ନୂଆଦିଲ୍ଲୀ: ନବରାତ୍ରୀର ଶୁଭ ଅବସରରେ ଅଲ୍ ଇଣ୍ଡିଆ ରେଡିଓର ଆରାଧନା ୟୁଟ୍ୟୁବ୍ ଚ୍ୟାନେଲ୍ ଆଜିଠାରୁ ୬ ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ ଉପସ୍ଥାପନ କରିବାକୁ ଯାଉଛି, ଯାହାକି ନବରାତ୍ରୀର ପୁରା ମହୋତ୍ସବ ସମୟରେ ଶ୍ରୋତାମାନଙ୍କୁ ଏକ ଭକ୍ତି ଭାବର ଅନୁଭୂତି ପ୍ରଦାନ କରିବ। ପ୍ରତ୍ୟେକ ଦିନର ମହତ୍ତ୍ୱକୁ ସ୍ମୃତି ରଖିବା ପାଇଁ, ଚ୍ୟାନେଲ୍ ସକାଳ ୮:୦୦ ରୁ ରାତି ୮:୦୦ ପର୍ଯ୍ୟନ୍ତ ବିଶେଷ ଭାବେ ପ୍ରସ୍ତୁତ କରାଯିବା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବ। ଏଥିରେ, ଶକ୍ତି ଆରାଧନାର ପ୍ରସାରଣ ପ୍ରତିଦିନ ସକାଳ ୮:୩୦ ମିନିଟ୍ ରୁ ୮:୪୦ ମିନିଟ୍ ପର୍ଯ୍ୟନ୍ତ କରାଯିବ, ଯେଉଁଥିରେ ଦର୍ଶକଙ୍କ ନିକଟରେ ଈଶ୍ୱରୀୟ ସଦଦ୍ଭାବନାର ଉପସ୍ଥାପନା ଦିଆଯିବ। ଏହି ବିଶେଷ କାର୍ଯ୍ୟକ୍ରମର ଆକର୍ଷଣ ହେବ ଅନୁପ ଜାଲୋଟା, ନରିନ୍ଦର ଚଞ୍ଚଲ, ଜଗଜିତ୍ ସିଂ, ହରିୟମ୍ ଶରଣ, ମହେନ୍ଦ୍ର କପୁର ଏବଂ ଅନୁରାଧା ପାଉଡୱାଲଙ୍କ ପରି ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଗାନ କରାଯାଇଥିବା ନବତ୍ରୀ ଭଜନଗୁଡିକ।…
Author: SM Network
ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ଗସ୍ତ ରହିଛି। ଏହି ସମୟରେ ସେ ଜିଲ୍ଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣା ନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ। ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ପ୍ରଥମ ଦଫାରେ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏହାସହ କଳାହାଣ୍ଡି ଜିଲ୍ଲାର ୩୨ ଶହ ହିତାଧିକାରୀ ଉପକୃତ ହେବେ। ସେହିପରି ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି ଟଙ୍କାର ନୃତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇପଡିଛି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଗସ୍ତ ହୋଇଥିବାରୁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାରରେ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ରହିଥିବା ଜିଲା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଛି।
ମେଷ- ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରିବ। ଟଙ୍କା ମିଲିବା ସହଜ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଦୀର୍ଘ ରହଣି ଯୋଜନା କରାଯାଇପାରେ। ବୃଷ- କର୍ମକ୍ଷେତ୍ରରେ ସଂସ୍କାର ଏବଂ ପରିବର୍ତ୍ତନ ହୋଇପାରେ । ଚିନ୍ତା କରିଥିବା ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବ ନାହିଁ । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କୁ ଏଡ଼ାନ୍ତୁ । ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ମିଥୁନ- ଯେ କୌଣସି ତୀର୍ଥସ୍ଥାନର ଭ୍ରମଣ ସୁଯୋଗ ମିଳିବ। ଆଧ୍ୟାତ୍ମିକତା ଦିଗ ପାଇଁ ଆଗ୍ରହୀ ହେବେ । ଆଇନଗତ ପ୍ରତିବନ୍ଧକକୁ ହଟାଇ…
