Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଉଦଯାପିତ
ଆଜିର ଖବର

୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଉଦଯାପିତ

July 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ଵର: ଆଜି ଓ.ଏସ.ଏ.ପି  ଷଷ୍ଠ ବାଟାଲିୟନ୍ ପରିସରରେ ୭୭ ତମ ରାଜ୍ୟ ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା-୨୦୨୫ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଶ୍ରେଷ୍ଠ  କ୍ରୀଡାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଖେଳାଳୀ ମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା ପୋଲିସର ସୁନାମ ବଢାଇବାକୁ ପରାମର୍ଶ ଦେଇଥିଲେ। ଏହାସହ ଓଡିଶା ପୋଲିସର କ୍ରୀଡାବିତଙ୍କ ନିରନ୍ତର ସଫଳତା ଗୌରବାନ୍ଵିତ କରିଛି ବୋଲି ମତବ୍ୟକ୍ତ କରିବା ସହ ବିଶ୍ଵ ପୋଲିସ ଓ ଅଗ୍ନିଶମ କ୍ରିଡାରେ କ୍ରିଡାବିତଙ୍କ ପ୍ରଦର୍ଶନ ଅନ୍ୟ ଖେଳାଳୀଙ୍କୁ ପ୍ରେରଣା ଯୋଗାଇଛି ବୋଲି ଡିଜିପି ଶ୍ରୀ ମିଶ୍ର  କହିଥିଲେ। ଏହି ଚାମ୍ପିୟାନସିପରେ ବିଭିନ୍ନ Police Districts, Battalions ଏବଂ Units ର ୨୫ ଟି ପୋଲିସ ଭଲିବଲ ଟିମ ଓ ୪ଟି ବାସ୍କେଟବଲ ଟିମ ଅଂଶଗ୍ରହଣ କରିଥିବାବେଳେ ୪୨୯ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ।
ଭଲିବଲ ପ୍ରତିଯୋଗିତାରେ Commissionerate Police- B ଟିମ ଚାମ୍ପିୟାନ ଟିମ ହୋଇଥିଲା ବେଳେ, ବାଲେଶ୍ଵର ଟିମ ରନର୍ସଅପ ହୋଇଥିଲା। ମୟୂରଭଞ୍ଜ ଟିମ ବ୍ରୋଞ୍ଜ ମେଡାଲ ଟିମ ହୋଇଥିଲା। ସେହିପରି ୪ର୍ଥ ଆଇଆର ବାଟାଲିୟନ, ଦେଓଗଡକୁ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ପୁରସ୍କୃତ କରାଯାଇଥିଲା। ବାଲେଶ୍ଵର ଜିଲ୍ଲାର କନେଷ୍ଟବଳ ରାଜେଶ କୁମାର ସାହୁ ଶ୍ରେଷ୍ଠ Attacker, ଓଆଇଏସଏଫ, ଭୁବନେଶ୍ବର ଦଳର କନେଷ୍ଟବଳ ମହେଶ୍ଵର ଗୋଛାୟତ ଶ୍ରେଷ୍ଠ Setter ଏବଂ ମୟୂରଭଞ୍ଜ ଦଳର କନେଷ୍ଟବଳ ଅଞ୍ଜନ ବେହେରାଙ୍କୁ ଶ୍ରେଷ୍ଠ Libero, Commissionerate Police- B ଟିମର ସିପାହୀ ଅଜିତ କୁମାର ମୁଦୁଲି ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
ସେହିପରି ବାସ୍କେଟବଲ ପ୍ରତିଯୋଗୀତାରେ ଓଏସଏପି ଷଷ୍ଠ ବାଟାଲିୟନ ଚାମ୍ପିୟାନ ଟିମ ହୋଇଥିଲା ବେଳେ, Commissionerate Police-A ଟିମ  ରନର୍ସଅପ ହୋଇଥିଲା। ଓଏସଏପି ଅଷ୍ଟମ ବାଟାଲିୟନ, ଛତ୍ରପୁର ହାର୍ଡ ଲାଇନ ଟିମ, ରାଉରକେଲା ପୋଲିସ ଟିମ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ବେଷ୍ଟ ସ୍କୋରର ଭାବେ   ଓଏସଏପି ଷଷ୍ଠ ବାଟାଲିୟନର, ହାବିଲଦାର କାର୍ତିକ ବେହେରା, ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଓଏସଏପି ଅଷ୍ଟମ ବାଟାଲିୟନ, ଛତ୍ରପୁରର ସିପାହୀ  ଅଭିଷେକ ପଶୁପାଳକ ଏବଂ ଓଏସଏପି ଷଷ୍ଠ ବାଟାଲିୟନ, କଟକର ସିପାହୀ ସଂଜୀବ ବେହୁରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
ଏହି ଉଦଯାପନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଆଇଜିପି ଗଜଭିୟେ ସତୀଶ କୁମାର, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା ଡିଆଇଜିପି (କ୍ରାଇମ ବ୍ରାଞ୍ଚ) ବାତୁଳା ଗଙ୍ଗାଧରଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଶେଷରେ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।
ଆଜିର ଏହି ଉଦଯାପନ ସମାରୋହରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନ୍ଧାତା ସାଇ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ନୀଳ ମାଧବ ସ୍ଵାଇଁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
ଓଡିଶା ପୋଲିସ ଭଲିବଲ ଏବଂ ବାସ୍କେଟବଲ ପ୍ରତିଯୋଗିତା
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.