Author: SM Network

ନୂଆଦିଲ୍ଲୀ: କ୍ରିକେଟ୍ ଜଗତରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ଦ୍ରୁତ ବୋଲର ଜହିର ଖାନ ପିତା ହୋଇଛନ୍ତି। ଯାହା ସେ ନିଜେ ନିଶ୍ଚିତ କରିଛନ୍ତି। ୪୬ ବର୍ଷୀୟ ପୂର୍ବତନ କ୍ରିକେଟର ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ସାଗାରିକା ଘାଟଗେଙ୍କ ସହ ଏକ ଚିତ୍ର ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ନବଜାତ ଶିଶୁ ତାଙ୍କ ସହିତ ଦେଖିବାକୁ ମିଳୁଛି। ଫଟୋ କ୍ୟାପସନରେ ସେ ଶିଶୁର ନାମ ମଧ୍ୟ ପ୍ରକାଶ କରିଛନ୍ତି। ଯେଉଁଥିରେ ଲେଖା ଅଛି ଯେ, ‘ଭଗବାନଙ୍କ ପ୍ରେମ ଏବଂ ଆଶୀର୍ବାଦ ସହିତ ଆମେ ଆମର ପ୍ରିୟ ନବଜାତ ଶିଶୁ (ଫତେହ ସିଂ ଖାନ) କୁ ସ୍ୱାଗତ କରୁଛୁ।’ ଜହିର ଖାନଙ୍କ ଏହି ପୋଷ୍ଟ ସହିତ ସୁନ୍ଦର ଦମ୍ପତି ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏଠାରେ ସେ କେବଳ କ୍ରୀଡା ଜଗତରୁ ନୁହେଁ ବରଂ ବଲିଉଡ ଜଗତରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ଜହିର…

Read More

ନୂଆଦିଲ୍ଲୀ: ତାମିଲନାଡୁର AIADMK ମଙ୍ଗଳବାର ଦିନ ଘୋଷଣା କରିଛି ଯେ, ଆସନ୍ତା ବର୍ଷ ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ଯୋଜନାକୁ ପଣ୍ଡ କରି ରାଜ୍ୟରେ ଯଦି ମେଣ୍ଟ ନିର୍ବାଚନ ଜିତେ, ତେବେ ‘ମେଣ୍ଟ ସରକାର’ ହେବ ନାହିଁ। AIADMK ମୁଖ୍ୟ ଏଡପାଦୀ କେ ପଲାନିସ୍ୱାମୀ (ଇପିଏସ୍) କହିଛନ୍ତି ଯେ, ତାମିଲ ଦଳ ଏକ ମେଣ୍ଟ ସରକାର ଗ୍ରହଣ କରିବେ ନାହିଁ ଏବଂ ବିଜେପି ସହ ମେଣ୍ଟ କେବଳ ନିର୍ବାଚନ ପାଇଁ ଅଟେ। ଇପିଏସ୍ ଙ୍କ ମନ୍ତବ୍ୟରୁ ଜଣାପଡିଛି ଯେ, ତାମିଲ ଦଳ ଏକ ମେଣ୍ଟ ସରକାର ଚାହୁଁନାହାଁନ୍ତି ଏବଂ କେବଳ ବିଜେପି ସହ ମେଣ୍ଟ ଭାବେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କିଛି AIADMK ନେତା ବିଜେପି ସହ ମେଣ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ଖବର ଆସିଛି। ଏହି ଅସନ୍ତୋଷର କାରଣ ୨୦୧୯ ବିଧାନସଭା ଏବଂ ୨୦୨୪ ଲୋକସଭା ନିର୍ବାଚନରେ ​​ଖରାପ ରେକର୍ଡରୁ…

