Author: SM Network

ଭୁବନେଶ୍ଵର: ରାଜ୍ୟରେ ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତ ପ୍ରତିଶତ ନିର୍ଭୁଲ ଭାବେ ସମ୍ପାଦନ କରିବା ସହ ଚଳିତ ମାସ ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଜାରି ରହିଥିବା ଡିଜିଟାଲ କୃଷି ସର୍ବେକ୍ଷଣ ୨୦୨୫ର ଅଗ୍ରଗତି ସଂପର୍କରେ ସମୀକ୍ଷା ପାଇଁ ଗତକାଲି ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଶ୍ରୀ ଆହୁଜା ବ୍ଳକ୍ ଓ ଜିଲ୍ଲାସ୍ତରୀୟ ଟିମକୁ ଦିଆଯାଇଥିବା ସର୍ବେକ୍ଷଣ କାର୍ଯ୍ୟର ଯାଞ୍ଚ କରିବା ଏବଂ କୌଣସି ସ୍ତରରେ ସର୍ବେକ୍ଷଣରେ ମିଥ୍ୟା ତଥ୍ୟ ପ୍ରଦାନ ବା ଠକେଇ କରାଯାଇଥିବା ଜଣାପଡିଲେ ସର୍ଭେୟରମାନଙ୍କୁ ପ୍ରାପ୍ୟ ନଦେବା ତଥା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆଲେଖ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ କିପରି ଦେଶର ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି। ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଲେଖା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ, ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍‌ଘାଟନ କିପରି ଏକ ଐତିହାସିକ ଉପଲବ୍ଧି ଏବଂ ଏହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବା ସହ ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ। ପିଏମ୍‌ଓ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି; “ଉତ୍ତର-ପୂର୍ବାଞ୍ଚଳ ଆଉ ପ୍ରଗତି ପାଇଁ ଅପେକ୍ଷା କରିଥିବା ସୀମା ନୁହେଁ ବରଂ, ଭାରତର ଅଭିବୃଦ୍ଧିର କାହାଣୀର କେନ୍ଦ୍ରବିନ୍ଦୁ। ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍‌ଘାଟନ ଏକ ଐତିହାସିକ ମାଇଲଖୁଣ୍ଟ, ଯାହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ, ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏହି ଲେଖା ପଢ଼ନ୍ତୁ, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରେଟ ନିକୋବାର ଦ୍ୱୀପ ପ୍ରକଳ୍ପ ବିଷୟରେ ବ୍ୟାଖ୍ୟା କରିଥିବା ଏକ ଲେଖା ଶେୟାର କରିଛନ୍ତି। ଏହି ପ୍ରକଳ୍ପ ସାମରିକ, ପ୍ରତିରକ୍ଷା ଏବଂ ଜାତୀୟ ଗୁରୁତ୍ୱ ବହନ କରିବା ସହ ଏହି କ୍ଷେତ୍ରକୁ ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ଏବଂ ବାୟୁ ସଂଯୋଗୀକରଣର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବ। କେନ୍ଦ୍ରମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ଏକ୍ସରେ ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି; “କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦର ଯାଦବ ବ୍ୟାଖ୍ୟା କରିଛନ୍ତି ଯେ, ଗ୍ରେଟ ନିକୋବାର ଦ୍ୱୀପ ପ୍ରକଳ୍ପ, ଯାହା ସାମରିକ, ପ୍ରତିରକ୍ଷା ଏବଂ ଜାତୀୟ ଗୁରୁତ୍ୱ ବହନ କରୁଛି, ଏହି ଅଞ୍ଚଳକୁ ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ଏବଂ ବାୟୁ ସଂଯୋଗୀକରଣର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବ। ସେ ଏହାକୁ ଅର୍ଥନୀତି ଏବଂ ପରିବେଶ ପରସ୍ପର ପରିପୂରକର ଏକ ପ୍ରମୁଖ ଉଦାହରଣ ଭାବରେ ଉଲ୍ଲେଖ କରିଛନ୍ତି।” Read More- Nykaa Launches Whipped Blush…

