Author: SM Network

ବ୍ରହ୍ମପୁର, ଅଗଷ୍ଟ ୯– ‘ଅଗଷ୍ଟ କ୍ରାନ୍ତି ଦିବସ’ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ଏହା କେବଳ ଏକ ଆନ୍ଦୋଳନ ନଥିଲା ବରଂ ଲୋକଙ୍କ ମଧ୍ୟରେ ସ୍ୱାଧୀନତା ପାଇଁ ଅତୁଟ ବିଶ୍ୱାସ ଏବଂ ଅଦମ୍ୟ ସାହସର ପ୍ରତୀକ ଥିଲା ବୋଲି ଶନିବାର ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଅଗଷ୍ଟ କ୍ରାନ୍ତି ଦିବସ’ ଅବସରରେ ଆୟୋଜିତ ଏହି ଶୋଭାଯାତ୍ରାରେ ଶ୍ରୀ ପ୍ରଧାନ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ। ବ୍ରହ୍ମପୁର ଟାଉନ ହଲ୍ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭୂମିକା ଓ ଅବଦାନକୁ ସ୍ମୃତିଚାରଣ କରିବା ସହ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ଇଂରେଜମାନଙ୍କୁ ଆମ ଦେଶରୁ ବିତାଡ଼ିତ କରିବା ପାଇଁ ୧୯୪୨ ମସିହା ଆଜିର ଦିନରେ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ…

Read More

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ସଦର ମହକୁମା ଜୟୀରାଜଗୁରୁ ଟାଉନ୍ ହଲ ଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସଂଯୋଜନାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସମବାୟ, ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ମନ୍ତ୍ରୀ କହିଲେ ଯେ ସୁଭଦ୍ରା ରାଜ୍ୟ ସରକାରଙ୍କ ଏକ ମହତ କାଙ୍ଖୀ ଯୋଜନା ଯାହା ନାରୀ ଶକ୍ତିର ଜୟଯାତ୍ରାର ପରିଚୟ। ନାରୀର ସ୍ୱାଭିମାନକୁ ସମ୍ମାନଦେବା ଓ ସେମାନଙ୍କୁ ସ୍ୱାବଲମ୍ବି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ପରିବାର ମୁହଁରେ…

Read More

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଡିଏଭି ଶିକ୍ଷାନୁଷ୍ଠାନ ଏଫ୍‌.ଜୋନ୍‌ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶାନୁସାରେ କାର୍ଯ୍ୟକ୍ରମେ ପରିଚାଳିତ ହୋଇଥିଲା। ଏହି ଅବସରରେ ଓଡ଼ିଆ ବିଭାଗର ବିଭାଗୀୟମୁଖ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଉପସ୍ଥିତ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସ୍ୱଭାବକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ଶପଥ ପାଠ କରାଇଥିଲେ। ଓଡ଼ିଆ ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀମାନେ ମେହେରଙ୍କ ଚରଣାରବିନ୍ଦରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭକ୍ତି ସୁମନ ଅର୍ପଣ କରିଥିଲେ।  ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଓଡ଼ିଆ ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ  କ୍ଷଣପ୍ରଭା ନନ୍ଦ ,ସୁଜାତା ମହାନ୍ତି  ଆଦି ସକ୍ରିୟ ସହଯୋଗ କରିଥିଲେ। ବିଭାଗୀୟ ମୁଖ୍ୟ ଶୁଭ୍ରାଂଶୁ …

