ଭୁବନେଶ୍ଵର: ଦୈନିକ ଇଂରାଜୀ ଖବର କାଗଜ ଓଡିଶା ପୋଷ୍ଟ ପକ୍ଷରୁ ଭୁବନେଶ୍ବରରେ କୁଇଜ ପ୍ରତିଯୋଗିତା ମେଟଲ ମିଟ୍-୨୦୨୫ ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଜୁନିୟର ବର୍ଗରେ ଭୁବନେଶ୍ବର ୟୁନିଟ୍-୮ ଡିଏଭି ପବ୍ଳିକ୍ ସ୍କୁଲ ଏବଂ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ବର ଚମ୍ପିଆନ ହୋଇଛନ୍ତି। ଡିଏଭି ପବ୍ଲିକ୍ ସ୍କୁଲ, ୟୁନିଟ୍-୮ କ୍ରମାଗତ ଦ୍ବିତୀୟ ଥର ଏବଂ ଏମ୍ସ ଭୁବନେଶ୍ବର କ୍ରମାଗତ ତୃତୀୟ ଥର ପ୍ରଥମ ହୋଇଛନ୍ତି। ଆଇଆଇଟି ଖଡଗପୁର ପ୍ରଥମ ରନର୍ସଅପ୍ ଏବଂ ଆଇଆଇଏମ୍ କୋଲକାତା ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି। ଜୁନିୟର ବର୍ଗରେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରଥମ ରନର୍ସଅପ୍ ଏବଂ ଲୟିଲା ଟିମ୍ ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି। କାର୍ଯ୍ୟକ୍ରମରେ ଧରିତ୍ରୀ ଏବଂ ଓଡିଶା ପୋଷ୍ଟର ସଂପାଦକ ତଥାଗତ ଶତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ଯୋଗଦେଇଥିବା ବେଳେ କୁଇଜ ମାଷ୍ଟର ଅଜୟ ପୁନିଆଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Author: SM Network
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଈଶ୍ବରଙ୍କ ପ୍ରତି ବିଶ୍ୱାସ କରନ୍ତି। ସେଥିପାଇଁ ଯେତେବେଳେ ବି ଆମେ କୌଣସି ଅସୁବିଧାରେ ପଡ଼ୁ, ସର୍ବପ୍ରଥମେ ଆମେ ଭଗବାନଙ୍କୁ ସ୍ମରଣ କରୁ। ପ୍ରତ୍ୟେକ ହିନ୍ଦୁ ପରିବାରରେ ପ୍ରତିଦିନ ଦେବତା ଏବଂ ଦେବୀଙ୍କୁ ପୂଜା କରାଯାଏ। କିନ୍ତୁ ଘରେ ପୂଜା କରିବା ସହିତ ଜଣେ ମଧ୍ୟ ମନ୍ଦିରକୁ ଯିବା ଉଚିତ୍। ପୂଜାପାଠ ପାଇଁ ପ୍ରତିଦିନ ମନ୍ଦିରକୁ ଯିବାର ଗୋଟିଏ କିମ୍ବା ଦୁଇଟି ନୁହେଁ, ୩୬ ଟି ଲାଭ ଅଛି ଏବଂ ବୈଜ୍ଞାନିକ ଭିତ୍ତିରେ ତଥା ଶାସ୍ତ୍ରରେ ମଧ୍ୟ ଏହି ଲାଭ ଉପକାରୀ ବୋଲି ବିବେଚନା କରାଯାଇଛି। ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମନ୍ଦିରକୁ ଯିବାର ଲାଭ: – ମନ୍ଦିରକୁ ଯିବାକୁ ହେଲେ ବ୍ରହ୍ମ ମୂହୁର୍ତ୍ତରେ ସକାଳୁ ଉଠିବା ଏକ ନିୟମ ଅଟେ। ସକାଳେ ଉଠିବା ଦ୍ୱାରା ଆମେ ଆମର ଦୈନନ୍ଦିନ କାର୍ଯ୍ୟକଳାପରୁ ପାନୀୟ ଜଳ, ମଳିନତା, ଦାନ୍ତ ଘଷିବା, ଗାଧୋଇବା ଇତ୍ୟାଦିରୁ ଅବସର ନେଇଥାଉ। – ଆମ ଘର ନିକଟସ୍ଥ…
