Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ ସମାରୋହ
ଆଜିର ଖବର

ଖୋର୍ଦ୍ଧାରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ ସମାରୋହ

August 9, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ସଦର ମହକୁମା ଜୟୀରାଜଗୁରୁ ଟାଉନ୍ ହଲ ଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସଂଯୋଜନାରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସମବାୟ, ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ।

ନିଜ ଅଭିଭାଷଣରେ ମନ୍ତ୍ରୀ କହିଲେ ଯେ ସୁଭଦ୍ରା ରାଜ୍ୟ ସରକାରଙ୍କ ଏକ ମହତ କାଙ୍ଖୀ ଯୋଜନା ଯାହା ନାରୀ ଶକ୍ତିର ଜୟଯାତ୍ରାର ପରିଚୟ। ନାରୀର ସ୍ୱାଭିମାନକୁ ସମ୍ମାନଦେବା ଓ ସେମାନଙ୍କୁ ସ୍ୱାବଲମ୍ବି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ଅଟେ। ଖୋର୍ଦ୍ଧା ଜିଲ୍ଲାର ଆଜି ଯେଉଁ ମା ମାନେ ତୃତୀୟ କିସ୍ତି ପାଇଲେ ସେମାନେ ଏହି ଅର୍ଥକୁ କ୍ଷୁଦ୍ର ରାଶି ନଭାବି ଏହି ରାଶିକୁ ପ୍ରକୃତ ବିନିଯୋଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ନାରୀ ଶକ୍ତିର ଜୟଯାତ୍ରା ଉଜ୍ଵଳମୟ ହେଉ ବୋଲି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଉଦବୋଧନ ରଖିଥିଲେ।

ସଭାପତି ଭାଷଣରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ କହିଲେ ଯେ ସୁଭଦ୍ରା ଯୋଜନାରେ ୫ ହଜାର ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ବର୍ଷକୁ ୨ ଟି କିସ୍ତିରେ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ଆଜି ତୃତୀୟ କିସ୍ତିକୁ ନେଇ ସୁଭଦ୍ରା ହିତାଧିକାରୀମାନେ ୧୫ ହଜାର ପାଇଲେ ଯାହାକୁ ସେମାନେ କେବେହେଲେ କ୍ଷୁଦ୍ର ରାଶି ନଭାବି ନିଜ ପାଠ ପଢୁଥିବା ଝିଅ ପାଇଁ ଯଦି ଗୋଟିଏ ସାଇକେଲ କିଣିଲେ କିମ୍ବା ଗୋଟେ ଚାହା ଦୋକାନ କରି କିଛି ଅର୍ଥ ଉପାର୍ଜନ କଲେ କିମ୍ବା ଗାଁରେ ଥିବା ପୋଖରୀରେ ମାଛ ଚାଷ କଲେ କିମ୍ବା କୃଷି ଓ ଆନୁଷଙ୍ଗିକ କୃଷି ରେ ଅର୍ଥକୁ ବିନିଯୋଗ କଲେ ଅଥବା ଅଣୁ ଉଦ୍ୟୋଗ ରେ ଅର୍ଥ ନିବେଶ କଲେ ତାହାହିଁ ପ୍ରକୃତ ମହିଳା ସଶକ୍ତି କରଣ ବୋଲି କହିପାରିବା। ଜିଲ୍ଲାପାଳ ଆହୁରି କହିଥିଲେ ସଶକ୍ତି କରଣ ଏକ ସମୁଦ୍ର ଯାହା ଜଳ ବିନ୍ଦୁରୁ ହିଁ ସୃଷ୍ଟି ହୋଇ ପାରିବ।

ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ କହିଲେ ସୁଭଦ୍ରା ଯୋଜନା ତୃଣ ମୂଳ ସ୍ତରରେ ମହିଳା ମାନଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଅଛି। ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ପ୍ରକୃତ ହିତାଧିକାରୀ ମା ମାନେ କିଭଳି ଏହି ଯୋଜନାରେ ସାମିଲ ହୋଇ ପାରିବେ ସେଥିପାଇଁ ମିଶନ ମୋଡରେ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ସେମାନଙ୍କର ନିଷ୍ଠାପର ସେବା ଓ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ।

