ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି। ୧ – କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନା ୨- କଟକ ସର୍କଲର ଆସିଷ୍ଟାଣ୍ଟ ଫାୟାର ଅଫିସର ସଞ୍ଜୀବ କୁମାର ବେହେରା ୩ – ଏସ୍.ସି.ବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଏବଂ ୪ – କଟକ ଜି.ଇ.ଡି ଅନ୍ତର୍ଗତ ଏସ୍.ସି.ବି ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିଅର ରଞ୍ଜନ କୁମାର ବିଶ୍ୱାଳ। ସୂଚନଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଟକ ଏସ୍.ସି.ବି ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍…
Author: SM Network
ନୂଆଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ “ମିଶନ ବାତ୍ସଲ୍ୟ ପୋର୍ଟାଲର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ” ଶୁଭାରମ୍ଭ କରିଛି। ଏହା ଶିଶୁ ସୁରକ୍ଷା ସେବା ସହିତ ଜଡିତ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ। ମିଶନ ବାତ୍ସଲ୍ୟ ପୋର୍ଟାଲ ଏକ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ସୁରକ୍ଷିତ ପୋର୍ଟାଲ ଯାହା ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଅଂଶୀଦାରଙ୍କୁ ଏକାଠି କାମ କରିବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରଦାନ କରେ। ବିଦ୍ୟମାନ “ଲଷ୍ଟ ଆଣ୍ଡ ଫାଉଣ୍ଡ” ଏବଂ “ଟ୍ରାକଚାଇଲ୍ଡ” ସେବାଗୁଡ଼ିକୁ ମଧ୍ୟ ଏହି ଏକୀକୃତ ପୋର୍ଟାଲ ଅଧୀନରେ ଅଣାଯାଇଛି। ମିଶନ ବାତ୍ସଲ୍ୟ ପୋର୍ଟାଲର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଅଂଶୀଦାରମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଏକକ ଡିଜିଟାଲ୍ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ। ଏଥିରେ ରହିଛି ରାଜ୍ୟ ସ୍ତରରେ ରାଜ୍ୟ ଶିଶୁ ସୁରକ୍ଷା କମିଟି ଏବଂ ରାଜ୍ୟ ଗ୍ରହଣ ସମ୍ବଳ ସଂସ୍ଥା; ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୩-୨୪ କପା ଋତୁ ପାଇଁ ଭାରତୀୟ କପା ନିଗମ (ସିସିଆଇ) ଲାଗି ୧,୭୧୮.୫୬ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଣ୍ଠିକୁ ଅନୁମୋଦନ କରିଛି। କୃଷକ କଲ୍ୟାଣକୁ ସୁଦୃଢ଼ କରିବା ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପାଣ୍ଠିର ଲକ୍ଷ୍ୟ ହେଉଛି ସାରା ଦେଶରେ କପା ଚାଷୀମାନଙ୍କୁ ପ୍ରତ୍ୟକ୍ଷ ମୂଲ୍ୟ ସହାୟତା ପ୍ରଦାନ କରିବା। କପା ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଏମଏସପି ପରିଚାଳନା କରାଯାଏ। ବଜାର ମୂଲ୍ୟ ଏମଏସପି ଠାରୁ କମ୍ ହେଲେ ଏହା ଲାଭଦାୟକ ହୋଇଥାଏ। ଏହି ହସ୍ତକ୍ଷେପଗୁଡ଼ିକ କପା ମୂଲ୍ୟକୁ ସ୍ଥିର କରିବା, ଅଭାବୀ ବିକ୍ରି ରୋକିବା ଏବଂ ଚାଷୀମାନଙ୍କୁ ଲାଭଦାୟକ ଫେରସ୍ତ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କୃଷି ବଜାରରେ ଅନ୍ତର୍ଭୁକ୍ତିକରଣ ବୃଦ୍ଧି କରି, ଏମଏସପି…
