Author: SM Network

ନୂଆଦିଲ୍ଲୀ: ଦୁବାଇରେ ପୁଣି ଥରେ ପାକିସ୍ତାନକୁ ଧୋଇଲା ଭାରତ। ୨୦୨୫ ଏସିଆ କପର ସୁପର-୪ ରାଉଣ୍ଡରେ ମଧ୍ୟ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏପରି ପରାଜୟକୁ ପାକିସ୍ତାନୀ ଭୁଲିପାରିବେ ନାହିଁ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୭ଟି ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୯ ବଲ୍ ରେ ୭୪ ରନ କରିଥିଲେ, ଯେତେବେଳେ ଶୁଭମନ ଗିଲ୍ ୨୮ ବଲ୍ ରେ ୪୭ ରନ କରିଥିଲେ। ଉଭୟେ ଭାରତର ବିଜୟର ମୂଳଦୁଆ ପକାଇଥିଲେ। ଶେଷରେ ତିଲକ ବର୍ମା ୧୯ ବଲ୍ ରେ ୩୦ ରନ କରି ଅପରାଜିତ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୭ଟି ବଲ୍ ରେ ୭ ରନ କରି ଅପରାଜିତ ରହିଥିଲେ।

Read More

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ H-1B ଭିସା ପାଇଁ ଏକକାଳୀନ ଶୁଳ୍କ $100,000 (ପ୍ରାୟ 88 ଲକ୍ଷ ଟଙ୍କା) ବୃଦ୍ଧି କରିବା ପରେ, ଭାରତୀୟ ଆଇଟି କମ୍ପାନୀ ଏବଂ ବୃତ୍ତିଗତମାନେ ଆଗକୁ ବଢ଼ିବାର ଏକ ନୂତନ ଉପାୟ ପାଇଛନ୍ତି। ଏବେ ଧ୍ୟାନ ବୃଦ୍ଧିପାଇ L-1 ଭିସା ଆଡ଼କୁ ସ୍ଥାନାନ୍ତରିତ ହେଉଛି, ଯାହାକୁ ବର୍ତ୍ତମାନ H-1B ଅପେକ୍ଷା ଏକ ଶସ୍ତା ଏବଂ ଅଧିକ ସୁବିଧାଜନକ ବିକଳ୍ପ ଭାବରେ ବିବେଚନା କରାଯାଏ। L-1 ଭିସା ପ୍ରତି ଧାରା କାହିଁକି ବଢ଼ୁଛି? H-1B ଭିସାର ବର୍ଦ୍ଧିତ ମୂଲ୍ୟ କମ୍ପାନୀଗୁଡ଼ିକ ପାଇଁ ବିଦେଶୀ କର୍ମଚାରୀମାନଙ୍କୁ ଆମେରିକା ପଠାଇବା କଷ୍ଟକର କରିଛି। ଏହି ସମୟରେ, L-1 ଭିସାର କୌଣସି ନିଯୁକ୍ତି ସୀମା ନାହିଁ ଏବଂ କମ୍ପାନୀଗୁଡ଼ିକୁ ବିଦେଶରୁ କର୍ମଚାରୀମାନଙ୍କୁ ଆମେରିକା ସ୍ଥାନାନ୍ତର କରିବାକୁ ଅନୁମତି ଦିଏ। ଏହା ଭାରତୀୟ କମ୍ପାନୀଗୁଡ଼ିକୁ ସହଜରେ ସେମାନଙ୍କର ବିଦ୍ୟମାନ କର୍ମଚାରୀମାନଙ୍କୁ ଆମେରିକା ସ୍ଥାନାନ୍ତର କରିବାକୁ ଅନୁମତି ଦିଏ। ବିଶେଷଜ୍ଞମାନେ କ’ଣ କୁହନ୍ତି? ବିଶେଷଜ୍ଞମାନେ…

