Author: SM Network

ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରମୁଖ ମା ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା କରିଥିଲେ। ରାଜ୍ୟପାଳ ସମଲେଇ ପ୍ରକଳ୍ପ ଅଞ୍ଚଳ ମଧ୍ୟ ବୁଲି ଦେଖିଛନ୍ତି।

Read More

ପୁରୀ: ପୁରୀ ପୁଲିସ ରିଜର୍ଭଲାଇନ ସମ୍ମିଳନୀ କକ୍ଷରେ ଜିଲ୍ଲା ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ ସଂଘର ଅଷ୍ଟାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଯେ, ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଅବିରତ ଭାବେ ଏକତା ଓ ସେବା ଭାବନାର ନିର୍ଦ୍ଦଶନ ଦେଇ ଆଗାମୀ ପିଢିଙ୍କୁ ଅନୁପ୍ରାଣିତ କରୁଛନ୍ତି। ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବା ଏବଂ ଡ୍ରୋନଦ୍ବାରା ବିଭିନ୍ନ କାର୍ଯ୍ୟ ହେବାନେଇ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିଥିଲେ। ଏହି ଉତ୍ସବରେ ପୁଲିସ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ପୁରୀ ଜିଲ୍ଲାସଂଘ ସଭାପତି ପି.ଚିଟି ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Read More

ମେଷ : ଜୀବନସାଥୀ ସହିତ ଭଲ ସମୟ ଅତିବାହିତ ହେବ। ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। ବାକି କାମ ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ। ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ଶୀଘ୍ର ଟଙ୍କା ଖର୍ଚ୍ଚ ହୋଇପାରେ। ବୃଷ : ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ। ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ। ବ୍ୟବସାୟ ଭଲ ହେବ। ଆୟ ବୃଦ୍ଧି ପାଇବ। ଆଘାତ ଏବଂ ରୋଗ ବାଧା ଦେଇପାରେ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ। ପ୍ରତିଦ୍ୱନ୍ଦ୍ୱିତା ହେବ। ମିଥୁନ : ସାଙ୍ଗମାନଙ୍କ ସହିତ ସମୟ ଭଲ ରହିବ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତୁ। ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କ…

Read More

ବୁର୍ଲା: ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି। ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି ବୋଲି ଶନିବାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ), ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଡିଗ୍ରି, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବିଶ୍ୱମାନର ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରି ଭିସୁଟ ଆଗାମୀ ଦିନରେ ସାରା ଦୁନିଆରେ ଆହୁରି ସୁନାମ ଅର୍ଜନ କରିବାର ସାମର୍ଥ୍ୟ ବହନ କରୁଛି । ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ବୈଷୟିକ ଜ୍ଞାନକୌଶଳର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ଅଞ୍ଚଳର ସଂସ୍କୃତି, ପରମ୍ପରା, ବିଭିନ୍ନତା ଏବଂ ପ୍ରାଣବନ୍ତ ଭାରତର ଏକ ପ୍ରମୁଖ ଶକ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, “ମଣିପୁର” ନାମରେ “ମଣି” ଶବ୍ଦ ରହିଛି,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମିଜୋରାମର ଆଇଜଲରେ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରେଳ, ରାସ୍ତା, ବିଦ୍ୟୁତ୍, କ୍ରୀଡା ସମେତ ଅନେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନୀଳ ପର୍ବତମାଳାର ଏହି ସୁନ୍ଦର ଭୂମିରେ ରାଜତ୍ୱ କରିଥିବା ପରମେଶ୍ୱର ପାଠିଆନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ମିଜୋରାମର ଲାଙ୍ଗପୁଇ ବିମାନବନ୍ଦରରେ ଉପସ୍ଥିତ ଥିବାରୁ ଏବଂ ଖରାପ ପାଗ ଯୋଗୁଁ ଆଇଜଲରେ ଲୋକଙ୍କୁ ଭେଟିପାରି ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ପରିସ୍ଥିତି ସତ୍ତ୍ୱେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ମାଧ୍ୟମରେ ମଧ୍ୟ ଲୋକଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରିପାରିବେ। ସ୍ୱାଧୀନତା ଆନ୍ଦୋଳନ ହେଉ କିମ୍ବା ରାଷ୍ଟ୍ର ନିର୍ମାଣ, ଶ୍ରୀମୋଦୀ କହିଛନ୍ତି ଯେ ମିଜୋରାମର ଲୋକମାନେ ସର୍ବଦା ଯୋଗଦାନ ଦେବାକୁ ଆଗେଇ ଆସିଛନ୍ତି। ସେ କହିଛନ୍ତି ଯେ…