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE)ରେ ୨୦୨୬ ଇଦ୍ ଅଲ୍-ଫିତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ UAE ପ୍ରଶାସନ ଈଦ୍ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛି। UAE ଖୋଲା ସ୍ଥାନରେ ନମାଜକୁ ନିଷେଧ କରିଛି ଏବଂ ଘୋଷଣା କରିଛି ଯେ, କେବଳ ମସଜିଦରେ ଈଦ୍ ନମାଜ ଅନୁଷ୍ଠିତ ହେବ। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ଏବଂ ସମ୍ବେଦନଶୀଳତା ଯୋଗୁଁ ଏହି ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଏହି ବର୍ଷ ଈଦ୍ ପାଳନ କରିବାର ପଦ୍ଧତିକୁ ନୂଆ ରୂପ ଦେଉଛି। ନିୟମ ପାଳନ କରିବାକୁ ଅନୁରୋଧ ସାଧାରଣତଃ, UAEରେ ଈଦ୍ ଅଲ୍-ଫିତର ନମାଜ ଖୋଲା ସ୍ଥାନରେ ଏକାଠି ହୋଇ ପାଳନ କରାଯାଏ। ହଜାର ହଜାର ଲୋକ ସାଧାରଣତଃ ସକାଳୁ ସକାଳୁ ଈଦ୍ ପାଳନ କରିବାକୁ ଏକାଠି ହୁଅନ୍ତି, କିନ୍ତୁ ଏଥର ଏପରି ହେବ ନାହିଁ। ଅଧିକାରୀମାନେ…
ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପୋଷଣ ଟ୍ରାକର ଡିଜିଟାଲ୍ ଆପ୍ଲିକେସନ୍ ଆରମ୍ଭ କରାଯାଇଛି, ଏହା ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦ ଅଧୀନରେ ଶିଶୁ ପୋଷଣ ସୂଚକାଙ୍କଗୁଡ଼ିକର ତଥ୍ୟ ସଂଗ୍ରହ କରିଥାଏ। ପୋଷଣ ଟ୍ରାକର ତଥ୍ୟ ଦର୍ଶାଇଛି ଯେ, ବିଗତ ବର୍ଷଗୁଡ଼ିକରେ ଦେଶରେ ଶିଶୁ ଅପପୁଷ୍ଟି ସୂଚକାଙ୍କରେ ଉନ୍ନତି ହୋଇଛି। ଶିଶୁମାନଙ୍କ ମଧ୍ୟରେ ଏହି ସୂଚକାଙ୍କଗୁଡ଼ିକର ପ୍ରଗତି ପୋଷଣ ଟ୍ରାକର ଡ୍ୟାସବୋର୍ଡରେ ଉପଲବ୍ଧ ରହିଛି। ୱେବ ସାଇଟ ଲିଙ୍କ https://www.poshantracker.in/statistics. ମାଧ୍ୟମରେ ସମ୍ପୃକ୍ତ ଟ୍ରାକରକୁ ପହଂଚି ହେବ। ମିଶନ ପୋଷଣ ୨.୦ ସମ୍ମୁଖ ଭାଗର କର୍ମଚାରୀମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରି ସଶକ୍ତ କରୁଛି। ସମସ୍ତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ବାର୍ଷିକ ୨୦୦୦ ଟଙ୍କା ହାରରେ ଇଣ୍ଟରନେଟ୍ ସଂଯୋଗ ଶୁଳ୍କ ପ୍ରଦାନ କରାଯାଉଛି। ଏଥିସହ, ପଞ୍ଜିକୃତ ହିତାଧିକାରୀଙ୍କ ନିୟମିତ ଅଭିବୃଦ୍ଧି ଅନୁଧ୍ୟାନ ପାଇଁ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଭିବୃଦ୍ଧି ମନିଟରିଂ ଉପକରଣର ବ୍ୟବସ୍ଥା ରହିଛି। ପୋଷଣ ଟ୍ରାକର ନିର୍ଦ୍ଧାରିତ…
ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ ମଞ୍ଚାଷିନ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ବୈଠକରେ ଅଧ୍ୟକ୍ଷ ଆସନ୍ତା ଏପ୍ରିଲ୍ ୧ ତାରିଖରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ରୂପରେଖ ଉପରେ ଅଭିଭାଷଣ ପ୍ରଦାନ କରି ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ସମାରୋହକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ଦିଗରେ ଆହ୍ଵାନ ଦେଇଥିଲେ। ପ୍ରସ୍ତୁତି ବୈଠକ ସିଦ୍ଧାନ୍ତ ଅନୁଯାୟୀ ଉତ୍କଳ ଦିବସ ଦିନ ପ୍ରତ୍ୟୁଷରୁ ସହରରେ ଉତ୍କଳ ବନ୍ଦନା ସଙ୍ଗୀତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ‘‘୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କ୍ଷୁଦ୍ର ଜଳ ବିଦ୍ୟୁତ୍ (ଏସଏଚପି) ବିକାଶ ଯୋଜନା’’କୁ ଅନୁମୋଦନ କରିଛି। ଏହି ଯୋଜନା ଅଧୀନରେ, ପ୍ରାୟ ୧୫୦୦ ମେଗାୱାଟ କ୍ଷମତା ବିଶିଷ୍ଟ କ୍ଷୁଦ୍ର ଜଳ ବିଦ୍ୟୁତ୍ (ଏସଏଚପି) ପ୍ରକଳ୍ପ ସ୍ଥାପନ ପାଇଁ ୨୫୮୪.୬୦ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଯୋଜନା ମାଧ୍ୟମରେ ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ (୧-୨୫ ମେଗାୱାଟ କ୍ଷମତା) ପାଇଁ ଆର୍ଥିକ ସହାୟତା ଦିଆଯିବ। ଏହି ଯୋଜନା ବିଶେଷ ଭାବରେ ପାହାଡିଆ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଲାଭଦାୟକ କରିବ, ଯେଉଁଠାରେ ଏପରି ପ୍ରକଳ୍ପ ପାଇଁ ଅପାର ସମ୍ଭାବନା ରହିଛି। ଉତ୍ତର-ପୂର୍ବ ରାଜ୍ୟ ଏବଂ ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ, କେନ୍ଦ୍ର ସରକାର ପ୍ରତି ମେଗାୱାଟ ପାଇଁ ୩.୬ କୋଟି ଟଙ୍କା କିମ୍ବା ପ୍ରକଳ୍ପ ମୂଲ୍ୟର ୩୦ ପ୍ରତିଶତ (ଯାହା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ)କୁ ଅନୁମୋଦନ କରିଛି। ଏହା ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ। ଏହି ଯୋଜନା ଅଧୀନରେ, ସାରା ଦେଶରେ ୧୦୦ଟି ପ୍ଲଗ୍-ଏଣ୍ଡ-ପ୍ଲେ ଶିଳ୍ପ ପାର୍କ ବିକାଶ ପାଇଁ ୩୩,୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ବିକଶିତ କରିବା, ଉତ୍ପାଦନ ପାଇଁ ସମ୍ଭାବନାକୁ ଉନ୍ମୁକ୍ତ କରିବା ଏବଂ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବା। ବିକଶିତ ଭାରତ ପାଇଁ ଶିଳ୍ପ ଭିତ୍ତିଭୂମି ନିର୍ମାଣ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ବିକଶିତ ଶିଳ୍ପ ସ୍ମାର୍ଟ ସିଟିର ସଫଳତାକୁ ଆଧାର କରି ଏହି ଭବ୍ୟ ଯୋଜନାକୁ ରାଜ୍ୟ ଏବଂ ଘରୋଇ କ୍ଷେତ୍ରର ଅଂଶୀଦାରମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯିବ। ଅନୁମୋଦନରୁ ପରିଚାଳନା ପର୍ଯ୍ୟନ୍ତ: ନୂଆ ବ୍ୟବସାୟିକ ସୁଗମତା ଭବ୍ୟ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି,…