Read More

ଭୁବନେଶ୍ୱର: ବାରମ୍ବାର ଆବେଦନ ନିବେଦନ, ହାରି ଗୁହାରି ପରେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଭାଗ୍ୟ ଭବିଷ୍ୟତ, ସେମାନଙ୍କର ଏକମାତ୍ର ନ୍ୟାୟୋଚିତ କ୍ୟାଡର ପୁନର୍ଗଠନ ଦାବି ପ୍ରତି ଉଦାସୀନ ରହି ଅବହେଳା ପ୍ରଦର୍ଶନର ପ୍ରତିବାଦରେ ରବିବାର ମହାତ୍ମାଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ୩୨ ବର୍ଷ ତଳେ ଅତ୍ୟନ୍ତ ତୃଟିପୂର୍ଣ୍ଣ ଓ ଦୂରଦୃଷ୍ଟିହୀନ ଭାବେ ଯେଉଁ ବ୍ୟବସ୍ଥା ମାଧ୍ୟମିକ ସ୍କୁଲ୍ ଟ୍ରେଣ୍ଡ ଗ୍ରାଜୁଏଟ କଳା ଓ ବିଜ୍ଞାନ ଶିକ୍ଷକଙ୍କ ଉପରେ ଏକତରଫା ଭାବେ ଳଦି ଦେଇଥିଲେ ସେହି ଅସନ୍ତୋଷ ଆଜି ଭୀଷଣ ରୂପ ନେବାକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟ ସରାକର ବିଭିନ୍ନ ବିଭାଗର ଶତାଧିକ କ୍ୟାଡର ପୁନର୍ଗଠନ କରିଥିବା ବେଳେ ମାଧ୍ୟମିକ ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କେବଳ ସେହି ଗୋଟିଏ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଶକ୍ତି ଉପାସନାର ପର୍ବ ନବରାତ୍ରୀ ପ୍ରାରମ୍ଭରେ ସବୁ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। 22 ସେପ୍ଟେମ୍ବର ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ। ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଜୋର ଦେଇ କହିଥିଲେ ଯେ ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଏବଂ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ। ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ। ସେ ଆହୁରି କହିଛନ୍ତି,…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମର ଲକ୍ଷ୍ମୀଧର ବିଶ୍ୱାଳ ନାମକ ଜଣେ ଯୁବକ ବେକରେ ଲୁଗା ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଗତ କିଛି ମାସ ପୂର୍ବରୁ ବାହା ହୋଇଥିଲା। କିନ୍ତୁ ପାରିବାରିକ କଳହକୁ ନେଇ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ବେଳେ ମୃତ୍ୟୁ ପୁର୍ବରୁ ନିଜ ସ୍ତ୍ରୀ ସହିତ ଝଗଡ଼ା ହେଲା ପରେ ଏହି ଭଳି ପଦକ୍ଷେପ ନେଇଛି ବୋଲି ଲକ୍ଷ୍ମୀର ଭିଣୋଇ ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Read More

ଚେନ୍ନାଇ: ‘ଦକ୍ଷିଣପଥ ସମ୍ମିଳନୀ’ ଭାରତର ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରା ବିକଶିତ କରିବ ଏବଂ ଆମର ଯୁବବର୍ଗଙ୍କୁ ବିଶ୍ୱ କଲ୍ୟାଣର ଉତପ୍ରେରକ ଭାବରେ ଉଭା କରାଇବ ବୋଲି ରବିବାର ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସରେ ଆୟୋଜିତ ‘ଥିଙ୍କ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ – ୨୦୨୫’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିନିଦିନିଆ ତାମିଲନାଡୁ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଆଜି ଏହି ସମାରୋହରେ ଯୋଗଦେଇ  ଜାତୀୟ ଶିକ୍ଷା ନୀତି ୨୦୨୦ର ଭବିଷ୍ୟତମୁଖୀ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଏକ ପ୍ରୟୋଗାତ୍ମକ ରୂପ । ଏହା ବିକଶିତ ଭାରତ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ବିଶ୍ୱ କଲ୍ୟାଣ ନିଶ୍ଚିତ କରିବା ପାଇଁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଜରୁରୀ । ସେ ଆହୁରି କହିଛନ୍ତି ଯେ ଆମକୁ ସୁଯୋଗ…

