ସ୍ୱାସ୍ଥ୍ୟ ଟିପ୍ସ: ଗ୍ରୀଷ୍ମ ଋତୁରେ କଞ୍ଚା ପଣସକୁ ପାରିବା ଭାବରେ ବ୍ୟବହାର କରାଯାଏ। କିଛି ଲୋକ କଞ୍ଚା ପଣସକୁ ବହୁତ ପସନ୍ଦ କରନ୍ତି। କାରଣ କଞ୍ଚା ପଣସର ସ୍ୱାଦ ବହୁତ ଭଲ। ଯଦିଓ କିଛି ଲୋକ କଞ୍ଚା ପଣସର ସ୍ୱାଦ ପସନ୍ଦ କରନ୍ତି ନାହିଁ। କିଛି ଲୋକଙ୍କୁ କଞ୍ଚା ପଣସର ସ୍ଵାଦ ମଟନ୍ ପରି ଲାଗିଥାଏ। କଞ୍ଚା ପଣସ ହେଉଛି ଏପରି ଏକ ପରିବା, ଯାହା କେବଳ ସ୍ୱାଦିଷ୍ଟ ନୁହେଁ। ବରଂ ଅନେକ ପୁଷ୍ଟିକର ଖାଦ୍ୟରେ ମଧ୍ୟ ପରିପୂର୍ଣ୍ଣ। କଞ୍ଚା ପଣସରୁ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରାଯାଏ। ଯେକୌଣସି ଶରୀରରେ ପୁଷ୍ଟିକର ଖାଦ୍ୟର ଅତ୍ୟଧିକ ଆବଶ୍ୟକତା ରହିଛି, ତେଣୁ କଞ୍ଚା ପଣସ ଖାଇବା ଉଚିତ୍। କେବଳ ଏତିକି ନୁହେଁ, ଆପଣ ମଧ୍ୟ ଜାଣନ୍ତି ଯେ, ଦିନ ଗଡିବା ସହିତ ଉତ୍ତାପ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, କଞ୍ଚା ପଣସ ଖାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ। ବିଶେଷକରି ମଧୁମେହରେ ପୀଡିତ…
Author: SM Network
ନୂଆଦିଲ୍ଲୀ: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସର ଦଳ ମୁହାଁମୁହିଁ ହେବେ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଉଭୟ ଦଳ ମୁକାବିଲା କରିବେ। ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7.30 ରେ ଆରମ୍ଭ ହେବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ (MI) ସିଜିନର ପ୍ରଥମ ବିଜୟକୁ ଅପେକ୍ଷା କରିଛି। ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଗୁଜୁରାଟ ଟାଇଟାନ୍ସ (ଜିଟି) ଠାରୁ ପରାସ୍ତ ହୋଇଛି। କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଏହା ପରେ ସେମାନେ ରାଜସ୍ଥାନ ରୟାଲ୍ସ (ଆରଆର) କୁ ପରାସ୍ତ କରି ସିଜିନର ପ୍ରଥମ ବିଜୟ ପଞ୍ଜିକରଣ କରିଥିଲେ। ଉଭୟ ଦଳର ରେକର୍ଡ କିପରି? ଏହି ମ୍ୟାଚରେ କେଉଁ ଦଳର ପଲ୍ଲା ଭାରି ରହିଛି? ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ…
ନୂଆଦିଲ୍ଲୀ: ଆମେରିକାର ଟ୍ରମ୍ପ ପ୍ରଶାସନ ପୁଣି ଥରେ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନିକଟରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର, ଶାହାବାଜ ସରିଫ, ମରିୟମ ନୱାଜ, ଆଇଏସଆଇ ମୁଖ୍ୟ ତଥା ବୈଦେଶିକ ସଚିବ ହଠାତ୍ ସାଉଦି ଆରବ ଗସ୍ତ କରିଥିଲେ। ଆମେରିକା ଏବଂ ସାଉଦି ଆରବର ଅଧିକାରୀମାନେ ପାକିସ୍ତାନୀ ନେତୃତ୍ୱଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ସମ୍ମୁଖରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛନ୍ତି, ଯେଉଁଥିରେ ଭାରତ, ଚୀନ୍, ଇସ୍ରାଏଲ୍, ଇରାନ ଏବଂ ଆତଙ୍କବାଦ ସହ ଜଡିତ ପ୍ରସଙ୍ଗ ରହିଛି। ଆମେରିକା କହିଛି ଯେ, ଯଦି ପାକିସ୍ତାନ ଏହି ଦାବିକୁ ଗ୍ରହଣ ନକରେ ତେବେ ଜେନେରାଲ ଅସୀମ ମୁନିରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ପାକିସ୍ତାନୀ ସାମ୍ବାଦିକ ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ଆମେରିକା ଚାହୁଁଛି ଯେ ପାକିସ୍ତାନ ଇସ୍ରାଏଲକୁ ସ୍ୱୀକୃତି ଦେଉ ଏବଂ ଯଦି ଗାଜାରେ ଶାନ୍ତି ରକ୍ଷାକାରୀ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ଅଂଶୁଘାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ଗ୍ରୀଷ୍ମ ଋତୁରେ ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ସକାଳ ୧୧ ଘଣ୍ଟାରୁ ଅପରାହ୍ଣ ୩ଘଣ୍ଟା ପର୍ଯ୍ୟନ୍ତ ପଦାକୁ ବାହାରନ୍ତୁ ନାହିଁ, କୋଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ ଥିଲେ ପ୍ରଚୁର ଜଳ, ତୋରାଣି, ପଇଡ ପିଇ ଧଳା ଛତା, ଓଦା ଲୁଗା ମୁଣ୍ଡରେ ପଗଡି ବାନ୍ଧି, ଧଳା ସୁତାଲୁଗା ପରିଧାନ କରି ବାହାରନ୍ତୁ। ପାଣି ବୋତଲ ସାଥିରେ ନିଅନ୍ତୁ। ସୂର୍ଯ୍ୟ ତାପରୁ ଚର୍ମକୁ ରକ୍ଷା ପାଇଁ ନଡ଼ିଆ ତେଲ କିମ୍ବା ଘୃତ କୁମାରୀ ରସ ଦେହରେ ଲଗାନ୍ତୁ। ପିଆଜ, କାକୁଡି, ଖରଭୁଜ ଖାଆନ୍ତୁ, ଗୁଡ଼ ସର୍ବତ ପିଅନ୍ତୁ। ମୁଣ୍ଡ ଘୁରାଇଲେ, ଜିଭ ଶୁଖିଲେ ସର୍ବତ ପିଇ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦକ୍ଷିଣ ଓଡ଼ିଶାରର ସର୍ବବୃହତ୍ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୫ ମସିହା ସ୍ନାତକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି ପୂର୍ବାହ୍ଣରେ ଜାତୀୟ ଐତିହାସିକ ସ୍ମୃତିପୀଠ ‘ଉତ୍କଳ ଆଶ୍ରମ’ ସଭାଗୃହରେ ଏକ ଭବ୍ୟ ଷଷ୍ଟିପୂର୍ତ୍ତି ସମ୍ବର୍ଦ୍ଧନା ଉତ୍ସବ ସୁସ୍ଥ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଶାସନିକ ଭବନର ବରିଷ୍ଠ ବିଭାଗୀୟ ଅଧିକାରୀ ଡଃ ଶଙ୍କର ମାଝୀଙ୍କୁ ପ୍ରାକ୍ତନ ସହାଧ୍ୟାୟୀ, ସହାଧ୍ୟାୟିନୀମାନେ ଉପଢୌକନ, ପ୍ରଶସ୍ତିପତ୍ର ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ଏହି ଉତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରରେ ୧୯୮୫ ବ୍ୟାଚ୍ ସ୍ନାତକ ସହାଧ୍ୟାୟୀ ତଥା ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଉଦ୍ଘାଟକ, ଖ୍ୟାତିପ୍ରାପ୍ତ ଐତିହାସିକ ତଥା ପ୍ରବଚକ ପ୍ରଫେସର୍ ମଦନ ମୋହନ ମହାପାତ୍ର ମୁଖ୍ୟଅତିଥି, ପ୍ରମୁଖ ଯୋଗ…
ନୂଆଦିଲ୍ଲୀ: ୨୦୧୪ ବ୍ୟାଚ୍ ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ପଦରେ ନିଯୁକ୍ତ କରାଯାଇଛି। DoPT ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ନିଧି ତିୱାରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବରେ କାର୍ଯ୍ୟ କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ନିଧି ତେୱାରୀ ୨୦୧୪ ରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟେରୀ ଭାବରେ ତାଙ୍କର ସେବା