ଚାଣକ୍ୟ ନୀତି: ଜୀବନରେ ସୁଖ ଏବଂ ସୁବିଧା ପାଇବା ପାଇଁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଅନୁଗ୍ରହ ବିନା ଜୀବନ ଯନ୍ତ୍ରଣାଦାୟକ ରହିଥାଏ। ଯାହା ଉପରେ ମା ଲକ୍ଷ୍ମୀଙ୍କ ଦୟା ଥାଏ, ତାଙ୍କର କେବେବି ଧନ ଅଭାବ ହୁଏ ନାହିଁ। ଚାଣକ୍ୟ ନୀତିରେ ମଧ୍ୟ ଧନ ବିଷୟରେ ଅନେକ କଥା କୁହାଯାଇଛି। ଚାଣକ୍ୟ କହିଛନ୍ତି ଯେ ଜାଣିଶୁଣି କିମ୍ବା ଅଜାଣତରେ ଜଣେ ବ୍ୟକ୍ତି ଏପରି ଭୁଲ୍ କରନ୍ତି, ଯାହା ଧନର ଦେବୀଙ୍କୁ କ୍ରୋଧିତ କରେ। କଠିନ ପରିଶ୍ରମ ପରେ ମଧ୍ୟ ସକରାତ୍ମକ ଫଳାଫଳ ମିଳେନାହିଁ, ଧିରେ ଧିରେ ଧନୀମାନେ ମଧ୍ୟ ଦାରିଦ୍ର୍ୟର ସୀମାକୁ ଆସିଥାନ୍ତେ। କେଉଁ ଭୁଲ ଯୋଗୁଁ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଆସନ୍ତୁ ଜାଣିବା… ଅର୍ଥ ବ୍ୟୟ: ଯେଉଁଠାରେ ଲକ୍ଷ୍ମୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ଦାରିଦ୍ର୍ୟ ବାସ କରେ। ଚାଣକ୍ୟ କହିଛନ୍ତି ଯେ ମାତା ଧନଦାତ୍ରୀ ଲକ୍ଷ୍ମୀ ବହୁତ ଚତୁର ଅଟନ୍ତି। ଯେଉଁମାନେ ନିଜର…
ନୂଆଦିଲ୍ଲୀ: ଧାର୍ମିକ ବିଶ୍ଵାସ ଅନୁଯାୟୀ, ବର ଗଛର ବଡ ମହୀମା କୁହାଯାଏ। ଏହି ଗଛଟି ତ୍ରିମୂର୍ତ୍ତିର ପ୍ରତୀକ। ଏହାର ଛେଲିରେ ବିଷ୍ଣୁ, ମୂଳରେ ବ୍ରହ୍ମା ଏବଂ ଶାଖାରେ ଶିବ ରହିଥାନ୍ତି। ଏହି ଗଛଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୟ ରହିଥାଏ, ତେଣୁ ଏହାକୁ ‘ଅକ୍ଷୟବଟ’ ମଧ୍ୟ କୁହାଯାଏ। ସୌଭାଗ୍ୟବତୀ ସୁଫଳ ପାଇବା ସହିତ ଏହି ବର ଗଛକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୂଜା କରାଯାଏ। ଭଗବାନ ଶିବ ମଧ୍ୟ ବର ଗଛ ତଳେ ଧ୍ୟାନ କରୁଥିଲେ। ବର ଗଛ ଅନେକ ଔଷଧୀୟ ଗୁଣରେ ଭରପୂର। ଦେବତା ପରି ବିବେଚନା କରାଯାଉଥିବା ବର ଗଛକୁ ସମସ୍ତ ଇଚ୍ଛା ପୂରଣର କେନ୍ଦ୍ର ଭାବରେ ବିବେଚନା କରାଯାଏ। ବର ଗଛ ସହିତ ଜଡିତ ପ୍ରତିକାର: – ଯଦି ବ୍ୟବସାୟରେ କ୍ଷତି ହୁଏ କିମ୍ବା ଚାକିରିରେ ସଫଳତା ମିଳେନାହିଁ, ତେବେ ଏକ ବର ଗଛ ତଳେ ଘିଅର ଦୀପ ଜାଳିବା ଦ୍ୱାରା ସମସ୍ତ ବାଧା ଦୂର ହୁଏ। –…
ଭୁବନେଶ୍ଵର: ଓଡିଶା ରାଜ୍ୟ ସଂସ୍କୃତି, ଭାଷା, ସାହିତ୍ୟ ର ଅବିହିତ ନୂଆ ପ୍ରେରଣା ଦାୟୀ ପ୍ରୟାସ ଓଡ଼ିଆ ଯୁବକ ମାନଙ୍କ ମଧ୍ୟରେ ନୂତନତ୍ୱର ଏକ କବିତା ଶବ୍ଦ ଗୁଞ୍ଜନ ର ସମ୍ବାର ନେଇ ସୃଷ୍ଟି ଓଡ଼ିଆ ଯୁବ କବି ସମ୍ମିଳନୀ-୨୦୨୫, ପ୍ରୋଜେଟ ପଏଣ୍ଟ ଓଡିଶା ଦ୍ୱରା ଆୟୋଜିତ ହୋଇଛି। ପ୍ରାଥମିକ ସ୍ତରରେ ଆଗନ୍ତୁକ ଯୁବକବି ମାନଙ୍କ କବିତା ପାଠ ପରେ ପରେ ଭାରତ ଯୁବ ଶକ୍ତି ସମ୍ମାନ, ଆଦିତ୍ୟ ସେବା ସମ୍ମାନ ପ୍ରଦାନ ସହିତ ରାଜ୍ୟର ପ୍ରତ୍ୟକ ଜିଲ୍ଲାରୁ ଯୁବ କବି ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ବାବୁ ସିଂ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥି ଜଗନ୍ନାଥ ପ୍ରଧାନ, ମୁଖ୍ୟ ବକ୍ତା କବି ନିହାର ରଞ୍ଜନ ଦାଶ, କବି ରାକେଶ କୁମାର ପଣ୍ଡା, ସତ୍ୟପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ପ୍ରୋଜେକ୍ଟ ପଏଣ୍ଟ ର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡା. ଇପ୍ସିତା ଷଡ଼ଙ୍ଗୀ…
ପୁରୀ: ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ୨ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଦେଶବ୍ୟାପୀ ଆୟୋଜିତ ହେଉଛି। ପୁରୀ ବେଳାଭୂମିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଘରେ ଘରେ ତ୍ରିରଙ୍ଗା ବାର୍ତ୍ତା ଉପରେ ଆଧାରିତ ଏକ ଚିତ୍ତାକର୍ଷକ ବାଲୁକା କଳାକୃତି ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ତ୍ରିରଙ୍ଗାକୁ ସମ୍ମାନ ଦେବା ଏବଂ ଏକତା ଓ ଦେଶପ୍ରେମର ନୂତନ ଭାବନାକୁ ପ୍ରସାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଆହ୍ୱାନ ପ୍ରତିଫଳିତ ହୋଇଛି। ଭାରତୀୟ ଜାତୀୟ ପତାକା ଓ ଜାତୀୟ ଗର୍ବର ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଚିତ୍ରଣ କରୁଥିବା ଏହି ବାଲୁକା କଳା ନାଗରିକମାନଙ୍କୁ ସେମାନଙ୍କ ଘରେ ତିରଙ୍ଗା ଉତ୍ତୋଳନ କରିବା ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ପୂର୍ଣ୍ଣପ୍ରାଣରେ ଅଂଶଗ୍ରହଣ କରିବାକୁ ବାର୍ତ୍ତା ଦେଉଛି।…
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ…
ନୂଆଦିଲ୍ଲୀ: ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଗୁଜରାଟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ସହିତ ମିଳିତ ଭାବରେ ଆଜି ଗୁଜରାଟର ଦେବଭୂମି ଦ୍ୱାରକା ଜିଲ୍ଲାର ବରଦା ବନ୍ୟପ୍ରାଣୀ ଅଭୟାରଣ୍ୟରେ ବିଶ୍ୱ ସିଂହ ଦିବସ – ୨୦୨୫ ପାଳନ କରିଛି। ଏହି ଉତ୍ସବରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୁଜରାଟର ଜଙ୍ଗଲ ମନ୍ତ୍ରୀ ମୁଲୁଭାଇ ବେରା, ରାଜ୍ୟର ସାଂସଦ, ବିଧାୟକ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭାରତରେ ସିଂହଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ପାଇଁ ଖୁସି ପ୍ରକାଶ କରିଥିଲେ, ଯାହା ୨୦୨୦ ମସିହାରେ ୬୭୪ ରୁ ୮୯୧ କୁ ବୃଦ୍ଧି ପାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଆହୁରି କହିଛନ୍ତି, “ଏସିଆଟିକ ଲାୟନ ବା ଏସୀୟ ସିଂହ (ପାନ୍ଥେରା…
ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ ଉପସ୍ଥିତି ରହିଥିଲେ। ଏହି କାର୍ଯ୍ୟକ୍ରମରେ ନ୍ୟାସ୍ନାଲ୍ ମେଡିକାଲ୍ କମିଶନ (ଏନ୍ଏମ୍ସି)ର ଅଧ୍ୟକ୍ଷ ଡକ୍ଟର ବିଜୟ ଓଜା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ବିଶିଷ୍ଟ ବିଶେଷଜ୍ଞମାନଙ୍କ ମଧ୍ୟରେ ବରିଷ୍ଠ ୟୁରୋଲୋଜିଷ୍ଟ, ଆଣ୍ଡ୍ରୋଲୋଜିଷ୍ଟ ଏବଂ ଟ୍ରାନ୍ସପ୍ଲାଂଟ ସର୍ଜନ, ପ୍ରଫେସର (ଡାକ୍ତର) ଦତେଶ୍ୱର ହୋତା, ସମ୍ ଅଲ୍ଟିମେଟର ମେଡିକେୟାର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ସମ୍ ହସ୍ପିଟାଲର ୟୁରୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଦେବବ୍ରତ ସାବତ ଏବଂ ସମ୍ମମ୍ର ୟୁରୋଲୋଜି ବିଭାଗର ସିନିୟର୍ କନ୍ସଲଟାଂଟ ଡାକ୍ତର ପ୍ରଣବ ପଟ୍ଟନାୟକ ଉପସ୍ଥିତ ଥିଲେ। ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିିତ ଚିକିତ୍ସା ବିଜ୍ଞାନୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଶୋଭା ବୃଦ୍ଧି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ – ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ…
ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଏକ ନୋଟିସ ଜାରି କରିଛନ୍ତି। ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ଦୁଇଥର ଭୋଟ ଦେଇଛନ୍ତି। ଶୀର୍ଷ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଏହି ଡକ୍ୟୁମେଣ୍ଟଗୁଡ଼ିକ ପୂର୍ଣ୍ଣ ତଦନ୍ତ କରିବାରେ ସାହାଯ୍ୟ କରିବ। ଗତ ସପ୍ତାହରେ ନୂଆଦିଲ୍ଲୀରେ ଏକ ସମ୍ମିଳନୀ ସମୟରେ ରାହୁଲ ଗାନ୍ଧୀ ଏହି ଡକ୍ୟୁମେଣ୍ଟଗୁଡ଼ିକ ଦେଖାଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ନୋଟିସରେ ଲେଖିଛନ୍ତି ଯେ, ‘ରାହୁଲ ଗାନ୍ଧୀ କହିଛନ୍ତି ଯେ ପୋଲିଂ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ରେକର୍ଡ ଅନୁଯାୟୀ, ଶ୍ରୀମତୀ ଶକୁନ ରାଣୀ ଦୁଇଥର ଭୋଟ ଦେଇଛନ୍ତି, କିନ୍ତୁ ତଦନ୍ତରେ ଶ୍ରୀମତୀ ଶକୁନ ରାଣୀ କହିଛନ୍ତି ଯେ, ସେ ଦୁଇଥର ନୁହେଁ, କେବଳ ଥରେ ଭୋଟ ଦେଇଛନ୍ତି। କମିଶନଙ୍କ ସମ୍ମୁଖରେ ଡକ୍ୟୁମେଣ୍ଟ ରଖନ୍ତୁ: ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ, ସିଇଓ କାର୍ଯ୍ୟାଳୟ ଦ୍ୱାରା କରାଯାଇଥିବା…