ନୂଆଦିଲ୍ଲୀ: ୨୦୨୬ ଆଇପିଏଲ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ଼ ପରିବର୍ତ୍ତନ କରିଛି, ଇଶାନ କିଶାନଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିଛି। ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ ଆଘାତରୁ ସୁସ୍ଥ ହେଉଛନ୍ତି, ଯାହା ଫଳରେ ସେ ଦଳର ପ୍ରଥମ କିଛି ମ୍ୟାଚ୍ ପାଇଁ ଉପଲବ୍ଧ ନାହାନ୍ତି। ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ଫ୍ରାଞ୍ଚାଇଜ୍ ସୋସିଆଲ ମିଡିଆରେ ଅଧିନାୟକ ପରିବର୍ତ୍ତନ ଘୋଷଣା କରି ଏକ ପୋଷ୍ଟ ସେୟାର କରିଛି। ପୋଷ୍ଟରେ ଲେଖାଅଛି ଯେ, “ପାଟ୍ କମିନ୍ସ ଆଘାତ ଯୋଗୁଁ କିଛି ମ୍ୟାଚ୍ ଖେଳିପାରିବେ ନାହିଁ। ଯେପର୍ଯ୍ୟନ୍ତ ସେ ସୁସ୍ଥ ନହୁଅନ୍ତି, ଇଶାନ କିଶାନ ଅଧିନାୟକ ହେବେ ଏବଂ ଅଭିଷେକ ଶର୍ମା ଉପ-ଅଧିନାୟକ ହେବେ।” ଇଶାନ ଏବଂ ଅଭିଷେକ କେତେ ମ୍ୟାଚ୍ ନେତୃତ୍ଵ ନେବେ ତାହା ସ୍ପଷ୍ଟ ହୋଇ ନଥିଲା, କେବଳ ଏତିକି କୁହାଯାଇଥିଲା ଯେ, କମିନ୍ସ ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏହି ଭୂମିକାରେ କାର୍ଯ୍ୟ କରିବେ।…
ନୂଆଦିଲ୍ଲୀ: କଂଗ୍ରେସ ନେତା ନାନା ପଟୋଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦିଲ୍ଲୀ ଗସ୍ତକୁ ଉଲ୍ଲେଖ କରି ଏକ ବଡ଼ ଦାବି କରିଛନ୍ତି। ଆଜି ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ ଦାବି କରିଛନ୍ତି ଯେ, ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି। ପଟୋଲେ କହିଛନ୍ତି ଯେ, ସେ ବିଶ୍ୱାସ କରନ୍ତି ନାହିଁ ଯେ ବିଜେପି ଦେବେନ୍ଦ୍ର ଫଡନଭିସଙ୍କୁ ହଟାଇ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବ, କିନ୍ତୁ ବର୍ତ୍ତମାନର ପରିସ୍ଥିତି ସୂଚାଇ ଦେଉଛି ଯେ, କିଛି ବଡ଼ ଘଟଣା ଘଟିବାକୁ ଯାଉଛି। ମୁମ୍ବାଇରେ ନାନା ପଟୋଲେ କହିଛନ୍ତି ଯେ, “ସିନ୍ଦେ ସାହେବଙ୍କ ନିଜସ୍ୱ ଅବସ୍ଥା ଖରାପ। ବିଜେପି ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ସିନ୍ଦେ ସାହେବଙ୍କ ଜୀବନଶୈଳୀରୁ ସ୍ପଷ୍ଟ ହେଉଛି। ତାଙ୍କ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଏହା ବିଷୟରେ ଅବଗତ। ମହାରାଷ୍ଟ୍ରରେ ଗ୍ୟାସ୍ ଅଭାବ ଆରମ୍ଭ ହୋଇଛି, ଲୋକମାନେ ଦୈନନ୍ଦିନ ଆବଶ୍ୟକତା ପାଇପାରୁ ନାହାଁନ୍ତି, ଏବଂ ଶିଳ୍ପଗୁଡ଼ିକ ବନ୍ଦ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅବସର ନେବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ସମ୍ବୋଧନ କରିଥିଲେ। ଅବସର ନେବାକୁ ଯାଉଥିବା ସାଥୀମାନଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଥିବାରୁ କୃତଜ୍ଞତା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଅବସର ଆମକୁ ଦଳମତ ନିର୍ବିଶେଷରେ ଉପରକୁ ଉଠି ଏକ ସାଧାରଣ ଭାବନା ପ୍ରକାଶ କରିବାର ସୁଯୋଗ ପ୍ରଦାନ କରେ। ଏହି ସଦସ୍ୟମାନେ ପୁଣି ପ୍ରତ୍ୟାବର୍ତ୍ତନ କରନ୍ତୁ ଅଥବା ନିଜକୁ ସମାଜ ସେବାରେ ନିୟୋଜିତ କରନ୍ତୁ, ସେମାନଙ୍କ ମିଳିତ ଅଭିଜ୍ଞତା ସବୁବେଳେ ଦେଶର ଏକ ସମ୍ପତ୍ତି ହୋଇ ରହିବ। ସେ କହିଥିଲେ ଯେ ରାଜନୀତି ପରି ଏକ ଗତିଶୀଳ କ୍ଷେତ୍ରରେ ଯାତ୍ରା କେବେବି ଶେଷ ହୋଇନଥାଏ, କାରଣ ଅଭିଜ୍ଞ ନେତାମାନଙ୍କ ପାଇଁ ଭବିଷ୍ୟତରେ ସବୁବେଳେ ସୁଯୋଗ ଥାଏ। “ରାଜନୀତିରେ କୌଣସି ପୂର୍ଣ୍ଣଛେଦ ନଥାଏ, ଆପଣମାନଙ୍କ ଅଭିଜ୍ଞତା ଓ ଅବଦାନ ସବୁବେଳେ ରାଷ୍ଟ୍ରୀୟ ଜୀବନର ଏକ ଅଂଶ ହୋଇରହିବ’’ ପ୍ରଧାନମନ୍ତ୍ରୀ କହିଥିଲେ। ବିଦାୟୀ ସଂସଦର ସଦସ୍ୟମାନଙ୍କ…
ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ରାଜପୁର ଖୁର୍ଦ ଗ୍ରାମରେ ପୋଲିସ ଏକ ବଡ ଅବୈଧ ଏଲପିଜି ସିଲିଣ୍ଡର କାରବାରର ପର୍ଦ୍ଦାଫାସ କରିଛି। ଏକ ଚଢାଉ ସମୟରେ ପୋଲିସ ୨୨୩ ଟି ଇଣ୍ଡେନ ଗ୍ୟାସ ସିଲିଣ୍ଡର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଡିସିପି ଦକ୍ଷିଣ କହିଛନ୍ତି ଯେ, ମାର୍ଚ୍ଚ ୧୭ ତାରିଖରେ ପୋଲିସକୁ ଏକ ସୂଚନା ମିଳିଥିଲା ଯେ, ରାଜପୁର ଖୁର୍ଦର “ଜେନେରେଟର ୱାଲି ଗଲି” ର ଏକ ପ୍ଲଟରେ ସିଲିଣ୍ଡର ବେଆଇନ ଭାବରେ ସଂରକ୍ଷଣ କରାଯାଉଛି। ଏହି ସୂଚନା ଉପରେ କାର୍ଯ୍ୟ କରି ଏକ ସ୍ୱତନ୍ତ୍ର କର୍ମଚାରୀ ଦଳ ସେହି ସ୍ଥାନରେ ଚଢାଉ କରିଥିଲା। ପୋଲିସ ଚଢାଉ ସମୟରେ ଅନେକ ସିଲିଣ୍ଡର ଜବତ କରିଛି ଚଢାଉ ସମୟରେ ପୋଲିସ ୨୨୩ ଟି ଏଲପିଜି ସିଲିଣ୍ଡର ସମେତ ବହୁ ପରିମାଣର ସାମଗ୍ରୀ ଜବତ କରିଛି। ଏଥିରେ ୧୬ ଟି ଭର୍ତ୍ତି ଘରୋଇ ସିଲିଣ୍ଡର, ୪୫ ଟି ଖାଲି ଘରୋଇ ସିଲିଣ୍ଡର…
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର କୁସୁନପୁର ଗ୍ରାମରେ ଆଜି ‘ସିଏସଆଇଆର ସ୍ମାର୍ଟ ଭିଲେଜ’ ଉଦଘାଟିତ ହୋଇଛି। ଏହା ଗ୍ରାମୀଣ ସମୁଦାୟ ନକଟରେ ବୈଜ୍ଞାନିକ ଉଦ୍ଭାବନ ଏବଂ ବ୍ୟବହାରିକ ସମାଧାନ ପହଂଚାଇବା ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ବୈଷୟିକ ଜ୍ଞାନକୌଶଳ-ଚାଳିତ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଦୃଢ ମତ ପୋଷଣ କଟାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅନୁସନ୍ଧାନ ପ୍ରତିଷ୍ଠାନ, ସ୍ଥାନୀୟ ପ୍ରଶାସନ ଏବଂ କାର୍ଯ୍ୟାନ୍ୱୟନ କରୁଥିବା ସହଯୋଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଗ୍ରାମୀଣ ସମୁଦାୟ ନିକଟକୁ ବୈଜ୍ଞାନିକ ଉଦ୍ଭାବନ ଏବଂ ବ୍ୟାବହାରିକ ସମାଧାନ ପହଞ୍ଚାଇବା। ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ବିଭାଗର ସଚିବ ତଥା ସିଏସଆଇଆରର ମହାନିର୍ଦ୍ଦେଶକ ଡକ୍ଟର ଏନ୍. କଲାଇସେଲଭି ମୁଖ୍ୟ ଅତିଥି ଭାବେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରଘୁରାମ ଆର.…