ଭୁବନେଶ୍ୱର: ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ । ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ ନାରୀ ନ୍ୟାୟ ପାଇଁ କ୍ରମାଗତ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି । ମହିଳାମାନଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବିଧାନସଭାରେ କଂଗ୍ରେସ ନେତୃବୃନ୍ଦ ଗୃହ କମିଟି ଦାବି କରିଆସୁଥିବା ବେଳେ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକ ମାନେ କଂଗ୍ରେସ ବିଧାୟକ ମାନଙ୍କୁ ଆକ୍ରମଣ କରିବା ସହିତ ବିଧାନ ସଭାର ଅଧ୍ୟକ୍ଷାଙ୍କ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମାର୍ଚ୍ଚ ୨୯, ୨୦୨୫) ନୂଆଦିଲ୍ଲୀ ଠାରେ ‘ପରିବେଶ – ୨୦୨୫’ ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ପରିବେଶ ସହ ଜଡିତ ସମସ୍ତ ଦିବସ ଏହି ବାର୍ତ୍ତା ଦେଇଥାଏ ଯେ ଆମେ ପ୍ରତିଦିନ ସେଗୁଡିକର ଲକ୍ଷ୍ୟ ଏବଂ କାର୍ଯ୍ୟକ୍ରମକୁ ଧ୍ୟାନରେ ରଖିବା ଉଚିତ ଏବଂ ସେସବୁକୁ ଯଥାସମ୍ଭବ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଉଚିତ୍ ବୋଲି ଏହି ଅବସରରେ ରାଷ୍ଟ୍ରପତି କହିଥିଲେ। ସଚେତନତା ଏବଂ ସମସ୍ତଙ୍କ ଅଂଶଗ୍ରହଣ ଉପରେ ଆଧାରିତ ନିରନ୍ତର ସକ୍ରିୟତା ଦ୍ୱାରା ହିଁ ପରିବେଶ ସୁରକ୍ଷା ଏବଂ ପ୍ରୋତ୍ସାହନ ସମ୍ଭବ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଆମ ପିଲାମାନେ ଏବଂ ଯୁବପିଢ଼ି ବହୁତ ବ୍ୟାପକ ସ୍ତରରେ ପରିବେଶ ପରିବର୍ତ୍ତନର ସମ୍ମୁଖୀନ ହେବା ସହ ଏହି କ୍ଷେତ୍ରରେ ସେମାନଙ୍କୁ ଯୋଗଦାନ କରିବାକୁ ପଡ଼ିବ। ପ୍ରତ୍ୟେକ ପରିବାରର ବୟସ୍କ ମାନେ ଚିନ୍ତା କରନ୍ତି…
ଭୁବନେଶ୍ବର: ଆଇଏଏସ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ସେ ହେଉଛନ୍ତି ଚର୍ଚ୍ଚିତ ନେତା ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ। ତେବେ ସୁଜାତା ହଠାତ କାହିଁକି ଚାକିରୀ ଛାଡିଲେ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତାଙ୍କ ଚାକିରୀରେ ବର୍ତ୍ତମାନ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ କାହିଁକି ଅବସର ନେଲେ। ସୁଜାତା ବର୍ତ୍ତମାନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ଗତ ନିର୍ବାଚନରେ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ଏପରିକି ସେ ମିଶନ ଶକ୍ତି ବିଭାଗର ମୁଖ୍ୟ ଭାବରେ ମହିଳାମାନଙ୍କୁ ବିଜେଡିର କାମ କରିବା ପାଇଁ କହୁଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ସେହି ଆଧାରରେ ସେତେବେଳେ ତାଙ୍କୁ ନିର୍ବାଚନ କମିଶନର ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସେତେବେଳେ ସେ ସେହି ଅର୍ଥ ବିଭାଗରେ କାମ କରିବା ପାଇଁ କୁହାଯାଇଥିଲା। ଏହାପରେ ବିଜେପି ସରକାର ଆସିବା…