Read More

ଭୁବନେଶ୍ଵର: ନବନିର୍ମିତ ପାଟଣାଗଡ କୃଷି ଭବନର ଲୋକାର୍ପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର ଓ ସମ୍ବଲପୁର ପରେ ଉପଖଣ୍ଡସ୍ତରରେ ପ୍ରଥମ ଥର ପାଇଁ ପାଟଣାଗଡ଼ଠାରେ କୃଷି ଭବନ ଉଦଘାଟନ କରାଯାଇଛି। ରାସାୟନିକ ସାର ବଦଳରେ ଜୈବିକ ଚାଷକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ କମ ଖର୍ଚ୍ଚରେ ଅଧିକ ଉପାଦାନ ହୋଇପାରିବ ବୋଲି କହିଛନ୍ତି। ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାଙ୍କ ନାମରେ ଏକ ଗଛ ଲଗାଇବା ପାଇଁ ଶ୍ରୀ ସିଂହ ଦେଓ ପରାମର୍ଶ ଦେବା ସହ ସୁଭଦ୍ରା ମା ମାନଙ୍କୁ ପାଞ୍ଚଟି ଲେଖାଏଁ ଗଛ ପ୍ରଦାନ କରିଥିଲେ। ଏହି ଅବସରରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ଜୀ ସାର୍ଥକର ନିଜର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ସହିତ ଓଡିଆ ଦର୍ଶକଙ୍କ ଘରେ ଘରେ ପହଞ୍ଚି ପାରିଛି, ଯେଉଁଥି ପାଇଁ ଆଜି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ହୋଇପାରିଛି। ଚ୍ୟାନେଲର ଏକାଧିକ ମେଗା ଧାରାବାହିକ ସଫଳତା ସାଉଁଟିଛି, ସେହିପରି ଐତିହାସିକ ୪୦୦ତମ ଏପିସୋଡରେ ପହଞ୍ଚିଛି ଏକ ଭିନ୍ନ କାହାଣୀ ନେଇ ମେଗା ଧାରାବାହିକ ‘ତୁମ ବିନା’। ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ମିଛ, ପ୍ରେମ, ବିଶ୍ୱାସଘାତକତା ଓ ପାରିବାରିକ ଚାପ ମଧ୍ୟରେ ଗଢି ଉଠିଛି ଏହି ସୁନ୍ଦର କାହାଣୀ ଓ ଏହାର ସବୁ ଏପିସୋଡ ଦର୍ଶକଙ୍କୁ ଦେଇଛି ରୋମାଞ୍ଚକ ଅନୁଭୂତି। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮:୦୦ ରେ ପ୍ରସାରିତ ହେଉଥିବା ଭିନ୍ନ ଧରଣର ଧାରାବାହିକର ମୁଖ୍ୟ ଚରିତ୍ରରେ ନଜର ଆସୁଥିବା ଅକ୍ଷୟ ଓ ଶୁଭଙ୍କ ବିବାହ ପରେ ଦୁହିଁଙ୍କ ଜୀବନରେ ଅନେକ ରୋଚକ ମୋଡ଼ ଆସୁଛି ହେଲେ ଅକ୍ଷୟଙ୍କ ପିତା…

Read More

ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ସମ୍ ହସ୍ପିଟାଲ୍‌ରେ ଏକ ଜଟିଳ ହେଡ୍ ଆଣ୍ଡ ନେକ୍ କ୍ୟାନ୍ସର ରିସେକ୍ସନ୍ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର ରୋଗୀ ମାନଙ୍କ ନିମନ୍ତେ ନୂତନ ଆଶା ସଂଚାର ହେବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ସୃଷ୍ଟି ହୋଇଛି। ଜଣେ ୬୯ ବର୍ଷୀୟ ପୁରୁଷଙ୍କର ଦକ୍ଷିଣ ପାର୍ଶ୍ୱ ଗାଲ ମଧ୍ୟରେ ଥିବା ଅଂଶରେ କ୍ୟାନ୍ସର ସୃଷ୍ଟି ହୋଇ ଜଟିଳ ସ୍ୱାସ୍ଥ୍ୟ ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏହାର ଅସ୍ତ୍ରୋପଚାର କରାଯାଇଥିଲା। ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ଏହି ଅସ୍ତ୍ରୋପଚାର ୬ ଘଂଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ସୃଷ୍ଟି ହୋଇଥିବା ଟ୍ୟୁମରଟି ଅଧିକ ମାତ୍ରାରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାରୁ ଏବଂ ମୁହଁ ଖୋଲି ପାରୁ ନଥିବାରୁୁ ଏହି ଅସ୍ତ୍ରୋପଚାର ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। ତେବେ ଏତେ ସବୁ ସମସ୍ୟା ସତ୍ୱେ ଅସ୍ତ୍ରୋପଚାରଟି ବିନା…