Read More

ଭୁବନେଶ୍ଵର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ “ଗରୁଡ଼” ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଚଳିତ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW) କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅପରେସନର…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ ପାଇଲ୍ ଫାଉଣ୍ଡେସନ୍ ଏବଂ ଷ୍ଟିଲ୍ ସ୍ତମ୍ଭ ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ୧୧.୦୮.୨୦୨୫ ରୁ ୨୧.୦୯.୨୦୨୫ ପର୍ଯ୍ୟନ୍ତ ୪୦ ଦିନ ପାଇଁ ଡାଇଭର୍ଟ ରୁଟ୍ ମାଧ୍ୟମରେ ତିନୋଟି ଦୂରଗାମୀ ଟ୍ରେନ ଚଳାଚଳ କରିବ। ବାରଙ୍ଗ-କଟକ-କପିଲାସ ରୋଡ୍ ଦେଇ ନିର୍ଦ୍ଧାରିତ ପଥ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଲାସ ରୋଡ୍ ଦେଇ ତିନୋଟି ଦୂରଗାମୀ ଟ୍ରେନ ଚଳାଚଳ କରିବ। କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣି ବାଦ୍ ଦିଆଯିବ ଏବଂ ୧୧ ଅଗଷ୍ଟରୁ ୨୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି ଯୋଗାଇ ଦିଆଯିବ। ୧୨୫୧୫ କୋଏମ୍ବାଟୁର-ସିଲଚର ସାପ୍ତାହିକ ସୁପର-ଫାଷ୍ଟ ଏକ୍ସପ୍ରେସ, ୨୨୬୪୩…

Read More

ଭୁବନେଶ୍ବର: “ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ  ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି ଆଜି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୩୬ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ୩୦୯.୪୨ କୋଟି ଟଙ୍କା ମୂଲ୍ୟର ୧୨୬ ଟି ନୂତନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ସୂଚନା ଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସେତୁ, ସଡକ, ପର୍ଯ୍ୟଟନ…

Read More

ନୂଆଦିଲ୍ଲୀ: ଦେଶରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦୦ ଗ୍ରାମ ପାଇଁ ୨୭୦୦ ଟଙ୍କା ହ୍ରାସ ପାଇଛି। ପ୍ରାୟ ଛଅ ଦିନ ଧରି ଲଗାତାର ବୃଦ୍ଧି ପରେ ସୁନା ମୂଲ୍ୟରେ ଏହି ହ୍ରାସ ଘଟିଛି। ସମ୍ପ୍ରତି ଏହାର ପୂର୍ବ ରେକର୍ଡ ଭାଙ୍ଗି ସୁନା ୧,୦୩,୩୧୦ ଟଙ୍କାର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଆଜି ରକ୍ଷାବନ୍ଧନ ପର୍ବ ପାଳନ କରାଯାଉଥିବାରୁ ସୁନା ମୂଲ୍ୟରେ ଏହି ହ୍ରାସରୁ କ୍ରେତାମାନେ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି। ଏହା ସହିତ ସୁନାର କ୍ରମାଗତ ବୃଦ୍ଧି ପାଉଥିବା ମୂଲ୍ୟକୁ ନେଇ ଚିନ୍ତିତ ନିବେଶକମାନେ ମଧ୍ୟ କିଛିଟା ଆଶ୍ୱସ୍ତି ପାଇବେ। ଗତ ସପ୍ତାହରେ ଆମେରିକାର ଟାରିଫ୍ ଲାଗୁ ହେବା ଯୋଗୁଁ ଦେଶରେ ସୁନାର ମୂଲ୍ୟ ବହୁତ ବଢ଼ିଥିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁରକ୍ଷିତ ନିବେଶ ଭାବରେ କ୍ରୟ ବୃଦ୍ଧି ଏବଂ ଆମେରିକୀୟ ଡଲାର ଦୁର୍ବଳ ହେବା ଏବଂ ସୁନା ଫ୍ୟୁଚର୍ସ ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି…