Read More

ନୂଆଦିଲ୍ଲୀ: 2024-25 ଆର୍ଥିକ ବର୍ଷରେ ଆମେରିକା କ୍ରମାଗତ ଚତୁର୍ଥ ଥର ପାଇଁ ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାରୀ ହୋଇ ରହିଛି। ସରକାରୀ ତଥ୍ୟ ଦର୍ଶାଇଛି ଯେ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ 131.84 ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ 99.2 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଚୀନ୍ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ: ଗତ ଆର୍ଥିକ ବର୍ଷରେ ଚୀନ୍‌କୁ ଭାରତର ରପ୍ତାନି 14.5 ପ୍ରତିଶତ ହ୍ରାସ ପାଇ 14.25 ବିଲିୟନ ଡ଼ଲାରରେ ପହଞ୍ଚିଛି, 2023-24 ମସିହାରେ ଏହା 16.66 ବିଲିୟନ ଡ଼ଲାର ଥିଲା। ତେବେ 2024-25 ମସିହାରେ ଚାଇନାରୁ ଆମଦାନୀ 11.52 ପ୍ରତିଶତ ବୃଦ୍ଧି ହୋଇ 113.45 ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଗତ ଆର୍ଥିକ ବର୍ଷରେ ଚୀନ୍ ସହିତ ବାଣିଜ୍ୟ ନିଅଣ୍ଟ ପ୍ରାୟ 17% ବୃଦ୍ଧି ହୋଇ 99.2 ବିଲିୟନ ଡ଼ଲାରରେ ପହଞ୍ଚିଛି,…

Read More

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ୍ ବି.ଆର ଗବଇଙ୍କୁ ପରବର୍ତ୍ତୀ CJI ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରିଛନ୍ତି। ସେ ମଇ ୧୪ ତାରିଖ ୨୦୨୫ରେ ଦେଶର ୫୨ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର CJI ସଞ୍ଜୀବ ଖାନ୍ନା ମେ ୧୩ ତାରିଖରେ ଅବସର ନେବେ। ବିଆର ଗବଇ ଅନୁସୂଚିତ ଜାତିରୁ ଆସିଥିବା ଦ୍ୱିତୀୟ ପ୍ରଧାନ ବିଚାରପତି ହେବେ, ତାଙ୍କ ପୂର୍ବରୁ CJI କେଜି ବାଲାକ୍ରିଷ୍ଣନ୍ ମଧ୍ୟ ଅନୁସୂଚିତ ଜାତିର ଥିଲେ। ଜଷ୍ଟିସ୍ ବି.ଆର ଗବଇ କାର୍ଯ୍ୟଭାର ଗ୍ରହଣ କରିବା ପରେ ୬ ମାସ ପାଇଁ CJI ହେବେ ଏବଂ ନଭେମ୍ବର ୨୦୨୫ ରେ ଅବସର ନେବେ। ଜଷ୍ଟିସ୍ ବି.ଆର ଗବଇ ମହାରାଷ୍ଟ୍ରର ଅମ୍ରାବତୀରୁ ଆସିଛନ୍ତି। ସେ ୧୯୮୫ ମସିହାରେ ଓକିଲ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ସେତେବେଳେ ସେ ମହାରାଷ୍ଟ୍ରର ପୂର୍ବତନ ଆଡଭୋକେଟ୍ ଜେନେରାଲ୍…

Read More

ନୂଆଦିଲ୍ଲୀ: ୱାକଫ ସଂଶୋଧନ ଅଧିନିୟମ ସମ୍ପର୍କରେ ବ୍ୟାପିଥିବା ଗୁଜବ ତଥା ଦ୍ଵନ୍ଦ୍ଵକୁ ଦୂର କରିବା ପାଇଁ ଉତ୍ତରପ୍ରଦେଶ ସରକାର ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ହୋଇଛନ୍ତି। ଏପ୍ରିଲ ୧୯ ତାରିଖରୁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ଜନସଚେତନତା ଅଭିଯାନ ଆରମ୍ଭ ହେବ, ଯେଉଁଥିରେ ବିଜେପି କର୍ମୀ, ପଦାଧିକାରୀ ଏବଂ ସରକାରୀ ପ୍ରତିନିଧିମାନେ ଘର ଘରକୁ ଯାଇ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ନିକଟରେ ପହଞ୍ଚିବେ। ଏହି ସମୟରେ ଜନସଚେତନତା ସୃଷ୍ଟି କରିବା ସହିତ କହିବେ ଯେ, ଏହି ନିୟମ ମୁସଲମାନ ବିରୋଧୀ ନୁହେଁ, ବରଂ ଗରିବ ଏବଂ ମୁସଲମାନ ସମ୍ପ୍ରଦାୟର ହିତରେ ଅଟେ। ଏହି ସମୟରେ ଏହି ବିଲକୁ ନେଇ ବିରୋଧୀମାନେ ସୃଷ୍ଟି କରିଥିବା ଦ୍ଵନ୍ଦ୍ଵକୁ ଦୂର କରିବା ସହିତ ଏହାର ଉପକାରିତା ଉପରେ ଜନସାଧାରଣଙ୍କୁ ବିଜେପି କହିବ ବୋଲି ଜଣାପଡିଛି।

Read More

ଭୁବନେଶ୍ଵର: ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯେଉଁଥି ପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା। ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ପୁଣି ଫେରିଛି ଓଡିଶାର ୧ ନମ୍ବର ରିଆଲିଟି ସୋ ‘ରଜ କୁଇନ୍’। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ…

Read More

ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ସନ୍ନି ଦେଓଲ, ରଣଦୀପ ହୁଡା ଏବଂ ଭିନୀତ କୁମାର ସିଂଙ୍କ ବଲିଉଡ ଫିଲ୍ମ ‘ଜାଟ’ ବିବାଦ ଭିତରକୁ ଆସିଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ତୀବ୍ର ବିରୋଧ କରିଛି। ଏହି ଦୃଶ୍ୟରେ ରଣଦୀପ ହୁଡାଙ୍କୁ ଚର୍ଚ୍ଚର ପବିତ୍ର ମଞ୍ଚ ଉପରେ ରଖାଯାଇଥିବା କ୍ରସ ତଳେ ଛିଡ଼ା ହୋଇଥିବାବେଳେ କିଛି ଲୋକ ତଳେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟରେ ଅଭିନେତାମାନେ ମଧ୍ୟ ଗୁଣ୍ଡାଗର୍ଦ୍ଦିରେ ଲିପ୍ତ ରହି ଚର୍ଚ୍ଚ ଭିତରେ ଧମକ ଦେଉଥିବାର ନଜର ଆସିଛନ୍ତି। ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଏହାକୁ ଅତ୍ୟନ୍ତ ଆପତ୍ତିଜନକ ମନେ କରିଛନ୍ତି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରତିନିଧୀଙ୍କ ଅନୁଯାୟୀ, ଏହି ଦୃଶ୍ୟ ସେମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି ଏବଂ ଚର୍ଚ୍ଚର ସବୁଠାରୁ ପବିତ୍ର ସ୍ଥାନ – ମଞ୍ଚ ପ୍ରତି ଅପମାନ ଅଟେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଦୃଶ୍ୟ ଭାରତରେ ଖ୍ରୀଷ୍ଟିଆନ ଧର୍ମକୁ…

Read More

ନୂଆଦିଲ୍ଲୀ: ଆଇପିଏଲ୍ 2025 ର 32 ତମ ମ୍ୟାଚ୍ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଲଗାତାର 4 ଟି ମ୍ୟାଚ୍ ଜିତିବା ପରେ ଅକ୍ସର ପଟେଲଙ୍କ ଦଳ ଦିଲ୍ଲୀ ଗତ ମ୍ୟାଚରେ ସିଜିନର ପ୍ରଥମ ପରାଜୟର ସମ୍ମୁଖୀନ ହୋଇଥିଲେ। ସେପଟେ ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ 6 ଟି ମ୍ୟାଚ ମଧ୍ୟରୁ ମାତ୍ର 2 ଟି ଜିତିଛି, ଆଜି ଜିତିବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଉଭୟ ଦଳର ରେକର୍ଡ, ସମ୍ଭାବ୍ୟ ଏକାଦଶ ଖେଳାଳି, ଏହି ଗ୍ରାଉଣ୍ଡର ଆଇପିଏଲ୍ ରେକର୍ଡ ବିଷୟରେ ଜାଣିବା…. ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ 4 ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଯଦି ଆଜି ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରେ ତେବେ ଦିଲ୍ଲୀ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିବ। ସେପଟେ ରାଜସ୍ଥାନ ରୟାଲ୍ସ ଜିତିବା ପରେ ସପ୍ତମରୁ ଷଷ୍ଠ ସ୍ଥାନକୁ…

