Author: SM Network

ଭୁବନେଶ୍ଵର: ଓଡ଼ିଶାରେ ଜାତୀୟ ଶିକ୍ଷାନୀତି-୨୦୨୦କୁ ୨୦୨୫-୨୬ ଶିକ୍ଷାବର୍ଷଠାରୁ ପ୍ରଚଳନ ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ସହିତ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ ଧାର୍ଯ୍ୟ କରିଛି। ବିଭିନ୍ନ ଶିକ୍ଷାବିତ୍‌ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ପରେ ଛାତ୍ରଛାତ୍ରୀମାନଙ୍କର ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦିଆଯାଇଛି।

Read More

ଭୁବନେଶ୍ବର: ମଙ୍ଗଳବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଛି। ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି। ଯଦିଓ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବ, ତେବେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ  ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡି କୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ୩ ଜଣ ହେଲେ ଗୋଟିଏ ଗୋଷ୍ଠୀର ବାପା ଖଦାଳ ବେହେରା (୬୪) ପୁଅ ରତ୍ନାକର ବେହେରା (୩୯) ଓ ଅନ୍ୟ ଗୋଷ୍ଠୀର ଉମେଶ ବେହେରା (୪୪)। ଗୁରୁତରମାନେ ହେଲେ ଅରୁଣ ବେହେରା (୩୦), ଭିକାରୀ ବେହେରା (୧୯) ଓ ଜଗା ବେହେରା (୧୮)। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବର୍ତ୍ତମାନ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଖାରିପଲିଗାଁ ରେ ଉତ୍ତେଜନା ଲାଗି ରହିଛି। ପୁଲିସ ମୁତୟନ ରହିଛି।

Read More

ପୁରୀ: ୨୦୨୩-୨୪ ବର୍ଷରେ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ କାଠ ଯୋଗାଇଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯାଇଛି। ପୁରୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଜପତି ମହାରାଜ ଫାସି କାଠ ଦାନ କରିଥିବା ପ୍ରାୟ ୮୦ ଜଣ ବ୍ୟକ୍ତି ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Read More

ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ। ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ…

Read More

ଭୁବନେଶ୍ଵର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଡ୍ରାଫ୍‌ଟ୍ ୟୁଜିସି ରେଗୁଲେସନ ୨୦୨୫ ପ୍ରତିବାଦରେ ଏବଂ ବିଶେଷ କରି ଛାତ୍ରମାନଙ୍କର ସମସ୍ୟା ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ବରେ ବିଧାନସଭା ଘେରାଉ କରିଥିଲେ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଛାତ୍ର କଂଗ୍ରେସ ବାହାରି ବିଧାନ ସଭା ଅଭିମୁଖେ ଅଗ୍ରସର ହେଉଥିବାବେଳେ ଲୋୟର ପିଏମ୍‌ଜି ଠାରେ ପୁଲିସ୍ ସହିତ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ୍ ବାରିକେଟ ଭାଙ୍ଗି ବିଧାନସଭାରୁ ଅଗ୍ରସର ହେଉଥିଲା ସମୟରେ ପୁଲିସ୍ ଛାତ୍ରକଂଗ୍ରେସ କର୍ମକର୍ତା ଏବଂ ନେତୃମଣ୍ଡଳିକୁ ଭ୍ୟାନ ଯୋଗେ ଉଠାଇନେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ ଯେ ୨୦୧୪ ମସିହା ଠାରୁ କ୍ରମାଗତ ଭାବରେ ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନ ଉପରେ ମୋଦୀ ସରକାରଙ୍କ ଆକ୍ରମଣ ହେଉଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଯାହାକି ମୋଦୀ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ତାହା କେବଳ ଶିକ୍ଷାର ଘରୋଇକରଣ…