ଭୁବନେଶ୍ୱର: ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଉପଲକ୍ଷେ ଓଡ଼ିଶା ର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କୁ ୪ ଟି ବାମପନ୍ଥୀ ଦଳ ର ରାଜ୍ୟ ନେତୃବୃନ୍ଦ ରାଜଭବନ ରେ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସମ୍ମାନନୀୟା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମାନନୀୟ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ସମସ୍ତ ବିଷୟ ଅବଗତ କରିଛନ୍ତି। ରଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ଦାବି ସହିତ ସଂସଦୀୟ ସଦୀୟ ଗଣତନ୍ତ୍ର ର ସୁରକ୍ଷା ପାଇଁ ମିଳିତ ସଂଗ୍ରାମ ନିମନ୍ତେ ବାମ୍ପପନ୍ଥୀ ଦଳ ମାନେ ଆହ୍ଵାନ ଦେଇଛନ୍ତି । ମହିଳା ସୁରକ୍ଷା ସଂଗ୍ରାମ ପ୍ରତି ବାମପନ୍ଥୀ ଦଳମାନେ ପୂର୍ଣ୍ଣ ସଂହତି ଜ୍ଞାପନ ଏବଂ ସମର୍ଥନ ଘୋଷଣା କରିଛନ୍ତି। ୧୪ ଜଣ କଂଗ୍ରେସ ବିଧାୟକ ମାନଙ୍କ ଉପରୁ ନିଲମ୍ବନ ଆଦେଶ କୁ ଅବିଳମ୍ବେ ପ୍ରତ୍ୟାହାର…
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଗୋଗୁଆ ପଂଚାୟତ ଛତ୍ରପୁର ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅଂଶୀଦାର କାର୍ଯ୍ୟକ୍ରମ ରେ ହିନ୍ତରାଇ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଗଡ଼ନାୟକ ମୁଖ୍ୟ ଅତିଥି , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ରଶ୍ମିତା ନାଏକ ସମ୍ମାନିତ ଅତିଥି, ସହକାରୀ ଶିକ୍ଷକ ଟଙ୍କଧର ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ। ବିଦ୍ୟାଳୟ ସହିତ ଅଭିଭାବକ /ଅଭିଭାବିକା କେମିତି ସୁସମ୍ପର୍କ ରଖିବେ, ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ଠାରୁ ଦୁରେଇ ରଖିଵା , ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ପ୍ରକାର ସହଯୋଗ ସମ୍ପର୍କ ରେ ଅତିଥି ମାନେ ମତାମତ ରଖିଥିଲେ। ଏହି ଅବସରରେ ଅଭିଭାବିକା ମାନଙ୍କ ମଧ୍ୟରେ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ପ୍ରଥମ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂମିକମ୍ପ ବିପଦ ମଧ୍ୟରେମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥାହୋଇଛନ୍ତି। ଏହି ଆହ୍ୱାନ ସମୟରେ ମିଆଁମାର ସହିତ ଏକତାର ସହଠିଆ ହେବା ପାଇଁ ଏକ ଘନିଷ୍ଠ ବନ୍ଧୁ ଏବଂ ପଡୋଶୀ ଭାବରେଭାରତର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି। ଏହି ବିପର୍ଯ୍ୟୟସମୟରେ ପ୍ରଭାବିତ ଅଞ୍ଚଳଗୁଡିକୁ ତୁରନ୍ତ ରିଲିଫ ଏବଂ ସହାୟତାପ୍ରଦାନ କରିବା ପାଇଁ ଭାରତ ସରକାର ଏକ ପଦକ୍ଷେପ ଭାବରେଅପରେସନ୍ ବହ୍ମା ଆରମ୍ଭ କରିଛି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: “ମିଆଁମାରର ବରିଷ୍ଠ ଜେନେରାଲ ମହାଶୟ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହକଥା ହୋଇଛି। ବିନାଶକାରୀ ଭୂମିକମ୍ପରେ ହୋଇଥିବା ପ୍ର୍ରାଣହାନିପାଇଁ ଆମର ଗଭୀର ସମବେଦନା ଜଣାଇଛି। ଏକ ଘନିଷ୍ଠ ବନ୍ଧୁ ଏବଂପଡୋଶୀ ଭାବରେ, ଭାରତ ଏହି ଦୁଃଖ ସମୟରେ ମିଆଁମାର ଲୋକଙ୍କସହିତ ରହିଛି। ଅପରେସନ୍ ବ୍ରହ୍ମାର ଅଂଶ ଭାବରେ ପ୍ରଭାବିତଅଞ୍ଚଳଗୁଡିକୁ ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ, ମାନବୀୟ ସହାୟତା, ସନ୍ଧାନ ଏବଂ ଉଦ୍ଧାରକାରୀ ଦଳଗୁଡିକୁ ଦ୍ରୁତ ଗତିରେ ପଠାଯାଉଛି।”
