ରଣପୁର: ନୟାଗଡ ଜିଲ୍ଲା ଅଧିନସ୍ଥ ରଣପୁର ଛାତ୍ର କଂଗ୍ରେସ ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗକୁ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଆଖିଆଗରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁପ୍ତ ହୋଇ ରହିଥିବା ଛାତ୍ର ସଂଗଠନକୁ ଜାଗ୍ରତ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ରଣପୁରର ବିଧାୟକ ପ୍ରାର୍ଥୀ ତଥା ଯୁବ ନେତା ବିଭୂପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମା’ ଅସୁରକୁମାରୀଙ୍କ ପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ବହୁ ଛାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବହୁ ନୂତନ ଛାତ୍ର ବିଧିବଦ୍ଧ ଭାବେ ଛାତ୍ର କଂଗ୍ରେସରେ ଯୋଗ ଦେଇଥିବା ସୂଚନା ମିଳିଛି। ଏହି ଛାତ୍ର ସମାବେଶରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ପ୍ରତ୍ୟକ ବିକାଶ ମୂଳକ କାର୍ଯ୍ୟରେ ଦୃଢ଼ତାର ସହ ଲଢ଼ିବେ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ। ବିଧାୟକ ପ୍ରାର୍ଥୀ ବିଭୂପ୍ରସାଦ ମିଶ୍ର ତାଙ୍କ ଭାଷଣରେ…
Author: SM Network
ଭୁବନେଶ୍ଵର: 1998 ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା (IRTS)ର ବରିଷ୍ଠ ଅଧିକାରୀ ଆଲୋକ ତ୍ରିପାଠୀ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂତନ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଚ୍.ଏସ୍. ବାଜୱାଙ୍କଠାରୁ ଶ୍ରୀ ତ୍ରିପାଠି ଦାୟିତ୍ୱ ଗ୍ରହଣ କରିଛନ୍ତି, ଯିଏ ଖୋର୍ଦ୍ଧା ରୋଡ୍ ଡିଭିଜନରେ ଉତ୍ସର୍ଗୀକୃତ ଏବଂ ପ୍ରତିବଦ୍ଧତାର ସହିତ ସେବା କରିଥିଲେ। ରେଳମଣ୍ଡଳର ସମସ୍ତ ବିଭାଗ ଶ୍ରୀ ତ୍ରିପାଠିଙ୍କୁ ସ୍ୱାଗତ କରୁଛି ଏବଂ ଅଧିକ ସଫଳତା ହାସଲ କରିବାରେ ତାଙ୍କ ନେତୃତ୍ୱକୁ ଅପେକ୍ଷା କରିଛି। ଏହି ନୂତନ ନିଯୁକ୍ତି ପୂର୍ବରୁ, ଶ୍ରୀ ତ୍ରିପାଠୀ ନୂଆଦିଲ୍ଲୀର ରେଳବାଇ ବୋର୍ଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଫ୍ରେଟ ମାର୍କେଟିଂ) ଭାବରେ କାର୍ଯ୍ୟ କରୁଥିଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ବଳିଷ୍ଠ କ୍ୟାରିଅର ସହିତ, ସେ ଭାରତୀୟ ରେଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବ୍ୟାପକ ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ଆଣିଛନ୍ତି। ଶ୍ରୀ ତ୍ରିପାଠୀ ନ୍ୟାସନାଲ ହାଇ…
ନୂଆଦିଲ୍ଲୀ: ଭାରତ-ଯୁକ୍ତରାଜ୍ୟ (ୟୁକେ) ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଭାରତୀୟ କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ସହିତ ଭାରତୀୟ କୃଷି କ୍ଷେତ୍ରର ଅଭିବୃଦ୍ଧି ଲାଗି ରଣନୈତିକ ସୁଯୋଗ ପ୍ରଦାନ କରିବ। ଭାରତ ପାଇଁ ଏହି ରାଜିନାମା ଏକ ଐତିହାସିକ ସଫଳତାକୁ ପ୍ରତିନିଧିତ୍ୱ କରେ, ବିଶେଷକରି କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କ୍ଷେତ୍ର ଏହା