Read More

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୁର ସମୟରେ ୫ ଟି ପାକିସ୍ତାନୀ ଲଢ଼ୁଆ ବିମାନ ଧ୍ଵଂସ ହୋଇଥିଲା। ବେଙ୍ଗାଲୁରୁରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପାଞ୍ଚଟି ଲଢ଼ୁଆ ବିମାନ ସହିତ ଏକ AWACS (ଏୟାରବର୍ନ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍) ମଧ୍ୟ ଖସାଇ ଦିଆଯାଇଥିଲା। ବାୟୁସେନା ମୁଖ୍ୟ ମାର୍ଶାଲ୍ ଏହାର ଶ୍ରେୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ କୁ ଦେଇଛନ୍ତି। ସେ କହିଛନ୍ତି ଯେ, ଏସ-୪୦୦ ଜାକୋକାବାଦ ଏୟାରବେସରେ ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନକୁ ଖସାଇ ଦେଇଛି, ଯାହା ସେଠାରେ ରଖାଯାଇଥିଲା। ବିମାନ ଚଳାଚଳ ଇତିହାସରେ ପ୍ରଥମ ଥର ପାଇଁ, ଏକ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂରରେ ଆକାଶରେ ଏକ ବିମାନ (ଶତ୍ରୁ ବିମାନ)କୁ ଟାର୍ଗେଟ କରିଥିଲା। ବେଙ୍ଗାଲୁରୁରେ ଆୟୋଜିତ ୧୬ ତମ ବାର୍ଷିକ ବାୟୁସେନା ମୁଖ୍ୟ ମାର୍ଶାଲ୍ ଏଲ୍ଏମ୍ କାତ୍ରେଙ୍କ ଭାଷଣକୁ ବିସ୍ତୃତ ଭାବରେ ଏପି ସିଂହ କହିଛନ୍ତି…

Read More

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ କୋଟି କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି। ରେଳବାଇ ଏହି ଯାତ୍ରୀମାନଙ୍କ ପାଇଁ ହଜାର ହଜାର ଟ୍ରେନ ଚଲାଏ। ସମ୍ପ୍ରତି, ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ ଯୋଜନା ଘୋଷଣା କରିଛି। ଯାହା ଅଧୀନରେ ଫେରିବା ଯାତ୍ରାରେ ୨୦% ରିହାତି ଦିଆଯିବ। ପ୍ରକାଶ ଯେ, ଦୀପାବଳି ଅବସରରେ ଯାତ୍ରୀମାନଙ୍କୁ ଏହି ସୁବିଧା ଦିଆଯିବ। ଏଥିରେ ଫେରିବା ଟିକେଟ୍ ବୁକ୍ କରିବା ଉପରେ ୨୦% ରିହାତି ଦିଆଯିବ ଏବଂ ଏହି ଅଫର ସୀମିତ ସମୟ ପାଇଁ ରହିବ। ବର୍ତ୍ତମାନ, ଏହି ସୁବିଧା ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଉଛି। ଏହି ରିହାତି କେବେଠାରୁ କେବେ ଉପଲବ୍ଧ ହେବ ଏବଂ ଏ ସମ୍ପର୍କରେ ରେଳବାଇର ବିଶେଷ ନିୟମ କ’ଣ?, ଆସନ୍ତୁ ଜାଣିବା…. ରେଳବାଇ ପକ୍ଷରୁ ୨୦ ପ୍ରତିଶତ ରିହାତି: ଯେତେବେଳେ ଦେଶରେ ପାର୍ବଣ ଋତୁ ଆସେ, ସେତେବେଳେ ଅନେକ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏବଂ ଏହି ଲୋକମାନଙ୍କୁ…