Read More

ନୂଆଦିଲ୍ଲୀ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (HCU) ଛାତ୍ର ସଂଘ ନିର୍ବାଚନରେ ​​ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ସେବାଲାଲ ବିଦ୍ୟାର୍ଥୀ ଦଳ (SLVD) ମେଣ୍ଟ-୨୦୨୫ ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତ ଛଅଟି ପ୍ରମୁଖ ପଦବୀ ଜିତିଛି। ୪୫ ରାଉଣ୍ଡ ଗଣନା ପରେ, ABVP-SLVD ମେଣ୍ଟ ବାମପନ୍ଥୀ ଛାତ୍ର ସଂଗଠନ (SFI-BSF-HCU-DSU-TSF) ର ମେଣ୍ଟକୁ ପରାସ୍ତ କରିଛି। ABVP-SLVD ପ୍ରାର୍ଥୀ ଶିବ ପାଲେପୁ ସଭାପତି ପଦବୀରେ ବିଜୟୀ ହୋଇଛନ୍ତି। ସେ ଛାତ୍ର ଫେଡେରେସନ ଅଫ୍ ଇଣ୍ଡିଆ (SFI), ବହୁଜନ ଛାତ୍ର ମୋର୍ଚ୍ଚା (BSF), ଦଳିତ ଛାତ୍ର ସଂଘ (DSU), ଏବଂ ଜନଜାତି ଛାତ୍ର ମଞ୍ଚ (TSF) ମେଣ୍ଟର ପ୍ରାର୍ଥୀ ଅନନ୍ୟା ଦାସଙ୍କୁ ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ ପରାସ୍ତ କରିଛନ୍ତି। ମେଣ୍ଟ ପ୍ରାର୍ଥୀ ଦେବେନ୍ଦ୍ର ଉପାଧ୍ୟକ୍ଷ, ଶ୍ରୁତି ପ୍ରିୟା ସାଧାରଣ ସମ୍ପାଦକ, ସୌରଭ ଶୁକ୍ଳା ଯୁଗ୍ମ ସମ୍ପାଦକ, ୱିନସ ସାଂସ୍କୃତିକ ସଚିବ ଏବଂ ଜ୍ୱାଲା କ୍ରୀଡା ସଚିବ ନିର୍ବାଚିତ ହୋଇଛନ୍ତି। ମୋଟ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବିଜେପି ପକ୍ଷରୁ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ। ନାକଟିଦେଉଳ ବ୍ଲକର ୧୪ଟି ପଂଚାୟତରୁ ୧୦୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଏହି ଶିବିରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ, ବିଜେପି ନେତା ନେତ୍ରାନନ୍ଦ ରାଉଳ, ନୀଳାମ୍ବର ସାହୁ, ମଣ୍ଡଳ ସଭାପତି କିସିଣ୍ଡା ସୁଶାନ୍ତ ଭୂତିଆ, ନାକଟିଦେଉଳ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ସାହୁ, ଯୁବ ମୋର୍ଚା ସଭାପତି ଦେବବ୍ରତ ପଣ୍ଡା, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଗଡ଼ତ୍ୟା ତଥା ସରପଞ୍ଚ ମାନେ ଯୋଗ ଦେଇଥିଲେ। ରେଢ଼ାଖୋଲ ବ୍ଲଡ଼ ବ୍ୟାଙ୍କ ଷ୍ଟାଫ ସହଯୋଗ କରିଥିଲେ।

Read More

ନୂଆଦିଲ୍ଲୀ: ଆଜି ଟିମ୍ ଇଣ୍ଡିଆ ଅପେକ୍ଷା ପାକିସ୍ତାନ ଅଧିକ ଚାପରେ ରହିବ। କାରଣ ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ଦଳ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରିଥିଲେ। ଆଜି ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍, ଯାହା ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ସଲମାନ ଅଲି ଆଗା ଏବଂ ଅନ୍ୟ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ପିସିବି ଡକ୍ଟର ରାହିଲ୍ କରିମଙ୍କୁ ଦଳରେ ସାମିଲ କରିଛି। ଶେଷ ଥର ପାଇଁ ଏହି ସମାନ ଗ୍ରାଉଣ୍ଡରେ ଦୁଇ ଦଳ ପରସ୍ପରର ମୁକାବିଲା କରିଥିଲେ, ପାକିସ୍ତାନ କେବଳ ହାରିନଥିଲା ବରଂ ଭାରତ ନିକଟରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ସମଗ୍ର ମ୍ୟାଚ୍ ରେ ପାକିସ୍ତାନ ଜିତିପାରିବ ବୋଲି କେବେ ସମ୍ଭବ ମନେ ହେଉନଥିଲା। ପାକିସ୍ତାନ ହାତ ମିଳାଇବା ବିବାଦ ସୃଷ୍ଟି କରି ଏହି ଅପମାନଜନକ ପ୍ରଦର୍ଶନକୁ ଘୋଡାଇବାକୁ ଚେଷ୍ଟା କରିଥିଲା। ପାକିସ୍ତାନୀ ଖେଳାଳିମାନେ ସମ୍ପୂର୍ଣ୍ଣ ବିଚଳିତ, କ’ଣ କରିବେ କିମ୍ବା…