ଦ୍ବାରା ବିଶେଷଭାବେ ଉପକୃତ ହେବ। ଭାରତ-ୟୁକେ ମୁକ୍ତ ବାଣିଜ୍ୟ ରାଜିନାମା ଅଧୀନରେ, ୟୁକେ ସରକାର ଭାରତରୁ ଉତ୍ପନ୍ନ ଏବଂ ୟୁକେକୁ ଆମଦାନି ହେଉଥିବା କିଛି ଆପେଡା ସୂଚୀବଦ୍ଧ ଉତ୍ପାଦଗୁଡ଼ିକ ଉପରେ ଲାଗୁ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଏଫଟିଏ ଅଧୀନରେ ଯେଉଁ ସାମଗ୍ରୀଗୁଡ଼ିକ ଉପରେ ୟୁକେ ସରକାର କୌଣସି ଶୁଳ୍କ ପ୍ରତିଶ୍ରୁତି ଦେଇନାହାନ୍ତି, ସେଗୁଡ଼ିକ ଉପରେ ସର୍ବାଧିକ ଅନୁକୂଳ ରାଷ୍ଟ୍ର ଅନୁସାରେ ମୌଳିକ ସୀମାଶୁଳକ ଲାଗୁ ହେବ। ଏହି ରାଜିନାମା ପରେ ୯୫% ରୁ ଅଧିକ…
ଖୋର୍ଦ୍ଧା: ଆଜି ଅପରାହ୍ନରେ ୨୦୧୫ ବ୍ୟାଚ ଆଇ ଏ ଏସ ଅମ୍ରିତ୍ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ଯୋଗଦାନ କରିଛନ୍ତି। ଶ୍ରୀ ଋତୁରାଜ ଯୋଗଦାନ କଲାପରେ ଭାରପ୍ରାପ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଜିଲ୍ଲାପାଳ ଦାୟିତ୍ୱ ଭାର ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲ୍, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ସମୁଚିତା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଭୁବନେଶ୍ୱର ଜିତେନ୍ଦ୍ରିୟ ଜେନା ଏବଂ ବହୁ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ…
ଭୁବନେଶ୍ୱର: ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ସତର୍କତା ପାଇଁ ଚାରି ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି। ଡବପାଲରେ କାର୍ଯ୍ୟରତ ଟ୍ରାକ ମେଣ୍ଟେନର-IV ବୀରେନ୍ଦ୍ର ପ୍ରସାଦ ଗୋରାଇଂ; କୁମ୍ଭାର ସୋଡ଼ରା ଠାରେ କାର୍ଯ୍ୟରତ ଟ୍ରାକ ମେଣ୍ଟେନର-IV ରୋହିତ କୁମାର, ଜଖପୁରାରେ ଟ୍ରାଫିକ ପଏଣ୍ଟସମ୍ୟାନ ଅଭିମନ୍ୟୁ ଦଳେଇ ଏବଂ ଜରପଡ଼ା ଠାରେ କାର୍ଯ୍ୟରତ ଟ୍ରାକ ମେଣ୍ଟେନର-I ଗୌତମ ମାଝୀ ସେମାନଙ୍କର ନିୟମିତ କର୍ତ୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ସତର୍କତା ପ୍ରଦର୍ଶନ କରିଛନ୍ତି ଏବଂ ଉପସ୍ଥିତି ବୁଦ୍ଧିର ପ୍ରଦର୍ଶନ କରି ଦ୍ରୁତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି ଯାହା ଟ୍ରେନଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରିବାରେ ସହାୟକ ହେଇଛି। ଉକ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ…
ଭୁବନେଶ୍ଵର: ଆଜି ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ୍ ପରିସରରେ ୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଶ୍ରେଷ୍ଠ କ୍ରୀଡାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଖେଳାଳୀ ମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା ପୋଲିସର ସୁନାମ ବଢାଇବାକୁ ପରାମର୍ଶ ଦେଇଥିଲେ। ଏହାସହ ଓଡିଶା ପୋଲିସର କ୍ରୀଡାବିତଙ୍କ ନିରନ୍ତର ସଫଳତା ଗୌରବାନ୍ଵିତ କରିଛି ବୋଲି ମତବ୍ୟକ୍ତ କରିବା ସହ ବିଶ୍ଵ ପୋଲିସ ଓ ଅଗ୍ନିଶମ କ୍ରିଡାରେ କ୍ରିଡାବିତଙ୍କ ପ୍ରଦର୍ଶନ ଅନ୍ୟ ଖେଳାଳୀଙ୍କୁ ପ୍ରେରଣା ଯୋଗାଇଛି ବୋଲି ଡିଜିପି ଶ୍ରୀ ମିଶ୍ର କହିଥିଲେ। ଏହି ଚାମ୍ପିୟାନସିପରେ ବିଭିନ୍ନ Police Districts, Battalions ଏବଂ Units ର ୨୫ ଟି…