Read More

ବାଣପୁର: ଏକ ନାବାଳିକା ଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିବା ସହ ଉତ୍କୃଷ୍ଟ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଗାର ଦଣ୍ଡାଦେଶ ହୋଇଥିବାରୁ ଖୋର୍ଦ୍ଧା ଅବସରପ୍ରାପ୍ତ ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ଦାସ ଏବଂ କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ତଥା ପୂର୍ବତନ ବାଣପୁର ଥାନା ଏସଆଇ ରାଜକିଶୋର ବେହେରାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାଇ.ବି ଖୁରାନିଆ। ସୂଚନା ମୁତାବକ ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଉକ୍ତ ମାମଲାର ତତ୍କାଳୀନ ବାଣପୁର ଥାନା ଏସଆଇ ତଥା ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ରାଜକିଶୋର ବେହେରା ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ତତ୍କାଳୀନ ଖୋର୍ଦ୍ଧା ଅତିରିକ୍ତ ଏସପି (ବର୍ତ୍ତମାନ ଅବସରପ୍ରାପ୍ତ) ସୁରେଶ କୁମାର ଦାସ ମାମଲାକୁ ପରିଚାଳନା କରୁଥିଲେ। ତେବେ ଉଭୟ ଅଧିକାରୀଙ୍କ ଉତ୍କୃଷ୍ଟ ତଦନ୍ତ, ପରିଚାଳନା ଓ ସାକ୍ଷ୍ୟ ପ୍ରମାଣ ବଳରେ…

Read More

ଝାରସୁଗୁଡ଼ା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଝାରସୁଗୁଡ଼ା ଠାରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନା ଅନ୍ତର୍ଗତ ଦ୍ୱିଭାଷୀ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲିଖନ କୌଶଳ ଓ ପଠନ ଗୁଣବତ୍ତାକୁ ବୃଦ୍ଧି କରିବା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ପ୍ରସ୍ତୁତ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ଅଧୀନରେ ଏଭଳି ସାଧୁ ଉଦ୍ୟମ ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ଓଡ଼ିଶାର ପଶ୍ଚିମାଞ୍ଚଳରେ କଥିତ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡାଯିବା ଦିଗରେ ଆଜି ଏକ ନୂଆ ସେତୁବନ୍ଧ ତିଆରି ହୋଇଛି। ‘ସମ୍ବଲପୁରୀ ଭାଷା ଶିକ୍ଷା’ ପୁସ୍ତକ ଦ୍ୱାରା ଆମର ସ୍ଥାନୀୟ ଅଞ୍ଚଳର ପିଲାମାନେ ସମ୍ବଲପୁରୀ – କୋଶଲି ଭାଷାରେ ଓଡ଼ିଆ ବର୍ଣ୍ଣମାଳାର ଧ୍ୱନି, ବର୍ଣ୍ଣ, ଶବ୍ଦ…

