ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶିରୋଡକର ବଲିଉଡ୍ରେ ଅନେକ ଭଲ ଫିଲ୍ମରେ କାମ କରିଛନ୍ତି। ସେ ବିଗ୍ ବସ୍ରେ ମଧ୍ୟ ଦେଖାଦେଇଛନ୍ତି। ଶିଳ୍ପା ଶିରୋଡକର ମଧ୍ୟ ତାଙ୍କ ପ୍ରେମ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଥରେ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ସହ ତାଙ୍କ ସମ୍ପର୍କର ଖବର ମଧ୍ୟ ଚର୍ଚ୍ଚାରେ ଆସିଥିଲା। ରେଡ୍ ଏଫ୍ଏମ୍ ସହିତ ଏକ ପୁରୁଣା ସାକ୍ଷାତକାରରେ ଶିଳ୍ପା ଏହି ବିଷୟରେ କହିଥିଲେ। ଶିଳ୍ପା କହିଥିଲେ ଯେ, ସେ ‘ହମ୍’ ଫିଲ୍ମ ସମୟରେ ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲେ। ଶିଳ୍ପା ଶିରୋଡକର କ’ଣ ସଚିନ ତେନ୍ଦୁଲକରଙ୍କୁ ଡେଟ୍ କରୁଥିଲେ?: ଶିଳ୍ପା କହିଥିଲେ ଯେ, ‘ଯେତେବେଳେ ମୁଁ ‘ହମ୍’ କରୁଥିଲି, ମୁଁ ପ୍ରଥମ ଥର ପାଇଁ ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲି। କାରଣ ମୋର ସମ୍ପର୍କୀୟ ଭାଇ ସଚିନ୍ ରହୁଥିବା ସ୍ଥାନରେ ରହୁଥିଲେ। ସଚିନ୍ ଏବଂ ମୋ ସମ୍ପର୍କୀୟ ଭାଇ ବାନ୍ଦ୍ରା (ପୂର୍ବ)ରେ ଏକାଠି କ୍ରିକେଟ୍ ଖେଳୁଥିଲେ। ତେଣୁ ମୁଁ ସଚିନଙ୍କୁ ଏହିପରି ଭେଟିଥିଲି।…
Author: SM Network
ଅସୀତ ମହାନ୍ତି ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ ତିନି ଠାକୁର ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ, ସେହି ଚିତା ଆଜି ତିନି ଠାକୁର ଲାଗି ହେବେ। ଏହା ଶ୍ରୀମନ୍ଦିରର ଏକ ଲୋକପ୍ରିୟ ପର୍ବ। ଲୋକମୁଖରେ ଏହା ‘ଚିତଉ ଅମାବାସ୍ୟା’। କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଭୋଗ ହୁଏ। ଚିତଉ ସହିତ ‘ଘିଉଡି’ ନାମକ ଆଉ ଏକ ପ୍ରକାରର ପିଠା ମଧ୍ୟ ଭୋଗ ହୋଇଥାଏ। ଚିତଉ ଭୋଗ ଭିତରେ ଥାଏ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ। ଏହା ପର୍ବାଣି ଭୋଗ। ଏଥିରେ ଥାଏ ବଡ଼, ଅଙ୍ଗବାସ ଓ ସାନଓଳି ‘ଘିଉଡି’। ସେହିପରି ଚିତଉ ଭିତରେ ଥାଏ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ। ଓଡ଼ିଶାର ଘରେ ଘରେ ମଧ୍ୟ ଏହିଦିନ ଚିତଉ ପିଠା ତିଆରି ଓଧ କରାଯାଇ ଗୃହଦେବତାଙ୍କୁ ଭୋଗ କରାଯାଏ। ଏହି ପିଠା ଧାନ କ୍ଷେତରେ ଓ ପୋଖରୀ ଗାଡ଼ିଆରେ…
ଭୁବନେଶ୍ୱର: ଭାରତର ପ୍ରମୁଖ ଏସ୍ୟୁଭି (SUV) ନିର୍ମାତା ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ଆଜି ଉତ୍କଳ ଅଟୋମୋବାଇଲ୍ସ, ମଞ୍ଚେଶ୍ୱର ଠାରେ ଏକ୍ସ୍ୟୁଭି ୩ଏକ୍ସ୍ଓ ରେଭେକ୍ସ୍ (XUV 3XO “REVX”) ସିରିଜ୍ ଲଞ୍ଚ୍ କରିଛି, ଯାହାର ଆରମ୍ଭ ମୂଲ୍ୟ ୮.