Read More

ଭୁବନେଶ୍ୱର: ମିଜୋରାମର ଆଇଜଲ୍ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଏଚ୍. ଲୋଲଫକ ଜୁଆଲାଙ୍କ ନେତୃତ୍ୱରେ ସେଠାକାର ବାରଜଣ ଶିକ୍ଷକ-ପ୍ରଶିକ୍ଷକ ଆଜି ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶୈକ୍ଷିକ ପରିଦର୍ଶନରେ ଆସିଛନ୍ତି। ସେମାନେ ବିଭିନ୍ନ ବିଭାଗ, ପୁସ୍ତକାଳୟ, ଶିକ୍ଷଣ ସମ୍ବଳ କେନ୍ଦ୍ର, ଆଇସିଟି ଷ୍ଟୁଡିଓ, ଔଷଧୀୟ ଉଦ୍ୟାନ ଆଦି ବୁଲି ଦେଖିଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଶିକ୍ଷକ-ପ୍ରଶିକ୍ଷକମାନଙ୍କୁ ଏନସିଇଆରଟିର କାର୍ଯ୍ୟାବଳୀ ବିଷୟରେ ଅବଗତ କରାଇଥିଲେ। ସେ ଶୈକ୍ଷିକ ଗବେଷଣା, ପ୍ରଶିକ୍ଷଣ, ଶିକ୍ଷଣ ସାମଗ୍ରୀ ବିକାଶ ଓ ବିସ୍ତାର କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱରର ଯୋଗଦାନ ସମ୍ପର୍କରେ ଦର୍ଶାଇଥିଲେ। ପ୍ରାରମ୍ଭରେ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଆଲୋଚନାରେ ପ୍ରତିଷ୍ଠାନର ଅନ୍ୟାନ୍ୟ ବିଭାଗର ମୁଖ୍ୟ- ପ୍ରଫେସର ରିତାଞ୍ଜଳି ଦାଶ, ଡକ୍ଟର କଳିଙ୍ଗ କେତକୀ, ଡକ୍ଟର ବେଦ ପ୍ରକାଶ ବର୍ମା ଭାଗ ନେଇଥିଲେ। ଆଇଜଲର ଶିକ୍ଷକ-ପ୍ରଶିକ୍ଷକମାନେ ଜାତୀୟ ଶିକ୍ଷା…

Read More

ଭୁବନେଶ୍ଵର: ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୬ ଜୟନ୍ତୀ ଅବସରରେ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ପରିବେଷଣରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା। ତାଙ୍କ ପ୍ରସ୍ତୁତିରେ ଥିଲା ନୃତ୍ୟଭିନୟ ‘ଯାଜ୍ଞସେନୀ’ ଏହା ଦର୍ଶକଙ୍କୁ ବାନ୍ଧି ରଖିଥ‌ିଲା। ନିଜ ଭାବ ଭଙ୍ଗୀ ଦ୍ଵାରା ଦର୍ଶକଙ୍କ ମନ ମୋହି ଥିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର। ଆଦ୍ୟାଶା ମିଶ୍ରଙ୍କ ନୃତ୍ୟରେ ଝୁମିଥିଲେ ଦର୍ଶକ। ସନ୍ଧ୍ୟାରେ ଅତିଥିଭାବେ ଗୁରୁ ଦୁର୍ଗାଚରଣ ରଣବୀର, ପୂର୍ବତନ ବିଧାୟକ ପ୍ରିୟର୍ଦଶୀ ମିଶ୍ର , ପରିଚୟ ଫାଉଣ୍ଡେସନ ଅଧକ୍ଷା ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅନୂଜା ତାରିଣୀ ମିଶ୍ର, ଅନୁଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ ଏବଂ ସମ୍ପାଦକ ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଧୀରଜ କୁମାର…