ସ୍ୱାଗତ ଭାଷଣ ରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା କହିଲେ ସୁଭଦ୍ରା ଯୋଜନା ନୂତନ ସରକାରଙ୍କ ଏକ ଅଭିନବ ଏଯେଣ୍ଡା ଥିଲା। ମହିଳା ମାନଙ୍କୁ ଜୀବନ ଜୀବିକା ରେ ଉତଥାନ ଆଣିବାରେ ସୁଭଦ୍ରା ଯୋଜନା, ଲକ୍ଷ ପତି ଦିଦୀ ଯୋଜନା ମାଇଲଖୁଣ୍ଟ ହୋଇ ଠିଆ ହେବା ସହ ମହିଳା ମାନେ ଆର୍ଥିକ ସ୍ୱାବଲମ୍ବୀ ଦିଗରେ ଏହା ଏକ ପ୍ରକୃଷ୍ଟ ପ୍ରୋତ୍ସାହନ ଅଟେ। ମା ମାନେ ସୁନ୍ଦର, ସୁଖମୟ ଜୀବନଯାପନ ପାଇଁ ସୁଭଦ୍ରା ରାଶିକୁ ସଠିକ୍ ମାର୍ଗରେ ବିନିଯୋଗ କଲେ ସେମାନେ ଲକ୍ଷ ପତି ଦିଦି ରୁ କୋଟିପତି ଦିଦିର ସ୍ଥାନ ହାସଲ କରି ପାରିବେ।

ଖୋର୍ଦ୍ଧା ଜିଲ୍ଲାରେ ପାଖାପାଖି ସୁଭଦ୍ରା ତୃତୀୟ କିସ୍ତି ପାଇବାରେ ୩ ଲକ୍ଷ ୫୧ ହଜାର ୧୯୭ ହିତାଧିକାରୀ ଅନ୍ତଃର୍ଭୁକ୍ତ ହେଲେ ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଅଗଷ୍ଟ ୮ତାରିଖରୁ ୧୫ତାରିଖ ହର ଘର ତିରଙ୍ଗା କାର୍ଯ୍ୟକ୍ରମକୁ ମାନ୍ୟବରଜିଲ୍ଲା ପ୍ରଭାରୀ ମନ୍ତ୍ରୀ, ଜିଲ୍ଲାପାଳ ଓ ସମସ୍ତ ସୁଭଦ୍ରା ମା ମାନେ ନିଜ ହାତରେ ତିରଙ୍ଗା ଧରି ଉଦ୍ଘାଟନ କରିଥିଲେ। ସଫଳ ସୁଭଦ୍ରା ଭଉଣୀ ରିତାରାଣି ବେହେରା, ଖୋର୍ଦ୍ଧା,ସୁମିତ୍ରା ମୁଦୁଲି, ବେଗୁନିଆ, ଗାୟତ୍ରୀ ବୋଷ, ଖୋର୍ଦ୍ଧା, ମମତା ପଟ୍ଟନାୟକ ପ୍ରମୁଖ ସୁଭଦ୍ରା ଯୋଜନା ଦ୍ବାରା ସେମାନେ କିପରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି ନିଜ ଅଭିଜ୍ଞତା ପ୍ରକାଶ କରିଥିଲେ। ସମାରୋହରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଏବଂ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭାରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ଓଡ଼ିଆ ପ୍ରବନ୍ଧ, ଚିତ୍ରାଙ୍କନ,କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ରାଜଲକ୍ଷ୍ମୀ ସାହୁ, ଜାଗୃତିମୟୀ ଦାସ, ସୁମିତ୍ରା ଦାସ, ଦେବଦର୍ଷିନି ବେହେରା, ଶୁଭଶ୍ରୀ ବେହେରା, ବୃନ୍ଦା ବତୀ ନାୟକ, ସୁପ୍ରିୟା ବେହେରା, ଅର୍ଯ୍ୟସ୍ମିତା ସାହୁ, ଟିକିରାଣୀ ଦାସ, ଶ୍ରେୟାଶ୍ରୀ ମାଝୀ, ଲଭଲି ସାହୁ, ଅଙ୍କିତା ମହାପାତ୍ର, ବୈଶାଖୀ ସ୍ବାଇଁ,ବନିତା ସାହୁ, ଇପ୍ସିତା ଜେନା, ଅଭିଲିପସା ପାଟସାଣୀ, ଭୂମିକା ଦଳ ବେହେରା, ସତ୍ୟଶ୍ରୀ ଭୂୟାଁ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୋରାପୁଟ, ଜୟପୁର ସଭା ମଞ୍ଚରୁ ଏହି ତୃତୀୟ ସୁଭଦ୍ରା ତୃତୀୟ କିସ୍ତି ବଣ୍ଟନ ଉଦ୍ଘାଟନ କାର୍ଯ୍ୟକ୍ରମ ଆଭାଷିରେ ସିଧାପ୍ରସାରଣ କରାଯାଇଥିଲା। ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସହରର ବୁଦ୍ଧିଜୀବୀ, ମାନ୍ୟ ଗନ୍ୟ ବ୍ୟକ୍ତି, ସୁଭଦ୍ରା ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ।

ଖୋର୍ଦ୍ଧା ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026
Latest News

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.