ରଣପୁର: ନୟାଗଡ ଜିଲ୍ଲା ଦ୍ଵିତୀୟ ଶ୍ରୀକ୍ଷେତ୍ର ତଥା ଶହୀଦ ମାଟି ରଣପୁର ସହରାଞ୍ଚଳ ସ୍ଥିତ ପ୍ରଶାନ୍ତ ହୋଟେଲ ଓ କଲ୍ୟାଣୀ ମଣ୍ଡପର ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା କଞ୍ଜ୍ୟୁମର କୋର୍ଟର ପୂର୍ବତନ ବିଚାରପତି ନାରାୟଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଦୂରଦର୍ଶୀ ଖବର କାଗଜର ମୁଖ୍ୟ ସଂପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ପୁରୀ ଲୋକସଭା ସାଂସଦଙ୍କ ରଣପୁର ନିର୍ବାଚନ ମଣ୍ଡଳୀ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ଯୁବନେତା ତଥା ଗାୟତ୍ରୀ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ, ଯୁବ ସମାଜସେବୀ ବାସୁଦେବ ସାହୁ, ଦୂରଦର୍ଶନ ଉପସ୍ଥାପକ ତଥା ସଂସ୍କୃତି ଗବେଷକ ଶ୍ରୀକାନ୍ତ ନାୟକ, ଯୁବ ସମଜସେବୀ ଅମରଜିତ୍ ସେନାପତି ଓ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦକ ସୁଚିତ୍ରା ବେହେରା…
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ ଭଗବତୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଦର୍ଶନ କରି ମା’ଙ୍କ କୃପା ଲାଭ କରିବା ସହ ଜଗତକଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ଅବସରରେ ମା’ଙ୍କ ମନ୍ଦିର ପରିସରରେ ଜାରି ରହିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ ଖୁବ ଶୀଘ୍ର ଏହାକୁ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଆରଏସଏସ ପକ୍ଷରୁ ଉଭୟ ମନ୍ତ୍ରୀଙ୍କୁ ରାକ୍ଷୀ ବନ୍ଧାଯାଇଥିଲା। ଉଭୟ ମନ୍ତ୍ରୀ ଙ୍କୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ସ୍ୱାଗତ କରାଯାଇଥିବାବେଳେ, ଆସ୍କା ସାଂସଦ ଅନିତା ଶୁଭଦର୍ଶୀନି, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ…
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ବାଡ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ଚାର୍ଜସିଟ୍ ଦାଖଲ କରିଛି। ଏଜେନ୍ସି ଦାବି କରିଛି ଯେ, ଗୁରୁଗ୍ରାମରେ ଏକ ଜମି ଡିଲ୍ ରୁ ବାଡ୍ରା ୫୮ କୋଟି ଟଙ୍କାର ବେଆଇନ ରୋଜଗାର କରିଛନ୍ତି। ଇଡି ଅନୁଯାୟୀ, ଗୁରୁଗ୍ରାମରେ ବାଡ୍ରା ୩.୫ ଏକର ଜମି ଲାଞ୍ଚ ଭାବରେ ନେଇଥିଲେ। ଏଥିପାଇଁ ସେ ୭.