ନୂଆଦିଲ୍ଲୀ: ସଞ୍ଜୟ ଦତ୍ତଙ୍କ ଚଳଚ୍ଚିତ୍ର “କେଡି: ଦି ଡେଭିଲ୍”ର “ସରକେ ଚୁନର” ଗୀତଟି ମୁକ୍ତିଲାଭ କରିବା ପରଠାରୁ ବିବାଦରେ ଫସି ରହିଛି। ଗୀତକୁ ନେଇ ଚାଲିଥିବା ବିବାଦ ପରେ, କେନ୍ଦ୍ର ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ଅଧିବେଶନ ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରସଙ୍ଗକୁ ସମ୍ବୋଧିତ କରି କହିଥିଲେ ଯେ, ଅଭିବ୍ୟକ୍ତି ସ୍ୱାଧୀନତା ନାମରେ କିଛି ପରିବେଷଣ କରାଯାଇପାରିବ ନାହିଁ। ଗୀତ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର ଲୋକସଭାରେ ସମାଜବାଦୀ ପାର୍ଟି ସାଂସଦ ଆନନ୍ଦ ଭଦୋରିଆ ଏହି ଗୀତର ପ୍ରସଙ୍ଗ ଉଠାଇଥିଲେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାନ୍ୟବର ବାଚସ୍ପତିଙ୍କୁ ସମ୍ବୋଧିତ କରି ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଗୀତ ଉପରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃହରେ କହିଥିଲେ ଯେ, “ମୁଁ ସମଗ୍ର ଗୃହକୁ କହିବାକୁ ଚାହେଁ ଯେ ଅଭିବ୍ୟକ୍ତି ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ,…
ନୂଆଦିଲ୍ଲୀ: ଆଜି ଆସାମ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ନାଗାଓଁ ଲୋକସଭା ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ ଆନୁଷ୍ଠାନିକ ଭାବରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଆସାମ ବିଜେପି ସଭାପତି ଦିଲୀପ ସାଇକିଆଙ୍କ ଉପସ୍ଥିତିରେ ବୋରଦୋଲୋଇ ବିଜେପିରେ ଯୋଗଦେଇଛନ୍ତି। ନାଗାଓଁ ଲୋକସଭା ସାଂସଦ ପ୍ରଦ୍ୟୁତ ବୋରଦୋଲୋଇଙ୍କ ବିଜେପିରେ ଯୋଗଦାନ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି ଯେ, “ନାଗାଓଁ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ସହିତ ତାଙ୍କର ଇତିହାସ ୧୯୭୫ ମସିହାରୁ ଆରମ୍ଭ ହୋଇଛି। ବିଜେପିରେ ତାଙ୍କର ଯୋଗଦାନ ଦଳକୁ ମଜବୁତ କରିବ। ଆମେ ସମସ୍ତେ ତାଙ୍କୁ ଦଳରେ ସ୍ୱାଗତ କରୁଛୁ।” ପ୍ରଦ୍ୟୁତ ବୋରଦୋଲୋଇ ଗତକାଲି କଂଗ୍ରେସରେ ତାଙ୍କର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଗୋଟିଏ ଧାଡିର ଇସ୍ତଫା…
ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଭୋରରୁ ରେଢ଼ାଖୋଲ ଥାନା ଢ଼ୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମାକୁ ଏନକାଉଣ୍ଟର କରିଛି ପୋଲିସ। ତାର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ବୁଲା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଟିମା ନାଁରେ ବିଭିନ୍ନ ଜିଲ୍ଲାରେ ୪୦ ରୁ ଅଧିକ ମାମଲା ଥିବା ପୋଲିସ କହିଛି। ଟିମାର ୩ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ନାକଟିଦେଉଳ ବ୍ଲକ ଢୁଙ୍କଛାଲି ଜଙ୍ଗଲ ଅଞ୍ଚଳରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମା ଓ ତାର ତିନି ସହଯୋଗୀ ଥିବା ପୋଲିସ୍ ଜାଣିବାକୁ ପାଇଥିଲା। ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। କିନ୍ତୁ ପୋଲିସକୁ ଚକମା ଦେଇ ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚାଲାଇଥିଲେ। ଏହାର ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା…
ଭୁବନେଶ୍ଵର: ଏକ ମନ୍ଦିର ମୂର୍ତ୍ତି ଚୋରି ସମ୍ବନ୍ଧୀୟ ମାମଲାରେ ଦ୍ରୁତ ବିଚାର କରି ସମ୍ବଲପୁର ଜିଲ୍ଲାର ସମ୍ବଲପୁର SDJM ଅଦାଲତ ଅଭିଯୁକ୍ତ ରଜନୀକାନ୍ତ ଭୈଁସାଲ ଓରଫ ମୋନୁକୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧ (୩)/୩୦୫ (ଡ଼ି) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହିତ ୧,୦୦୦ ଟଙ୍କା ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ୨୮ ଦିନ ମଧ୍ୟରେ ତଦନ୍ତରୁ ଦଣ୍ଡାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବା ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତାର ଏକ ଉଲ୍ଲେଖନୀୟ ଉଦାହରଣ। ମାମଲାର ବିବରଣୀ ଅନୁଯାୟୀ, ୨୦୨୬ ମସିହା ଫେବୃୟାରୀ ୧୭ ତାରିଖରେ ସମ୍ବଲପୁର ଟାଉନ୍ ଥାନା ଅଧୀନ ସୋମନାଥ ବାବା ମନ୍ଦିର, ବାଲିବନ୍ଧରୁ ପ୍ରାୟ ୨ କିଲୋ ଓଜନର ପିତଳର ଗଣେଶ ମୂର୍ତ୍ତି ଚୋରି ହୋଇଥିବା ସମ୍ପର୍କରେ ମନ୍ଦିର ଟ୍ରଷ୍ଟି ଲୋକନାଥ ପାଣ୍ଡେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସମ୍ବଲପୁର ପୋଲିସ ତ୍ୱରିତ ତଦନ୍ତ କରି ୨୦…
ନୂଆଦିଲ୍ଲୀ: ଆସାମର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଏବଂ ନାଗାଓଁରୁ ଦୁଇଥର ସାଂସଦ ପ୍ରଦ୍ୟୁତ ବୋରୋଦୋଲୋଇ ଦଳରୁ ଇସ୍ତଫା ଦେଇଛନ୍ତି। ଏହି ସମୟରେ, ଶିବସେନା (UBT)ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସ ନେତାଙ୍କ ଦଳ ଛାଡିବା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଦଳ ଛାଡିବା ଏବଂ ଦଳ ଭିତରେ ଚାଲିଥିବା ଅଶାନ୍ତିକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ନେତାଙ୍କ ଦଳ ଛାଡିବା ଜାରି ରହିଛି। ଆମେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମଧ୍ୟ ଦେଖିଛୁ। ସେ ଆହୁରି କହିଛନ୍ତି ଯେ, ଚାପ ପକାଯାଉଛି କିମ୍ବା ସେମାନଙ୍କ କାମରେ ବାଧା ସୃଷ୍ଟି ହେଉଛି। ଏହା ଚିନ୍ତାର ବିଷୟ। ସେ ଆହୁରି କହିଛନ୍ତି ଯେ, ଶାସକ ଦଳ ନେତାମାନଙ୍କୁ ସେମାନଙ୍କ ପଦବୀରୁ ଅସ୍ଥିର କରିବା ପାଇଁ ସମସ୍ତ ଉପାୟ ବ୍ୟବହାର କରୁଛି। ସେ କହିଛନ୍ତି ଯେ, ପ୍ରତିଭାର ଅଭାବ ଅଛି ବୋଲି ବିଜେପି ଦେଖାଇଦେଉଛି। ଯେଉଁଥିରେ ସେମାନେ ଅନ୍ୟ ଦଳର…
ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଫ୍ରାଞ୍ଚାଇଜ୍ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଏହି ଲୋକପ୍ରିୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଏବେ ବିକ୍ରି ହେବାକୁ ଯାଉଛି, ନିଲାମ ୨ ବିଲିଅନ ଡଲାର (ପ୍ରାୟ ୧୬,୦୦୦ କୋଟି ଟଙ୍କା) ପହଞ୍ଚିବ ବୋଲି ଆଶା କରାଯାଉଛି। ଦି ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୌଡ଼ରେ କେବଳ ଦୁଇଟି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବାକି ଅଛନ୍ତି, ଏବଂ ଏହି ଚୁକ୍ତି ଶୀଘ୍ର ଚୂଡ଼ାନ୍ତ ହୋଇପାରେ। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ଏହି ଦୌଡ଼ର ଗୋଟିଏ ପଟେ ସ୍ୱିଡିସ୍ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ EQT ଅଛି, ଯାହା ପ୍ରାୟ ୨ ବିଲିୟନ ଡଲାର ବିଡ୍ ରଖିଛି। ଅନ୍ୟପଟେ ରଞ୍ଜନ ପାଇ, କୋହଲବର୍ଗ କ୍ରାଭିସ୍ ରବର୍ଟସ୍ ଆଣ୍ଡ୍ କୋ. ଏବଂ ଟେମାସେକ୍ ଙ୍କୁ ନେଇ ଗଠିତ ଏକ ବଡ଼ ସଂଘ ଅଛି। ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏକ ସିଧାସଳଖ ପ୍ରତିଯୋଗିତା ହେବାକୁ ଯାଉଛି, ଏବଂ…
ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ହର୍ମୁଜ ପ୍ରଣାଳୀରେ ସଙ୍କଟକୁ ଆହୁରି ଘନିଷ୍ଠ କରୁଛି। ଏହି ସମୟରେ ଭାରତ ପାଇଁ ଆଶ୍ୱସ୍ତିର ଖବର ଆସିଛି। ସାଉଦି ଆରବ ଏବେ ଲାଲ ସାଗର ଦେଇ ଭାରତକୁ ଅଶୋଧିତ ତେଲ ପଠାଇବା ଆରମ୍ଭ କରିଛି। ସାଉଦି ଆରବର ୟାନବୁ ବନ୍ଦରରୁ ଭାରତ ପାଇଁ ଅନେକ ଟ୍ୟାଙ୍କର ପୂର୍ବରୁ ପ୍ରସ୍ଥାନ କରିସାରିଛି। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କ୍ରମଶଃ ବିପଦପୂର୍ଣ୍ଣ ହୋଇଗଲାଣି। କେପଲର ରିପୋର୍ଟ ଅନୁଯାୟୀ, ପ୍ରାୟ ୬୦ ଲକ୍ଷ ବ୍ୟାରେଲ ତେଲ ବହନ କରୁଥିବା ଚାରୋଟି ବଡ଼ ଟ୍ୟାଙ୍କର ବର୍ତ୍ତମାନ ଭାରତକୁ ଆସୁଛି। ମାସ ଶେଷ ସୁଦ୍ଧା ଅତିରିକ୍ତ ୯୦ ଲକ୍ଷରୁ ୧ କୋଟି ବ୍ୟାରେଲ ଆଶା କରାଯାଉଛି। ସାଧାରଣତଃ, ବିଶ୍ୱର ତୈଳ ବାଣିଜ୍ୟର ପ୍ରାୟ ୨୦ ପ୍ରତିଶତ ହର୍ମୁଜ ପ୍ରଣାଳୀ ଦେଇ ଗତି କରେ। ଭାରତ ମଧ୍ୟ ଏହି ରାସ୍ତା…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦକ୍ଷିଣପୁର ଗ୍ରାମ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକ୍କାପଞ୍ଜା ଫଳରେ ନିରୀହ ମହିଳାଙ୍କ ଜୀବନ ଚାଲି ଯାଇଛି। କିଛି ଯୁବକ ଏକ କାରରେ ଆସି ଭବାନୀ ସାହୁ ନାମକ ଜଣେ ଯୁବକଙ୍କୁ ଖଣ୍ଡା ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଭବାନୀ ଜୀବନ ବଞ୍ଚାଇବାକୁ ଦୌଡି ଥିବା ବେଳେ ବରୋଧି ପକ୍ଷ କାର୍ ରେ ଗୋଡାଉଥିଲେ। ଠିକ ସେତେବେଳେ ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ କାରଟି ଧକ୍କା ଦେଇଥିଲା। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

