ନୂଆଦିଲ୍ଲୀ: କତର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ, ଇରାନୀ ଆକ୍ରମଣ କତରର LNG ରପ୍ତାନି କ୍ଷମତାର ପ୍ରାୟ ୧୭ ପ୍ରତିଶତ ନଷ୍ଟ କରିଛି, ଯାହା ଫଳରେ ବାର୍ଷିକ ପ୍ରାୟ ୨୦ ବିଲିୟନ ଡଲାର ରାଜସ୍ୱ କ୍ଷତି ହୋଇଛି। ଆଲ-କାବିଙ୍କ ଅନୁଯାୟୀ, ମରାମତି କାର୍ଯ୍ୟ ତିନିରୁ ପାଞ୍ଚ ବର୍ଷ ପାଇଁ ପ୍ରତିବର୍ଷ ୧୨.୮ ମିଲିୟନ ଟନ୍ ଏଲଏନଜି ଉତ୍ପାଦନକୁ ବାଧା ଦେବ, ଯାହା ଚୀନ୍ ଏବଂ ଭାରତ ସମେତ ୟୁରୋପୀୟ ଏବଂ ଏସୀୟ ଦେଶଗୁଡ଼ିକୁ ଯୋଗାଣକୁ ବିପଦରେ ପକାଇବ। ଗତ କିଛି ଦିନ ମଧ୍ୟରେ ଇରାନୀ ଆକ୍ରମଣରେ କତରର ୧୪ଟି ଏଲଏନଜି ଟ୍ରେନ ମଧ୍ୟରୁ ଅତି କମରେ ଦୁଇଟି ଏବଂ ଏହାର ଦୁଇଟି ଗ୍ୟାସ-ଟୁ-ଲିକୁଇଡ୍ (GTL) ସୁବିଧା ମଧ୍ୟରୁ ଗୋଟିଏ କ୍ଷତିଗ୍ରସ୍ତ ହୋଇଛି। କତର ଏନର୍ଜିର ସିଇଓ କ’ଣ କହିଛନ୍ତି?: ରଏଟର୍ସ କୁ ସାଦ ଅଲ-କାବି କହିଛନ୍ତି ଯେ, “ମୁଁ କେବେ କଳ୍ପନା କରି…
Author: SM Network
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କଳା ଓ କଳାକାର ହିତୈଷୀ ମହାମଞ୍ଚ “ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ” ପକ୍ଷରୁ ଏକ କଳାକାର ସମାବେଶ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ କ୍ରମରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଚଳିତ ମାର୍ଚ୍ଚ ୨୫ ତାରିଖରେ ସମାବେଶ ବେଲଗୁଣ୍ଠା ଠାରେ ଅନୁଷ୍ଠାନ ନିମନ୍ତେ ସ୍ଥିର କରାଯାଇଥିଲା। ତଦନୁସାରେ ଉକ୍ତ ଦିନ ପୂର୍ବାହ୍ନ ନଅ ଘଟିକା ସମୟରେ ବ୍ଲକ ଛକ ଠାରୁ କଳାକାର ଶୋଭାଯାତ୍ରା ବାହାରି ବ୍ଲକ ଅଭିମୁଖେ ଯାତ୍ରା ସହ ସେଠାରେ ଉଭୟ କଳା ଓ କଳାକାରଙ୍କ ହିତ ନିମନ୍ତେ ନଅ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯିବ। ତତ୍ପରେ ନେଟଗାଁ ସ୍ଥିତ ଗୁପ୍ତେଶ୍ଵର ମନ୍ଦିର ପରିସରରେ ଏକ ସାଂସ୍କୃତିକ ସଭା…
ଭୁବନେଶ୍ବର: ବର୍ତ୍ତମାନ ସମୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଚାହିଦା ବଢିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଚିଠି ଲେଖିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ। ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲ, କ୍ଲିନିକ୍ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ତାଲିମପ୍ରାପ୍ତ ନର୍ସମାନଙ୍କର ଆବଶ୍ୟକତା ରହିଛି। ଚିକିତ୍ସା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦକ୍ଷ ଏବଂ ସେବା ମନୋବୃତ୍ତି ରଖୁଥିବା ପେସାଦାର ନର୍ସ ପ୍ରସ୍ତୁତ କରିବା ପାଇଁ ନର୍ସିଂ କଲେଜ ଆବଶ୍ୟକ। ଏହା ରୋଗୀଙ୍କର ଠିକ୍ ଭାବେ ଯତ୍ନ ନେବା, ଡାକ୍ତରଙ୍କୁ ସହାୟତା କରିବା ନେଇ ପ୍ରଶିକ୍ଷଣ ଦେଇଥାଏ। ଦକ୍ଷ ନର୍ସମାନଙ୍କୁ ପ୍ରସ୍ତୁତ କରୁଥିବାରୁ ନର୍ସିଂ କଲେଜ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ସହ ହସପିଟାଲ…