Read More

କଟକ: ଆସନ୍ତା ନଭେମ୍ବର ୫ତାରିଖରୁ କଟକରେ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ୩୪ ଏକର ପରିମିତ ସ୍ଥାନରେ ବାଲିଯାତ୍ରା ଆୟୋଜିତ ହେଉଥିବାବେଳେ ଚଳିତ ବର୍ଷ କେବଳ ତଳ ପଡିଆରେ ୬୦ ଏକର ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହେବ। କଟକରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଦର୍ଶାଇ ଜିଲ୍ଲାପାଳ କହିଛନ୍ତି। ଇଣ୍ଟିଗ୍ରେଟେଡ ୱେବସାଇଟ ମାଧ୍ୟମରେ ବାଲିଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରାର ଅନ୍ତତଃ ୨୦ ଦିନ ପୂର୍ବରୁ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସମ୍ବନ୍ଧୀୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିନେବାକୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି।

Read More

ମେଷ : ପାର୍ଟି ଏବଂ ପିକନିକ୍ କାର୍ଯ୍ୟକ୍ରମ କରାଯିବ। ସୁସ୍ୱାଦୁ ଖାଦ୍ୟ ଉପଭୋଗ କରନ୍ତୁ। ବ୍ୟବସାୟ ଅନୁକୂଳ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବେ। କାମ କରିବାକୁ ପସନ୍ଦ କରିବେ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ବଢିପାରେ। ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ପାଇବା ସହଜ ହେବ। ମିଥୁନ : ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଚିନ୍ତା ଏବଂ ଟେନସନ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା ରହିବ। ଉପକୃତ ହେବେ । ଦୁଃଖଦ ଖବର ଗ୍ରହଣ କରାଯାଇ ପାରେ, ଧର୍ଯ୍ୟବାନ ହୁଅ। ଅପଚୟ ଖର୍ଚ୍ଚ ହେବ। ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅ ନାହିଁ। ତୁମ କାମ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। କର୍କଟ : ଆତ୍ମ ସମ୍ମାନ ରହିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବହୁତ ଭଲ କାମ କରିବାକୁ ଇଚ୍ଛୁକ ହେବେ।…

Read More

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ (ମା’ଙ୍କ ନାମରେ ଗଛଟିଏ) ଅଭିଯାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ଏବଂ ମହିଳାଙ୍କ ମଧ୍ୟରେ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ସମେତ ବିଭିନ୍ନ ବର୍ଗର ନାଗରିକ ସାମିଲ ହୋଇଥିଲେ। ବିଶେଷ କରି ସବୁ ବୟସବର୍ଗରେ ପୋଷଣ…

Read More

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ହକି ଟିମ ଓଡ଼ିଶା ହକି ସଂଘ (HAO) ଦ୍ୱାରା ଆୟୋଜିତ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ 2025 ର ଟାଇଟଲ ବିଜେତା ହୋଇଛି। 6 ରୁ 11 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ରାଉରକେଲାରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍ ରେ ରାଜ୍ୟର 36 ଟି ଦଳ ଅଂଶଗ୍ରହଣ କରିଥିଲେ, ଯାହା ଓଡ଼ିଶାର ହକି ପ୍ରତିଭାର ଗଭୀରତା ଓ ପ୍ରସାରକୁ ପ୍ରଦର୍ଶନ କରିଥିଲା। ସୁନ୍ଦରଗଡ଼ ଦଳ ବିପକ୍ଷରେ ହୋଇଥିବା ଏକ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ, ପୂର୍ବତଟ ରେଳପଥ ହକି ଦଳ ତାଙ୍କ ପ୍ରେରଣାଦାୟକ ଅଧିନାୟକ ଅମିତ ରୋହିଦାସଙ୍କ ନେତୃତ୍ୱରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଶ୍ରୀ ରୋହିଦାସଙ୍କ ଉଲ୍ଲେଖନୀୟ ହ୍ୟାଟ୍-ଟ୍ରିକ୍ ଗୋଲ୍ ଦଳକୁ ଏକ ସ୍ମରଣୀୟ ବିଜୟ ପ୍ରଦାନ କରିଥିଲା। ପୂର୍ବତଟ ରେଳପଥ କ୍ରୀଡ଼ା ସଂଘର ବିଭିନ୍ନ ବିଭାଗରେ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହନ ଦେବାର ଏକ ସମୃଦ୍ଧ ପରମ୍ପରା ରହିଛି। ବର୍ଷ ବର୍ଷ ଧରି ଏହି ଜୋନର…