ନୂଆଦିଲ୍ଲୀ: ଲୋକସଭାରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ବିଧେୟକ, ୨୦୨୫ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବ, ଯେଉଁଥିରେ ଦୁଇଚକିଆ ଯାନ, ଟ୍ୟାକ୍ସି, ରିକ୍ସା ଏବଂ ଚାରିଚକିଆ ଯାନର ପଞ୍ଜୀକରଣ ସମ୍ଭବ ହେବ ଏବଂ ଏହାର ଲାଭ ସିଧାସଳଖ ଡ୍ରାଇଭରଙ୍କୁ ମିଳିବ। “ସହଯୋଗ ରୁ ସମୃଦ୍ଧି”ର ନୀତି ଆଧାରରେ ଏକ ସମବାୟ ଟ୍ୟାକ୍ସି ସେବା ଇଚ୍ଛୁକ ଡ୍ରାଇଭରଙ୍କ ଦ୍ୱାରା ଗଠନ କରାଯିବ ଏବଂ ଏହାର ପରିଚାଳନା ଦାୟିତ୍ୱ ଏହାର ସଦସ୍ୟଙ୍କ ହାତରେ ରହିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଗଣତାନ୍ତ୍ରିକ ପରିଚାଳନା ସୁନିଶ୍ଚିତ କରିବା ଏବଂ ଏଭଳି ସମବାୟ ଟ୍ୟାକ୍ସି ସୋସାଇଟି ଦ୍ୱାରା ଅର୍ଜିତ ଲାଭକୁ ଟ୍ୟାକ୍ସି ଡ୍ରାଇଭରମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରିବା। ଏଭଳି ପଦକ୍ଷେପ ସାମଗ୍ରୀକ ସମୃଦ୍ଧି ଆଣିବ ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଖରିଫ ଋତୁ , ୨୦୨୫ (୦୧ .୦୪ .୨୦୨୫ ରୁ ୩୦.୦୯.୨୦୨୫ ) ପାଇଁ ଫସଫାଟିକ୍ ଏବଂ ପୋଟାସିକ୍ (P&K) ସାର ଉପରେ ପୁଷ୍ଟିକର ଆଧାରିତ ସବସିଡି (NBS) ହାର ସ୍ଥିର କରିବାକୁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଖରିଫ ଋତୁ ୨୦୨୫ ପାଇଁ ବଜେଟର ଆବଶ୍ୟକତା ପ୍ରାୟ ୩୭,୨୧୬,.୧୫, କୋଟି ଟଙ୍କା ହେବ। ରବି ଋତୁ ୨୦୧୪-୨୫ ପାଇଁ ବଜେଟର ଆବଶ୍ୟକତାଠାରୁ ଏହା ପ୍ରାୟ ୧୩,୦୦୦ କୋଟି ଟଙ୍କା ଅଧିକ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗଣମାଧ୍ୟମକୁ କହିଛନ୍ତି ଯେ ମୋଦୀ ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। କୃଷକଙ୍କ ଆୟ ବୃଦ୍ଧି ସହିତ ଉତ୍ପାଦନ ବୃଦ୍ଧି ଏବଂ ଉତ୍ପାଦନ…
ନୂଆଦିଲ୍ଲୀ: ଦକ୍ଷତା ବିକାଶ କ୍ଷେତ୍ରରେ ଅଗ୍ରଗତି ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ କେନ୍ଦ୍ରୀୟ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) ଏବଂ ଶିକ୍ଷା ବିକାଶ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଜୟନ୍ତ ଚୌଧୁରୀ ନୂଆଦିଲ୍ଲୀର କୌଶଳ ଭବନରେ ଉତ୍ତର ପ୍ରଦେଶ ସରକାରଙ୍କ ବ୍ୟବସାୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) କପିଳ ଦେବ ଅଗ୍ରଓ୍ୱାଲଙ୍କ ସହ ସାକ୍ଷାତ କରିଥିଲେ। ଏହି ଉଚ୍ଚସ୍ତରୀୟ ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ଏବଂ ଉତ୍ତରପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନା (ପିଏମକେଭିଓ୍ୱାଇ), ଜାତୀୟ ଶିକ୍ଷାନବୀଶ ପଦୋନ୍ନତି ଯୋଜନା (ନେପିଏସ୍), ପିଏମ ବିଶ୍ୱକର୍ମା ଏବଂ ସ୍ୱାବଲମ୍ବୀ ମହିଳା ଉଦ୍ୟମିତା କାର୍ଯ୍ୟକ୍ରମ ସହିତ ପ୍ରମୁଖ ଦକ୍ଷତା ବିକାଶ ଯୋଜନାଗୁଡ଼ିକର ନିର୍ବିଘ୍ନ କାର୍ଯ୍ୟାନ୍ୱୟନ କରିବାକୁ କେନ୍ଦ୍ର ଓ ରାଜ୍ୟର ସହଯୋଗ ବୃଦ୍ଧି ଉପରେ ଗୁରତ୍ୱାରୋପ କରାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ…