Read More

ଭୁବନେଶ୍ଵର: କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମର ବହୁ ପ୍ରତୀକ୍ଷିତ ୱେବ ସିରିଜ୍ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ର ସିଜିନ୍-୨ର ଟ୍ରେଲର ଆଜି ହୋଟେଲ ସ୍ୟାଣ୍ଡିଜ୍ ଟାୱାରରେ ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ରିଳିଜ୍ ହେଇଛି, ଯାହା ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ବଢ଼େଇଦେଇଛି। ଏହି କାର୍ଯ୍ୟକ୍ରମରେ ସିରିଜ୍ ର ଅନ୍ୟ ଷ୍ଟାର୍ କାଷ୍ଟ ଦର୍ଶକଙ୍କ ମଧ୍ୟରେ ରତ୍ସାହ ଭରିଦେଇଥିଲା। କେ. କେ, ଅମନ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ, ରବି ମିଶ୍ର, ଭକ୍ତି, ଉଦିତ୍ ଗୁରୁଙ୍କ ସହ ଦୀପନ୍ବିତ ଦାସମହାପାତ୍ର, ମନମୟ ଦେ, ନିଶାନ୍ତ ମଜିଠିଆ, ଅଙ୍କିତା ଙ୍କ ସମେତ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ, ଦୂରଦୃଷ୍ଟି ପ୍ରଯୋଜିକା ବର୍ଷା ପଟ୍ଟନାୟକ, କଞ୍ଚା ଲଙ୍କାର ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା, ବିଭୁ ପ୍ରସାଦ ରଥ, ଚିତ୍ତରଞ୍ଜନ ନାୟକ, ସିରିଜ୍ ର ଅନ୍ୟ କ୍ରି୍ୟୁ ମେମ୍ବର, ଗଣମାଧ୍ୟମ କର୍ମଚାରୀ ଏବଂ ଓଡ଼ିଆ ମନୋରଞ୍ଜନ ଜଗତର ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସବୁ ସମୟରେ ସମାଜର ହିତ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ‘ଜାଗୋ’ ବହୁବର୍ଷର ଏକ ପଦକ୍ଷେପ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଜାଗୋ ସହାୟକ ହୋଇଛି ବୋଲି କହିଛନ୍ତି ସୋଆର ଉପସଭାପତି ଶାଶ୍ୱତୀ ଦାସ। ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍‌ର ନିକଟବର୍ତୀ ବସ୍ତି ଅଂଚଳରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କୁ ସ୍କୁଲ ବ୍ୟାଗ ଓ ୟୁନିଫର୍ମ ଦେବା ଭଳି କାର୍ଯ୍ୟ କରିଥାନ୍ତି ଟିମ୍ ଜାଗୋର ଛାତ୍ରଛାତ୍ରୀ। ଏହି ପରିପ୍ରେକ୍ଷୀରେ ୨୦୦୭ ମସିହାରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଏବେ ବିଶ୍ୱବିଦ୍ୟାଳୟର ସବୁ କ୍ୟାମ୍ପସ୍‌ର ଛାତ୍ରଛାତ୍ରୀମାନେ ଆପଣାଇଛନ୍ତି। ଏହା ଖୁବ ଆନନ୍ଦର ବିଷୟ ବୋଲି କହିଛନ୍ତି ଶ୍ରୀମତି ଦାସ। ଶନିବାର ‘ସୋଆ ଜାଗୋ ଟ୍ୟାଲେଂଟ ହଂଟ’ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ…

Read More

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ଦେଲେ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବା ଇନସେଣ୍ଟିଭ। ଏହି ଅର୍ଥ ଓମଫେଡ୍ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ସେପ୍ଟେମ୍ବର ୨୦୨୪ ରୁ ଫେବୃଆରୀ ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି। ସାଧାରଣତଃ ସେପ୍ଟେମ୍ବରରୁ-ଫେବୃଆରୀ ୬ ମାସ ହେଉଛି ଦୁଗ୍ଧର ତିରୋଟ ସମୟ ବା ଦୁଗ୍ଧ ଉତ୍ପାଦନ କମ୍ ହୋଇଥାଏ। ଏହି ସମୟରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଓମଫେଡ୍ ପକ୍ଷରୁ ଲିଟର ପିଛା ୧ ରୁ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଓମଫେଡକୁ ଆର୍ଥିକ ସହାଯତା ଯୋଗାଇ…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ୍‌-୨୦୨୫ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି ଯୋଗ ଦେଇ ଚାମ୍ପିୟନ ହୋଇଥିବା ପଞ୍ଜାବ (ପୁରୁଷ) ଓ ସିଆରପିଏଫ (ମହିଳା) ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହା ସହ ରନର୍ସ ଅପ୍ ହୋଇଥିବା ସିଆରପିଏଫ (ପୁରୁଷ) ଓ ଏସଏସବି(ମହିଳା) ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଆଇଟିବିପି (ପୁରୁଷ ) ଓ ଓଡିଶା ପୋଲିସ (ମହିଳା) ଦଳକୁ ମଧ୍ୟ ରାଜ୍ୟପାଳ ଟ୍ରଫି ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆଜି ସନ୍ଧ୍ୟା ସମୟରେ ପୁରୁଷ ବର୍ଗରେ ପଞ୍ଜାବ ଓ ସିଆରପିଏଫ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପଞ୍ଜାବ, ସିଆରପିଏଫ ପୋଲିସ ଦଳକୁ ୨- ୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜେତା ହୋଇଛି। ସେହିପରି ମହିଳା ବର୍ଗରେ ଏସଏସବି ଓ ସିଆରପିଏଫ ମଧ୍ୟରେ ଫାଇନାଲ…