୫ କୋଟି ଟଙ୍କା ଦେଇଥିଲେ। ପରେ ଏହି ଜମି ୫୮ କୋଟି ଟଙ୍କାରେ DLF କମ୍ପାନୀକୁ ବିକ୍ରି କରାଯାଇଥିଲା। କମ୍ପାନୀଗୁଡ଼ିକ ମାଧ୍ୟମରେ ରୋଜଗାର ଏଜେନ୍ସି କହିଛି ଯେ, ଏହି ଡିଲ୍ ରୁ ମିଳିଥିବା ୫୮ କୋଟି ଟଙ୍କା ମଧ୍ୟରୁ ବାଡ୍ରା ବ୍ଲୁ ବ୍ରିଜ୍ ଟ୍ରେଡିଂ ପ୍ରାଇଭେଟ୍ ଲିମିଟେଡ୍ (BBTPL) ମାଧ୍ୟମରେ ୫ କୋଟି ଟଙ୍କା ଏବଂ ସ୍କାଏ ଲାଇଟ୍ ହସପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ (SLHPL) ମାଧ୍ୟମରେ ୫୩ କୋଟି ଟଙ୍କା ରୋଜଗାର କରିଥିଲେ। ଏହି ଦୁଇଟି କମ୍ପାନୀ ବାଡ୍ରାଙ୍କ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଦନ୍ତାରିବଗଡ ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ବାପା ମା’ ଙ୍କ ଭତ୍ତା ଟଙ୍କା ଓ ଚାଷ ଜମିକୁ ନେଇ ଲକ୍ଷ୍ମୀ ବରାଡ ନାମ୍ନୀ ଜଣେ ବୃଦ୍ଧାଙ୍କୁ ପୁଅ ଓ ବୋହୁ ତଣ୍ଟିଚିପି ହତ୍ୟା କରିଛନ୍ତି। ଏନେଇ ମୃତା ମହିଳାଙ୍କ ସମ୍ପର୍କିୟମାନେ ଅଭିଯୋଗ କରିଛନ୍ତି। ଅଞ୍ଚଳ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳିଛି ଯେ, ମୃତା ମହିଳାଙ୍କ ଦୁଇ ପୁଅଙ୍କ ମଧ୍ୟରୁ ସାନ ପୁଅ ଘରର କିଛି ଜମି ଓ ବାପା ମାଙ୍କ ଭତା ଟଙ୍କାକୁ ନେଇ ପ୍ରାୟ ଦିନ ପାଟିତୁଣ୍ଡ କରୁଥିଲେ ଓ ବାପା ମାଙ୍କୁ ମାରଧର କରୁଥିଲେ। କିନ୍ତୁ ଆଜି ସକାଳ ୧୦ ଟା ବେଳେ ମା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସମ୍ପର୍କୀୟ ଲୋକ ଚିକିତ୍ସା ପାଇଁ ଆସ୍କା ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ…
ଛତ୍ରପୁର: ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର। ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ। ଗଞ୍ଜାମର ବ୍ୟବସାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ। ଗଞ୍ଜାମର ମାନବସମ୍ବଳକୁ ଉପଯୋଗ କରି ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ଆମକୁ ଦାୟିତ୍ୱ ନେବାକୁ ହେବ ବୋଲି ରବିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅପାର ସମ୍ଭାବନାର ଅଞ୍ଚଳ ଗଞ୍ଜାମ ହେଉଛି କଳା, ଦକ୍ଷତା ଏବଂ ପରିଶ୍ରମୀ ଲୋକଙ୍କ ସହର। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ପଡ଼ିଥିଲା କଟକର ଇଦଗା ପଡ଼ିଆରେ। ତେବେ ଏହା ପୂର୍ବରୁ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ଉଦ୍ୟମରେ ରମ୍ଭା ରାଜ ପ୍ରସାଦରେ ପ୍ରଥମ ରମ୍ଭା…