୯୪ ଲକ୍ଷ ଟଙ୍କା। ଏକ୍ସ୍ୟୁଭି ୩ଏକ୍ସ୍ଓ (XUV 3XO) ଏକ ବର୍ଷରୁ କମ୍ ସମୟ ମଧ୍ୟରେ ୧ ଲକ୍ଷରୁ ଅଧିକ ବିକ୍ରି ହାସଲ କରି ଏକ ବଡ଼ ସଫଳତା ପାଇଛି, ଯାହା ମହିନ୍ଦ୍ରାର ସବୁଠାରୁ ଦ୍ରୁତ ବିକ୍ରି ହେଉଥିବା ଏସ୍ୟୁଭି (SUV) ଅଟେ। ଗ୍ରାହକଙ୍କ ଆଶା ପୂରଣ କରିବ ରେଭେକ୍ସ୍ (REVX) ସିରିଜ୍ର ଆକର୍ଷଣୀୟ ଫିଚର୍ସ , ନୂଆ ଡିଜାଇନ୍ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ଯାହାକି ଏକ୍ସ୍ୟୁଭି ୩ଏକ୍ସ୍ଓ (XUV 3XO) କୁ ଆହୁରି ଆକର୍ଷଣୀୟ କରିଛି। ଅନନ୍ୟ ବ୍ୟକ୍ତିତ୍ୱ ପ୍ରତିଫଳିତ କରୁଥିବା ଗାଡି ଖୋଜୁଥିବା ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରି, ମହିନ୍ଦ୍ରା ଏକ୍ସ୍ୟୁଭି ୩ଏକ୍ସ୍ଓ ରେଭେକ୍ସ୍(XUV 3XO “REVX”) ସିରିଜ୍ ଲଞ୍ଚ୍ କରିଛି।
ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ନିର୍ବାଚନ କମିଶନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ଏହି ପଦବୀ ପାଇଁ ଅନେକ ନାମ ଆସୁଛି, କିନ୍ତୁ ଏବେ ଏକ ବଡ଼ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ଭାରତୀୟ ଜନତା ପାର୍ଟିରୁ ହେବେ ଏବଂ ସମସ୍ତ ସହଯୋଗୀ ଦଳ ବିଜେପି ସହିତ ଅଛନ୍ତି। ତଥାପି ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ବିଜେପି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ଏଭଳି ଏକ ପ୍ରାର୍ଥୀକୁ ସାମ୍ନା କରିବା ପାଇଁ ଚାହୁଁଛି, ଯିଏ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିପାରିବେ। ପ୍ରାର୍ଥୀ ବାଛିବା ସମୟରେ ଦଳ ଅନେକ କାରଣ ଉପରେ ବିଚାର କରିବ। ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସମେତ ସମସ୍ତ ସହଯୋଗୀ ଦଳ ଭାରତୀୟ ଜନତା ପାର୍ଟି…
ବାଣପୁର: ବୁଧବାର ପୂର୍ବାହ୍ନରେ ବାଣପୁର ବ୍ଲକ ସଭାଗୃହରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମିକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ କସ୍ତୁରୀବାଳା ଜେନା, ଭାରପ୍ରାପ୍ତ ବିଡ଼ିଓ ଟି. ପଦ୍ମନାଭ ଦୋରା, ମନରେଗା ସଂଯୋଜିକା ଜ୍ୟୋସ୍ନାମୟୀ ରାଉତ ଜିଲ୍ଲା ସାମାଜିକ ଅଡିଟର ପ୍ରଦୋଷ ମହାରଣା ଉପସ୍ଥିତ ରହି ଜଣାଶୁଣାଣି କରିଥିଲେ। ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ୟ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତକୁ ଆସିଥିବା ୨୩ଗୋଟି ଅମୃତ ସରୋବରରୁ କେବଳ ଗୋଟିଏ ପୋଖରୀର କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଅନ୍ୟ ପୋଖରୀ ଗୁଡିକର କାର୍ଯ୍ୟ ସମାପ୍ତ ହୋଇନଥିବା ଜଣାପଡିଛି। ତେବେ କାର୍ଯ୍ୟ କରିଥିବା ବ୍ୟକ୍ତି ମାନେ ସେମାନଙ୍କ ପ୍ରାପ୍ୟ ପାଇନଥିବାରୁ ବୈଠକରେ ଯୁକ୍ତିତର୍କ…