Read More

ମେଷ: – ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା । ଲଜ୍ଜିତ ହୁଅନ୍ତୁ ନାହିଁ । ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କଠିନ ପରିଶ୍ରମ ଅଧିକ ହେବ । ମିଥୁନ: –…

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରମୁଖ କାର୍ମିକ ଅଧିକାରୀ ଏଲ.ଭୀ.ଏସ.ଏସ. ପାତ୍ରୁଡୁ ସଂଯୋଜନା କରିଥିଲେ। ଆମ୍ବେଦକର ଜୟନ୍ତୀ ଅବସରରେ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର, ୱାଲଟିୟର ଓ ରାୟଗଡା ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Read More

ଭୁବନେଶ୍ଵର: ଗତ ରବିବାର ସନ୍ଧ୍ୟା ୧୩ ଏପ୍ରିଲ ୨୦୨୫ ଉତ୍କଳ ମଣ୍ଡମ ଠାରେ ୭୭ ତମ ଭୁବନେଶ୍ଵର ରାଜଧାନୀ ପ୍ରତିଷ୍ଠା ଦିବସ ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ‘ଏକଡାଳିଆ’ ଗ୍ରାମର ଡକ୍ଟର ଶଶାଙ୍କ ଶେଖର ସ୍ୱାଇଁ ‘ରାଜଧାନୀ ଗୌରବ ସମ୍ମାନ-୨୦୨୫ (ବୈଜ୍ଞାନିକ ବର୍ଗରେ)’ ଓଡିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତୀଙ୍କ ଠାରୁ ସମ୍ମାନିତ ହୋଇଛନ୍ତି। ପ୍ରକାଶ ଥାଉକି ପ୍ରତିବର୍ଷ ଭୁବନେଶ୍ଵର ରାଜଧାନୀ ପ୍ରତିଷ୍ଠା ଦିବସ ରେ ବିଭିନ୍ନ ବର୍ଗରେ ୧୩ ଜଣ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ତାଙ୍କର ଅଭିନବ ଏବଂ ଉଚ୍ଚକୋଟୀର ଗବେଷଣା ପାଇଁ ‘ଚିକିତ୍ସା ଗବେଷଣା’ ବର୍ଗରେ ୨୦୨୫ ବର୍ଷ ପାଇଁ ଏହି ପ୍ରତିଷ୍ଠିତ ପୁରସ୍କାର ପାଇ ବାଣପୁର ମାଟି ପାଇଁ ଗର୍ବ ଆନିଦେଇଛନ୍ତି। ଜୀବନର ସମସ୍ତ ପରିସ୍ଥିତିରେ ଗବେଷଣାର ଭିତ୍ତିଭୂମି ସ୍ଥାପନ, ସମର୍ଥନ ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ, ପରିବାର, ମାର୍ଗଦର୍ଶକ, ଶୁଭେଚ୍ଛାକାରୀ ଙ୍କୁ  ଏହି…