ଭୁବନେଶ୍ଵର: ଗତ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ତରଫରୁ ରାଜ୍ୟରେ ଖାଲି ପଡିଥିବା ଗୃପ- ସି ପୋଷ୍ଟକୁ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପୂରଣ କରାଯିବା ନିମନ୍ତେ ଏକ ଖବର ପ୍ରକାଶ ପାଇଥିଲା। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜର ରାଜ୍ୟରେ ନିଯୁକ୍ତି ଉପରେ ମନ୍ତବ୍ୟ ଦେଇ ରାଜ୍ୟରେ ୨ ବର୍ଷ ମଧ୍ୟରେ ୬୫,୦୦୦ ଖାଲି ପଡିଥିବା ପଦବୀ ପୂରଣ ନିମିତ୍ତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଏହା କି ଓ.ଏସ୍.ଏସ୍.ଏସ୍.ସି ଦ୍ଵାରା ଗତ ୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ମସିହା ଡିସେମ୍ବର ମାସ ୧୫ ତାରିଖରେ ଫାର୍ମାସି ଅଫିସର ଓ ବହୁମୁଖି ପୁରୁଷ ସ୍ଵାସ୍ଥ୍ୟକର୍ମୀ ପଦବୀ ନିମିତ୍ତ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା , ଏହାର ୮ ମାସ ପରେ ୨୦୨୪ ମସିହା ଅଗଷ୍ଟ ମାସ ୩ ତାରିଖ ଦିନ ନିଯୁକ୍ତି ପରୀକ୍ଷା ସି.ବି.ଟି (Computer Based Test) ମୋଡରେ…
ଭୁବନେଶ୍ୱର / କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥି ସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆବଶ୍ୟକ ଥିବା ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ପୂରଣ ହେବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ ସ୍ୱାସ୍ଥ୍ୟ ସେବା ପାଇଁ କୋରାପୁଟବାସୀଙ୍କୁ ଯେପରି ଆଉ ଦୂର ଦୁରାନ୍ତ ସହରକୁ ଯାଇ ହଇରାଣ ହରକତ ହେବାକୁ ନପଡେ ସେଥିପାଇଁ ଆମ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଏହି ମେଡିକାଲ କଲେଜ…
ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ବିରାଟ କୋହଲି କ’ଣ ODI ରୁ ମଧ୍ୟ ଅବସର ନେବାକୁ ଯାଉଛନ୍ତି? ସଦ୍ୟତମ ରିପୋର୍ଟ ପରେ ଏହି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଉଭୟ କିମ୍ବଦନ୍ତୀ ଭାରତୀୟ ଦଳର ତିନିଟି ଫର୍ମାଟରେ ଅଧିନାୟକତ୍ୱ କରିଛନ୍ତି, ସେମାନେ ଏବେ କେବଳ ODI ଫର୍ମାଟରେ ଖେଳନ୍ତି। ଟେଷ୍ଟ ପରେ ଏବେ ODI ଦଳର ଲଗାମ ମଧ୍ୟ ଯୁବ ଖେଳାଳିଙ୍କ ହାତରେ ଯାଉଥିବା ପରି ମନେ ହେଉଛି ଏବଂ ରୋହିତ-କୋହଲିଙ୍କ ୨୦୨୭ ODI ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇପାରେ। ରୋହିତ ଶର୍ମା ଏବଂ ବିରାଟ କୋହଲି ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ଏହି ଫର୍ମାଟରୁ ବିଦାୟ ନେଇଥିଲେ। ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ-କୋହଲି ମଧ୍ୟ ଗୋଟିଏ ସପ୍ତାହ ମଧ୍ୟରେ ଟେଷ୍ଟରୁ ଅବସର ନେଇଥିଲେ। ଭାରତର ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ହେଉଛି ଏସିଆ କପ୍, ଯାହା ସେପ୍ଟେମ୍ବରରେ ଟି-୨୦ ଫର୍ମାଟରେ ଖେଳାଯିବ। ଭାରତର ପରବର୍ତ୍ତୀ ODI ଅଷ୍ଟ୍ରେଲିଆ ସହିତ…