ନୂଆଦିଲ୍ଲୀ: ଭାରତରେ ସାଇବର ଅପରାଧ ଅନିୟନ୍ତ୍ରିତ ହେଉଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ସାରା ଦେଶରେ ସାଇବର ଠକେଇ ମାମଲାରେ ଏକ ବଡ ବୃଦ୍ଧି ଘଟିଛି। ୨୦୨୩ ମସିହାରେ ସାଇବର ଅପରାଧରୁ ୭,୪୬୫ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ୨୦୨୪ ମସିହାରେ ଏହି ସଂଖ୍ୟା ୨୦୬% ବୃଦ୍ଧି ପାଇ ୨୨,୮୪୫ କୋଟିରେ ପହଞ୍ଚିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଲୋକସଭାରେ କହିଛନ୍ତି ଯେ, ୨୦୨୪ ମସିହାରେ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ (NCRP) ଏବଂ ସିଟିଜେନ୍ ଫାଇନାନ୍ସିଆଲ୍ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CFCFRMS) ରେ ମୋଟ ୩୬.୪୦ ଲକ୍ଷ ଆର୍ଥିକ ଠକେଇ ଅଭିଯୋଗ ପଞ୍ଜିକୃତ ହୋଇଛି। ଏହି ସଂଖ୍ୟା ୨୦୨୩ ରେ ପଞ୍ଜିକୃତ ୨୪.୪ ଲକ୍ଷ ମାମଲା ଅପେକ୍ଷା ବହୁତ ଅଧିକ। ଭୟଭୀତ କରୁଥିବା ସଂଖ୍ୟା ମନ୍ତ୍ରୀଙ୍କ ଅନୁଯାୟୀ, ୨୦୨୪ ରେ ୨୨.୭ ଲକ୍ଷ ସାଇବର…
ଭୁବନେଶ୍ଵର: ରାଜ୍ୟର ସମସ୍ତ ଭୂମିହୀନଙ୍କୁ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା ବଣ୍ଟନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପାଟଣାଗଡ ହରିଶଙ୍କର ସମ୍ମିଳନୀ ସଦନରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଓ ବ୍ଲକର ୨୭୩ ଜଣଙ୍କୁ ପଟ୍ଟା ବଣ୍ଟନ ପାଇଁ ଚିହ୍ନଟ କରାଯାଇ ୭୦ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଅବଶିଷ୍ଟ ୨୦୩ ଜଣଙ୍କୁ ପରେ ବଣ୍ଟନ କରାଯିବ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ବେଳେ ଭୂମିହୀନଙ୍କୁ ଖୁବ୍ଶୀଘ୍ର ପଟ୍ଟା ଦିଆଯାଉ ବୋଲି ସେ କହିଛନ୍ତି। ପଟ୍ଟା ପାଇଥିବା ବ୍ୟକ୍ତିମାନେ ଖୁସିବ୍ୟକ୍ତ କରି କହିଛନ୍ତି, ଆଗାମୀ ଦିନରେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକରୀ ରୂପେ ସାମିଲ ହୋଇପାରିବେ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଇତିହାସ ରଚିଛନ୍ତି। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ଜୟସ୍ୱାଲ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରି ୫୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଏହି ଅର୍ଦ୍ଧଶତକ ସହିତ,= ସେ ୧୯୭୪ ପରେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ୍ ଭାବରେ ମଞ୍ଚେଷ୍ଟରରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂର୍ବରୁ ଏହି କୃତିତ୍ୱ କେବଳ ଭାରତୀୟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ନାମରେ ରେକର୍ଡ ହୋଇଥିଲା। ଗାଭାସ୍କର ୧୯୭୪ ମସିହାରେ ମଞ୍ଚେଷ୍ଟର ଟେଷ୍ଟରେ ୧୦୧ ଏବଂ ୫୮ ରନର ଦୁଇଟି ଜବରଦସ୍ତ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟିଂ ବଳରେ ଭାରତ ପ୍ରଥମ ଇନିଂସରେ ୨୪୬ ରନ କରିଥିଲା। ଜବାବରେ ଇଂଲଣ୍ଡ ଦଳ ୩୨୮/୯ ରନ କରିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଗାଭାସ୍କର ୧୪୦ ବଲ୍ ସାମ୍ନା କରି ୫୮ ରନର ଅବଦାନ ଦେଇଥିଲେ।…