ଭୁବନେଶ୍ଵର: ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏହି ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଆସନ୍ତାକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବେ। ଉଦଘାଟନୀ ଅଧିବେଶନରେ ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ର, ପଖାଳର ଔଷଧୀୟ ଗୁଣ ସମ୍ପର୍କରେ ଆଲୋକପାତ କରିବା ସହିତ ଜଗନ୍ନାଥ ସଂସ୍କୃତିରେ ଏହାର ଅନନ୍ୟ ମହତ୍ତ୍ୱକୁ ସେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ପ୍ରଫେସର ଡକ୍ଟର ସିତିକଣ୍ଠ ମିଶ୍ର ଏବଂ ସନ୍ଦୀପ ମୁଖାର୍ଜୀ ପ୍ରମୁଖ ସ୍ଥାୟୀ ଖାଦ୍ୟର ଦର୍ଶନ, ଧାନର ବିବିଧତା ଏବଂ ଆଧୁନିକ ହୋଟେଲ ଶିଳ୍ପରେ ପାରମ୍ପରିକ ଖାଦ୍ୟର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ।…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଉପଲକ୍ଷେ ‘‘ବିକାଶ ଏବଂ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀ ୨ ଦିନ ଧରି ଚାଲିବ। ପ୍ରଥମ ଦିନରେ ଏମକେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ସମ୍ମିଳନୀର ଆବାହକ ତଥା ବିଭାଗୀୟ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରବୀନ୍ଦ୍ର ଗରଡ଼ ସ୍ୱାଗତ ଭାଷଣ ଦେଇ ସ୍ୱଦେଶୀ ଜ୍ଞାନ ପ୍ରଣାଳୀ ଆଧାରରେ ବିକାଶର ପୁନଃମୂଲ୍ୟାୟନ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଅଭିବୃଦ୍ଧି ଆଧାରିତ ବିକାଶ ମଡେଲ ଠାରୁ କଲ୍ୟାଣ ଏବଂ ସାମାଜିକ ନ୍ୟାୟ ଦିଗରେ ପରିବର୍ତ୍ତନ ଉପରେ ଜୋର ଦେଇଥିଲେ। ଏହି ଅବସରରେ ସମ୍ମିଳନୀରେ ଉପସ୍ଥାପିତ ଗବେଷଣାପତ୍ରର ସାରାଂଶକୁ ନେଇ ସ୍ମରଣୀକା ପ୍ରକାଶ ପାଇଥିଲା। ପିଜି କାଉନସିଲ୍ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନରା ସମାଜ ବିଜ୍ଞାନ ବିଭାଗର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭକାମନା ଜଣାଇଥିଲେ।…
ଖୋର୍ଦ୍ଧା/ବାଣପୁର: ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ। ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ପଖାଳପ୍ରିୟ। ଏହା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗରୁ ଜଣାପଡ଼େ। ସେହିପରି ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ଭଗବତୀ ମଧ୍ୟ ପଖାଳପ୍ରିୟ। ତାଙ୍କ ଦୈନଦିନ ଭୋଗନୀତିକାନ୍ତିରୁ ଜଣାପଡେ। ମହାପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ସାଥିରେ ପଖାଳ ନୈବେଦ୍ୟ ମିଶି ରହିଥିଲାବେଳେ ମା’ଭଗବତୀଙ୍କ ପ୍ରତ୍ୟହ ବଡ଼ସିଂହାର ଧୂପରେ କେବଳ ଦହିପଖାଳକୁ ମାଛଗୁଣ୍ଡି ଭଜା ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଲାଗି ହେବାର ପରମ୍ପରା କେଉଁ ଆଦିମ କାଳରୁ ଚଳି ଆସିଛି। ସାଧାରଣତଃ ଓଡ଼ିଆ ପରିବାରରେ ମା’ଭଉଣୀମାନେ ଘରର ପୁରୁଷମାନଙ୍କ ଅପେକ୍ଷା ଅଧିକ ପଖାଳପ୍ରିୟ। ଦିନରେ ଦୁଇ ଓଳା ପଖାଳ ଖାଇବାକୁ ପସନ୍ଦ କରନ୍ତି। ପଖାଳ ସହିତ ମାଛ ହେଉବା ଶୁଖୁଆ ଭଜା ଚ଼ିଲିକା ଉପକୁଳିଆ ଅଞ୍ଚଳର ପ୍ରଧାନ ଖାଦ୍ୟ। ମଣିଷ ପରି ଏଠି ଦେବୀ ମଧ୍ୟ ପଖାଳ…
ଭୁବନେଶ୍ବର: ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ସମ୍ଭାବ୍ୟ ହିଟ୍ ୱେଭ୍ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରିବା ସହ ମାନବଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ୍ କୁଲିଂ ସେଲଟର୍ ବ୍ୟବସ୍ଥା କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିଶୁମାନଙ୍କ ପାଇଁ ଏବଂ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଗୁରୁତ୍ଵାରୋପ କରିଥିଲେ। ଏଥିସହିତ ହିଟ୍…
ନୂଆଦିଲ୍ଲୀ: ପଶ୍ଚିମ ଏସିଆର ଘଟଣାକ୍ରମ ବିଷୟରେ ସରକାର ଗଣମାଧ୍ୟମକୁ ନିୟମିତ ଭାବରେ ସୂଚନା ଦେଉଛନ୍ତି। ଏହିକ୍ରମରେ ନୂଆଦିଲ୍ଲୀସ୍ଥିତ ନେସନାଲ ମିଡିଆ ସେଣ୍ଟରଠାରେ ଆଉ ଏକ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଇନ୍ଧନ ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଏହି କ୍ଷେତ୍ରରେ ଭାରତୀୟ ନାଗରିକମାନଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସଦ୍ୟତମ ସୂଚନା ପ୍ରଦାନ କରିଥିଲେ। ଇନ୍ଧନ ଯୋଗାଣ ଏବଂ ଉପଲବ୍ଧତା ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ ସମୟରେ ଇନ୍ଧନ ଯୋଗାଣ ପରିସ୍ଥିତି ଏବଂ ହରମୁଜ୍ ପ୍ରଣାଳୀ ବନ୍ଦ ହେବା ପରିପ୍ରେକ୍ଷୀରେ ପେଟ୍ରୋଲିୟମ ଉତ୍ପାଦ ଓ ଏଲପିଜିର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଏକ ସଦ୍ୟତମ ସୂଚନା…
ଭୁବନେଶ୍ଵର: ଦୀର୍ଘ ନଅ ଦିନ ଧରି ଗାନ୍ଧୀମାର୍ଗରେ ଆନ୍ଦୋଳନ ଜାରି ରଖିଥିବା ସ୍ଥଳେ ମାର୍ଚ୍ଚ ୧୮ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଆମନ୍ତ୍ରଣକ୍ରମେ ରାତ୍ର ୦୮.୩୦ ଘଟିକା ସମୟରେ ମହାସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଂଘର ଉପଦେଷ୍ଟା ବିଜୟ ମଲ୍ଲ, ସଭାପତି ସଞ୍ଜୟ ପଟ୍ଟନାୟକଙ୍କ ପ୍ରତିନିଧିତ୍ତ୍ଵରେ ଏକ ଆଠଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଯାଇଥିଲେ। ଏହି ପ୍ରତିନିଧିମଣ୍ଡଳୀଙ୍କ ସହିତ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଏକାମ୍ର ବିଧୟକ ବାବୁ ସିଂ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ମାନବିକତାର ପରିଚୟ ପୂର୍ବକ ସଂଘର ସଂପୂର୍ଣ୍ଣ ଘଟଣା ଶୁଣିବା ସହିତ କହିଲେ ଯେ, “ମୁଁ ଆଜି ନୁହେଁ ବହୁ ପୂର୍ବରୁ ଆପଣ ମାନଙ୍କ ସମସ୍ୟା ବିଷୟରେ ଚିନ୍ତିତ ଥିଲି। ଆଜି ଆପଣମାନଙ୍କ…