Read More

ନୂଆଦିଲ୍ଲୀ: ନେପାଳରେ ଜେନ-ଜେଡ ବିପ୍ଳବର କ୍ଷମତା ପରିବର୍ତ୍ତନ ପରେ ଏବେ ସୁଶୀଳା କାର୍କିଙ୍କୁ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଇଛି। ନେପାଳର ରାଷ୍ଟ୍ରପତି ଆଜି କିଛି ସମୟ ମଧ୍ୟରେ ତାଙ୍କୁ ଶପଥ ପାଠ କରାଇବେ। ସୂଚନା ଅନୁଯାୟୀ, ସୁଶୀଳା କାର୍କି ରାତି ୮:୪୫ ସୁଦ୍ଧା ଶପଥ ଗ୍ରହଣ କରିପାରନ୍ତି।

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ପୁଅ ଟିଏ ପାଇଁ ମା କେତେ ଓଷା ବ୍ରତ କରେ। ହେଲେ ପୁଅ ଦିନେ ନିଜ ଜନ୍ମ କଲା ମାକୁ ହତ୍ୟା କରିବ ଏ କଥା ବିଶ୍ୱାସ ଯୋଗ୍ୟ ମନେ ହେଉ ନ ଥିଲେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି ରେଢ଼ାଖୋଲ ଥାନା ତନ୍ତଗାଡ଼ ଗ୍ରାମରେ। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ତନ୍ତଗାଡ ଗ୍ରାମରେ ପାରିବାରିକ କଳହରୁ ମା’ କୁ ବଡପୁଅ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଇନ୍ଦୁମତୀ ସାହୁ। ଅଭିଯୁକ୍ତ ବଡ଼ପୁଅ ଟେକାରାମ ସାହୁକୁ ପୋଲିସ ଗିରଫ କରିଛି। ହତ୍ୟା କରି ମା’କୁ ପୁଅ ବିଲ ଭିତରେ ଫିଙ୍କିଦେଇଥିଲା। ଖବର ପାଇ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ବିଲ ଭିତରୁ ମୃତ ଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚୁରା କରୁଛି ରେଢ଼ାଖୋଲ ପୋଲିସ।

Read More

ଭୁବନେଶ୍ଵର: ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ: ହାଇଦ୍ରାବାଦ –ଭୁବନେଶ୍ୱର ନୂଆ – ହାଇଦ୍ରାବାଦ (07165/07166) – ଟ୍ରେନ ନମ୍ବର 07165 ହାଇଦ୍ରାବାଦ-ଭୁବନେଶ୍ୱର ନୂଆ ସ୍ୱତନ୍ତ୍ର ଟ୍ରେନ୍ 28.10.2025 ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ସଂଧ୍ୟା ୧୭.୩୦ ଘଣ୍ଟାରେ ହାଇଦ୍ରାବାଦରୁ ଛାଡିବ। – ଟ୍ରେନ ନମ୍ବର ୦୭୧୬୬ ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ 29.10.2025 ପର୍ଯ୍ୟନ୍ତ ପ୍ରତି ବୁଧବାର ରାତି ୨୨:୩୦ ଘଣ୍ଟାରେ ଭୁବନେଶ୍ୱର ନୂଆରୁ ଛାଡିବ। ରହଣି ସ୍ଥଳ (ଉଭୟ ପଟୁ) ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ: ସିକନ୍ଦରାବାଦ, ଚାର୍ଲାପାଲ୍ଲୀ, ନାଲଗୋଣ୍ଡା, ମିରିୟାଲାଗୁଡା, ସତ୍ତେନାପାଲ୍ଲୀ, ଗୁଣ୍ଟୁର, ବିଜୟୱାଡା, ଗୁଡିଭାଡା, କାଇକାଲୁରୁ, ଆକିଭିଡୁ, ଭୀମଭରମ, ତନୁକୁ, ରାଜମଣ୍ଡ୍ରି, ସାମଲକୋଟ, ଆନ୍ନାଭରମ, ଅନାକାପାଲେ, ଦୁଭଭଡା, କୋଟ୍ଟାଭାଲସା, ବିଜୟନଗରମ୍, ଖୋର୍ଦ୍ଧା ରୋଡ୍। କୋଚ୍ ସଂରଚନା: ଏହି ଟ୍ରେନରେ…

