Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁଜାତା ପାଣ୍ଡିଆନ କାହିଁକି ଆଇଏଏସ ଚାକିରୀ ଛାଡିଲେ, କଣ ବିଜେଡିର ମଙ୍ଗ ଧରିବେ କି ?
ଜାତୀୟ ଖବର

ସୁଜାତା ପାଣ୍ଡିଆନ କାହିଁକି ଆଇଏଏସ ଚାକିରୀ ଛାଡିଲେ, କଣ ବିଜେଡିର ମଙ୍ଗ ଧରିବେ କି ?

March 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sujata
ସୁଜାତା ପାଣ୍ଡିଆନ କାହିଁକି ଆଇଏଏସ ଚାକିରୀ ଛାଡିଲେ, କଣ ବିଜେଡିର ମଙ୍ଗ ଧରିବେ କି ?

ଭୁବନେଶ୍ବର: ଆଇଏଏସ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ସେ ହେଉଛନ୍ତି ଚର୍ଚ୍ଚିତ ନେତା ଭି କେ ପାଣ୍ଡିଆନଙ୍କ ଧର୍ମପତ୍ନୀ। ତେବେ ସୁଜାତା ହଠାତ କାହିଁକି ଚାକିରୀ ଛାଡିଲେ ସେ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତାଙ୍କ ଚାକିରୀରେ ବର୍ତ୍ତମାନ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ କାହିଁକି ଅବସର ନେଲେ। ସୁଜାତା ବର୍ତ୍ତମାନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି।

ଗତ ନିର୍ବାଚନରେ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ଏପରିକି ସେ ମିଶନ ଶକ୍ତି ବିଭାଗର ମୁଖ୍ୟ ଭାବରେ ମହିଳାମାନଙ୍କୁ ବିଜେଡିର କାମ କରିବା ପାଇଁ କହୁଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ସେହି ଆଧାରରେ ସେତେବେଳେ ତାଙ୍କୁ ନିର୍ବାଚନ କମିଶନର ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସେତେବେଳେ ସେ ସେହି ଅର୍ଥ ବିଭାଗରେ କାମ କରିବା ପାଇଁ କୁହାଯାଇଥିଲା।

ଏହାପରେ ବିଜେପି ସରକାର ଆସିବା ପରେ ସୁଜାତା ଝିଅ ପରୀକ୍ଷା ପାଇଁ ଛଅ ମାସ ଛୁଟି ପାଇଁ ଆବେଦନ କରିଥିଲେ। ସରକାର ତାଙ୍କୁ ଛୁଟି ମଧ୍ୟ ମଂଜୁରୀ କରିଥିଲେ। ଛୁଟି ସରିବା ପରେ ପୁଣି ସେ ଆଉ ଅଧିକ ଦିନ ରହିବା ପାଇଁ ଚାହିଁଥିଲେ। ହେଲେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ସେହି ଅନୁସାରେ ସୁଜାତା ସେହି ଅର୍ଥ ବିଭାଗରେ କାର୍ଯ୍ୟ କରୁଛନ୍ତି।

ସେଠାରେ ତାଙ୍କର କୌଣସି ଅସୁବିଧା ନ ହେଉଥିବା ବେଳେ ଆଇଏଏସ ପରି ଚାକିରୀ ଛାଡିବା ପଛରେ କଣ ରହସ୍ୟ ତାହା ଆଲୋଚନା ଚାଲିଛି। ପୂର୍ବରୁ ତାଙ୍କର ସ୍ବାମୀ ଭି କେ ପାଣ୍ଡିଆନ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଥିଲେ। 2024 ନିର୍ବାଚନର ବିଜେଡି ମଙ୍ଗ ସେ ସମ୍ଭାଳିଥିଲେ। ହେଲେ ବିଜେପିର ଓଡିଆ ଅସ୍ମିତା ସ୍ଲୋଗାନ ଓଡିଶା ଭୋଟରଙ୍କୁ ଧରିଥିଲା। ପାଣ୍ଡିଆନ ତାମିଲରୁ ଆସି ଓଡିଶାର ରାଜନୀତି କାହିଁକି କରିବେ ବୋଲି ପ୍ରଶ୍ନ ସୃଷ୍ଟି ହେଲା। ଫଳରେ ବିଜେଡି ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହେଲା।

ଠିକ୍ ସେହିପରି ସୁଜାତା ଆଇଏଏସରୁ ଅବସର ନେବା ପରେ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସୁଜାତା କଣ ବିଜେଡିରେ ଯୋଗ ଦେବେ କି ? ଓଡିଆ ଝିଅ ସୁଜାତା କଣ ବିଜେଡିର ମଙ୍ଗ ଧରିବେ କି। ଏହିପରି ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ତେବେ ଏ ନେଇ ନା ବିଜେଡି ନା ସୁଜାତା ପାଣ୍ଡିଆନଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Sujata Kartikeyan ସୁଜାତା କାର୍ତ୍ତିକେୟନ ସୁଜାତା ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.