଦୁଇଟି ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ । ହିଓ ଜଳବିଦ୍ୟୁତ୍ ପ୍ରକଳ୍ପ (୨୪୦ ମେଗାୱାଟ) ଏବଂ ଟାଟୋ-୧ ଜଳବିଦ୍ୟୁତ୍ ପ୍ରକଳ୍ପ (୧୮୬ ମେଗାୱାଟ) ଅରୁଣାଚଳ ପ୍ରଦେଶର ସିୟୋମ ଉପ-ବେସିନରେ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ତୱାଙ୍ଗରେ ଏକ ଅତ୍ୟାଧୁନିକ କନଭେନସନ…
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସର ତ୍ରୟୋଦଶ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ ଏହି ପ୍ରତିଷ୍ଠାନର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି, ରୋଗୀ ସେବା ଏବଂ ଡାକ୍ତରୀ ଶିକ୍ଷାଦାନ କ୍ଷେତ୍ରରେ ଭୁବନେଶ୍ୱର ଏମ୍ସ ଅନେକ ମାଇଲଖୁଣ୍ଟ ହାସଲ କରିଛି। ଗତ ବର୍ଷ ଏହାର ବର୍ହିବିଭାଗରେ ୧୧ ଲକ୍ଷରୁ ଅଧିକ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ୪୫ ହଜାରରୁ ଅଧିକ ରୋଗୀ ଏଠାରେ ଭର୍ତ୍ତି ହୋଇ ଚିକିତ୍ସା ପାଇଛନ୍ତି। ସେହିପରି ଅନେକ ଜଟିଳ ଅସ୍ତ୍ରୋପଚାର ଜରିଆରେ ଅନେକ ରୋଗୀଙ୍କ ଜୀବନ ରକ୍ଷା କରାଯାଇଛି। ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ଅଭିଷେକ ଶର୍ମା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଦ୍ରୁତତମ ୫୦ ଛକା ମାରିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍ରେ ଏହି ସଫଳତା ହାସଲ କରିଛନ୍ତି। ସେ ସବୁଠାରୁ କମ୍ ବଲ୍ରେ ୫୦ ଛକା ମାରିଛନ୍ତି। ପାକିସ୍ତାନ ବିପକ୍ଷ ସୁପର ୪ ମ୍ୟାଚ୍ ପୂର୍ବରୁ ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୮ଟି ଛକା ମାରିଥିଲେ। ସେ ମାତ୍ର ୩୩୧ ବଲ୍ରେ ୫୦ ଛକା ମାରି ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏଭିନ୍ ଲୁଇସ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିଶ୍ୱ ରେକର୍ଡ ସ୍ଥାପନ କଲେ ଅଭିଷେକ ଶର୍ମା: ଅଭିଷେକ ଶର୍ମା ମାତ୍ର ୩୩୧ ବଲ୍ରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୫୦ ଛକା ମାରିଛନ୍ତି। ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍ର ଏଭିନ୍ ଲୁଇସ୍ଙ୍କ ନାମରେ ଥିଲା, ଯିଏ ୩୬୬ ବଲ୍ରେ ୫୦ ଛକା ମାରିଥିଲେ। ୱେଷ୍ଟଇଣ୍ଡିଜ୍ର ଆନ୍ଦ୍ରେ ରସେଲ୍ ୪୦୯ ବଲ୍ ଖେଳି ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ହଜରତୁଲ୍ଲା ଜଜଇ ଏବଂ ସୂର୍ଯ୍ୟକୁମାର…
ଭୁବନେଶ୍ଵର: ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ଜାରି ରହିଥିବା ସେବାପକ୍ଷ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଗଣଦୌଡ଼ ଲୋଇସିଂହା କଲେଜଠାରୁ ଆରମ୍ଭ ହୋଇ ମାରୁୱାଡ଼ି ଧର୍ମଶାଳା ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ଶତାଧିକ ଯୁବକ ସାମିଲ ହୋଇଥିଲେ।
ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ କାର୍ତ୍ତିକ ମାସ ପରେ ପରୀକ୍ଷାମୂଳକ ଧାଡିଦର୍ଶନ ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ବେଳେ ଧାଡିଦର୍ଶନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ସେହିପରି ଦିବ୍ୟାଙ୍ଗମାନଙ୍କ ଠାକୁର ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସମ୍ପର୍କରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ କଟକଣା କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତ୍ୟେକ ବୁଧବାର ନୀତି ଶୃଙ୍ଖଳା ପାଇଁ ସମନ୍ବୟ ବୈଠକ ବସିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀଙ୍କ ସୂଚନା ଅନୁଯାୟୀ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଆସନ୍ତା ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଭୋର ୪ଟାରେ ଶ୍ରୀମନ୍ଦିର ଦ୍ବାରା ଫିଟାଯିବ।
ଭୁବନେଶ୍ୱର: ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ ହୋଇଯାଇଛି। ଇଣ୍ଡସ୍ ଭ୍ୟାଲି ଟାଇମ୍ସ ଏବଂ ସାମାଜିକ-ଅର୍ଥନୈତିକ ଅଧ୍ୟୟନ କେନ୍ଦ୍ର-CSES ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ ଯୋଗଦେଇ ଡାକ୍ତରୀ ସେବାକୁ ବ୍ରତ ଭାବେ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ସହ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଚାଲିଛି। ଖୁବଶୀଘ୍ର ଡାକ୍ତର ଅଭାବ ପୂରଣ ହୋଇଯିବ। ଏଥିପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଚଲାଇଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଯୋଧପୁରଠାରେ ‘ଦୃଷ୍ଟିହୀନଙ୍କ ପାଇଁ ଶ୍ରୀ ପାରସମଲ ବୋହରା କଲେଜ’ ଓ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହିତ ଅନେକ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଯେତେବେଳେ ଜଣେ ବ୍ୟକ୍ତି ନିଜ ଜୀବନକୁ ସେବାରେ ଉତ୍ସର୍ଗ କରନ୍ତି, ବିଶେଷତଃ ଭିନ୍ନକ୍ଷମମାନଙ୍କ ପାଇଁ, ସେହି ଜୀବନ ଅଗଣିତ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥାଏ। ସେ କହିଥିଲେ ଯେ, ଦିବ୍ୟାଙ୍ଗମାନଙ୍କୁ ଈଶ୍ୱର ବିଶେଷ ଶକ୍ତିରେ ସମ୍ପନ୍ନ କରିଛନ୍ତି ଏବଂ ସେହି ଶକ୍ତିକୁ ସ୍ୱୀକାର କରି ସେମାନଙ୍କ ଜୀବନକୁ ସରଳ କରିବାର ଉଦ୍ୟମକୁ ସୁଶୀଲା ଜୀଙ୍କ ସେବାମୟ ଜୀବନ ମାଧ୍ୟମରେ ହଜାର ଲୋକ ଗ୍ରହଣ କରିଛନ୍ତି। ଅମିତ ଶାହ…
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…