ଭୁବନେଶ୍ୱର: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ଓ ଏହାର ଅଗ୍ରଣୀ ଭୂମିକା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ୱର୍କଫୋର୍ସକୁ ଫେମିନା ୱିମେନ୍ ଆଚିଭର୍ସ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି। ଶନିବାର ଭାରତର ଅଗ୍ରଣୀ ମହିଳା ଭିତିକ ପ୍ରତ୍ରିକା ଫେମିନା ପକ୍ଷରୁ ଆୟୋଜିତ ଫେମିନା ଆଚିଭର୍ସ ଆୱାର୍ଡ ସମ୍ମାନ, ଓଡ଼ିଶା ୨୦୨୫ ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ମହିଳା ୱର୍କଫୋର୍ସକୁ ଦୁଇଟି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ନେତୃତ୍ୱ ନେଇ ସୋଆର ୱିମେନ୍ ୱର୍କଫୋର୍ସକୁ ‘ଏକ୍ସିଲେନ୍ସ ଇନ୍ ଏଜୁକେସ୍ନାଲ ଲିଡରସିପ୍’ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର…
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ, ଗୋଡ଼ିପଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଭାରପ୍ରାପ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ତହସିଲଦାର ବିଭାଷ ପାଣିଗ୍ରାହୀ, ବି ଡି ଓ କ୍ଷିରାବ୍ଧି ତନୟା ସାହୁ ମଞ୍ଚାସିନ ଥିଲେ। ଅଭିଯୋଗ ଶିବିରକୁ ମୋଟ ୨୪୮ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୨୩୬ ଗୋଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୧୨ ଗୋଟି ଅଭିଯୋଗ ଗ୍ରାମୀଣ…
ନୂଆଦିଲ୍ଲୀ: ବିଶ୍ୱ ଲିଜେଣ୍ଡ୍ସ ଚାମ୍ପିଅନସିପ୍ ର ଉତ୍ସାହ ଶୀର୍ଷରେ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ରୋମାଞ୍ଚକର ହୋଇନାହିଁ। ଟିମ୍ ଇଣ୍ଡିଆ ୪ ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ଦଳକୁ ଗୋଟିଏ ବି ବିଜୟ ମିଳିନାହିଁ। ରବିବାର ଦିନ ଦଳକୁ ଇଂଲଣ୍ଡ ହାତରେ ୨୩ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏବେ ଗ୍ରୁପ୍ ପର୍ଯ୍ୟାୟରେ ଭାରତର ଶେଷ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ୱେଷ୍ଟଇଣ୍ଡିଜ୍ ସହିତ ଖେଳିବାକୁ ଅଛି। ପ୍ରକାଶ ଯେ, ତିନୋଟି ଦଳ ସେମିଫାଇନାଲ୍ ପ୍ରବେଶ କରିସାରିଛନ୍ତି ଏବଂ ଏବେ ଚତୁର୍ଥ ଏବଂ ଶେଷ ସ୍ଥାନ ପାଇଁ ଲଢ଼େଇ ହେଉଛି। ଏଠାରେ ଟିମ୍ ଇଣ୍ଡିଆ ଏବେ ବି ସେମିଫାଇନାଲ୍ ରେ ପହଞ୍ଚିବାର ସୁଯୋଗ ରହିଛି। ତେବେ କିପରି? ସେମିଫାଇନାଲ୍ ପହଞ୍ଚିବା ପାଇଁ ଭାରତର ସମୀକରଣ: WCL-୨୦୨୫ ରେ ଏପର୍ଯ୍ୟନ୍ତ ଭାରତ ୪ ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ…