Read More

ନୂଆଦିଲ୍ଲୀ: ଆଜି ମୁମ୍ବାଇ ବିମାନବନ୍ଦରରେ ଆତଙ୍କ ଖେଳିଯାଇଛି। ପ୍ରକୃତରେ, ସ୍ପାଇସଜେଟ୍ ଏୟାରଲାଇନ୍ସର ଏକ ବମ୍ବାର୍ଡିୟର୍ Q400 ବିମାନ ଉଡ଼ାଣ ଭରିବା ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ସୃଷ୍ଟି କରିଥିଲା। ଏହି କାରଣରୁ ବିମାନର ବାହାର ଚକ ଭାଙ୍ଗି ଯାଇ ତଳେ ପଡ଼ିଗଲା। ଏହି ସ୍ପାଇସଜେଟ୍ ଏୟାରଲାଇନ୍ସର ବିମାନ ଗୁଜୁରାଟର କାଣ୍ଡଲା ବିମାନବନ୍ଦରରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ 75 ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରିଥିଲା। ଯଦିଓ ଗୁଜୁରାଟର କାଣ୍ଡଲା ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ବିମାନରେ ଏହି ଘଟଣା ଘଟିଥିଲା, ତଥାପି ବିମାନଟି ତା’ର ଯାତ୍ରା ଜାରି ରଖିଥିଲା ​​ଏବଂ ସୁରକ୍ଷିତ ଭାବରେ ମୁମ୍ବାଇରେ ଅବତରଣ କରିଥିଲା। କିନ୍ତୁ, ଏହି ଘଟଣା ବିଷୟରେ ସୂଚନା ପାଇବା ପରେ ତୁରନ୍ତ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। AAI ଅଧିକାରୀ ଘଟଣା ବିଷୟରେ ସୂଚନା…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ସଫଳତା। ଜଙ୍କିଆ ଥାନା ଛଣଗିରି ଅଞ୍ଚଳର ଜନୈକ ସୁନା ଦୋକାନରୁ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ପୁରୀ ଜିଲ୍ଲା କଣାସ ଥାନା ଏବଂ କଟକ ସହରାଞ୍ଚଳ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ୧୦୧୩ ଗ୍ରାମ ସୁନା ଏବଂ ୨୨୩୧ ଗ୍ରାମ ରୁପା ଜବତ ହୋଇଛି। ସୂଚନା ଥାଉକି ଛଣଗିରି ସୁନା ଦୋକାନରୁ ଲୁଟ ଘଟଣାରେ ସାମିଲ ଥିବା ସମୁଦାୟ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଅଭିଯୁକ୍ତଙ୍କ ଚି଼ହ୍ନଟ ହୋଇଛି ଏବଂ ପୂର୍ବରୁ ୪ ଅଭିଯୁକ୍ତଙ୍କ ସମେତ ଜଣେ କ୍ରେତା ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ପୁର୍ବରୁ ୯୦୦ ଗ୍ରାମ ୬୫୦ ମିଲିଗ୍ରାମ ସୁନା ଓ ୨୩୬୩ ଗ୍ରାମ ୯୪୦ ମିଲିଗ୍ରାମ ରୁପା ଜବତ ହୋଇଛି।…