ପ୍ରଶଂସନୀୟ, ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ନୂତନ ଦାୟିତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଧି ତିୱାରୀଙ୍କ କାର୍ଯ୍ୟ ଭାର ଗୁରୁତ୍ୱପୂର୍ଣ୍ଣ ହେବ। ଏହି ପଦବୀରେ ଥିବାବେଳେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୈନନ୍ଦିନ କାର୍ଯ୍ୟକୁ ସଂଯୋଜନା କରିବା, ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିବା ଏବଂ ବିଭିନ୍ନ ସରକାରୀ…
ନୟାଗଡ଼: ଗତ ୨୦୧୭ ମସିହାରୁ ନୟାଗଡ଼ରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଯାତ୍ରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା କେବଳ ଗୋଟିଏ ମାତ୍ର ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ଥିବାରୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ରହୁଥିଲେ। ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆଉ ଏକ ଅଣ ସଂରକ୍ଷିତ ଟିକେଟ କାଉଣ୍ଟର ନୟାଗଡ଼ ଟାଉନ ଷ୍ଟେସନରେ ଖୋଲିବା ପାଇଁ ରେଳ ବିଭାଗ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା। ଏହି ଅବସରରେ ରେଳ ବିଭାଗ ପକ୍ଷରୁ ଷ୍ଟେସନରେ ଦୁଇଟି ସ୍ୱୟଂ ଚଳିତ ଟିକେଟ ଭେଣ୍ଡିଂ ମେସିନ ସ୍ଥାପନ କରାଯାଇଛି। ଏହା ଦ୍ୱାରା ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଏହି ମେସିନ ସାହାଯ୍ୟରେ ଯାତ୍ରାର ଯଥେଷ୍ଟ ପୂର୍ବରୁ ଅଣ ସରଂକ୍ଷିତ ଟିକେଟ ବୁକିଂ କରିପାରିବେ। ସ୍ଥାପନ କରାଯାଇଥିବା ଏହି ଭେଣ୍ଡିଂ ମେସିନ ଦୁଇଟି…
ଛତ୍ରପୁର: ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଚଳିତ ବର୍ଷ ନୂତନ ଶିକ୍ଷାନୀତି ଆରମ୍ଭ କରିଛନ୍ତି। ଶିଶୁ ଵାଟିକାରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖେଇବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଦିଆଯାଇଛି। ଏହି ଅବସରରେ ଶିଶୁ ବାଟିକାରେ ନାମ ଲେଖେଇବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଛତ୍ରପୁର ପୁତି ଗୋପାଳପୁର ବଡ଼ ସାହି ସ୍ଥିତ କୁନି କୁନି ପିଲାଙ୍କ ଘରକୁ ଯାଇ ବିଦ୍ୟାଳୟ ରେ ଶିଶୁ ବାଟିକାରେ ନାମ ଲେଖାଇବାକୁ ନିମନ୍ତ୍ରଣ ପତ୍ର ପରିବାର ବର୍ଗ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ପରିବାର ସହ ଆଲୋଚନା କରିଥିଲେ ଜିଲ୍ଲାପାଳ। ଆସନ୍ତା ୨ ତାରିଖରେ ବିଦ୍ୟାଳୟରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ସେଠାରେ ନାମ ଲେଖେଇଵାକୁ ଜିଲ୍ଲାପାଳ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ପୌରାଞ୍ଚଳ ଆଙ୍କୋରଡା ଅଞ୍ଚଳର ଦୀପିକା ରାଉଳ ନାମ୍ନୀ ଜଣେ ନବବିବାହିତା ମହିଳା ଶ୍ଵଶୁର ଘରେ ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହିଞ୍ଜିଳି ଥାନା ଅର୍ନ୍ତଗତ କୋଳିଦାସ ପୁର ଗ୍ରାମର ଶଙ୍କର ରାଉଳଙ୍କ ଝିଅ ଦୀପିକା ଗତ ଫେବୃୟାରୀ ୭ ତାରିଖ ଦିନ ହିଞ୍ଜିଳି ଶ୍ୟାମଳାଇ ମନ୍ଦିର ରେ ବୈଦିକ ରୀତିରେ ବାହା ହେଇଥିଲା। କିନ୍ତୁ ବାହା ହେବାର ୧୦ ଦିନ ପରେ ଅଧିକ ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ଆଣିବା ପାଇଁ ଶ୍ଵଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମୃତ ଦୀପିକା ନିଜ ବାପା ଓ ଅଜା କଂଗ୍ରେସ ରାଉତକୁ କହୁଥିଲା ବୋଲି ଅଜା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏହାର କିଛି ଦିନ ପରେ ଦୀପିକା ବିଷପାନ କରି ମର୍ମନ୍ତୁଦ ଅବସ୍ଥାରେ ଶ୍ଵଶୁର ଘରେ ପଡ଼ିଥିବା ବେଳେ ଶ୍ଵଶୁର ଘର ଲୋକେ ତାକୁ ଚିକିତ୍ସା ପାଇଁ ହିଞ୍ଜିଳି…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗାଁ ଦଣ୍ଡ ନାଚ ଯାତ୍ରାରେ ଯାତ୍ରା ଅଧିକାରୀଙ୍କ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ। ଜଗଦୀଶ ପୂର୍ବରୁ ଏହି ଦଣ୍ଡନାଚରେ କାମ କରୁଥିଲେ। ଭୋଗ ପ୍ରସାଦ ସେବନକୁ ନେଇ ଯାତ୍ରା ଅଧିକାରୀ, ତାଙ୍କ ପୁଅଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା। ପରେ ବାପା ଓ ପୁଅ ଦୁହେଁ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଜଗଦୀଶକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାପା ପୁଅକୁ କାବୁ କରିବା ସହ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଦୁଇଟି ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଦୁଇ ଜଣ ଏବଂ ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦାରିଙ୍ଗବାଡ଼ି ଥାନା ଅଧୀନ ଶ୍ରାନିକେତା ପଞ୍ଚାୟତ ପାଙ୍ଗାରାହା ଗ୍ରାମର ଶମ୍ଭୁନାଥ ପ୍ରଧାନ (୨୮) ଓ ମଣ୍ଟୁ ପ୍ରଧାନ (୨୭) ଏବଂ ଏବଂ ଖଜୁରୀପଡ଼ା ଥାନା ଅରାସାହି ଗାଁର ଛଚିନ୍ଦ୍ର ଭୋଇକ ଇଙ୍କ ପୁଅ ମହେଶ୍ଵର (୨୫)। ଅତ୍ୟଧିକ ସ୍ପିଡ ରେ ବାଇକ୍ ଚଳାଉଥିବା ବେଳେ, ସଡ଼କ ଦୁର୍ଘଟଣା ଘଟି ମୃତୁ ହୋଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି।
ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ, ଯୁବବ୍ୟାପାର ଓ କ୍ରୀଡା ଏବଂ ଶ୍ରମ ତଥା ନିଯୁକ୍ତି ବିଭାଗ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ୱରେ, ୨୦୨୫ ମସିହା ଏପ୍ରିଲ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ବିକଶିତ ଭାରତ ଯୁବ ସଂସଦର ଆୟୋଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାରମ୍ପରିକ ଯୁବ ସଂସଦର ନୂତନ କରିକଳ୍ପନା, ଯାହା ଯୁବଗୋଷ୍ଠୀଙ୍କୁ ରାଜନୀତି ଏବଂ ସାର୍ବଜନୀନ ନୀତି ସହିତ ଯୋଡ଼ିବା ତଥା ଶାସନ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଶକ୍ତିଶାଳୀ ମଂଚ ଭାବରେ କାମ କରିବ। କୋଭିଡ୍-୧୯ ପରେ ପ୍ରଥମ ଥର, ସମସ୍ତ ଜିଲ୍ଲା ନୋଡାଲ ରାଉଣ୍ଡ (୩୦୦) ବ୍ୟକ୍ତିଗତ ଭାବେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅଧିକ ଅଂଶଗ୍ରହଣ ଏବଂ ପ୍ରତ୍ୟକ୍ଷ ଯୋଗଦାନ ସୁନିଶ୍ଚିତ ହୋଇଥିଲା। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୭୫,୦୦୦ ରୁ ଅଧିକ ଯୁବକମାନେ ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ନିଜର ଭିଡିଓ…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅଞ୍ଚଳରେ ବୁଲା କୁକୁର ଆତଙ୍କ ଲାଗି ରହିଥିବା ବେଳେ ବିଶେଷ ରୂପେ ମାଛ, ମାଂସ ବ୍ୟବସାୟୀଙ୍କ ବର୍ଜ୍ୟବସ୍ତୁ ଖାଦ୍ୟ ରୂପେ ପାଇ ବୁଲା କୁକୁରଙ୍କ ପ୍ରାର୍ଦ୍ୟୁର୍ଭାବ ବୃଦ୍ଧି ପାଉଛି। ଶନିବାର ୨୭ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଅଞ୍ଚଳରେ କୁକୁର କାମୁଡି ଥିବା ବେଳେ ରବିବାର ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କୁ କୁକୁର କାମୁଡି ଥିବା ଜଣାପଡିଛି। ସମସ୍ତଙ୍କୁ ଜଳାତଙ୍କ ଟୀକା ପ୍ରଦାନ କରିଥିବା ଫାର୍ମାସିଷ୍ଟ କୃଷ୍ଣ ଚନ୍ଦ୍ର ରଥ ପ୍ରକାଶ କରିଛନ୍ତି। ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡିବା ନେଇ ଜଳାତଙ୍କ ଇଞ୍ଜେସେନ୍ ପ୍ରଦାନ କରିଥିବା ଡ଼.ରାଜିତ କୁମାର ରାଉତ ପ୍ରକାଶ କରିଛନ୍ତି।
ନୂଆପଡ଼ା: ନୂଆପଡ଼ା ଥାନା ଅଞ୍ଚଳରେ ଦୀର୍ଘ ଡିଆଁରୁ ବାଇକ୍ ଚୋରି ରେକେଟ ଅପରାଧ କରୁଥିବା ବେଳେ ପୋଲିସକୁ ବଡ ସଫଳତା ମିଳିଛି। ଆନ୍ତ ରାଜ୍ୟ ବାଇକ୍ ଡକାୟତି ଦଳ ତିନି ଜଣ ଅଭିଯୁକ୍ତ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୭ ଗୋଟି ବାଇକ ଜବତ୍ କରିଥିବା ନୂଆପଡ଼ା ଏସ ପି ଜି ଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ରାମଙ୍କ ନାମ ରାମଙ୍କ ଠାରୁ ବଡ଼। ରାମଙ୍କ ଜନ୍ମ ପୂର୍ବରୁ ରାମ ନାମଟି ଆସିଛି। ବେଦଠାରୁ ଆରମ୍ଭ କରି ବ୍ରାହ୍ମଣ ସଂହିତା ପର୍ଯ୍ୟନ୍ତ ରାମଙ୍କ ବିଷୟରେ ଉଲ୍ଲେଖ ରହିଛି। କେବଳ ଭିନ୍ନ ଭିନ୍ନ ଅର୍ଥରେ, କିନ୍ତୁ ରାମ ନାମ ବୈଦିକ କାଳର ଅଟେ। କେତେକ ବ୍ରିଟିଶ ପଣ୍ଡିତଙ୍କ ମତରେ ବାଲ୍ମିକିଙ୍କ ଆଦି ରାମାୟଣ ପ୍ରାୟ ୩୩୦୦ରୁ ୩୪୦୦ ବର୍ଷ ପୂର୍ବେ ଲେଖାଯାଇଥିଲା, କିନ୍ତୁ ରାମଙ୍କ ନାମ ବିଷୟରେ ପ୍ରଥମେ ଋଗବେଦରେ ଉଲ୍ଲେଖ କରାଯାଇଛି। ଯେଉଁଠାରେ ଏକ ଯଜ୍ଞର କିଛି ଯଜମାନ ରାଜାଙ୍କ ସହିତ ତାଙ୍କର ନାମ ଲେଖାଯାଇଛି। ସେ ଭଗବାନ ରାମ ବୋଲି କେଉଁଠି ଉଲ୍ଲେଖ ନାହିଁ । ଓଡ଼ିଆରେ ସର୍ବାଧିକ ୧୩, ସଂସ୍କୃତରେ ୭ ରାମାୟଣ ରହିଛି। ଭାରତ ବ୍ୟତୀତ ୯ଟି ଦେଶ ଅଛି ଯେଉଁଠି ରାମାୟଣକୁ କୌଣସି ନା କୌଣସି ରୂପରେ ପଠନ ଓ ଶୁଣାଯାଏ। ଭାରତ ବ୍ୟତୀତ ଇଣ୍ଡୋନେସିଆ ଏମିତି ଏକ ଦେଶ ଯେଉଁଠି ୫ ପ୍ରକାରର…