ଭୁବନେଶ୍ଵର: ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଚନ୍ଦ୍ରଶେଖରପୁର ଫେଜ଼-୨ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମି ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀମତୀ ସାହୁଙ୍କୁ ବିଧାନସଭା ମଣ୍ଡଳୀ ନଂ ୧୧୩ ର ବୁଥ୍ ନଂ ୧୦୯ ପାଇଁ ବୁଥ୍ ଲେଭେଲ ଅଫିସର (ବିଏଲଓ) ଭାବେ ନିଯୁକ୍ତ କରାଯାଇଥିଲା। ସେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟରେ ନିୟୋଜିତ ଥିଲେ, ଯାହା ଭୋଟର ତାଲିକାର ସଠିକତା ଓ ସତ୍ୟନିଷ୍ଠା ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ। ତେବେ ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ କାରଣ ବା ପୂର୍ବ ଅନୁମତି ବିନା ଦାୟିତ୍ୱରେ ଅନୁପସ୍ଥିତ ରହିବା ସହିତ ନିଜ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲେ। କୌଣସି ବୈଧ କାରଣ ବା…
ଭୁବନେଶ୍ଵର: ଓଡ଼ିଶା ମାଟି ତଳେ ଅଛି ହୀରାର ଭଣ୍ଡାର। ନୂଆପଡା ବ୍ଲକ କାଲମିଦାଦରଠାରେ ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଚିହ୍ନଟ ହୀରା ଖଣିର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାରଠାରେ ମାଣିକ ଥିବା ଚିହ୍ନଟ ହୋଇଛି। ଏହାସହ ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଖଣି ଥିବା ଜଣାପଡିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ମଦନାସାହି-କାଞ୍ଜିଆ ଅଞ୍ଚଳ ଓ କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକର ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ। ପ୍ରକୃତରେ ମାର୍ଚ୍ଚ ୨୦ ତାରିଖରେ…
ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି । ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ । ପୁରୁଣା ପରିଚିତମାନଙ୍କୁ ଭେଟିବେ । ଛୋଟ ଜିନିଷକୁ ଅଣଦେଖା କରନ୍ତୁ । ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ ଖର୍ଚ୍ଚ ହେବ । ସିଂହ: କାର୍ଯ୍ୟ…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସ ତଥା ଆଲୋଚନା ଏବଂ କୁଟନୀତିକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଏହି ଅଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଘନିଷ୍ଠ ସମନ୍ୱୟ ଜାରି ରଖିବାକୁ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି: “ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସର ଜରୁରୀ ଆବଶ୍ୟକତା, ଆଲୋଚନା ଏବଂ କୂଟନୀତିକୁ ଫେରିବା ବିଷୟରେ ମୋର ପ୍ରିୟ ବନ୍ଧୁ ଇମାନୁଏଲ ମାକ୍ରନଙ୍କ ସହ କଥା ହୋଇଛି। ଆମେ ଏହି ଅଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଆଗକୁ ବଢ଼ାଇବାକୁ ଆମର ଘନିଷ୍ଠ ସମନ୍ୱୟ ଜାରି ରଖିବାକୁ ଆଶା କରୁଛୁ।”