Read More

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଜି ବାଣପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟ ଏକ୍କା ମିଳିତ ଭାବେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଯୋଗଦେଇ ବିଭିନ୍ନ ବିଚାରଧୀନ ମାମଲାର ଫଇସଲା କରିଥିଲେ।ତତସହିତ ବିଭିନ୍ନ ବ୍ୟାଙ୍କର ପ୍ରାକ ବିବାଦୀୟ ମକଦ୍ଦମା ଗୁଡିକୁ ମଧ୍ୟ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା। ଉକ୍ତ ଲୋକ ଅଦାଲତରେ ସମୁଦାୟ ୪୦ ଗୋଟି ମାମଲା ବିଚାରପାଇଁ ପଞ୍ଜିକୃତ ହୋଇଥିବାବେଳେ ତନ୍ମଧ୍ୟରୁ ୩୨ ଗୋଟି ମୋଟରଜାନ ଓ ଫୌଜଦାରୀ ମାମଲା, ୬ ଗୋଟି ଦେୱାନୀ ମାମଲା, ୧ ଗୋଟି ବୈବାହିକ ବିବାଦ ମାମଲା ଏବଂ ୧ ଗୋଟି ଅର୍ଥ ଆଦାୟ ମାମଲା ର ଫଇସଲା ହୋଇଥିଲା। ଏଥିରୁ ପାଖାପାଖି ୧୦ ଲକ୍ଷ…

Read More

ବାଲୁଗାଁ: ଚିଲିକା – ବାଲୁଗାଁ ରୋଟାରୀ କ୍ଲବ୍ ର ଦଶମ ଅଧିଷ୍ଠାନ ଉତ୍ସଵ ଓ ରାଷ୍ଟ୍ରନିର୍ମାତା ପୁରସ୍କାର ତଥା ସମ୍ବର୍ଦ୍ଧନା ସମାରୋହ ଆଜି ବାଲୁଗାଁ ଦିଗନ୍ତିକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଧିଷ୍ଠାନ ସମାରୋହରେ ରୋଟାରି ଜିଲ୍ଲାର ପୂର୍ବତନ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଶିବବ୍ରତ ଦାଶ ମୁଖ୍ୟ ଅତିଥି , ରୋଟରିଆନ ଆଶୁତୋଷ ସାମନ୍ତସିଂହାର ଓ ବିଶିଷ୍ଟ ଚିକିତ୍ସକ ଡାକ୍ତର ସୁରେନ୍ଦ୍ରନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ରୋଟାରୀ ପ୍ରତିଷ୍ଠାତା ପଲ ହରିସ୍ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିବା ପରେ ସଭାପତି ରୋଟାରିଆନ ଗଜେନ୍ଦ୍ର ସେଠି ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଜାତୀୟ ସଂଗୀତ ଗାନ ପରେ ବିଜୟଲକ୍ଷ୍ମୀ ପଣ୍ଡା ଓ ସୁପ୍ରଭା ବାରିକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ରୋ ଟାରିଆନ ଜାନକୀ ବଲ୍ଲଭ ପଟ୍ଟନାୟକ।…

Read More

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ନାରୀ, ଶସକ୍ତ ପରିବାର ଅଭିଯାନ ବିଭିନ୍ନ ଗଣ ସହାୟକ ଜିଲ୍ଲା ସ୍ତରୀୟ ବିଭାଗ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଅଧ୍ୟକ୍ଷ ଶ୍ରୀ ସାହୁ ଏପରି ମହତ ଅଭିଯାନକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ଗଣସହାୟକ ଜିଲ୍ଲା ସ୍ତରୀୟ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯାନ ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଗୁଡ଼ିକ ହେଲା ସମସ୍ତ ମହିଳା ଏବଂ ୧୮ ବର୍ଷ ପର୍ଯ୍ୟନ୍ତ କନ୍ୟା ଶିଶୁ ମାନଙ୍କୁ ବିଭିନ୍ନ ବୟସ ଭିତ୍ତିରେ ଟିକା ପ୍ରଦାନ କରିବା। ୩୦ ବର୍ଷ ଓ…