Read More

ନବରଙ୍ଗପୁର: ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଣ ଭଳି ଲୋକଆଭିମୁଖୀ ଯୋଜନାର ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ଓ ଖାମ ଖିଆଲି ମନୋଭାବ ପୋଷାଣକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରକାଶ କରିଛନ୍ତି। ଠିକ ରୂପେ କାର୍ଯ୍ୟ କଲେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା ବିରୁଦ୍ଧରେ ଆଇନ ମୁତାବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ବିଶେଷତଃ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ହରଘର ଜଲ, ଜଲ ଜୀବନ ମିଶନ ଯୋଜନା ସମ୍ପର୍କ ରେ ଆଲୋଚନା ହେବା ସହ ପ୍ରକଳ୍ପ ଗୁଡିକ ର ଅଗ୍ରଗତି ନେଇ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅର୍ନ୍ତଗତ ବାଦପଲୀ ଗ୍ରାମର ରେ ପାରିବାରିକ ଗଣ୍ଡଗୋଳକୁ ନେଇ ବଡ଼ଭାଇ କୈଳାଶ ରାଉତ ସାନଭାଇ ଲିପୁନ୍ ରାଉତକୁ ହାତ ଗୋଡ଼ ବାନ୍ଧି ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲିପୁନ୍ ର ଶବକୁ ଉଦ୍ଧାର କରି ବଡ଼ଭାଇ ଓ ଭାଉଜକୁ ଥାନାରେ ରଖି ଜେରା କରୁଛି। ସୁଚନା ଅନୁଯାୟୀ ମୃତ ଲିପୁନ୍ କୌଣସି ମାମଲାରେ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଥିଲା ଓ ୪ ମାସ ପରେ ଜେଲ୍ ରୁ ଆସିବା ପରେ ବଡ଼ଭାଇ ସହ ସମ୍ପତ୍ତି ଭାଗବଣ୍ଟା ଓ ପାରିବାରିକ ଗଣ୍ଡଗୋଳକୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ବଡ଼ଭାଇ କୈଳାଶ ଲିପୁନ୍ କୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।

Read More

ଭୁବନେଶ୍ଵର: ଶ୍ରୀକ୍ଷେତ୍ର ପୁରୀର ସାହିଯାତ ବେଶ ନିଆରା ଓ ଐତିହ୍ୟପୂର୍ଣ୍ଣ। ପୁରୀର ସାହିଯାତ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ହୋଇ ରହିଥିବା ବେଳେ ଏଠାରେ ଥିବା ବିଭିନ୍ନ ସାହି, ଆଖଡ଼ା, ଜାଗା ଘର, କୋଟ ବେଶ ପୁରାତନ ଓ ପ୍ରାଚୀନ। ତେବେ ଏହି ପ୍ରାଚୀନ ସଂସ୍କୃତି ପରମ୍ପରାକୁ ଏବେ ବି ବିଭିନ୍ନ ସାହିର ଯାଗା ଆଖଡ଼ା ମାନେ ବଜାୟ ରଖିଥିବା ନେଇ ବେଶ ପ୍ରଂଶସା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଏକ ପୁରାତନ ସଂସ୍କୃତି ସମ୍ପନ୍ନ ଯାତ୍ରାରେ ସାମିଲ ହୋଇ ସେ ନିଜକୁ ଧନ୍ୟ ମନେ କରିଥିବା ବେଳେ ସାହି ଭେଣ୍ଡିଆ ମାନଙ୍କର କଳା ନୌପୁଣ୍ୟ ଦେଖି ବିଭୋର ହୋଇଥିଲେ। ସେହିପରି ଓଡ଼ିଆର ସାହିତ୍ୟ ସଂସ୍କୃତି ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ପୁରୀର ଏହି ସାହିଯାତରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିବା ବେଳେ ଏଭଳି କଳା ସଂସ୍କୃତିକୁ ଆଗକୁ କିଭଳି…

Read More

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲୀ ଛକ ନିକଟରେ ଆଜି ଚିତ୍ରକୋଣ୍ଡା ବ୍ଲକର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ନିକଟରୁ ଭିଜିଲାନ୍ସ ୫ ଲକ୍ଷ ୭ ହଜାର ଟଙ୍କା ଜବତ କରି ଅଟକ ରଖିଥିବା ଜଣାପଡିଛି। ଏକ କାରରେ ଲିଫ୍ଟ ମାଗି ଚିତ୍ରକୋଣ୍ଡାରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ତାଙ୍କ ନିକଟରୁ ବିପୁଳ ଟଙ୍କା ଜବତ କରି ସମ୍ପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ପରେ ଭୁବନେଶ୍ୱର ଓ ଚିତ୍ରକୋଣ୍ଡା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଇଥିଲା। ଏହି ସମୟରେ ଭୁବନେଶ୍ୱର ବାସଭବନରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୋଟ ୧୮ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଏତେ ଅର୍ଥ କେଉଁଠାରୁ ଆସିଲା ତାହାର ଉତ୍ତର ସନ୍ତୋଷଜନକ ମିଳିନଥିବା ଭିଜିଲାନ୍ସ…

Read More