ନୂଆଦିଲ୍ଲୀ: ଖୁବ ଶିଘ୍ର ଆକାଶରେ ଉଡାଣ ଭରିବ ଶଙ୍ଖ ଏୟାର ବିମାନ। ଶଙ୍ଖ ଆଭିଏସନ ପ୍ରାଇଭେଟ ଲିମିଟେଡର ଏହି ନୂଆ ବିମାନ କଂପାନୀ ତାହାର ବିମାନ ସେବା ଆରମ୍ଭ କରିବ। ଏଥିପାଇଁ କଂପାନୀ ଭାରତ ସରକାରଙ୍କର ଅନୁମତି ହାସଲ କରିସାରିଛି। ବର୍ତ୍ତମାନ ବଡ ବଡ ବିମାନ ସେବା କଂପାନୀ ବନ୍ଦ ହେବାକୁ ଯାଉଥିବା ବେଳେ ଶଙ୍ଖ ବିମାନ ଉଡିବା ନିଶ୍ଚିତ ଅଭିନନ୍ଦନୀୟ। ତେବେ ଏହି ଶଙ୍ଖ ବିମାନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ଓଡିଶାରେ ଏହାକୁ ନେଇ ଟୁପୁରଟାପର ଆରମ୍ଭ ହୋଇଯାଇଛି। କାରଣ ଶଙ୍ଖ ହେଉଛି ବିଜେଡିର ଚିହ୍ନ। ବିଜେଡିର ଅଫିସର ନାମ ଶଙ୍ଖ ଭବନ। ଏପରି କ୍ଷେତ୍ରରେ ନୂଆ କରି ଶଙ୍ଖ ବିମାନ ସେବାର ଶୁଭାରମ୍ଭ ହେବାକୁ ନେଇ ବିଜେଡି ଉପରେ ସନ୍ଦେହ କରାଯାଇଛି। ପ୍ରଶ୍ନ ଉଠିଛି ଯେ, ଏହା କଣ ବିଜେଡିର କି ? ନା କୌଣସି ବିଜେଡି ନେତାଙ୍କର ? ତେବେ…
ଛତ୍ରପୁର: ଚଳିତ ବର୍ଷ ଓଡ଼ିଶା ଦିବସ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଉଚ୍ଚ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ (ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ), ଅଙ୍କିତା ସାହୁ (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ) ଦ୍ୱିତୀୟ ଓ ଆଦ୍ୟାଶା ପ୍ରିୟଦର୍ଶିନୀ (ଡି ଏ ଭି ପବ୍ଲିକ ସ୍କୁଲ) ତୃତୀୟ ଏବଂ ସଙ୍ଗୀତ ପ୍ରତିଯୋଗିତାରେ ଅନୁଷ୍କା ରାଉତ (ସେଣ୍ଟ ଜାଭିୟର ହାଇ ସ୍କୁଲ) ପ୍ରଥମ, ଅମ୍ରିତା ପଟ୍ଟନାୟକ (ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର)ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି…
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଉଦ୍ୟମରେ ବିଜନେସ୍ ଆଣ୍ଡ ପ୍ରଫେସ୍ନାଲ୍ ଲିଡରସିପ୍ ସମ୍ପର୍କିତ ଏକ ଦୁଇ ଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ କୁଳପତି ଡକ୍ଟର ନିବେଦିତା ନାଥ ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥି ରୁପେ କୁଳସଚିବ ପିତାମ୍ବର ଭୋଇ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ, ପ୍ରସନ୍ନ ମେହେର, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଉମାଶଙ୍କର କର ପ୍ରମୁଖ ଏହି ଜାତୀୟ କର୍ମଶାଳା ରେ ଯୋଗ ଦେଇଥିଲା ବେଳେ ଡକ୍ଟର ମଲ୍ଲିକା କୁମାର, ଆଭାସୀ ମାଧ୍ୟମରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସ ରୁ ଯୋଗ ଦେଇଥିଲେ। ଏହି ଅବସରରେ ବାଣିଜ୍ୟ ବିଭାଗର ଅନ୍ୟତମ ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ସହଯୋଗୀ ଦୁର୍ଗା ମାଧବ ମହାପାତ୍ର ଓ ମିନତୀ ମହାନ୍ତୀ ଙ୍କ ଦ୍ୱାରା ଲିଖିତ ଶିକ୍ଷା ପୁସ୍ତକ “ଫଣ୍ଡାମେଣ୍ଟାଲସ୍ ଅଫ ଏଣ୍ଟରପ୍ରିନ୍ରସିପ୍ ଆଣ୍ଡ…