Read More

ନୂଆଦିଲ୍ଲୀ: ଯେବେଠାରୁ ୨୦୨୫ ଏସିଆ କପ୍ ର ସୂଚୀ ପ୍ରକାଶିତ ହୋଇଥିଲା, ସେବେଠାରୁ ଭାରତ-ପାକିସ୍ତାନ ମ୍ୟାଚ୍ କୁ ନେଇ ହଙ୍ଗାମା ଚାଲିଛି। ଉଭୟ ଦଳର ‘ମହାମୁକାବିଲା’ ସେପ୍ଟେମ୍ବର ୧୪ ତାରିଖରେ ଏସିଆ କପ୍ ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍ ବାତିଲ କରିବା ପାଇଁ ସାରା ଭାରତରେ ଅଭିଯାନ ଆରମ୍ଭ ହୋଇଛି। ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଏପରି ପରିସ୍ଥିତିରେ ପ୍ରଶ୍ନ ହେଉଛି ଯେ, ଏହି ମ୍ୟାଚ୍ ବାତିଲ କରିବାର ନିଷ୍ପତ୍ତି ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ହାତରେ ଅଛି କି? କ’ଣ BCCI ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ କରିବ? ନା, ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ କରିବାର ନିଷ୍ପତ୍ତି BCCI ହାତରେ ନାହିଁ। ଏହି ସମ୍ପର୍କରେ BCCI ସଚିବ ଦେବଜିତ ସାଇକିଆ ନିଜେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ, ଭାରତ ସରକାର ଏସିଆ କପ୍ ଉପରେ ଯାହା ନିଷ୍ପତ୍ତି ନେବେ, ବୋର୍ଡ ତାହାକୁ ପାଳନ…

Read More

ଭୁବନେଶ୍ୱର/କେନ୍ଦୁଝର: “ସମୃଦ୍ଧ ଓଡିଶା, ବିକଶିତ ଓଡ଼ିଶା” ର ପ୍ରତିଶ୍ରୁତିକୁ ଆଗକୁ ବଢାଇ ନେଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି କେନ୍ଦୁଝର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ “ଜିରୋ ଆକ୍ସିଡେଣ୍ଟ ଡେ” Zero Accident Day(ZAD) ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦ୍ଘାଟନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକ ମାନଙ୍କୁ ସେହିଠାରେ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ କରିଥିଲେ ଓ ସିଂଗନେଚର କ୍ୟାମ୍ପେନକୁ ଉଦ୍ଘାଟନ କରିଥିଲେ। ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ବ ନୁହେଁ।…

Read More

ସମ୍ବଲପୁର: ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବଢାଇବା ପାଇଁ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ। କେବଳ ଏତିକି ନୁହେଁ, ମାତୃଭାଷାରେ ଶିକ୍ଷାଦାନ କରିବା ଉପରେ ମଧ୍ୟ ଶିକ୍ଷାୟତନକୁ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଶନିବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଏହି ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ। ଆଜିର ଦିନରେ ଡିଗ୍ରୀ ଏବଂ ପଦକ ପାଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅଭିନନ୍ଦନ। ସମ୍ବଲପୁର ବିଶ୍ଵବିଦ୍ୟାଳୟ ସହ ମୋର ସମ୍ପର୍କ ବହୁତ ପୁରୁଣା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଅନୁଷ୍ଠାନ। ପିଏମ ଉଷା ତରଫରୁ ମେରୁ ଅଧୀନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୧୦୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ବଜେଟରୁ ସମ୍ବଲପୁର…