Read More

ବାଲୁଗାଁ: ଆଧୁନିକ ଯୁଗରେ ସୋସିଆଲ ମିଡିଆର ଚାହିଦା ବଢୁଥିବା ବେଳେ ରିଲ୍ସ ନିଶାରେ ଯୁବପିଢ଼ି ପଡିଥିବା ଦେଖିବାକୁ ମିଳୁଛି। ନିଜ ନିଜର ଫଲୋର୍ସ ବଢାଇବା ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ରେକର୍ଡିଂ ହେଉ ଅବା ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସାଙ୍ଗସାଥି, ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବାକୁ ପ୍ରୟାସ ଜାରି ରଖିଛନ୍ତି। ହେଲେ କିଛି ବ୍ୟକ୍ତି ବିଶେଷ ମହତ ଉଦ୍ଦେଶ୍ୟ ନେଇ ଦେଶ, ବିଦେଶ ଅବା ସ୍ଥାନୀୟ କିଛି ତଥ୍ୟ ଭିତ୍ତିକ ଖବର ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଫଲୋର୍ସ ବଢାଉଇବାକୁ ଚେଷ୍ଟା କରୁଛନ୍ତି। ତେବେ ଫଲୋର୍ସ ବଢାଇବା ନିଶାରେ ଅନେକ ସମୟରେ କିଛି ଵିଭ୍ରାନ୍ତିକର ପୋଷ୍ଟ ଯୋଗୁଁ ଟ୍ରୋଲ ମଧ୍ୟ ହୋଇଥାନ୍ତି। ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି। ୨୦୨୨ ମସିହାରୁ ବାଲୁଗାଁ ମହାବିଦ୍ୟାଳୟ ନାମକ ଏକ ଇନଷ୍ଟାଗ୍ରାମ ଆଇଡିକୁ ସେହି କଲେଜର ଜଣେ ଛାତ୍ର ପରିଚାଳନା କରି ଆସୁଥିବା ବେଳେ କଲେଜ ସମ୍ବନ୍ଧୀୟ…

Read More

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟର ଆଜି ନବମ ଦିନ ମଧ୍ୟ ଜାରି ରହିଛି। ସାରା ରାତି ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଏବଂ ଗୁଳିଚାଳନା ଶବ୍ଦ ଶୁଣାଯାଇଥିଲା। ଏହି ସମୟରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସୈନିକ ଆହତ ହୋଇଥିଲେ। ସୂତ୍ର ଅନୁଯାୟୀ, ଘନ ଜଙ୍ଗଲ ଏବଂ ପ୍ରାକୃତିକ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା’ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। ଏହି ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥର ରେଳ ମଦଦ୍ ପୋର୍ଟାଲ୍ ଯାତ୍ରୀଙ୍କ ଅଭିଯୋଗର ସମାଧାନରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି ଏବଂ ଚଳିତ 2025-26 ଆର୍ଥିକ ବର୍ଷରେ 31.07.2025 ସୁଦ୍ଧା ପ୍ରଥମ ଚାରି ମାସର କାର୍ଯ୍ୟଦକ୍ଷତା ରିପୋର୍ଟରେ 70.06 ସ୍କୋର କରି 17ଟି ରେଳ ଜୋନ୍ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ସମସ୍ତ ବର୍ଗର ରେଳ ଗ୍ରାହକ (ଯାତ୍ରୀ, ମାଲ ପରିବହନ ଏବଂ ପାର୍ସଲ) ପାଇଁ ସମନ୍ୱିତ ଅଭିଯୋଗ ସମାଧାନ ପ୍ଲାଟଫର୍ମ, ରେଳ ମଦଦ୍ (railmadad.indianrailways.gov.in), ଯାତ୍ରୀଙ୍କ ସନ୍ତୁଷ୍ଟି ବୃଦ୍ଧି ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରେଳ ମଦଦ୍ ହେଲ୍ପଲାଇନ୍ (139), ୱେବସାଇଟ୍, ମୋବାଇଲ୍ ଆପ୍ (ଉଭୟ ଆଣ୍ଡ୍ରଏଡ୍ ଏବଂ iOS) ପରି ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଉପଲବ୍ଧ । ଏହି ପୋର୍ଟାଲ୍ ଯାତ୍ରୀମାନଙ୍କୁ ଅଭିଯୋଗ ପଞ୍ଜିକରଣ ଏବଂ ସହାୟତା ପାଇବା ପାଇଁ ଏକ ସୁବିଧାଜନକ ଏବଂ ଦକ୍ଷ ଉପାୟ ପ୍ରଦାନ କରେ। ପ୍ରମୁଖ…