ଭୁବନେଶ୍ଵର: ପ୍ରସାର ଭାରତୀ ସମଗ୍ର ଭାରତର ସମସ୍ତ ସମ୍ବାଦପତ୍ର, ପତ୍ରିକା ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ଏହାର ନ୍ୟୁଜୱାୟାର ପ୍ଲାଟଫର୍ମ, ପ୍ରସାର ଭାରତୀ ସେୟାରଡ୍ ଅଡିଓ ଭିଜୁଆଲ୍ସ ଫର୍ ବ୍ରଡକାଷ୍ଟ ଆଣ୍ଡ୍ ଡିସେମିନେସନ୍ (ପିବି-ଶବ୍ଦ) ରେ ପଞ୍ଜିକରଣ କରିବାକୁ ନିମନ୍ତ୍ରଣ କରିଛି, ଯାହା ଦ୍ୱାରା ଉଚ୍ଚମାନର ସମାଚାର ଏବଂ ମଲ୍ଟିମିଡିଆ ବିଷୟବସ୍ତୁ ମାଗଣାରେ ଉପଲବ୍ଧ ହୋଇପାରିବ। ମାର୍ଚ୍ଚ 2024 ରେ ଆରମ୍ଭ ହୋଇଥିବା, ପିବି-ଶବ୍ଦ ପ୍ରତିଦିନ ବହୁବିଧ ଭାରତୀୟ ଭାଷାରେ 800 ରୁ ଅଧିକ ସମାଚାର କାହାଣୀ ପ୍ରଦାନ କରେ, ଯାହା 40 ରୁ ଅଧିକ ବିବିଧ ବର୍ଗକୁ କଭର କରେ। ଏହି ପ୍ଲାଟଫର୍ମରେ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ ଘଟଣାଗୁଡ଼ିକର ଲାଇଭ୍ ଫିଡ୍, ଦୃଶ୍ୟ ବିଷୟବସ୍ତୁର ଏକ ସମୃଦ୍ଧ ଅଭିଲେଖାଗାର ଏବଂ ନିୟମିତ ଭାବରେ ପ୍ରକାଶିତ ବ୍ୟାଖ୍ୟାମୂଳକ ଏବଂ ଗବେଷଣା-ଆଧାରିତ ଲେଖା ମଧ୍ୟ ରହିଛି। ସମସ୍ତ ବିଷୟବସ୍ତୁ ବ୍ୟବହାରଯୋଗ୍ୟ ଫର୍ମାଟରେ ଉପଲବ୍ଧ କରାଯାଇଛି, ଯାହା ମିଡିଆ ସଂଗଠନ ଏବଂ କଣ୍ଟେଣ୍ଟ କ୍ରିଏଟରଙ୍କ…
ପୁରୀ: ଆଜି ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ଗୁରୁବାର। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ପବିତ୍ର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷହେବା ପରେ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ। ଏହି କାର୍ଯ୍ୟ ଆପାତତଃ ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାରୁ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ମାନବବାଦର ଅଦ୍ଭୁତ ସଂଗମ ତଥା ବିପର୍ଯ୍ୟୟ ସ୍ଥଳରେ ଜୀବନ ରକ୍ଷା ନିମିତ୍ତ ଏକ ଅଭିନବ ଭାରତୀୟ ଉଦ୍ଭାବନ ଭୀଷ୍ମ କ୍ୟୁବ୍ସ। ବିପର୍ଯ୍ୟୟ ସମୟରେ ତ୍ବରିତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସ ଭୁବନେଶ୍ବରକୁ ତିନି ସେଟ୍ ଭୀଷ୍ମ କ୍ୟୁବ୍ସ ପ୍ରଦାନ କରାଯାଇଛି, ଯାହାକି ରାଜ୍ୟରେ ପ୍ରଥମ। ଓଡ଼ିଶା ତଥା ସମ୍ପୂର୍ଣ୍ଣ ଦେଶରେ ବିପର୍ଯ୍ୟୟ ଏବଂ ଏହା ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସୁଦୃଢ଼ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରଣାଳୟର ବୈଷୟିକ ବିଶେଷଜ୍ଞତା ସହିତ ଜାତୀୟ ସୁରକ୍ଷା ପରିଷଦ ଦ୍ୱାରା ବିକଶିତ ଆରୋଗ୍ୟ ମୈତ୍ରୀ ପ୍ରକଳ୍ପ ଅଧୀନରେ ଏକ ଅତ୍ୟାଧୁନିକ ଉଦ୍ଭାବନ ହେଉଛଇ ଭୀଷ୍ମ କ୍ୟୁବ୍ସ। ଏହି ମଡ୍ୟୁଲାର୍, ମୋବାଇଲ୍ ମେଡିକାଲ୍ କିଟ୍ ବିପର୍ଯ୍ୟୟ ସ୍ଥଳରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ କରିବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି। ଏହା କେବଳ ଏକ ଚିକିତ୍ସା କିଟ୍ ନୁହେଁ, ବରଂ…