Read More

ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ‘ଜାତୀୟ ଶିକ୍ଷାନୀତି ୨୦୨୦’ ଆଧାରରେ ଶିକ୍ଷାର ଗୁଣାତ୍ମକ ବିକାଶ ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏଭଳି ପ୍ରଦର୍ଶନୀ ଦିଗଦର୍ଶନ କରିଥାଏ। ଏହା ସେଚେତନତା ଓ ସକାରାତ୍ମକ କ୍ୟାରିୟର ପାଇଁ ଆଲୋକବର୍ତ୍ତିକା ବୋଲି ସେ କହିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ଏ.କେ. ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କେଭିଏସ୍ ଭୁବନେଶ୍ୱର ଅଞ୍ଚଳର ଡେପୁଟି କମିସନର ଡ. ଶିହରଣ ବୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକବିଂଶ ଶତାବ୍ଦୀର ବଦଳୁଥିବା କ୍ୟାରିୟରଗୁଡ଼ିକର ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷା ବିଭାଗମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ଉପରେ ବିଶଦ ଭାବେ କହିଥିଲେ। ପ୍ରତିଷ୍ଠାନ ପକ୍ଷରୁ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମନ୍ଦସୌରର ଗାନ୍ଧୀ ସାଗର ପାର୍କରେ ଏକ ଗରମ ବାୟୁ ବେଲୁନ ଦେଖୁଥିଲେ, ହଠାତ୍ ସେଥିରେ ନିଆଁ ଲାଗିଗଲା। ସୌଭାଗ୍ୟବଶତଃ, ଏହି ସମୟରେ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ବେଲୁନରୁ ବାହାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇଗଲେ। ଗରମ ବାୟୁ ବେଲୁନରେ ନିଆଁ ଲିଭାଇ ଦିଆଯାଇଥିଲା। ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମନ୍ଦସୌରର ଗାନ୍ଧୀ ସାଗର ଅଭୟାରଣ୍ୟରେ ଥିଲେ। ସେ ଏଠାକୁ ଗରମ ବାୟୁ ବେଲୁନ ଦେଖିବାକୁ ଆସିଥିଲେ। ଯେତେବେଳେ ସେ ବେଲୁନ ଭିତରେ ଥିଲେ, ତଳ ଭାଗରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟବଶତଃ, ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆଯାଇଥିଲା ଏବଂ ସମୟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।

Read More

ଭୁବନେଶ୍ୱର: ଓଡ଼ିଶାରୁ ଜନ୍ମ ନେଇ ସାରା ଭାରତର ସ୍ୱାସ୍ଥ୍ୟସେବାରେ ବିପ୍ଳବ ଆଣିବାର ଲକ୍ଷ୍ୟ ରଖୁଥିବା, ଭୁବନେଶ୍ୱରର ଏକ ପ୍ରଯୁକ୍ତିବିଦ୍ୟା କମ୍ପାନୀ, ଟ୍ରୋନିକ୍ସୱେର, ଏହାର ଅତ୍ୟାଧୁନିକ ଆପ୍ଲିକେସନ୍ ଫ୍ରେମୱାର୍କ, ଷ୍ଟେ-ଚେକ୍ଡ୍ ଆପ୍ ର ଆନୁଷ୍ଠାନିକ ଶୁଭାରମ୍ଭ କରିଛି। ଏହି ଆପ୍ ହେଉଛି କମ୍ପାନିର ୩ ବର୍ଷର ଗବେଷଣା ଏବଂ ବିକାଶ ପ୍ରୟାସର ଫଳାଫଳ, ଯାହାକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ କରାଯାଉଛି। ଏହି ପ୍ଲାଟଫର୍ମ ଏକ ଏକୀକୃତ ଡିଜିଟାଲ୍ ଇକୋସିଷ୍ଟମ୍ ମଧ୍ୟରେ ସ୍ୱାସ୍ଥ୍ୟସେବାର ଏକ ବ୍ୟାପକ ସୁଟ୍ ପ୍ରଦାନ କରି ମାନବଜାତିକୁ ଉନ୍ନତ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ନିଜର ଅନନ୍ୟ ଇଣ୍ଟେଲିଜେଣ୍ଟ ଆସିଷ୍ଟାଣ୍ଟ (IA) ମଡେଲ୍ ଦ୍ୱାରା ସଶକ୍ତ ଏହି କମ୍ପାନୀ ସ୍ୱାସ୍ଥ୍ୟସେବା ଯାତ୍ରାରେ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସୁଗମ ଅଭିଜ୍ଞତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଷ୍ଟେ-ଚେକ୍ଡ୍ ଆପ୍ ପ୍ରଚଳନ କରିଛି ଏବଂ ନିକଟ ଭବିଷ୍ୟତରେ ସ୍ୱାସ୍ଥ୍ୟସେବାର ଅନ୍ୟାନ୍ୟ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ହାସଲ କରିବାର ପ୍ରତିଶ୍ରୁତି ଦେଇଛି।…