Read More

ଭୁବନେଶ୍ଵର: IIT ମାଡ୍ରାସ ସହିତ ମିଳିତ ଭାବରେ ଓଡ଼ିଶା ସରକାର, ଏକ ଅଗ୍ରଣୀ ରିଅଲ୍-ଟାଇମ୍ ସଡ଼କ ସଚେତନତା ଏବଂ ଟ୍ରାଫିକ ସମନ୍ୱୟ ଭିତ୍ତିକ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ବିକଶିତ କରୁଛନ୍ତି। ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପଦକ୍ଷେପ ନେଇ ଆଲୋଚନା ହୋଇଛି। ସଡ଼କ ସୁରକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସହ ଡଜିଟାଲ୍ ସମାଧାନ ପାଇଁ ରିଅଲ-ଟାଇମ୍ ତଥ୍ୟ, ବିଶ୍ଳେଷଣ ଏବଂ ଭିଜୁଆଲ୍ ଇନସାଇଟ୍ ପ୍ରଦାନ କରିବା ବ୍ୟବସ୍ଥା ସହ ଏହି ଡ୍ୟାସବୋର୍ଡକୁ ବିକଶିତ କରାଯାଉଛି। ଏହି ଅବସରରେ ଶ୍ରୀମତୀ ପାଢୀ କହିଛନ୍ତି, ସଡ଼କ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ଏବଂ ଏହି ଡ୍ୟାସବୋର୍ଡ ଜୀବନ ରକ୍ଷା ପାଇଁ ରିଅଲ୍-ଟାଇମ୍ ତଥ୍ୟ, ନାଗରିକ ଇନପୁଟ୍ ଏବଂ ସାଂସ୍ଥାଗତ ସମନ୍ୱୟ ବ୍ୟବହାର କରିବାରେ ଏକ ପ୍ରମୁଖ ପଦକ୍ଷେପ। ଏହା ଓଡ଼ିଶାରେ ଏକ ସୁରକ୍ଷିତ ଏବଂ ଅଧିକ ପ୍ରତିକ୍ରିୟାଶୀଳ ପରିବହନ ଇକୋସିଷ୍ଟମ…

Read More

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯୋଗର ନିର୍ବାଚନ କମିଶନ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏକ ସମ୍ପ୍ରତିକ ସାମ୍ବାଦିକ ସମ୍ମିଳନୀରେ ସେହି ପୁରୁଣା କଥାକୁ ଦୋହରାଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, “୨୦୧୮ ମସିହାରେ ତତ୍କାଳୀନ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଲନାଥ ଏହା କହିଥିଲେ। ଶୁକ୍ରବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସମାନ ସ୍ୱର ଉଠାଉଛନ୍ତି। ପୁରୁଣା ବୋତଲରେ ନୂତନ ମଦ।” ସିସିଟିଭି ଫୁଟେଜ୍ ସୁରକ୍ଷିତ ରଖିବା ବିଷୟରେ ଇସିଆଇ କ’ଣ କହିଥିଲେ? ନିର୍ବାଚନ କମିଶନ ପ୍ୟାନେଲ୍ କହିଛନ୍ତି ଯେ, ୨୦୧୯ ମସିହାରେ ସୁପ୍ରିମକୋର୍ଟ ମେସିନ୍ ରିଡେବଲ୍ ଭୋଟର ତାଲିକା ପ୍ରଦାନ କରିବା ପାଇଁ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। ସେମାନେ କହିଛନ୍ତି ଯେ, “ଯେକୌଣସି ପୀଡିତ ପ୍ରାର୍ଥୀ ୪୫ ଦିନ ମଧ୍ୟରେ ସମ୍ପୃକ୍ତ ହାଇକୋର୍ଟରେ ତାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିବା ପାଇଁ ଆବେଦନ ଦାଖଲ କରିପାରିବେ।”…