ପୁରୀ: ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ବଡ ପ୍ରୟାସ। ଭକ୍ତଙ୍କୁ ଉତ୍ତମ ଆଚାର ବ୍ୟବହାର ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଶ୍ରୀମନ୍ଦିର ପାଳିଆ ସେବକ ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ଆଗାମୀ ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞ ଓ ବରିଷ୍ଠ ସେବାୟତ ମାନେ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଅଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କେଉଁଭଳି ବ୍ୟବହାର କରିବେ, ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଓ କେଉଁ ପ୍ରକ୍ରିୟାରେ ହେବ, ସବୁର ଟିଖିନିଖି ପ୍ରଶିକ୍ଷଣ ଦିଆଯିବ। ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବାୟତମାନେ ଏହି…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ବିଜାପୁରରେ ୫୦ ଜଣ ନକ୍ସଲଙ୍କ ଆତ୍ମସମର୍ପଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କୁ ମୁଖ୍ୟଧାରାକୁ ସ୍ୱାଗତ କରିଛନ୍ତି। ଯେଉଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରୁଛନ୍ତି, ସେମାନଙ୍କ ଥଇଥାନ ଏବଂ ବିକାଶ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିରେ ଗୁରୁତ୍ୱାରୋପ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। ଅନ୍ୟ ନକ୍ସଲମାନଙ୍କୁ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଅନୁରୋଧ କରିଥିଲେ। ଶ୍ରୀ ଶାହ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ କହିଥିଲେ ଯେ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପରେ ଏହା ଦେଶରେ ଇତିହାସ ପାଲଟିବ। ଗୋଟିଏ ଏକ୍ସ ପୋଷ୍ଟରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, ‘‘ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ବିଜାପୁର (ଛତିଶଗଡ଼) ରେ ୫୦ ଜଣ ନକ୍ସଲ ହିଂସାର ପଥ ପରିତ୍ୟାଗ…
ନୂଆଦିଲ୍ଲୀ: ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ବିଳାସପୁର ଠାରେ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ, କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଆଜି ନୂଆ ବର୍ଷର ଶୁଭ ଆରମ୍ଭ ଏବଂ ନବରାତ୍ରିର ପ୍ରଥମ ଦିନରେ ସେ ମା’ ମହାମାୟାଙ୍କ ଭୂମି ଏବଂ ମାତା କୌଶଲ୍ୟାଙ୍କ ମାତୃଭୂମି ଭାବେ ଛତିଶଗଡ଼ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ପାଇଁ ଦେବୀଙ୍କ ପ୍ରତି ସମର୍ପିତ ଏହି ନଅ ଦିନର ବିଶେଷ ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ନବରାତ୍ରିର ପ୍ରଥମ ଦିନରେ ଛତିଶଗଡ଼ରେ ରହିବାର ସୌଭାଗ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ଭକ୍ତ ଶିରୋମଣି ମାତା କର୍ମାଙ୍କ ସମ୍ମାନରେ ନିକଟରେ ଡାକ ଟିକଟ ଜାରି ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ…
ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଅସୁବିଧା ହେବ। ଅଯଥା ଖର୍ଚ୍ଚ ହେବ। ଘରର ବଜେଟ୍ ଖରାପ ହେବ। ଅନ୍ୟମାନଙ୍କଠାରୁ ଲାଭା ପାଇବା ଆଶା କରନ୍ତୁ ନାହିଁ । ଠିକ୍ ସମୟରେ କାମ ନ କରିବା କାରଣରୁ ଚାପ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ। ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ। ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଶୁଭ ହେବ। ଭାଇମାନଙ୍କ ସମର୍ଥନ ପାଇବେ। ଘର ବାହାରେ ସୁଖ ମିଳିବ। ଭାଗ୍ୟ ଅନୁକୂଳ ଅଟେ। ସମୟର ସୁଯୋଗ ନିଅନ୍ତୁ। ଲଜ୍ଜିତ ହୁଅନ୍ତୁ ନାହିଁ । ମିଥୁନ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଏକ ନୂତନ ଯୋଜନା…
ବାଲୁଗାଁ: ରବିବାର ପୂର୍ବାହ୍ନରେ ଚିଲିକା ପଞ୍ଚାୟତ ସମିତି ସଭା ଗୃହରେ ମୁଖ୍ୟମନ୍ତ୍ରୀ ଅନ୍ତୋର୍ଦୟ ଗୃହ ଯୋଜନା ଭିଡିଓ କନଫରେସିଂ ମାଧ୍ୟମରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଚିଲିକା ବ୍ଲକରେ ଅନ୍ତୋର୍ଦୟ ଯୋଜନାରେ ପକ୍କା ଘର ପାଇଁ ୧୧୨ ଜଣ ହିତାଧିକାରୀ ଚୟନ ହୋଇଛନ୍ତି। ଦୀର୍ଘ ଦୁଇ ସପ୍ତାହରୁ ଉର୍ଦ୍ଧ୍ବ ପ୍ରତି ଗ୍ରାମପଞ୍ଚାୟତକୁ ବିଡ଼ିଓ ପୁନମ ମହାପାତ୍ରଙ୍କ ତତ୍ୱବଧାନରେ ପ୍ରକୃତ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା। ତେବେ ଆଜି କଳାହାଣ୍ଡି ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋର୍ଦୟ ଗୃହ ଯୋଜନା ଶୁଭ ଉଦଘାଟନ କରିଥିବା ବେଳେ ଚିଲିକା ବ୍ଲକରେ ଭିଡିଓ କନଫରେସିଂ ମାଧ୍ୟମରେ ଉଦଘାଟିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡ଼ିଓ ପୁନମ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଜୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ସାଂସଦ ପ୍ରତିନିଧି ଦୀନବନ୍ଧୁ ସାହୁ, ବିଧାୟକ ପ୍ରତିନିଧି ସୁମନ୍ତ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବ୍ଲକ ଅନ୍ତର୍ଗତ…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଠାରେ ଆଜି ହିନ୍ଦୁ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଲୁଗାଁ- ବାଣପୁର ଖଣ୍ଡ ତରଫରୁ ଏକ ପଥ ସଂଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ରୋଡ଼ ଓଭର ବ୍ରିଜ ଅଶୋକ ନଗର ସାଇ ମନ୍ଦିରଠାରୁ ଆରମ୍ଭ କରି କଲ୍ୟାଣ ମଣ୍ଡପ ଓ ଚିଲିକାକୁଳ ଠାରୁ ହନୁମାନ ମନ୍ଦିର ଦେଇ ପୁଣି ବାଲୁଗାଁ ସାଇ ମନ୍ଦିର ନିକଟସ୍ଥ ପଡିଆ ପର୍ଯ୍ୟନ୍ତ ପଥ ସଂଚଳନ ହୋଇଥିଲା। ବାଣପୁର ବାଲୁଗାଁ ଅଞ୍ଚଳର ଶତାଧିକ ସ୍ୱୟଂସେବକ ମାନେ ଉକ୍ତ ପଥ ସଂଚଳନରେ ଭାଗ ନେଇଥିଲେ। ପଥ ସଂଚଳନ ପରେ ସାଇ ମନ୍ଦିର ନିକଟସ୍ଥ ପଡିଆରେ ସ୍ୱୟଂସେବକ ମାନେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ନୌସେନାର ଅବସରପ୍ରାପ୍ତ କମାଣ୍ଡର ଡ଼ି. ଜୁଝାରସିଂହ, ବକ୍ତା ଭାବେ ସହ ଜିଲ୍ଲା ସଂଘ ଚାଳକ ଲଳିତ ନାରାୟଣ…