ନୂଆଦିଲ୍ଲୀ: ଆଜି ଲୋକସଭାରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ‘ଅପରେସନ୍ ସିନ୍ଦୂର’ ଉପରେ ବିତର୍କ ଆରମ୍ଭ କରିବା ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ବିରୋଧୀ କେବଳ ପଚାରୁଛନ୍ତି ଯେ,ଆମର କେତେ ବିମାନ ଖସାଇ ଦିଆଯାଇଛି, କିନ୍ତୁ ପଚାରନ୍ତି ନାହିଁ ଯେ କେତେ ଶତ୍ରୁ ବିମାନ ଖସାଇ ଦିଆଯାଇଛି। ସେ କହିଥିଲେ ଯେ, ‘ପରୀକ୍ଷାରେ ପେନସିଲ୍ ଭାଙ୍ଗିଛି କି କଲମ ହଜିଯାଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ପ୍ରକୃତ ଅର୍ଥ ହେଉଛି ଫଳାଫଳ।’ ରାଜନାଥ ସିଂହ କହିଛନ୍ତି ଯେ, ଅପରେସନ୍ ସିନ୍ଦୂର ‘ବନ୍ଦ’ କରାଯାଇଛି କାରଣ ସେନା ତାର ରାଜନୈତିକ ଏବଂ ସାମରିକ ଲକ୍ଷ୍ୟ ହାସଲ କରିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଅପରେସନ୍ ବନ୍ଦ କରିବା ପାଇଁ କୌଣସି ଚାପ ନଥିଲା। ଯଦି ପାକିସ୍ତାନ କୌଣସି ନୂଆ ଦୁଃସାହସ କରେ, ତେବେ ଏହି ଅପରେସନ୍ ପୁଣି…
ନୂଆଦିଲ୍ଲୀ: ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ୍ ତିନି ମାସ ପରେ ପହଲଗାମରେ ୨୬ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ସୂତ୍ର ଅନୁସାରେ, ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ସୁଲେମାନ, ୟାସିର ଏବଂ ଅଲିଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ପହଲଗାମ ଆକ୍ରମଣରେ ସୁଲେମାନ ଏବଂ ୟାସିର ସାମିଲ ଥିଲେ। ସେମାନଙ୍କଠାରୁ ଏକେ-୪୭, ୧୭ ରାଇଫଲ ଗ୍ରେନେଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହା ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା, ପହଲଗାମ ଆକ୍ରମଣର ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି, ଏବେ କେବଳ ଜଣେ ବାକି ଅଛି। ଭାରତୀୟ ସେନାକୁ ଅପରେସନ ମହାଦେବ ଅଧୀନରେ ଏହି ସଫଳତା ମିଳିଛି, ଆତଙ୍କବାଦୀଙ୍କ ବିରୁଦ୍ଧରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଚାଲିଥିଲା, ଏଠାରେ ଆତଙ୍କବାଦୀ ଲୁଚି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲୀ ବାଇପାସ୍ ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ବେଳେ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଇତ୍ୟବସରରେ ସହରବାସୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକ ବହୁବାର ଦାବି ଉପସ୍ଥାପନା କରିଥିଲେ ଓ ସମୟ ଧାର୍ଯ୍ୟ କରି ଧାରଣାର ଚେତାବନୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଧାରଣା ପ୍ରଦର୍ଶନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯଥା ଆଇନଜୀବୀ ପ୍ରଣବ କୁମାର ପଣ୍ଡା, ସମାଜସେବୀ ଅବନୀ ଗୟାଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। କର୍ତ୍ତୁପକ୍ଷ ଯଦି ଆଗାମୀ ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ନନିଅନ୍ତି, ତେବେ ଆମରଣ ଅନଶନରେ ବସିବା ପାଇଁ ମହଲତ ଦେଇଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ବିଳମ୍ବିତ ରାତିରେ ପୁରୁଷୋତ୍ତମ ପୁର ଥାନା ଅର୍ନ୍ତଗତ ହାଣ୍ଡିଘର ଗ୍ରାମର କିଛି ଦୁର୍ଦ୍ଦାନ୍ତ ଯୁବକ ଆତଙ୍କରାଜ ଚଳାଇ ଗାଁ ଲୋକଙ୍କୁ ଭୟଭୀତ କରାଇବା ସହ ତିନି ଜଣ ବ୍ୟକ୍ତିଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ଗ୍ରାମର କାହ୍ନୁ ଚରଣ ମହାନ୍ତି, ଗୋପାଳ ମହାନ୍ତି ଓ ଭାଗିରଥି ମହାନ୍ତି ଗୁରୁତର ଆହତ ହୋଇ ବର୍ତ୍ତମାନ ବିଶାଖାପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ କରି କିଛି ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଥାନାରେ ରଖି ଜେରା କରୁଛି।