Read More

ଭୁବନେଶ୍ଵର: ଆଜିଠାରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଖଡ଼ଗପୁର ୟାର୍ଡରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ନିମ୍ନଲିଖିତ ଟ୍ରେନ୍ ସେବା ପ୍ରଭାବିତ ହେବ: ଟ୍ରେନ୍ ବାତିଲ୍ ଟ୍ରେନ୍ ନମ୍ବର ୧୮୦୨୧/୧୮୦୨୨ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍- ଖଡ଼ଗପୁର ଏକ୍ସପ୍ରେସ୍ ଆଜିଠାରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ପଟୁ ବାତିଲ୍ ହେବ। ଟ୍ରେନର ଗନ୍ତବ୍ୟସ୍ଥଳ ଆଗରୁ ବାତିଲ: ଟ୍ରେନ୍ ନମ୍ବର ୬୮୪୪୨ ପୁରୀ-ଜଳେଶ୍ୱର MEMU ଆଜିଠାରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବାଲେଶ୍ୱରରେ ଯାତ୍ରା ଶେଷ କରିବ। ଖାଲି ରେକ୍ ଜଳେଶ୍ୱରରୁ ଟ୍ରେନ୍ ନମ୍ବର ୬୮୪୪୧ ଭାବରେ କାର୍ଯ୍ୟ କରିବ।

Read More

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍‌ ର ସବୁଠାରୁ ବଡ଼ ମ୍ୟାଚ୍‌ ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ। ଭାରତ ଏବଂ ପାକିସ୍ତାନ ସେପ୍ଟେମ୍ବର ୧୪ ତାରିଖ (ରବିବାର) ସନ୍ଧ୍ୟାରେ ଦୁବାଇରେ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ରାତି ୮ ଟାରୁ ଖେଳାଯିବ ଏବଂ ବିଶେଷ କଥା ହେଉଛି ଯେ, ଗତ ଦଶନ୍ଧିରେ ପ୍ରଥମ ଥର ପାଇଁ, ବିରାଟ କୋହଲି, ରୋହିତ ଶର୍ମା, ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ଭଳି କିମ୍ବଦନ୍ତୀମାନେ ଭାରତ-ପାକିସ୍ତାନ ମୁକାବିଲାରେ ପଡ଼ିଆରେ ରହିବେ ନାହିଁ। ତଥାପି ଉଭୟ ଦଳର ଯୁବ ଖେଳାଳି ଏବଂ ଷ୍ଟାର ଅଲରାଉଣ୍ଡରମାନେ ଏହି ହାଇ-ଭୋଲଟେଜ୍ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କେଉଁଠି ଏବଂ କିପରି ଲାଇଭ୍‌ ଦେଖିବେ?: ଏହି ମ୍ୟାଚ୍‌କୁ ସୋନି ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ କରାଯିବ। ସେହି ସମୟରେ ଦର୍ଶକମାନେ ମୋବାଇଲ୍ ଏବଂ ଲାପଟପ୍‌ରେ ମ୍ୟାଚ୍‌ ଦେଖିବା ପାଇଁ ସୋନି LIV…

Read More

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଚଢ଼ାଉରେ ବିପୁଳ ପରିମାଣରେ ଦେଶୀ ମଦ ଓ ମହୁଲ ଜବତ ହୋଇଛି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଣପୁର ଥାନା ଅନ୍ତର୍ଗତ ମନ୍ଦାର ଓ ପଣସଡିହ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ମନ୍ଦାର ଗ୍ରାମରୁ ୯୪୦୦ କେଜି ମହୁଲ ପୋଚ ଏବଂ ୯୫୦ ଲିଟର ମହୁଲି ମଦ ଜବତ ହୋଇଛି। ଏହାପରେ ପଣସଡିହ ଗ୍ରାମର ରବି ଶବରଙ୍କ ଠାରୁ ୩୦୦ ଲିଟର ମଦ ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି, ବାଣପୁର ଥାନା ଏଏସଆଇ ସଞ୍ଜୟ କୁମାର ପାତ୍ର, ଟାଙ୍ଗୀ ଅବକାରୀ ଅଧୂକାରୀ ରମେଶ…