Read More

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓମାନରେ ମୃତ ଓଡିଆ ଯୁବକ ଶେଖ ଜାଫର ଉଦ୍ଦିନଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କପିଳ ପ୍ରସାଦ ଗ୍ରାମର ଶେଖ ଜଲୀଳ ଉଦ୍ଦିନଙ୍କ ପୁଅ ଜାଫର ଉଦ୍ଦିନ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ କୌଣସି କାରଣରୁ ତାଙ୍କର ସେପ୍ଟେମ୍ବର ୦୭ ତାରିଖରେ ମୃତ୍ୟୁ ହୋଇଥବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ଜାଫରଙ୍କ ପତ୍ନୀ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ପୂର୍ବତନ କୋର୍ପୋରେଟର ମଣ୍ଟୁ ନନ୍ଦଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବାରେ ବ୍ୟବସ୍ଥା କରିବା ପାଇଁ ନିବେଦନ…

Read More

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରର ଯାତ୍ରା ୧୯ ଦିନ ପାଇଁ ସ୍ଥଗିତ ରହିବା ପରେ ରବିବାରଠାରୁ ପୁଣି ଆରମ୍ଭ ହେବ। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଗଷ୍ଟ ୨୬ ତାରିଖରେ ଭୂସ୍ଖଳନ ପରେ ଯାତ୍ରା ସ୍ଥଗିତ ରଖାଯାଇଥିଲା ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ। ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ (SMVDB) ‘X’ ରେ ଏକ ପୋଷ୍ଟରେ ଘୋଷଣା କରିଛି ଯେ, “ଜୟ ମାତା ଦି! ପାଗ ଅନୁକୂଳ ରହିଲେ ବୈଷ୍ଣୋ ଦେବୀ ଯାତ୍ରା ସେପ୍ଟେମ୍ବର ୧୪ (ରବିବାର) ତାରିଖରୁ ପୁଣି ଆରମ୍ଭ ହେବ। ବିବରଣୀ ଏବଂ ବୁକିଂ ପାଇଁ ଦୟାକରି ୱେବସାଇଟ୍ ପରିଦର୍ଶନ କରନ୍ତୁ।” ବୋର୍ଡ ଏଥିରେ କହିଛି ଯେ, ଖରାପ ପାଗ ପରିସ୍ଥିତି ଏବଂ ମନ୍ଦିରକୁ ଯାଉଥିବା ରାସ୍ତାର ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଯୋଗୁଁ ଅସ୍ଥାୟୀ ସ୍ଥଗିତ ରଖିବା ଆବଶ୍ୟକ।…

Read More

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଆଜିକାଲି ବନ୍ଧୁମାନେ ସାପ ପରି ହୋଇଗଲେଣି। ସେ ଆମେରିକାକୁ ସାପର କାହାଣୀ କହି ଆକ୍ରମଣ କରିଛନ୍ତି ଏବଂ କହିଛନ୍ତି ଯେ, ଆମେରିକା ଭାରତର ପ୍ରଗତିକୁ ଭୟ କରୁଛି, ତେଣୁ ସେ ଏପରି ଏକ ଦେଶର ନିକଟତର ହେବା ଆରମ୍ଭ କରିଛି, ଯିଏ ପ୍ରକୃତରେ ଏକ ବିପଦ। ଆମେରିକା ସେହି ଦେଶକୁ ପ୍ରଶଂସିତ କରୁଛି, କାରଣ ସେ ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି। ମୋହନ ଭାଗବତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଏହି ବୟାନ ଦେଇଛନ୍ତି। କୌଣସି ଦେଶର ନାମ ନ ନେଇ ମୋହନ ଭାଗବତ କହିଛନ୍ତି ଯେ, ଆଜିକାଲି ସାପ ପ୍ରକୃତିର ବନ୍ଧୁ ହୋଇଗଲେଣି। ମୋହନ ଭାଗବତ କହିଛନ୍ତି ଯେ, ‘ଆଜି ଅନେକ ଲୋକଙ୍କ ମନରେ ଏକ ଭାବନା ଅଛି ଯେ, ଯଦି ଭାରତ ବଡ଼…