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲିରେ ଉଦନ୍ତୀ ମହୋତ୍ସବ ୨୦୨୫ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ସିନାପାଲି ଦୁର୍ଗା ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ଓ ଛତର ବାହାରି ମା ମହୁଲଗୋଛେନ ମନ୍ଦିର ଦେଇ ସହର ପରିକ୍ରମା ପରେ ମହୋତ୍ସବ ମଞ୍ଚରେ ପହଞ୍ଚିଥିଲେ। ଶୋଭାଯାତ୍ରାରେ ଘଣ୍ଟ ଶଙ୍ଖ, ଘୁମୁରା ସମେତ ଅନେକ ସାଂସ୍କୃତିକ ଅନୁଷ୍ଠାନ ର ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ସିନାପାଲି ସହର ଚଳ ଚଞ୍ଚଳ ହୋଇ ଉତ୍ସବ ମୁଖରିତ ହୋଇଥିଲା। ଉଦଘାଟନ ଉତ୍ସବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ପ୍ରାଚୀନ କଳା, ଗୌରବମୟ ସାହିତ୍ୟ, ମହନୀୟ ସଂସ୍କୃତିର ମହା ମିଳନ ବୋଲି ମତବ୍ୟକ୍ତ କରିଥିଲେ। ମହୋତ୍ସବ ପାଳନ କମିଟି ସଭାପତି ବୈଷ୍ଣବ ମେହେର ସଭାରେ ସଭାପତିତ୍ବ କରିଥିବା ବେଳେ ବିଶିଷ୍ଟ ଅତିଥି ରୂପେ ଖଡିଆଳ ବନ ଖଣ୍ଡ ଅଧିକାରୀ ମହମ୍ମଦ ଅଜିଜ ଖାନ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ,…
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୬୪ ବାଟାଲିୟନ, ସିଆରପିଏଫ ପକ୍ଷରୁ ଭବାନୀପାଟଣା ବ୍ଲକ ଯୁଗସାଇପାଟଣା ଠାରେ କାର୍ଯ୍ୟ କାର୍ଯ୍ୟକ୍ରମ ଅଧୀନରେ ଦକ୍ଷତା ବିକାଶ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀ ଉଦଘାଟନ କରି ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅବହେଳିତ ଲୋକଙ୍କ ଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କରିବ, ଆଗାମୀ ଦିନରେ ସେମାନଙ୍କୁ ଅଧିକ ସମୃଦ୍ଧ କରିବ ବୋଲି କହିଥିଲେ। ତାଲିମ କାର୍ଯ୍ୟକ୍ରମରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ବୃଦ୍ଧି କରିବା ଉଦ୍ଧେଶ୍ୟରେ କଳାହାଣ୍ଡି ଜିଲ୍ଲାର ଅବହେଳିତ ପୁରୁଷ ଏବଂ ମହିଳାଙ୍କ ଦକ୍ଷତା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ପେପର ପ୍ଲେଟ୍, ଅଗରବତି ତିଆରି ଏବଂ ମହମବତୀ ତିଆରି ତାଲିମ ଦିଆଯାଇଛି। ଏଥିରେ ଜୁଗସାଇପାଟଣା, କେଣ୍ଡଲାପଡା, ରୂପାଙ୍ଗପଦର ଗ୍ରାମ ଗୁଡିକର ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ପୁରୁଷ ଏବଂ ମହିଳାମାନେ ସକ୍ରିୟ ଭାବରେ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସାଇକେଲରେ ଆସୁଥିବା ବେଳେ ଗୋଟିଏ କାର୍ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଫୁଲଟା ଗାଁର ବିଜୟ ନାହାକ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ କାର୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଆଖପାଖ ଅଂଚଳର ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଘଟଣାକୁ ଆୟତ କରିଥିଲା ଓ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୁତି ଭୁଷଣ ଯେନା ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ…