ନୂଆଦିଲ୍ଲୀ: ଭାରତୀୟ ସେନା ପୁଣି ଥରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ଆଜି ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ଅପରେସନ ଆରମ୍ଭ ହୋଇଥିଲା, ଯାହାକୁ ‘ଅପରେସନ୍ ମହାଦେବ’ ନାମ ଦିଆଯାଇଥିଲା। ସେନାର ‘ଚିନାର କର୍ପସ’ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ଏହାର ସୂଚନା ସେୟାର କରିଥିଲା। ପହଲଗାମରେ ଆକ୍ରମଣ ପରେ, ଭାରତୀୟ ସେନା ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀଙ୍କୁ ସଫା କରିଛି। ସେନା କହିଛି ଯେ, ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଛି। ଏଠାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସମ୍ଭାବନା ଥିଲା। ଏହି ସମ୍ପର୍କରେ ସେନା ‘ଅପରେସନ୍ ମହାଦେବ’ ଆରମ୍ଭ କରିଛି। ନିହତ ଆତଙ୍କବାଦୀମାନେ ପହଲଗାମ ଆକ୍ରମଣ ସହିତ ଜଡିତ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ। ତଥାପି ସୂତ୍ରରୁ ଜଣାପଡ଼ିଛି ଯେ ଏହି ଆତଙ୍କବାଦୀମାନେ…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ, ସିମ୍ଭାଓଲି ଥାନା ପୋଲିସ ଏବଂ ବିହାର ପୋଲିସ ମିଳିତ ଭାବେ ଜଣେ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟରରେ କରିଛନ୍ତି। ତାଙ୍କୁ ଧରିବା ପାଇଁ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା। ଏସଟିଏଫ ର ଜଣେ ବରିଷ୍ଠ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି। ଉତ୍ତର ପ୍ରଦେଶ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏସ୍ଟିଏଫ୍/ଆଇନ ଏବଂ ଶୃଙ୍ଖଳା) ଅମିତାଭ ଯଶ ଏକ ବିବୃତ୍ତିରେ କହିଛନ୍ତି ଯେ, ରବିବାର ଏବଂ ସୋମବାର ମଧ୍ୟବର୍ତ୍ତୀ ରାତିରେ ହାପୁର ଜିଲ୍ଲାର ସିମ୍ଭାଓଲି ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା। ଏସଟିଏଫ୍ର ନୋଏଡା ୟୁନିଟ୍, ବିହାର ପୋଲିସ ଏବଂ ସିମ୍ଭାଓଲି ପୋଲିସ ଦଳ ଏହି ଅପରେସନରେ ସାମିଲ ଥିଲେ। ସେ କହିଛନ୍ତି ଯେ, ଏନକାଉଣ୍ଟର ସମୟରେ ଏହି କୁଖ୍ୟାତ ଅପରାଧୀଙ୍କ ଛାତିରେ ଗୁଳି ବାଜିଥିଲା ଏବଂ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ମୃତ୍ୟୁବରଣ କରିଥିଲେ। ଏଡିଜି କହିଛନ୍ତି ଯେ, ଘଟଣାସ୍ଥଳରୁ…