Read More

ମୁମ୍ବାଇ: ଉଦ୍ଧବ ଠାକରେ ଗୋଷ୍ଠୀର ରାଜ୍ୟସଭା ସାଂସଦ ରାଉତ କହିଛନ୍ତି ଯେ, ଏକନାଥ ସିନ୍ଦେ ଗୋଷ୍ଠୀ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ‘ମହାରାଷ୍ଟ୍ର ଏବଂ ଭାରତରେ ମଧ୍ୟ ନେପାଳ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ’, ଏହି ବୟାନ ବିଷୟରେ ସିନ୍ଦେ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ୟୁବିଟି ସାଂସଦ କହିଛନ୍ତି ଯେ, ସେମାନେ ଭୟଭୀତ। ଦୁର୍ନୀତି ଶକ୍ତି ଦିଏ କିନ୍ତୁ ନେପାଳର ବିପ୍ଳବ ରାସ୍ତା ଦେଖାଇଛି। ସେ ତାଙ୍କ ଏକ୍ସ ପୋଷ୍ଟରେ ଜୟ ହିନ୍ଦ, ଜୟ ମହାରାଷ୍ଟ୍ର ଏବଂ ଭାରତ ମାତା କି ଜୟ ମଧ୍ୟ ଲେଖିଛନ୍ତି। ପୂର୍ବରୁ ଗୁରୁବାର (ସେପ୍ଟେମ୍ବର ୧୧) ଶିବସେନା ନେତା ସଞ୍ଜୟ ନିରୁପମ ନେପାଳରେ ଚାଲିଥିବା ନାଗରିକ ଅଶାନ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ‘ରାଷ୍ଟ୍ର ବିରୋଧୀ’ ମନ୍ତବ୍ୟ ଦେବା ପାଇଁ ସଞ୍ଜୟ ରାଉତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୋଲିସକୁ ଲେଖାଯାଇଥିବା ଚିଠିରେ ନିରୁପମ ଅଭିଯୋଗ କରିଛନ୍ତି ଯେ, ଭାରତରେ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ଆଜି ବୋମା ଧମକ ମିଳିଛି, ଯାହା ଉଭୟ ହାଇକୋର୍ଟରେ ଆତଙ୍କ ସୃଷ୍ଟି ଖେଳି ଯାଇଛି। ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସକୁ ହାଇକୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟକୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିଲା, ଯେଉଁଥିରେ କୁହାଯାଇଥିଲା ଯେ, କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଛି, ଯାହା ପରେ ଶୀଘ୍ର ପରିସର ଖାଲି କରାଯାଇଥିଲା ଏବଂ ବିଚାରପତିଙ୍କ ସହିତ ଓକିଲମାନଙ୍କୁ ମଧ୍ୟ ଖାଲି କରାଯାଇଥିଲା। ସୁରକ୍ଷା ପ୍ରୋଟୋକଲ୍ କାର୍ଯ୍ୟକାରୀ କରି ପୋଲିସ ସମସ୍ତ ବିଚାରପତିଙ୍କୁ ଚାମ୍ବରରୁ ବାହାର କରିଦେଇଥିଲା ଏବଂ ସେଠାରେ ଉପସ୍ଥିତ କର୍ମଚାରୀ ଏବଂ ଅନ୍ୟ ଲୋକମାନଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବଇଁଚବଣିଆ ଅଞ୍ଚଳରେ ପ୍ରିୟଜୀତ୍ ଜେନା ନାମକ ଜଣେ ଯୁବକ ନିଜ ଭିଣୋଇ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପଙ୍ଖାରେ ରଶି ଲଗାଇ ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ଘର ଆଡପଡା ଫାଣ୍ଡି ଅଞ୍ଚଳରେ ହୋଇଥିବା ବେଳେ ସେ ତାଙ୍କର ଭିଣୋଇ ବୈଦୁର୍ଯ୍ୟମଣି ଙ୍କର ଘରେ ରହୁଥିଲେ ଓ କୌଣସି କାମ ଧନ୍ଦା ନଥିବାରୁ ମାନସିକ ଅବସାଦରେ ରହୁଥିଲେ। କିନ୍ତୁ ଗତକାଲି ତାଙ୍କ ଭଉଣୀ ଶୋଇବା ଘରର ପଙ୍ଖା ବନ୍ଦ ଥିବା ଦେଖି ଭିତରକୁ ଗଲା ବେଳେ ଦେଖିଲେ ଯେ, ଭାଇ ବେକରେ ରଶି ଗୁଡେ଼ଇ ପଙ୍ଖାରେ ଝୁଲୁଛି। ସଙ୍ଗେ ସଙ୍ଗେ ସ୍ବାମୀଙ୍କୁ ଜଣାଇଥିଲେ ଓ ସ୍ବାମୀ ଆସି ତଳକୁ ଓହ୍ଲେଇ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ…

Read More