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ସକାରାତ୍ମକ ଏବଂ ନିରନ୍ତର କୂଟନୈତିକ ପ୍ରୟାସ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ଦେଶରେ ଫସି ରହିଥିବା ହଜାର ହଜାର ଭାରତୀୟ ନାଗରିକଙ୍କୁ ମୁକ୍ତି ଏବଂ କ୍ଷମା ପ୍ରଦାନ କରିବାରେ ସହାୟକ ହୋଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଏଇ ଦ୍ୱାରା ୫୦୦ ଭାରତୀୟ କଏଦୀଙ୍କୁ କ୍ଷମା ପ୍ରଦାନ, ଯାହାକି ଭାରତ ଏବଂ ଉପସାଗରୀୟ ଦେଶ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରତିଫଳିତ କରୁଛି। ୨୦୧୪ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କୂଟନୈତିକ ଆଲୋଚନା ଏବଂ ଉଚ୍ଚସ୍ତରୀୟ ହସ୍ତକ୍ଷେପ ମାଧ୍ୟମରେ ବିଦେଶରେ ବନ୍ଦୀ ଥିବା ପ୍ରାୟ ୧୦,୦୦୦ ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରାଯାଇଛି। ଭାରତ ସବୁବେଳେ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛି। କୂଟନୀତିକ ପ୍ରୟାସ ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ସୁବିଧାର କେତେକ ପ୍ରମୁଖ ଉଦାହରଣ ରହିଛି । ୟୁଏଇ ମୋଟ୍ ୨୭୮୩ ଜଣ ଭାରତୀୟ କଏଦୀଙ୍କୁ କ୍ଷମାଦାନ ଦେଇଛି। ରମଜାନ ୨୦୨୫…
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍ ହେବ। ଚଳିତ ସିଜନରେ ଉଭୟ ନିଜର ପ୍ରଥମ ବିଜୟ ଖୋଜୁଛନ୍ତି, କିନ୍ତୁ ଚର୍ଚ୍ଚାର ବିଷୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ହାର୍ଦ୍ଦିକ ମ୍ୟାଚ୍ ଖେଳିପାରିନଥିଲେ କାରଣ ମନ୍ଥର ଗତି ହେତୁ ଗତ ସିଜନରେ ତାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ପ୍ରତିବନ୍ଧକ ଲାଗିଥିଲା। ବର୍ତ୍ତମାନ ଅଧିନାୟକ ହାର୍ଦ୍ଦିକ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି, କିନ୍ତୁ ପ୍ରଶ୍ନ ହେଉଛି ଖେଳାଳି ଏକାଦଶରେ ତାଙ୍କ ଯୋଗୁଁ କେଉଁ ଖେଳାଳି ବାଦ ପଡିବେ? ହାର୍ଦ୍ଦିକ ପାଣ୍ଡ୍ୟା ସାଧାରଣତଃ ପଞ୍ଚମରୁ ସପ୍ତମ ସ୍ଥାନକୁ ବ୍ୟାଟିଂ କରୁଛନ୍ତି। ଯଦି ଆମେ CSK ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଏକାଦଶ ମିଶ୍ରଣକୁ ଦେଖିବା, ଦଳ ଭଲ ସଂଗଠିତ ଦେଖାଯାଉଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ରବିନ୍ ମିଞ୍ଜଙ୍କ ସ୍ଥାନ ଦିଆଯାଇପାରେ। ମିଞ୍ଜ ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍, କିନ୍ତୁ ମୁମ୍ବାଇ…
ନୂଆଦିଲ୍ଲୀ: ମିଆଁମାରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଥର ପାଇଁ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ୧୧:୫୩ ମିନିଟ୍ ୫୯ ସେକେଣ୍ଡରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୪.୩ ରେ ଭୂମିକମ୍ପର ତୀବ୍ରତା ମାପ କରାଯାଇଛି। ଏପର୍ଯ୍ୟନ୍ତ ସେଠାରେ ୧ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

