Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

August 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର, ଅଗଷ୍ଟ ୯– ‘ଅଗଷ୍ଟ କ୍ରାନ୍ତି ଦିବସ’ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ଏହା କେବଳ ଏକ ଆନ୍ଦୋଳନ ନଥିଲା ବରଂ ଲୋକଙ୍କ ମଧ୍ୟରେ ସ୍ୱାଧୀନତା ପାଇଁ ଅତୁଟ ବିଶ୍ୱାସ ଏବଂ ଅଦମ୍ୟ ସାହସର ପ୍ରତୀକ ଥିଲା ବୋଲି ଶନିବାର ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘ଅଗଷ୍ଟ କ୍ରାନ୍ତି ଦିବସ’ ଅବସରରେ ଆୟୋଜିତ ଏହି ଶୋଭାଯାତ୍ରାରେ ଶ୍ରୀ ପ୍ରଧାନ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ। ବ୍ରହ୍ମପୁର ଟାଉନ ହଲ୍ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଭୂମିକା ଓ ଅବଦାନକୁ ସ୍ମୃତିଚାରଣ କରିବା ସହ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ଇଂରେଜମାନଙ୍କୁ ଆମ ଦେଶରୁ ବିତାଡ଼ିତ କରିବା ପାଇଁ ୧୯୪୨ ମସିହା ଆଜିର ଦିନରେ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଅଗଷ୍ଟ କ୍ରାନ୍ତି ସ୍ୱାଧୀନତା ସଂଗ୍ରାମର ସେହି ମୁହୂର୍ତ୍ତ ଥିଲା, ଯେତେବେଳେ ସମଗ୍ର ଦେଶ ଏକାଠି ହୋଇ ଭାବରେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉଠାଇଥିଲା । ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରୁ ମହାତ୍ମା ଗାନ୍ଧୀ ‘କର ବା ମର’ ଡାକରା ଦେଇଥିଲେ, ଯାହା ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗଦର୍ଶନ ଏବଂ ବଡ଼ ଗତି ଦେଇଥିଲା।

ସେ ଆହୁରି କହିଛନ୍ତି, ଆଜିର ଦିନ ଉତ୍ସାହର ସହ ଦେଶପ୍ରେମକୁ ଜାଗ୍ରତ କରିବାର ଦିଏ। ଆଉ କିଛି ଦିନ ପରେ ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବ। ସାମ୍ପ୍ରତିକ ସମୟରେ ମଧ୍ୟ ଦେଶକୁ ଆତ୍ମନିର୍ଭର କରିବା ସହ ଭାରତର ପରିଚୟକୁ ବିଶ୍ୱରେ ୧ ନମ୍ବର କରିବା ପାଇଁ ଲୋକମାନଙ୍କୁ ପୁଣି ଥରେ ଏକତ୍ରିତ ହେବାକୁ ପଡ଼ିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ଆହ୍ୱାନ ଦେଇଛନ୍ତି। ଆମର ଅର୍ଥନୀତିକୁ ମଜଭୂତ୍ କରିବା ସହ ଜନସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଦେଶରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଜନଆନ୍ଦୋଳନର ଆବଶ୍ୟକତା ଅଛି । ନିଜର ସାହସ, ବଳିଦାନ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମୁକ୍ତ କରିବା ପାଇଁ ସର୍ବସ୍ୱ ଦେଇଥିବା ମହାନ ସଂଗ୍ରାମୀମାନଙ୍କୁ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଅଗଷ୍ଟ କ୍ରାନ୍ତି ଦିବସ ତ୍ରିରଙ୍ଗା ଯାତ୍ରା ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ସ୍ୱାଧୀନତା ସଂଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋଦୀ କୁଆଡ଼େ ଯିବେନି’: କଂଗ୍ରେସ ଅଧ୍ୟକ୍ଷଙ୍କୁ ତାଚ୍ଛଲ୍ୟ କଲା ବିଜେପି

October 26, 2026

ତାମିଲନାଡୁର ପୂର୍ବତନ ସ୍କୁଲ ଶିକ୍ଷା ମନ୍ତ୍ରୀ ମହେଶ ପୋୟାମୋଝୀ ଗିରଫ

October 26, 2026

ପୂର୍ବତଟ ରେଳପଥ କର୍ମଚାରୀଙ୍କ ସତ୍ୟନିଷ୍ଠାର ଶପଥ ଗ୍ରହଣ

October 26, 2026

ଆରୋଗ୍ୟ ଭାରତୀ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର: ଖଇ ବା ଲିଆର ଉପକାରିତା ଉପରେ ଆଲୋଚନା

October 26, 2026
Latest News

‘ମୋଦୀ କୁଆଡ଼େ ଯିବେନି’: କଂଗ୍ରେସ ଅଧ୍ୟକ୍ଷଙ୍କୁ ତାଚ୍ଛଲ୍ୟ କଲା ବିଜେପି

October 26, 2026

ତାମିଲନାଡୁର ପୂର୍ବତନ ସ୍କୁଲ ଶିକ୍ଷା ମନ୍ତ୍ରୀ ମହେଶ ପୋୟାମୋଝୀ ଗିରଫ

October 26, 2026

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

‘ଅନେକ ଜଜ୍ ଦେଶ ସହ ବିଶ୍ୱାସଘାତ କରିଛନ୍ତି’: ଏବେ ନ୍ୟାୟପାଳିକାକୁ ଟାର୍ଗେଟ୍ କଲେ ସୌରଭ ଦାସ

October 26, 2026

ପୂର୍ବତଟ ରେଳପଥ କର୍ମଚାରୀଙ୍କ ସତ୍ୟନିଷ୍ଠାର ଶପଥ ଗ୍ରହଣ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.