ନୂଆଦିଲ୍ଲୀ: ଆମେରିକାର ଅନେକ ଦେଶ ସହିତ ନିରନ୍ତର ବାଣିଜ୍ୟ ଚୁକ୍ତି ମଧ୍ୟରେ ଗତ କିଛି ଦିନ ଧରି ସୁନା ଏବଂ ରୂପାର ମୂଲ୍ୟ ନିରନ୍ତର ହ୍ରାସ ପାଉଛି। ୨୮ ଜୁଲାଇ, ୨୦୨୫ ରେ ସୁନାର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ହ୍ରାସ ପାଇଛି। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୯୯,୯୨୦ ଟଙ୍କାରେ ବିକ୍ରି ହେଉଛି, ଯେତେବେଳେ ଶନିବାର ଏହାର ମୂଲ୍ୟ ୧,୦୦,୪୭୦ ଟଙ୍କା ଥିଲା। ଆଜି ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି ଏବଂ କିଲୋଗ୍ରାମ ପ୍ରତି ୧,୧୫,୯୦୦ ଟଙ୍କାରେ ବିକ୍ରି ହେଉଛି। ଶନିବାର ବଜାରରେ ରୂପା ୧,୧୭,୯୦୦ ଟଙ୍କାରେ ବିକ୍ରି ହୋଇଥିଲା।
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଡ୍ର ହୋଇଥାଇପାରେ, କିନ୍ତୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ମାଞ୍ଚେଷ୍ଟର ଟେଷ୍ଟରେ ସାହସିକ ଭାବରେ ଅର୍ଦ୍ଧଶତକ ହାସଲ କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଆଉ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ୍ ଖେଳିବେ ନାହିଁ। ବିସିସିଆଇ ବିଳମ୍ବିତ ରାତିରେ ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହା ନିଶ୍ଚିତ କରିଛି ଏବଂ ତାଙ୍କ ବଦଳ ଖେଳାଳି ଭାବରେ ଏନ. ଜଗଦୀସନଙ୍କୁ ଦଳରେ ସାମିଲ କରିବାର ଘୋଷଣା କରିଛି। ବିସିସିଆଇ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, “ମଞ୍ଚେଷ୍ଟର ଟେଷ୍ଟ ସମୟରେ ରିଷଭ ପନ୍ତଙ୍କ ଡାହାଣ ଗୋଡରେ ଫ୍ରାକ୍ଚର ହୋଇଛି। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଆରୋଗ୍ୟ ଉପରେ ନଜର ରଖିବ ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିବେ।” ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କୁ ରିଭର୍ସ ସ୍ୱିପ୍…
ଭୁବନେଶ୍ଵର: ଆସନ୍ତା ମାସ ୨୮ ତାରିଖରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଆଜି ନୂଆଁଖାଇ ପାଇଁ ବଲାଙ୍ଗିର ଜିଲ୍ଲାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ବିଶୁଦ୍ଧ ତୁଳା ଲଗ୍ନ ମାହେନ୍ଦ୍ର ବେଳାରେ ନବାନ୍ନ ଲାଗି ହେବ। ସକାଳ ୯ଟା ୪୭ରୁ ୧୧ଟା ୧୧ ମଧ୍ୟରେ ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ଏବଂ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବ। ଏହାପରେ ଜନସାଧାରଣ ନବାନ୍ନ ଭକ୍ଷଣ କରିପାରିବେ। ବଲାଙ୍ଗୀର ଶୈଳେଶ୍ରୀ ପ୍ୟାଲେସସ୍ଥିତ ଶିବ ମନ୍ଦିରଠାରେ ପାଟଣା ମହାରାଜାଙ୍କ ହାଉସହୋଲଡ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା କମିଟି ପକ୍ଷରୁ ନୂଆଁଖାଇର ଲଗ୍ନ ଧାର୍ଯ୍ୟ କରାଯାଇଛି। ମା ପାଟଣେଶ୍ବରୀ ଏବଂ ପାଟଣା ମହାରାଜା ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ରାଶି ନକ୍ଷତ୍ର ମେଳକ କରି ନୂଆଁଖାଇର ଲଗ୍ନ ଧାର୍ଯ୍ୟ କରାଯାଇଥିବା ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା…