Read More

ଭୁବନେଶ୍ଵର: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଲୋକଙ୍କ ମନରେ ତ୍ରିରଙ୍ଗା ପ୍ରତି ଭକ୍ତି ଓ ସମ୍ମାନ ବୃଦ୍ଧି ସାଙ୍ଗକୁ ସମାଜରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ଦେଶରେ ଆରମ୍ଭ ହୋଇଛି ହରଘର ତ୍ରିରଙ୍ଗା ଓ ହରଘର ସ୍ବଚ୍ଛତା ସପ୍ତାହ କାର୍ଯ୍ୟକ୍ରମ। ଏହି ଅବସରରେ ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ଶେଷ ହୋଇଛି। ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ସରକାରୀ ଅଧିକାରୀଙ୍କୁ ସ୍ବଚ୍ଛତା ନେଇ ଶପଥପାଠ କରାଇଥିବାବେଳେ ଏପିଡି ରଞ୍ଜିତା ଦାଶ, ଜିଲ୍ଲା ସୂଚନା ଓ ଲୋକମ୍ପର୍କ ଅଧିକାରୀ, ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି। ଏହି ଅବସରରେ କୋଟିଆ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ସେ ସମୀକ୍ଷା କରିଛନ୍ତି। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି, କୋଟିଆ ପଞ୍ଚାୟତର କୌଣସି ପରିବାର ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ପରେ ଉପମୁଖ୍ୟମନ୍ତ୍ରୀ ଦେଓମାଳି ପର୍ବତକୁ ଯାଇ ସେଠାରେ ଥିବା ପର୍ଯ୍ୟଟନ ସମ୍ଭାବନା ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀମତୀ ପରିଡ଼ାଙ୍କ ସହ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମା ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ଆଜି ସେ ଜୟପୁର ଠାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ କରିବାର ସୂଚନା ରହିଛି।

Read More

ଭୁବନେଶ୍ଵର: ଓଡ଼ିଶା ବିଧାନସଭାର ନୂତନ ୱେବ୍ସାଇଟ୍ ଉନ୍ମୋଚିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହିୱେବ୍ସାଇଟକୁ ଉନ୍ମୋଚନ କରି ବାଚସ୍ପତି ସୁରମା ପାଢ଼ୀ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ ଏନ୍ଆଇସିର ବୈଷୟିକ ପରାମର୍ଶରେ ବିକଶିତ ହୋଇଥିବା ଏହି ନୂତନ େୱବ୍ସାଇଟ୍ ବିଧାନସଭା କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଏବଂ ସ୍ୱଚ୍ଛ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ନାଗରିକମାନଙ୍କୁ ବିଧାନସଭାର କାର୍ଯ୍ୟକଳାପ, ନିଷ୍ପତ୍ତି ଏବଂ ପଦକ୍ଷେପ ବିଷୟରେ ସଠିକ୍ ଏବଂ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ। ଏହି ଉନ୍ମୋଚନ ସୁଶାସନ ଏବଂ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତି…

Read More

ଚିଲିକା: ଆଇଏନଏସ ଚିଲିକାଠାରେ ଷଷ୍ଠ ବ୍ୟାଚ ର ଅଗ୍ନିବୀରମାନଙ୍କ ପାସିଂଆଉଟ ପରେଡ ଅନୁଷ୍ଠିତ ହେଉଛି। ଏହି ବ୍ୟାଚ୍ ରେ ମୋଟ ୨ହଜାର ୧୦ଜଣ ଅଗ୍ନିବୀର ଅଛନ୍ତି। ସେମାନଙ୍କ ମଧ୍ୟରେ ୩୦୯ଜଣ ମହିଳା ଅଗ୍ନିବୀର ଏବଂ ୨୭୬ଜଣ ନାବିକ ଜିଡି ସାମିଲ ଅଛନ୍ତି। ପାସିଂଆଉଟ୍ ପରେଡରେ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ ଆଡମିରାଲ ରାଜେଶ ପେନ୍ଧରକର ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି ଆଇଏନଏସ ଚିଲିକାର ଷ୍ଟେସନ କମାଣ୍ଡର କମୋଡୋର ବି.ଦୀପକ ଅନୀଲ।