Read More

ବାଣପୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଉଥିବା ସେବା ପକ୍ଷ ପରିପ୍ରେକ୍ଷୀରେ ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ପରଶୁରାମ ମହାବିଦ୍ୟାଳୟ ପରିସରରେ ଆୟୋଜିତ “ମାଗଣା ସ୍ବାସ୍ଥ୍ୟ ଶିବିର”ରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ଚ଼ିଲିକା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଡ଼ାଃ ବିଭୂତି ଭୂଷଣ ହରିଚନ୍ଦନ, ବ୍ଲୁ ହୁଇଲ ହସ୍ପିଟାଲର ନିର୍ଦ୍ଧେଶିକା ଡ଼ଃ ସୁଦେଷ୍ଣା ହରିଚନ୍ଦନ, ଉପାଧ୍ୟକ୍ଷ ଡ଼ାଃ ସନ୍ଦୀପ ଦାସ ଯୋଗଦେଇ ସ୍ବାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ବ୍ଲୁ ହୁଇଲ ହସ୍ପିଟାଲର ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଆଖପାଖ ଅଞ୍ଚଳର ହଜାରରୁ ଅଧିକ ଜନସାଧାରଣଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ…

Read More

ଭୁବନେଶ୍ଵର: ଓଡ଼ିଶା ଗର୍ବିତ ଅନୁଭବ କରୁଛି ଯେ, ଜାତୀୟ ସ୍ତରର ସୁବର୍ଣ୍ଣ ପଦକ ବିଜେତା ଖେଳାଳି ମାଳବିକା ମିଶ୍ର ତାଙ୍କର ଉଲ୍ଲେଖନୀୟ କ୍ରୀଡାଜୀବନ ମାଧ୍ୟମରେ ରାଜ୍ୟକୁ ଅନେକ ସମ୍ମାନ ଦେଇଛନ୍ତି। ରାଉରକେଲାରେ ଶିକ୍ଷା ଓ କ୍ରୀଡା ଜୀବନ ଆଗେଇନେଇଥିବା ସମୟରେ ସେ ମୋହନ କୁମାର ମଙ୍ଗଳମ ପୁରସ୍କାର ସହିତ ସମ୍ମାନିତ ହୋଇଥିଲେ ଏବଂ ‘ବେଷ୍ଟ ଆଥ୍ଲିଟ୍ ଅଫ୍ ରାଉରକେଲା’ ଭାବେ ମଧ୍ୟ ସମ୍ମାନ ପାଇଥିଲେ। ମାଳବିକା ମିଶ୍ର ଆଜି ମଧ୍ୟ କ୍ରୀଡାରେ ତାଙ୍କ ଯାତ୍ରା କରୁଛନ୍ତି ଏବଂ ନାସନାଲ ମାଷ୍ଟର୍ସ ଗେମ୍ସ‌ରେ ଅନେକ ସୁବର୍ଣ୍ଣ ପଦକ ଜିତିଛନ୍ତି। ପ୍ରତିଟି ପଦକ ପାଇବାରେ ଯେପରି ଉତ୍ସାହ ଓ ସମର୍ପଣ ସେ ଦେଇଥାନ୍ତି, ସେହିପରି ଉତ୍ସାହ ସହିତ ତାଙ୍କର ଦୃଷ୍ଟିକୋଣ ଓ ଲକ୍ଷ୍ୟ ହେଉଛି — ଓଡ଼ିଶାର ପ୍ରତ୍ୟେକ ନାରୀଙ୍କୁ ଶକ୍ତିଶାଳୀ, ସୁସ୍ଥ ଏବଂ ଅଦମ୍ୟ କରିବା। ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ OMFED କର୍ପୋରେଟ୍ ଅଫିସର HRD ବିଭାଗରେ କାର୍ଯ୍ୟରତ। ନିରନ୍ତର ସମର୍ପଣ…

