Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା
ଆଜିର ଖବର

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗଞ୍ଜାମ
ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ (ମା’ଙ୍କ ନାମରେ ଗଛଟିଏ) ଅଭିଯାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ଏବଂ ମହିଳାଙ୍କ ମଧ୍ୟରେ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।

ଏହି ଅବସରରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ସଚେତନତା ଶୋଭାଯାତ୍ରା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ସମେତ ବିଭିନ୍ନ ବର୍ଗର ନାଗରିକ ସାମିଲ ହୋଇଥିଲେ। ବିଶେଷ କରି ସବୁ ବୟସବର୍ଗରେ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ପୋଷଣ ଅଭିଯାନ ଅଧୀନରେ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରି ଉନ୍ନତି ପୁଷ୍ଟିସାଧନ ଏବଂ ସ୍ୱାସ୍ଥ୍ୟକର ପ୍ରୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାବ୍ୟତୀତ ଏକ ପେଡ୍ ମା’ କେ ନାମ ଅଭିଯାନରେ ବ୍ୟାପକ ବୃକ୍ଷରୋପଣ ଏବଂ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଇଥିଲା।

ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖ ଠାରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଜାତୀୟ ପୋଷଣ ମାସ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଭାରତ ସରକାରଙ୍କ ପକ୍ଷରୁ ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆୟୋଜନ କରାଯିବ। ସେଥିପାଇଁ ଦେଶବ୍ୟାପୀ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ଗଞ୍ଜାମ ପୋଷଣ ମାସ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026
Latest News

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.