Read More

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ବିଭାଗ ଦ୍ବାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନାର କାର୍ଯ୍ୟ ବିଷୟରେ ସବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ବିଭାଗୀୟ ସମସ୍ତ ଅଧିକାରୀ, ସମସ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀମାନଙ୍କୁ ଦିଗଦର୍ଶନ ଦେଇ ବିଭାଗର କାର୍ଯ୍ୟକ୍ରମ ଗୁଡ଼ିକୁ ସେଚୁରେସନ୍ ମୋଡ୍ ରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନା, ହର୍ ଘର୍ ଜଲ୍, ବିକଶିତ ଗାଁ ବିକଶିତ ଓଡ଼ିଶା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଏମ୍ ଜିଏନ୍ଆର୍ ଇଜିଏସ୍ ଓ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି…

Read More

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ।  ଆଜି ପ୍ରଭୃ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ସେଥିପାଇଁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯିବ। ସେହିପରି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ବଡଭାଇଙ୍କ ଜନ୍ମ ଉତ୍ସବ ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ। ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି। ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା…

Read More

ନୂଆଦିଲ୍ଲୀ: ୱେଭ୍‌ସ ଓଟିଟି ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ବୃଦ୍ଧି କରିବା ପାଇଁ ଅନେକ ସହଭାଗୀତା କରିଛି। ପ୍ଲାଟଫର୍ମ ଏକ ବିସ୍ତୃତ ନେଟୱାର୍କ ସହିତ କାର୍ଯ୍ୟ କରୁଛି ଯାହା ଦ୍ୱାରା ୱେଭ୍‌ସ ଓଟିଟି ପ୍ଲାଟଫର୍ମରେ ଅନେକ ଭାରତୀୟ ଭାଷା ଏବଂ ଉପଭାଷାରେ ବିଷୟବସ୍ତୁ ଅନ୍ ବୋର୍ଡ କରାଯାଇପାରିବ। ଏହି ପ୍ଲାଟଫର୍ମ ବିବିଧ ବିଷୟବସ୍ତୁକୁ ଆବିଷ୍କାରଯୋଗ୍ୟ ଏବଂ ଏକ ବ୍ୟାପକ ଆଞ୍ଚଳିକ ଦର୍ଶକଙ୍କ ପାଇଁ ସୁଗମ କରିବା ଲାଗି ସବଟାଇଟେଲିଂ ଏବଂ ମେଟାଡାଟା ସମୃଦ୍ଧିକୁ ମଧ୍ୟ ସମର୍ଥନ କରେ। ଏହା ଆକାଶବାଣୀ ଏବଂ ଦୂରଦର୍ଶନର ଆଞ୍ଚଳିକ ବିଷୟବସ୍ତୁ ଶକ୍ତିକୁ ମଧ୍ୟ ବ୍ୟବହାର କରୁଛି। ସମସ୍ତ 35 ଦୂରଦର୍ଶନ ସାଟେଲାଇଟ୍ ଚ୍ୟାନେଲ୍ ଏବଂ ଆକାଶବାଣୀର ବିଭିନ୍ନ ଆଞ୍ଚଳିକ ଚ୍ୟାନେଲ୍ ୱେଭ୍ସ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ। ଏହା ସହିତ, ଆଞ୍ଚଳିକ ବିଷୟବସ୍ତୁ ପ୍ରଦର୍ଶନ କରୁଥିବା ଏବଂ ବିଭିନ୍ନ ସଂସ୍କୃତିକୁ କଭର କରୁଥିବା ଅନେକ ଏଫଟିଏ (ଫ୍ରି ଟୁ ଏୟାର) ପ୍ରସାରକ ମଧ୍ୟ ୱେଭ୍‌ସରେ ଉପଲବ୍ଧ। ୱେଭ୍‌ସ…

Read More