Read More

ବ୍ରହ୍ମପୁର, (କୈଳାଶ ଚନ୍ଦ୍ର ଚୌଧୁରୀ): ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ୍ ବାହାଦୁର ଖୁରାନିଆ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ପଡ଼ିଆକୁ ପରିଦର୍ଶନ କରି ଗଞ୍ଜାମ ଜିଲ୍ଲା ପୋଲିସ ଏସପି ଶୁଭେନ୍ଦୁ ପାତ୍ର, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞୟ କୁମାର ଓ ବ୍ରହ୍ମପୁର ଆଇ ଜି ନିତିନ୍ ଶେଖର ଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହିତ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ମାଓବାଦୀଙ୍କ ମୁକାବିଲା ପରିସ୍ଥିତିରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରେମ୍ ସିଂ ମାଝୀଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତର ମାନଙ୍କ ସହ ଯବାନର ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ ଓ ସାହାସ୍ ର ମାଓବାଦୀଙ୍କ ସହ ମୁକାବିଲା କରି ଗୁରୁତର ଆହତ ଯବାନଙ୍କ ସାହାସିକତା କୁ…

Read More

ଚିଲିକା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଉଥିବା “ସେବା ପକ୍ଷ” ପରିପ୍ରେକ୍ଷୀରେ ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆୟୋଜିତ “ସ୍ୱଚ୍ଛତା ହିଁ ସେବା-୨୦୨୫” ଅର୍ନ୍ତଗତ ସାମୂହିକ ସଫେଇ ଓ ଜଳ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ୍ ହୋଇ ଚିଲିକା କୂଳ ସମେତ କଲେଜ୍ ରୋଡ଼ ଇତ୍ୟାଦି ସ୍ଥାନ ମାନଙ୍କରେ ସ୍ଥାନୀୟ ଜନସାଧାରଣ, ଯୁବବର୍ଗ ଏବଂ ଦଳୀୟ ନେତୃବୃନ୍ଦଙ୍କ ସହ ମିଶି ସଫେଇ କାର୍ଯ୍ୟ କରିଥିଲେ। ଚିଲିକା କୂଳରେ ଜନଗହଳି ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ବିକ୍ରେତା ଓ ଯାତ୍ରୀଙ୍କୁ ସଚେତନ କରାଯାଇଥିଲା।ଏକ ସୁସ୍ଥ ସମାଜ ଗଠନ ପାଇଁ ସ୍ଵଚ୍ଛତା ନିହାତି ଜରୁରୀ। ଏହି କାର୍ଯ୍ୟକ୍ରମ ଅବସରରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର‌ ଅଧ୍ୟକ୍ଷାଶ୍ରୀମତୀ ସୁକାନ୍ତି ପାଇକରାୟ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ…

Read More

ଖୋର୍ଦ୍ଧା: ଆଜି ସକାଳ ୬ଘଟିକା ସମୟରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସେବା ପଖୱାଡ଼ା ଦିବସ -୨୦୨୫ ପାଳିତ ହେବାସହ ସେବା ପଖୱାଡା ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସେବା ପଖୱାଡା ଦେଶର ସମସ୍ତ ଜିଲ୍ଲାରେ ପାଳନ କାରାଜାଇ ସବୁ ବର୍ଗର ଜନସାଧାରଣ ମାନଙ୍କୁ ଜାତିର ଜନକ, ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ସ୍ବଚ୍ଛତା ଓ ସେବା ସମସ୍ତେ ଆପେଣେଇବା ନିମନ୍ତେ ଓ ଅନ୍ୟ ମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଏଭଳି କାର୍ଯ୍ୟ କ୍ରମ ପାଳନ କରାଯାଉଅଛି। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ଯେ, ସେବା ପର୍ବ ପାଳନ ଆମ…