କଟକ: କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏଲିଭେଟେଡ କରିଡର ନିର୍ମାଣ କରାଯିବ ବୋଲି ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି। ଭିଡ଼ କମାଇବା ପାଇଁ ନିର୍ମାଣ ହେବାକୁ ଥିବା ଏହି ବିକଳ୍ପ ରାସ୍ତା ଲାଗି ୬୪୦ କୋଟି ଟଙ୍କା ବ୍ୟୟ କରାଯିବ। ଓଏମ୍ପି ଛକ, ଚାଉଳିଆଗଞ୍ଜ ଏବଂ ନୂଆ ବଜାରରେ ଗାଡ଼ି ମୋଟର ସଂଖ୍ୟା ବୃଦ୍ଧି ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୂର କରିବା ପାଇଁ ଏଲିଭେଟେଡ କରିଡର ନିର୍ମାଣ ଲାଗି ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗ୍ରହଣ କରି ଆସନ୍ତା ୩ ମାସ ମଧ୍ୟରେ ଏଲିଭେଟେଡ କରିଡର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି। ସେହିପରି ଚାରିବାଟିଆରେ ଥିବା ବିମାନବନ୍ଦରର ପୁନରୁଦ୍ଧାର ଏବଂ ସେଠାରେ ପ୍ରତିରକ୍ଷା ବିଭାଗର ଏକ କାରଖାନା ନିର୍ମାଣ ଲାଗି ପ୍ରସ୍ତାବ ଦିଆଯାଇଥିବା କଟକ ସାଂସଦ ଶ୍ରୀ ମହତାବ କହିଛନ୍ତି।…
ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ, ୨୦୧୯ (CAA) ନିୟମ କାର୍ଯ୍ୟକାରୀ ହେବାର ଏକ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଏହି ଆଇନ ଅନୁଯାୟୀ କେତେ ଜଣଙ୍କୁ ଭାରତୀୟ ନାଗରିକତା ଦିଆଯାଇଛି ତାହା ସ୍ପଷ୍ଟ ନୁହେଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ସୂଚନା ଅଧିକାର (RTI) ଆଇନ ଅନୁଯାୟୀ ମଗାଯାଇଥିବା ଏହି ତଥ୍ୟ ସେୟାର କରିବାକୁ ମନା କରିଦେଇଛି, ଯାହା ସ୍ୱଚ୍ଛତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। CAA ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ଅଛି, ଯଦି ସେମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥାନ୍ତି, କିନ୍ତୁ ବାସ୍ତବତା ଭିନ୍ନ ମନେ ହେଉଛି। ପଶ୍ଚିମବଙ୍ଗର ରାଣାଘାଟର ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କ ଅନୁଯାୟୀ, ତାଙ୍କ ନିର୍ବାଚନମଣ୍ଡଳୀରେ ୧୦୦ ରୁ କମ୍ ଲୋକଙ୍କୁ ନାଗରିକତା ମିଳିଛି, ଯେତେବେଳେ ପ୍ରାୟ ଏକ ଲକ୍ଷ…
ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାମହାତୀ ବ୍ୟାଟସମ୍ୟାନ ଏପରି ଏକ କୃତିତ୍ୱ ହାସଲ କରିଛନ୍ତି, ଯାହା ଟେଷ୍ଟ କ୍ରିକେଟ ଇତିହାସରେ ପୂର୍ବରୁ କେବେ ହୋଇନଥିଲା। ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ସାଇ ସୁଦର୍ଶନ, ରିଷଭ ପନ୍ତ ଏବଂ ଯଶସ୍ୱୀ ଜୟସୱାଲ, ଏହି ପାଞ୍ଚ ଜଣ ‘ବାମହାତୀ’ ବ୍ୟାଟସମ୍ୟାନ ଇଂଲଣ୍ଡ ବିପକ୍ଷରେ ସମାନ ଟେଷ୍ଟରେ ଅର୍ଦ୍ଧଶତକ କିମ୍ବା ତା’ଠାରୁ ଅଧିକ ସ୍କୋର କରି ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲେଛନ୍ତି। ଏହି ଐତିହାସିକ ଟେଷ୍ଟର ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ୩୧୧ ରନ ପଛରେ ଥିଲା। ଭାରତୀୟ ଦଳ ସଙ୍କଟକାଳୀନ ସ୍ଥିତିରେ ଥିଲା ଏବଂ ପରାଜୟର ଦ୍ୱାରଦେଶରେ ଥିଲା, କିନ୍ତୁ ବାମହାତୀ ବ୍ୟାଟସମ୍ୟାନମାନେ ପ୍ରଥମେ ଧର୍ଯ୍ୟ ଏବଂ ପରେ ଆକ୍ରମଣ ଦେଖାଇ କେବଳ ମ୍ୟାଚ୍ ରକ୍ଷା କରିନଥିଲେ, ବରଂ ଇଂଲଣ୍ଡକୁ ସମ୍ପୂର୍ଣ୍ଣ ବ୍ୟାକଫୁଟରେ ଠେଲି ଦେଇଥିଲେ। ପ୍ରଥମ ଇନିଂସରେ ତିନି ଜଣ ‘ବାମହାତୀ’ ବ୍ୟାଟସମ୍ୟାନ ଚମକିଥିଲେ ଯଶଶ୍ୱୀ ଜୟସୱାଲ ୧୦୭…