ଭୁବନେଶ୍ଵର: ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ବର ଉପକଣ୍ଠ କୌଶଲ୍ୟାଗଙ୍ଗ ସରକାରୀ ମାଛ ଉତ୍ପାଦନ ଫାର୍ମରେ ଏକ ଅତ୍ୟାଧୁନିକ ସମନ୍ବିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରରେ ମତ୍ସ୍ୟଚାଷୀ, ଉଦ୍ୟୋଗୀ ଏବଂ ମତ୍ସ୍ୟ ଅଧିକାରୀମାନଙ୍କୁ ଉନ୍ନତ ମତ୍ସ୍ୟ ପ୍ରଯୁକ୍ତିବିଦ୍ୟା ଓ ଆଧୁନିକ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ୍ ସୂଚନା ଦେଇଛନ୍ତି। ଫଳରେ ମାଛ ଉତ୍ପାଦନ ବହୁଗୁଣିତ ହେବା ସହ ମତ୍ସ୍ୟଚାଷୀଙ୍କ ଜୀବନ-ଜୀବିକା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି। ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ବାରା ୧ ହଜାର ୪୯୯ ଲକ୍ଷ ୭୨ ହଜାର ଟଙ୍କାର ପ୍ରଶାସନିକ ଅନୁମୋଦନ କରାଯାଇଛି। ଭୁବନେଶ୍ବରର ମେସର୍ସ ଏନପିସିସି ଲିମିଟେଡ ଏହି ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଦୁଇ ବର୍ଷ ମଧ୍ୟରେ ଶେଷ କରିବ। ଏହି ତାଲିମ କେନ୍ଦ୍ରରେ ପ୍ରତି ବ୍ୟାଚରେ ୧୦୦…
ନୂଆଦିଲ୍ଲୀ: ଜଗଦୀପ ଧନଖରଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ ସମ୍ଭାବ୍ୟ ମୁହଁକୁ ନେଇ ସାରା ଦେଶରେ ଆଲୋଚନା ଆରମ୍ଭ ହୋଇଛି। ଗତ ଦୁଇ ଦିନ ମଧ୍ୟରେ ଏପରି ଅନେକ ସମୀକରଣ ସୃଷ୍ଟି ହୋଇଛି, ଯାହା ଦ୍ୱାରା ପରବର୍ତ୍ତୀ ଉପରାଷ୍ଟ୍ରପତି ବିହାରରୁ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ସମସ୍ତ ରାଜନୈତିକ ବୟାନବାଜି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର (୨୩ ଜୁଲାଇ, ୨୦୨୫) ଦିଲ୍ଲୀରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଏବଂ ଜେଡିୟୁ ରାଜ୍ୟସଭା ସାଂସଦ ରାମନାଥ ଠାକୁରଙ୍କୁ ତାଙ୍କ ଘରେ ଭେଟିଥିଲେ। ଉପରାଷ୍ଟ୍ରପତି ପାଇଁ ରାମନାଥ ଠାକୁର ଏନଡିଏର ଚେହେରା: ରାମନାଥ ଠାକୁର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ପୁଅ। ଜେପି ନଡ୍ଡାଙ୍କ ସହ ତାଙ୍କର ସାକ୍ଷାତ ସମୟକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସୂତ୍ର ଅନୁସାରେ ରାମନାଥ ଠାକୁରଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ କୁହାଯାଉଛି। ଏହି ବୈଠକରେ ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ: ଭାରତରେ ଏକ ଦୃଢ଼ ପ୍ରେସ୍ ଏବଂ ମିଡିଆ ଇକୋସିଷ୍ଟମ୍ ଅଛି, ଯାହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅଭିବୃଦ୍ଧି ହୋଇଛି, ଯାହାକୁ ନିମ୍ନରେ ଉଲ୍ଲେଖ କରାଯାଇଛି: ଭାରତର ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ସହିତ ପଞ୍ଜିକୃତ ପ୍ରକାଶନ ସଂଖ୍ୟା 2014-15 ରେ 