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ବର୍ଷ ବର୍ଷ ଧରି ନିଆଯାଇଥିବା ବିଭିନ୍ନ ସୁରକ୍ଷା ପଦକ୍ଷେପର ପରିଣାମ ସ୍ୱରୂପ, ଦୁର୍ଘଟଣା ସଂଖ୍ୟାରେ ବହୁ ହ୍ରାସ ଘଟିଛି। ନିମ୍ନଲିଖିତ ସାରଣୀରେ ଦେଖାଯାଇଥିବା ପରିଣାମସ୍ୱରୂପ ଟ୍ରେନ୍ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଛି:- ବର୍ଷ ବିଭିନ୍ନ ଦୁର୍ଘଟଣା ୨୦୧୪-୧୫ ୧୩୫ ୨୦୨୫-୨୬ (୨୮.୦୨.୨୦୨୬ ପର୍ଯ୍ୟନ୍ତ) ୧୪ (୯୦% କମ୍) ଭାରତୀୟ ରେଳବାଇରେ ଟ୍ରେନ୍ ଦୁର୍ଘଟଣା ଏବଂ ଏଥିରେ ମୃତାହତ (ରେଳ ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କ ସମେତ) ନିମ୍ନଲିଖିତ ଅଟେ:- ଅବଧି ଟ୍ରେନ୍ ଦୁର୍ଘଟଣା ସଂଖ୍ୟା ମୃତ୍ୟୁ ସଂଖ୍ୟା ଆହତଙ୍କ ସଂଖ୍ୟା ୨୦୦୪-୦୫ ରୁ ୨୦୧୩-୧୪ ୧,୭୧୧ ୯୦୪ ୩,୧୫୫ ୨୦୧୪-୧୫ ରୁ ୨୦୨୩-୨୪ ୬୭୮ ୭୪୮ ୨,୦୮୭ ୨୦୨୪-୨୫ ୩୧ ୧୮ ୯୨ ୨୦୨୫-୨୬ (ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ) ୧୪ ୧୬ ୨୮ ଟ୍ରେନ ପରିଚାଳନାରେ ସୁରକ୍ଷା ବୃଦ୍ଧି ପାଇଁ ଟ୍ରାକ ରକ୍ଷଣାବେକ୍ଷଣ ଏବଂ ସିଗନାଲିଂ ସିଷ୍ଟମ…
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ୍ ବିନ୍ ତାରିକଙ୍କ ସହ ପାର୍ବଣର ଶୁଭେଚ୍ଛା ଆଦାନପ୍ରଦାନ ସହ ଅଞ୍ଚଳର ପରିବର୍ତ୍ତିତ ପରିସ୍ଥିତି ବାବଦରେ ଏକ ଫଳପ୍ରଦ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସୁଲତାନ ହାଇଥାମ୍ ବିନ ତାରିକଙ୍କ ସହ କଥା ହୋଇଥିଲେ ଏବଂ ଓମାନର ଜନସାଧାରଣଙ୍କୁ ଆଗୁଆ ଇଦ୍ ଶୁଭେଚ୍ଛା ଜଣାଇଥିଲେ। ଆଲୋଚନା ସମୟରେ ଉତ୍ତେଜନା ହ୍ରାସ ଏବଂ ପରବର୍ତ୍ତୀ ସମୟରେ ଶାନ୍ତି ଏବଂ ସ୍ଥିରତା ପୁନରୁଦ୍ଧାର ପାଇଁ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେବାର ଆବଶ୍ୟକତା ଉପରେ ଉଭୟ ନେତା ସହମତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଓମାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନ ପାଇଁ ଭାରତର ନିନ୍ଦାକୁ ପୁନର୍ବାର ଦୋହରାଇଥିଲେ ଏବଂ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ଲୋକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ସହଜ କରିବା ପାଇଁ ଓମାନର ପ୍ରୟାସକୁ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ ଆହୁରି ଜୋର୍ ଦେଇଥିଲେ ଯେ ଭାରତ ଏବଂ ଓମାନ ହରମୁଜ ପ୍ରଣାଳୀ ଦେଇ…
ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ, ରାୟଗଡ଼ା ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଂଘଲଙ୍କ ସହିତ ରାୟଗଡା ଡିଭିଜନର ଏକ ବିସ୍ତୃତ ଯାଞ୍ଚ କରିଥିଲେ। ଏହି ନୀରିକ୍ଷଣ ସମୟରେ ରାୟଗଡ଼ାରେ ଚାଲିଥିବା ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ, ସୁରକ୍ଷା ପଦକ୍ଷେପ ଏବଂ ରେଳ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟକାରିତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ରାୟଗଡା-ସିଙ୍ଗାପୁର ରୋଡ-ଥେରୁଭାଲି ସେକ୍ସନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ପରିଦର୍ଶନ ସମୟରେ, ଶ୍ରୀ ଫୁଙ୍କୱାଲ ସିଙ୍ଗାପୁର ରୋଡ୍-ଥେରୁଭାଲି ଷ୍ଟ୍ରେଚ୍, ଷ୍ଟେସନ ୟାର୍ଡ ଏବଂ ତୃତୀୟ ଲାଇନ କାର୍ଯ୍ୟ ଗୁଡିକର ଏକ ବିସ୍ତୃତ ଯାଞ୍ଚ କରିଥିଲେ। ସେ ଟ୍ରାକ୍ ସ୍ଥିତି, ସିଗନାଲିଂ ସିଷ୍ଟମ, ସେତୁ ଏବଂ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଦିଗଗୁଡ଼ିକର ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ରାୟଗଡା ରେଳ ଷ୍ଟେସନକୁ ମଧ୍ୟ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଯାତ୍ରୀ ସୁବିଧା ଗୁଡିକର ମୂଲ୍ୟାଙ୍କନ କରିବା ସହିତ ବିଭିନ୍ନ ବିକାଶମୂଳକ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅବକାରୀ ବିଭାଗ ଚଢାଉ କରି ବେଆଇନ ଚୋରା ଚାଲାଣ ଗଞ୍ଜେଇ ଜବତ କରିବା ସହ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟର କାଇମୁର୍ ଜିଲ୍ଲାର ପ୍ରଦୀପ କୁମାର (୨୩), ଅଙ୍କୁଶ କୁମାର(୨୩) ଓ ରାଜ୍ୟ ଉତ୍ତରପ୍ରଦେଶ ଜିଲ୍ଲା ଘାଜିପୁର ଥାନା ଭିର୍ଣ୍ଣ ଅଞ୍ଚଳର ଧର୍ମେନ୍ଦ୍ର ଯାଦବ(୨୬)। ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ଅବକାରୀ ବିଭାଗ ଇନ୍ସପେକ୍ଟର ଦୃଵାଦଳ ବିଶ୍ଵାଳ ଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ମାନେ ଲଇଣ୍ଡାମାଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉକ୍ତ ତିନି ଅଭିଯୁକ୍ତ ମାନଙ୍କୁ ସନ୍ଦେହ କରି ଯାଞ୍ଚ କରିଥିଲେ। ଏଥିରେ ଅଭିଯୁକ୍ତ ମାନଙ୍କ ପାଖରୁ ୪ ଟି ବସ୍ତାରେ ୭୦ କେଜି ବେଆଇନ ଗଞ୍ଜେଇ ଜବତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି…
ନୂଆଦିଲ୍ଲୀ: ପବିତ୍ର ଚୈତ୍ର ନବରାତ୍ରିକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ଶାମଲିରେ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାରେ ମନ୍ଦିର ଚାରିପାଖରେ ମାଂସ ଦୋକାନ ବନ୍ଦ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି। ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେବା ପାଇଁ ପ୍ରଶାସନ ମନ୍ଦିରର ୫୦୦ ମିଟର ମଧ୍ୟରେ ସମସ୍ତ ମାଂସ ଦୋକାନକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣା ଶାମଲି ସଦର କୋତୱାଲି ଅଞ୍ଚଳରେ ଘଟିଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ପରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ମୋଡରେ ଅଛି। କୋତୱାଲି ପୋଲିସ ଏକ ବଡ ପୋଲିସ ଫୋର୍ସ ସହିତ, ଅଞ୍ଚଳରେ ଏକ ଫ୍ଲାଗ ମାର୍ଚ୍ଚ କରିଥିଲା ଏବଂ ମନ୍ଦିରକୁ ଯାଉଥିବା ପ୍ରମୁଖ ରାସ୍ତାରେ ଥିବା ମାଂସ ଦୋକାନଗୁଡ଼ିକୁ ବନ୍ଦ କରିଥିଲା। ପୋଲିସ କର୍ମଚାରୀମାନେ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଥିଲେ ଏବଂ ଦୋକାନୀମାନଙ୍କୁ ନିୟମ ପାଳନ…
ଭୁବନେଶ୍ୱର: ଦୀର୍ଘ ଦିନର ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଏବଂ ଏହି ଅଞ୍ଚଳରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ହରିଶ୍ଚନ୍ଦ୍ରପୁରମ ପିଏଚ୍, ମନ୍ଦାସା ରୋଡ୍ ଏବଂ ପାତପଟନମ୍ ରେଳ ଷ୍ଟେସନରେ ପରୀକ୍ଷାମୂଳକ ଭାବରେ କିଛି ଯାତ୍ରୀବାହୀ ପାସେଞ୍ଜର ଏବଂ ଏକ୍ସପ୍ରେସ୍ ଟ୍ରେନ ଗୁଡିକର ରହଣି ପାଇଁ ଅନୁମୋଦନ କରିଛି। ଏହି ଅତିରିକ୍ତ ରହଣିଗୁଡ଼ିକ ନିକଟବର୍ତ୍ତୀ ଅଞ୍ଚଳରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଯାତ୍ରା ସୁବିଧା ଏବଂ ସୁଗମ୍ୟତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ୨୦ ମାର୍ଚ୍ଚ ୨୦୨୬ ଠାରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ରହଣି ଗୁଡିକର ବିବରଣୀ ନିମ୍ନରେ ଦିଆଗଲା: ୧- ଟ୍ରେନ ନମ୍ବର ୫୮୫୦୬ ବିଶାଖାପାଟଣା – ଗୁଣୁପୁର ପାସେଞ୍ଜର ହରିଶ୍ଚନ୍ଦ୍ରପୁରମ୍ ପି ଏଚରେ ସକାଳ ୦୮:୩୩ ରେ ପହଞ୍ଚିବ ଏବଂ ସକାଳ ୦୮:୩୪ ରେ ପ୍ରସ୍ଥାନ କରିବ। ସେହିପରି ଫେରିବା ଦିଗରେ, ଟ୍ରେନ ନମ୍ବର ୫୮୫୦୫ ଗୁଣୁପୁର – ବିଶାଖାପାଟଣା ପାସେଞ୍ଜର…
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ଏବଂ ସଞ୍ଜୟ ଦତ୍ତଙ୍କ ଫିଲ୍ମ “କେଡି: ଦି ଡେଭିଲ୍” ର “ସରକେ ଚୁନର୍ ତେରି ସରକେ” ଗୀତଟି ବିବାଦରେ ଫସିଯାଇଛି। ମୁସଲିମ ପର୍ସନାଲ ଦାରୁଲ ଇଫ୍ତା ମଧ୍ୟ ଏହି ବିବାଦୀୟ ଗୀତର ବିରୋଧ ପ୍ରକାଶ କରିଛି ଏବଂ ତାଙ୍କର ବିବାଦୀୟ ଗୀତ ପାଇଁ ନୋରା ଫତେହିଙ୍କ ବିରୋଧରେ ଫତୱା ଜାରି କରିଛି। ମୁସଲିମ ପର୍ସନାଲ ଦାରୁଲ ଇଫ୍ତାର ଶଫି ମୁଖ୍ୟ ମୁଫତି ମୌଲାନା ଚୌଧୁରୀ ଇଫ୍ରାହିମ୍ ହୁସେନ ଗୀତରେ ଦର୍ଶାଯାଇଥିବା କଥିତ ଆପତ୍ତିଜନକ ଏବଂ ଅଶ୍ଳୀଳ ନୃତ୍ୟ ସମ୍ପର୍କରେ ଏକ ଫତୱା ଜାରି କରିଛନ୍ତି। ସେ କହିଛନ୍ତି ଯେ, ଏପରି ବିଷୟବସ୍ତୁକୁ ସାଧାରଣରେ ବିରୋଧ କରାଯାଉଛି ଏବଂ ଜାତୀୟ ମହିଳା କମିଶନ (NCW) ମଧ୍ୟ ଏହି ମାମଲାରେ ଏକ ନୋଟିସ୍ ଜାରି କରିଛି। ଫତୱାରେ କୁହାଯାଇଛି ଯେ, “ଦି ଡେଭିଲ୍” ଫିଲ୍ମର ଏକ ଗୀତରେ ଆପତ୍ତିଜନକ ଏବଂ ଅଶ୍ଳୀଳ ନୃତ୍ୟର ରିପୋର୍ଟ ସମ୍ପ୍ରତି ସାମ୍ନାକୁ…

