Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ
ଆଜିର ଖବର

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
4 MoUs Signed at World Skill Center to Boost Odisha Skill Development
4 MoUs Signed at World Skill Center to Boost Odisha Skill Development

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ ଶିଳ୍ପ ଆବଶ୍ୟକତା ସହ ଯୋଡିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।

ସମାବେଶକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କର ମୁଖ୍ୟ ପ୍ରାଥମିକତା। ଭିତ୍ତିଭୂମି ଶିଳ୍ପ ଗଢେ, ହେଲେ ଦକ୍ଷତା ହିଁ ମାନବ ସମ୍ବଳକୁ ସମୃଦ୍ଧ କରେ ଯାହା ସେହି ଶିଳ୍ପକୁ ବଢ଼ାଇବା ପାଇଁ ଆବଶ୍ୟକ। ଏଥିସହ ସେ କହିଥିଲେ ଯେ, ଦକ୍ଷତା ବିକାଶ କେବଳ ଏକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ନୁହେଁ; ଏହା ଏକ ମୁଖ୍ୟ ଅର୍ଥନୈତିକ ରଣନୀତି ଯାହା ସାମଗ୍ରିକ ବିକାଶ କରିବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ଏହାସହ ରାଜ୍ୟର ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ଯୁବପିଢିଙ୍କୁ ଭବିଷ୍ୟତ ଉପଯୋଗୀ ଦକ୍ଷତାରେ ସଶକ୍ତ କରିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ କହିଛନ୍ତି।

ଟାଟା ଟେକ୍ନୋଲୋଜି ସହିତ ସହଭାଗିତାରେ ଓଡ଼ିଶାର ୨୨ଟି ସରକାରୀ ଆଇ.ଟି.ଆଇକୁ ୭୭୯ କୋଟି ଟଙ୍କା ବ୍ୟୟରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଭାବେ ଉନ୍ନିତ କରାଯିବ। ଚୁକ୍ତିନାମା ଅନୁଯାୟୀ, ଓଡ଼ିଶା ସରକାର, ପ୍ରକଳ୍ପ ଖର୍ଚ୍ଚର ୧୪ ପ୍ରତିଶତ ବହନ କରିବେ ଏବଂ ଟାଟା ଟେକ୍ନୋଲୋଜି ପ୍ରାୟ ୮୬ ପ୍ରତିଶତ ଅବଦାନ ଦେବେ। ଏହି ଆଇ.ଟି.ଆଇ ଗୁଡ଼ିକରେ ଅତ୍ୟାଧୁନିକ ପରୀକ୍ଷାଗାର ଏବଂ ଶିଳ୍ପ ଉପଯୋଗୀ ଆଧୁନିକ ଯନ୍ତ୍ରପାତି ସ୍ଥାପନ କରାଯିବ। ଯାହା ଆଧୁନିକ ଶିଳ୍ପ ମାନଦଣ୍ଡ ସହ ସମକକ୍ଷ ତାଲିମ ଭିତ୍ତିଭୂମି ପ୍ରଦାନ କରିବ । ଉତ୍କର୍ଷ କେନ୍ଦ୍ରଗୁଡିକରେ ଅଟୋ ମୋବାଇଲ୍ ଯଥା ବୈଦ୍ୟୁତିକ ଯାନବାହାନ, ଡିଜାଇନ୍ ଓ ଯାଞ୍ଚ ଉପକରଣ, ୩ଡି ପ୍ରିଣ୍ଟିଂ, ରୋବୋଟିକ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ଆଧୁନିକ ମାନୁଫାକ୍ଚରିଂ, ଉନ୍ନତ ସି.ଏନ.ସି ଓ ଭି.ଏମ.ସି ମେସିନିଂ ଏବଂ ପ୍ରୋସେସ୍ କଣ୍ଟ୍ରୋଲ୍ ପରି ଉଦୀୟମାନ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବ। ଟାଟା ଟେକ୍ନୋଲୋଜି ୫ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷକ ନିୟୋଜନ, ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଏବଂ ନିଯୁକ୍ତି କ୍ଷେତ୍ରରେ ସହାୟତା ପ୍ରଦାନ କରିବ।

ଏହି ଅବସରରେ ଅନ୍ୟ ତିନୋଟି ବୁଝାମଣାପତ୍ର ମଧ୍ୟ ବିନିମୟ ହୋଇଥିଲା। ୟୁନିସେଫ ସହ ସହଭାଗିତାରେ ‘ୟୁଥ୍ ହବ୍’ ପ୍ଲାଟଫର୍ମ ମାଧ୍ୟମରେ ୨ହଜାରରୁ ଅଧିକ ଛାତ୍ରୀଙ୍କୁ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ ଏବଂ ନିଯୁକ୍ତିରେ ସହାୟତା କରାଯିବ। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ କାୱାସାକି ରୋବୋଟିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ସହଭାଗୀତାରେ ରୋବୋଟିକ୍ସ, ଅଟୋମେସନ୍ ଏବଂ ‘ଇଣ୍ଡଷ୍ଟ୍ରି ୪.୦’ ଟେକ୍ନୋଲୋଜି କ୍ଷେତ୍ରରେ ଯୁବପିଢ଼ିଙ୍କୁ ଦକ୍ଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ ଆତ୍ରେୟ ଗ୍ଲୋବାଲ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ହୋଇଥିବା ଆଉ ଏକ ବୁଝାମଣାପତ୍ର ଦ୍ୱାରା ଜର୍ମାନୀ ଏବଂ ଅନ୍ୟ ୟୁରୋପୀୟ ଦେଶରେ ନିଯୁକ୍ତି ପାଇଁ ଭାଷା ପ୍ରଶିକ୍ଷଣ ଏବଂ ବିଦେଶୀ ନିଯୁକ୍ତି ସୁବିଧା ପ୍ରଦାନ କରିବ।

କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂ ପୁନିଆ, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ ସିଂ ରାଠୋର, ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ରଶ୍ମି ମହାପାତ୍ର, କାୱାସାକି ରୋବୋଟିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ହିରୋଶି ମିୟାକେ, ୟୁନିସେଫ୍ ଓଡ଼ିଶା କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାନ୍ତ ଦାଶ, ଆତ୍ରେୟ ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ଏବଂ ଟାଟା ଟେକ୍ନୋଲୋଜିଜ ଗ୍ଲୋବାଲ୍ ଡେଲିଭରୀ ମୁଖ୍ୟ, ୟତେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

MoUs Signed Odisha Skill Development world skill center
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଉଚ୍ଛେଦ !

June 11, 2026

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026
Latest News

ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଉଚ୍ଛେଦ !

June 11, 2026

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.