05 ଲକ୍ଷରୁ 2024-25 ରେ 1.55 ଲକ୍ଷକୁ ବୃଦ୍ଧି ପାଇଛି। ବେସରକାରୀ ସାଟେଲାଇଟ୍ ଟିଭି ଚ୍ୟାନେଲ ସଂଖ୍ୟା ମଧ୍ୟ 2014-15 ରେ 821 ରୁ 2024-25 ରେ 908 କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା, 92 ଟି ଘରୋଇ ଚ୍ୟାନେଲ ଏବଂ 50 ଟି ଦୂରଦର୍ଶନ ଚ୍ୟାନେଲ ଡିଡି ଫ୍ରି ଡିଶରେ ଉପଲବ୍ଧ। ଘରୋଇ ଏବଂ ଡିଡି ଉଭୟ ଚ୍ୟାନେଲ ବିଭିନ୍ନ ଆଞ୍ଚଳିକ ଭାଷାରେ କାର୍ଯ୍ୟ କରେ, ଯାହା ସାରା ଦେଶରେ ଦର୍ଶକଙ୍କ ପାଇଁ ବ୍ୟାପକ ପହଞ୍ଚ ସୁନିଶ୍ଚିତ କରେ। ପ୍ରସାର ଭାରତୀର ନେଟୱାର୍କର ସମଗ୍ର ଦେଶରେ ବିସ୍ତାର ହେଉଛି ପ୍ରସାରଣ ଭିତ୍ତିଭୂମି ଏବଂ ନେଟୱାର୍କ ବିକାଶ (ବିଆଇଏନଡି) ଯୋଜନା…
ମେଷ- ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ । ବୃଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ। ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ ।…
ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା ୨୨ ଜୁଲାଇ ୨୦୨୫ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ ନେପାଳ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ନେପାଳ ସରକାରଙ୍କ ସ୍ୱରାଷ୍ଟ୍ର ସଚିବ ଗୋକର୍ଣ୍ଣ ମଣି ଦୁୱାଦୀ। ଆଲୋଚନା ସମୟରେ, ଉଭୟ ପକ୍ଷ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗ ତଥା ସୀମା ପରିଚାଳନାର ସମ୍ପୂର୍ଣ୍ଣ ପରିସରକୁ ସମୀକ୍ଷା କରିଥିଲେ ଏବଂ ଏହାକୁ ଆହୁରି ସୁଦୃଢ଼ କରିବା ଲାଗି ସହମତ ହୋଇଥିଲେ। ସୀମା ସ୍ତମ୍ଭଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ, ସୀମାପାର ଅପରାଧିକ କାର୍ଯ୍ୟକଳାପ, ସୀମା ଜିଲ୍ଲା ସମନ୍ୱୟ କମିଟିର କାର୍ଯ୍ୟକାରିତା, ସୀମା ଭିତ୍ତିଭୂମିକୁ ବିଶେଷ କରି ଆଇସିପି., ସଡ଼କ ଏବଂ ରେଳ ନେଟୱାର୍କକୁ ସୁଦୃଢ଼ କରିବା, ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ଏବଂ ଦକ୍ଷତା ନିର୍ମାଣ ଓ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନାରେ…
ଭୁବନେଶ୍ୱର: ଓଡିଆ, ବଙ୍ଗଳା, ଅହମିଆ, ସାନ୍ତାଳୀ, ବୋଡୋ, ମଣିପୁରୀ, ନେପାଳୀ, ମୈଥିଳି ଆଦି ପୂର୍ବାଞ୍ଚଳୀୟ ଭାଷାରେ ସୃଷ୍ଟି ହୋଇଛି ଅଗଣିତ କାଳଜୟୀ ସାରସ୍ବତ କୃତି। ଗଦ୍ୟ, ପଦ୍ୟ, ନାଟକ ତଥା ସମାଲୋଚନା କ୍ଷେତ୍ରରେ ଏସବୁ ଭାଷାର ସାମୂହିକ ଅବଦାନ ଭାରତୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି। ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ। ଏଭଳି ମତ ପ୍ରକାଶ କରିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିଦିବସୀୟ ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀର ବକ୍ତାମାନେ। ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଲେଖକ ସମ୍ମିଳନୀର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ତଥା ସୁପରିଚିତ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ। ଏହି ଅଧିବେଶନରେ ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟରେ ସାଂପ୍ରତିକ ଧାରା ଶୀର୍ଷକରେ ଆଲୋଚନା କରିଥିଲେ ଗୁଆହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟକାମ ବରଥାକୁର (ଅହମିଆ), ଆଇଏଲଏସଆର…
ଭୁବନେଶ୍ଵର: ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ଏହି ସମସ୍ୟାର ସମାଧାନ କରାଯାଇପାରିବ। ଏଥିରେ କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ କରିପାରିବ। ଏହାଦ୍ୱାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଦୀର୍ଘଦିନର ବିବାଦ ସମାଧାନ ହୋଇପାରିବ ଏବଂ ଉଭୟ ରାଜ୍ୟ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଫେବୃୟାରୀ ମାସରେ ରାଜସ୍ଥାନରେ ହୋଇଥିବା ସର୍ବଭାରତୀୟ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅବସରରେ ଏବଂ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ହୋଇଥିବା ବିଶ୍ୱ ଜଳଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ସମ୍ବର୍ଦ୍ଧିତ କରିଛନ୍ତି। ଚଳିତ ଜୁଲାଇ ୨୩ ତାରିଖ ଦିନ ରାଜଭବନରେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ୨୦୨୪ ମସିହା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ରାଜ୍ୟର କୃତୀ ପ୍ରତିଭା ତଥା ସେମାନଙ୍କ ଗର୍ବିତ ପିତାମାତାଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍ ପାଟି ଏହି ସମାରୋହରେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ କମିଶନର- ତଥା- ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧନ କରି ରାଜ୍ୟପାଳ କହିଥିଲେ…
ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥିତ ଥିଲେ। ୨୦୦୬ ମସିହା ଆଇ.ଏ.ଏସ୍. କ୍ୟାଡର ଅଧିକାରୀ ଶ୍ରୀମତୀ ସାହୁ ପ୍ରଶାସନିକ ସେବା ଜୀବନର ଆରମ୍ଭରୁ ବିଭିନ୍ନ ପଦପଦବୀରେ ଅବସ୍ଥିତ ହୋଇ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବଡିଆଓସ୍ତା ଗ୍ରାମର ପିତବାସ ଆଚାର୍ଯ୍ୟ ନାମକ ଜଣେ ବୃଦ୍ଧ ବ୍ୟକ୍ତି ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ନିଜ ପୁଅକୁ ଏକ ଆତ୍ମହତ୍ୟା ଚିଠି ଲେଖି ଜଣାଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଛନ୍ତି ଯେ, ମୋର ବଞ୍ଚିବାକୁ ଇଚ୍ଛା ନାହିଁ। ମୋର ବିୟୋଗ ପରେ ବୋଉର ଦେଖାଶୁଣା କରିବୁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