Read More

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ର ସବୁଠାରୁ ବଡ଼ ମ୍ୟାଚ୍ ଆଜି ହେବାକୁ ଯାଉଛି। ଭାରତ ଏବଂ ପାକିସ୍ତାନୀ ଦଳ ସୁପର ୪ ପର୍ଯ୍ୟାୟରେ ପରସ୍ପର ସହିତ ମୁହାଁମୁହିଁ ହେବେ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କଡା ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ପୂର୍ବ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା ​​ଏବଂ ବର୍ତ୍ତମାନ ସଲମାନ ଆଗାଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ। ଏହି ସମୟରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଏସିଆ କପ୍‌ରେ ଅପରାଜିତ ଧାରା ଜାରି ରଖିବାକୁ ଚେଷ୍ଟା କରିବ। ମ୍ୟାଚ୍ ସମୟ ଏବଂ ସ୍ଥାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ରୋମାଞ୍ଚକର ସୁପର ୪ ମ୍ୟାଚ୍ ଆଜି ଖେଳାଯିବ। ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ, ଟସ୍ ସନ୍ଧ୍ୟା ୭:୩୦ ରେ ହେବ। ଏହି…

Read More

ଚେନ୍ନାଇ: ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ବୈଜ୍ଞାନିକ ତଥା ଉଦ୍ୟୋଗୀ ଶ୍ରୀଧର ଭେମ୍ବୁଙ୍କ ଦ୍ବାରା ପ୍ରତିଷ୍ଠିତ ଜୋହ କ୍ୟାମ୍ପସ ପରିଦର୍ଶନ କରିଛନ୍ତି। ତାମିଲନାଡୁର ତେନକାସି ଗ୍ରାମାଞ୍ଚଳରେ ଶ୍ରୀ ଭେମ୍ବୁଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବିଭିନ୍ନ ଉଦ୍ୟୋଗ, ତାଲିମ ପ୍ରତିଷ୍ଠାନ ବୁଲି ଦେଖିଛନ୍ତି। ସେଠାରେ ତାଲିମ ନେଉଥିବା ଓ କାର୍ଯ୍ୟରତ ଥିବା ଛାତ୍ରଛାତ୍ରୀ ଏବଂ ପେଶାଦାରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି।

Read More

ଭୁବନେଶ୍ଵର: ଓଡ଼ିଶା ପଲ୍ୟୁଟ୍ରି ଫେଡରେସନ୍ ଏବଂ ଓୟୁଏଟିର ମିଳିତ ଆନୁକୁଲ୍ୟରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ଭାରତ ପଲ୍ୟୁଟ୍ରି ଏକ୍ସପୋ-୨୦୨୫। ଓୟୁଏଟିର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ସେ କୁକୁଡ଼ା ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବାକୁ ଆହ୍ବାନ ଦେଇଛନ୍ତି। ଚାଷୀମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ନିଃଶୁଳ୍କ ପ୍ରାଣୀ ଚିକିତ୍ସା ସୁବିଧା ଉପଲବ୍ଧ କରାଉଛନ୍ତି। କ୍ଷୁଦ୍ର ଚାଷୀଙ୍କ ଉନ୍ନତି ପାଇଁ ସରକାର ସର୍ବଦା ପ୍ରୟାସରତ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଆଗାମୀ ଦିନରେ କୁକୁଡ଼ା ଚାଷକୁ ବୀମା ଅର୍ନ୍ତଭୁକ୍ତ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ୍ବ କୁକୁଡ଼ା ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Read More

ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କରିଛନ୍ତି। ରାଜଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ରୁତୁରାଜଙ୍କୁ ଏସବୁ ଖାଦ୍ୟଝୁଡ଼ି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ରାଜ୍ୟପାଳଙ୍କୁ ରାଜ୍ୟର ଯକ୍ଷ୍ମା ସ୍ଥିତି ଏବଂ ସରକାର ଗ୍ରହଣ କରିଥିବା ବହୁମୁଖୀ ପ୍ରୟାସ ସଂପର୍କରେ ଅବଗତ କରାଯାଇଛି। ସ୍ୱାସ୍ଥ୍ୟବିଭାଗ ସଚିବ ଅଶ୍ୱଥି ଏସ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶନିବାର ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନର ସମଗ୍ର ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ସେ ବ୍ରହ୍ମପୁର ଓ ବାଲୁଗାଁ ରେଳଷ୍ଟେସନରେ ଚାଲିଥିବା ଅମୃତ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପର ପ୍ରଗତିକୁ ସମୀକ୍ଷା କରିଛନ୍ତି। ଏଥି ସହିତ, ଯାତ୍ରୀଙ୍କ ସୁବିଧାର ସୁଧାରଣୀୟ ବିଭିନ୍ନ ବ୍ୟବସ୍ଥାକୁ ବିଭିନ୍ନ ଷ୍ଟେସନରେ ନିରୀକ୍ଷଣ କରିଛନ୍ତି। ଶ୍ରୀ ଫୁଙ୍କୱାଲ ଟ୍ରେନ ପରିଚାଳନା ଓ ଆଧାରଯୁକ୍ତ ସଂରଚନା ସମ୍ବନ୍ଧୀୟ ନିରାପତ୍ତା ବ୍ୟବସ୍ଥାଗୁଡିକୁ ମଧ୍ୟ ନିରୀକ୍ଷଣ କରିଥିଲେ। ମହାପ୍ରବନ୍ଧକ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଚାଲୁରହିଥିବା କାର୍ଯ୍ୟଗୁଡିକୁ ଶୀଘ୍ରତାର ସହିତ ସମ୍ପନ୍ନ କରିବାକୁ ଓ ନିର୍ଦ୍ଧାରିତ ସମୟସୀମାରେ କାର୍ଯ୍ୟ ସମାପ୍ତ ପାଇଁ ପ୍ରୟାସ କରିବାକୁ, ଯାହାଦ୍ୱାରା ଯାତ୍ରୀ ସୁବିଧା ଓ ନିରାପତ୍ତାରେ ଅଧିକ ଗୁରୁତ୍ୱ ଦିଆଯିବ। ଏହି ନିରୀକ୍ଷଣରେ ତାଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ, ପୂର୍ବତଟ ରେଳପଥର ବିଭିନ୍ନ…

Read More

ଭୁବନେଶ୍ୱର: ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୪୧ ଜଣ ଗବେଷକ ସ୍ଥାନ ପାଇଛନ୍ତି। ୨୦୨୫ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି। ୨୦୨୪ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୩୨ ଜଣ ଗବେଷକ ସ୍ଥାନ ପାଇଥିଲେ। ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ଏକ ଗୁରୁତ୍ୱପୂର୍ଣ୍ଣ ର‌୍ୟାଙ୍କିଙ୍ଗ ଯାହାକି ଗବେଷଣା କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ କରୁଥିବା ଗବେଷକମାନଙ୍କୁ ନେଇ ପ୍ରସ୍ତୁତ ହୋଇଥାଏ। ଏହି ତାଲିକାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୩ ଜଣ ଗବେଷକ ସ୍ଥାନ ପାଇଥିବା ବେଳେ ସୋଆ ପକ୍ଷରୁ ସ୍ଥାପିତ ହୋଇଥିବା ଗବେଷଣା କେନ୍ଦ୍ର ମଧ୍ୟରୁ ୫ଟି…

Read More

ଭୁବନେଶ୍ଵର: ସାରା ଦେଶରେ ସେପ୍ଟେମ୍ବର ମାସକୁ ଜାତୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି। ଏହା ସହିତ ସମାଜକୁ ସୁସ୍ଥ ଓ ସଚେତନ କରିବା ଉଦ୍ଦେଶ୍ୟରେ “ମାଆଙ୍କ ନାମରେ ଗଛଟିଏ ୨.୦” ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଉଛି। ମା’ ଯେପରି ପରିବାରକୁ ପୋଷଣ ଦେଇଥାନ୍ତି, ସେପରି ଗଛ ପୃଥିବୀକୁ ପୋଷଣ ଦିଏ। ମା’ ନିଜ ସନ୍ତାନଙ୍କୁ ଆଶ୍ରୟ ଓ ସୁରକ୍ଷା ଦେଇଥାନ୍ତି, ସେପରି ଗଛ ଆମକୁ ଛାୟା ଓ ପରିବେଶକୁ ସୁରକ୍ଷା ଦିଏ। ମା’ଙ୍କ ପ୍ରତି ସମ୍ମାନ, ଆଗାମୀ ପିଢ଼ିଙ୍କ ପ୍ରତି ଦାୟିତ୍ୱ ଓ ପରିବେଶ ପ୍ରତି ଶପଥ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ମୁଖ୍ୟାଳୟରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (CBC), ସମ୍ବଲପୁର ପକ୍ଷରୁ ‘୮ମ ଜାତୀୟ ପୋଷଣ ମାସ’ ଏବଂ “ମାଆଙ୍କ ନାମରେ ଗଛଟିଏ ୨.୦” ଶୀର୍ଷକରେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅଭିଯାନରେ…

Read More