ଛତ୍ରପୁର: ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ କରିବା ଦିଗରେ ଏକ ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ଏହି ଓ୍ୱାଟର୍ ୟୁନିଟ ପରିଦର୍ଶନ କରିବା ସହ ପାଣି ବିଶୋଧନ ପରେ ତା’ର ସ୍ୱାଦ ମଧ୍ୟ ଚାଖିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଜି ଯେଉଁ ପଦକ୍ଷେପର ଶୁଭାରମ୍ଭ ହୋଇଛି ତାହା ସାମୁଦ୍ରିକ ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା ଦିଗରେ ପ୍ରକ୍ରିୟାକରଣର ଏକ ପ୍ରକଳ୍ପ। ଗଞ୍ଜାମ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବିଭିନ୍ନ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାଏ। ସମୁଦ୍ର ନିକଟତର ହେବା ସତ୍ତ୍ୱେ ଭୂତଳ ଜଳରେ ଲୁଣିଆ ସ୍ତର ଅଧିକ ଏବଂ ସୀମିତ ମଧୁର ଜଳ ସମ୍ପଦ ଯୋଗୁଁ ସ୍ୱଚ୍ଛ ପାନୀୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ଅଗଷ୍ଟ ୨୦୨୫ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବାବା ଖରକ ସିଂହ ମାର୍ଗରେ ସାଂସଦ ମାନଙ୍କ ପାଇଁ ୧୮୪ଟି ନବନିର୍ମିତ ଟାଇପ୍-VII ବହୁତଳ ଫ୍ଲାଟ୍ ଉଦଘାଟନ କରିବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ଆବାସିକ ପରିସରରେ ଏକ ସିନ୍ଦୁର ଚାରା ରୋପଣ କରିବେ । ଶ୍ରମଜୀବୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋଚନା କରିବେ । ଏଥିସହିତ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି କମ୍ପ୍ଲେକ୍ସକୁ ସ୍ୱୟଂପରିପୂର୍ଣ୍ଣ ହେବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିସହିତ ସଂସଦର ସଦସ୍ୟଙ୍କ କାର୍ଯ୍ୟକାରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଆଧୁନିକ ସୁବିଧା ସହ ଏହା ସଜ୍ଜିତ । ସବୁଜ ପ୍ରଯୁକ୍ତି ଆଧାରରେ ପ୍ରକଳ୍ପଟି GRIHA 3-ତାରକା ରେଟିଂର ମାନଦଣ୍ଡ ପାଳନ କରୁଛି ଏବଂ ଜାତୀୟ ଭବନ ସଂହିତା (NBC) ୨୦୧୬ ସହିତ ମଧ୍ୟ ସମନ୍ୱୟ ରକ୍ଷା କରୁଛି । ଏହି ପରିବେଶଗତ ସ୍ଥାୟୀ ବୈଶିଷ୍ଟ୍ୟଗୁଡ଼ିକ…