Read More

ନୂଆଦିଲ୍ଲୀ: ‘‘ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳକୁ ଫ୍ରଣ୍ଟିଅର୍‌ (ସୀମାବର୍ତ୍ତୀ) କ୍ଷେତ୍ର କୁହାଯାଉଥିଲା। କିନ୍ତୁ ଆଜି ଏହି ଅଞ୍ଚଳ ଫ୍ରଣ୍ଟ-ରନର୍‌ ଅଫ୍‌ ଗ୍ରୋଥ୍’ ବା ବିକାଶରେ ଅଗ୍ରଣୀ ହୋଇପାରିଛି।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉକ୍ତି ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ହୋଇଥିବା ଅଭୂତପୂର୍ବ ପ୍ରଗତିର ପ୍ରମାଣ ଦେଉଛି। ଅନେକ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଭାରତର ଉତ୍ତର-ପୂର୍ବାଞ୍ଚଳରେ ଗତ ଦଶନ୍ଧିରେ ବିକାଶର ନୂତନ ସୂର୍ଯ୍ୟୋଦୟ ହୋଇଛି। ରେଳବାଇ, ରାଜପଥ, ବିମାନ ସଂଯୋଗ ଏବଂ ଡିଜିଟାଲ୍ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ ଏହି ଅଞ୍ଚଳର ଆଠଟି ରାଜ୍ୟରେ ବିକାଶକୁ ତ୍ୱରାନ୍ୱିତ କରିଛି। ଉତ୍ତର-ପୂର୍ବାଞ୍ଚଳରେ ସମାବେଶୀ ବିକାଶକୁ ଆଗକୁ ବଢ଼ାଇବା ଲାଗି କେନ୍ଦ୍ର ସରକାର ଆକ୍ଟ ଇଷ୍ଟ ନୀତି ଅନ୍ତର୍ଗତ ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଏହି ଅଞ୍ଚଳର ସନ୍ତୁଳିତ ବିକାଶ ସୁନିଶ୍ଚିତ ହେବା ସହିତ ଦକ୍ଷିଣପୂର୍ବ ଏସିଆ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଉତ୍ତର-ପୂର୍ବାଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ମହିଳା କୃଷିରତ ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ)ଠାରେ ‘‘ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀପାଳନ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟ ଚାଷ ପ୍ରୋତ୍ସାହନ’’ ଉପରେ ଏକ ଚାରିଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଓଡ଼ିଶା ସରକାରଙ୍କ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଭିଓଟିଆଇ), ଭୁବନେଶ୍ୱର ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ (ଏଫଏଆରଡି) ବିଭାଗ ସହଯୋଗରେ ୯-୧୨ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ମୃଦୁଲା ଦେବୀ ପ୍ରାଣୀସମ୍ପଦ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ପଦ୍ଧତି ଉପରେ ଦୃଢ଼ ଧ୍ୟାନ ଦେଇ ଗୋଖାଦ୍ୟ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭିଓଟିଆଇର ସହକାରୀ ନିର୍ଦ୍ଦେଶକ ଡକ୍ଟର ଦୟାନିଧି ବେହେରା ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପ୍ରାଣୀପାଳନ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ଆଜି ପ୍ରଧାନମନ୍ତ୍ରୀ ମିଜୋରାମ ଗସ୍ତ କରି, ସକାଳ ପ୍ରାୟ ୧୦ଟାରେ ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାସହିତ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ। ମିଜୋରାମ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମଣିପୁର ଯିବେ ଏବଂ ପ୍ରାୟ ୧୨:୩୦ରେ ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଠାରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହାସହିତ, ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୨:୩୦ରେ ଇମ୍ଫାଲରେ ୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରି ଏକ ସାଧାରଣ ସମାବେଶକୁ ସମ୍ବୋଧନ କରିବେ। ପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସନ୍ଧ୍ୟା ପ୍ରାୟ ୫ ଟାରେ…

Read More