Read More

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଓ ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବାରୁ ସ୍କୁଲ ସମୟକୁ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ସୂଚନାଥାଉକି, ସାରା ରାଜ୍ୟରେ ମାର୍ଚ୍ଚ ମାସ ଆରମ୍ଭରୁ ପ୍ରଚଣ୍ଡ ତାତି ଅନୁଭୂତ ହେଲାଣି। ଦିନକୁ ଦିନ ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସହରରେ ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ସକାଳ ୧୧ ଘଟିକା ପରେ ବାହାରକୁ ବାହାରିବା ଯନ୍ତ୍ରଣାଦାୟକ ଅନୁଭୂତ ହେଉଛି। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି। ଏବେ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡ଼ିକର ତାପମାତ୍ରା ବୃଦ୍ଧିପାଇ ୪୨ ଡିଗ୍ରୀ ରୁ ୪୩ ଡିଗ୍ରୀ ରେ ପହଞ୍ଚିଲାଣି। ଏପରିକି ଉପକୂଳ ଅଞ୍ଚଳରେ ମଧ୍ୟ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀରେ ପହଞ୍ଚିଲାଣି।…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକର ପ୍ରଥମ ‘ପ୍ରାଚୀନ’ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ପାନର ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ମହାଭାରତର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ। ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ। ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି। କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବରେ ତାହାକୁ ସ୍ୱୀକାର କରି ନାହାନ୍ତି। ତାହା ସତ୍ୱେ ତାଙ୍କ ନାମରେ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥଯାତ୍ରୀ ଅଯୋଧ୍ୟା- ବାରଣାସି ଅଭିମୂଖେ ଯାତ୍ରା କରିବା ପାଇଁ ଭୁବନେଶ୍ଵର କ୍ୟାପିଟାଲ ହାଇସ୍କୁଲ ଠାରେ ରାତ୍ରିଯାପନ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ୫ ଜଣ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଭୁବନେଶ୍ବରଠାରୁ ତା. ୧୯.୦୩.୨୦୨୫ ରିଖ ଦିନ ସକାଳ ୧୧ ଘଣ୍ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରେଳ ଷ୍ଟେସନରେ ଫ୍ଲାଗ ଅଫ ପରେ ତୀର୍ଥଯାତ୍ରୀମାନେ ଅଯୋଦ୍ଧା- ବାରଣାସି ଅଭିମୂଖେ ଯାତ୍ରା କରିବେ। ତୀର୍ଥଯାତ୍ରୀଙ୍କୁ ନେଇଯାଉଥିବା ବସଗୁଡିକୁ ଜିଲ୍ଲା ପରିଷଦ ଅଧକ୍ଷ୍ୟା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଜ୍ୟୋତି ଶଙ୍କର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଙ୍କ ଉପସ୍ଥିତିରେ ଏକ ସମ୍ୱର୍ଦ୍ଧନା ସଭା କରାଯାଇ ବରିଷ୍ଠ ନାଗରିକଙ୍କୁ ଉଦବୋଧନ ଦେବା…

Read More

ବାଣପୁର: ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର। ଆସନ୍ତାକାଲି ରାତିରେ ଆରମ୍ଭ ହେବ ଓଡ଼ିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚୁଦୋଳ। ଏ ବର୍ଷ ଜମିବ ପଞ୍ଚୁଦୋଳ। ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ। କାହିଁ କେତେ ବାଟରୁ ଆସିଲାଣି ରଂଗ ବେରଙ୍ଗର ପସରା। ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇଲେଣି ଫେଁକାଳି। ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର, କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି, ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଡ଼ିଆ। କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ। ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି, ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ରମହ ମହବାସ୍ନା ମନ କିଣି ନେଲାଣି। ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ…

Read More

ନୂଆଦିଲ୍ଲୀ: ଆଜି ଲୋକସଭାରେ ରେଳ ମନ୍ତ୍ରଣାଳୟ ନିୟନ୍ତ୍ରଣରେ ଥିବା ଦାବି ଏବଂ ଅନୁଦାନ ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତାଙ୍କ ଭାଷଣରେ, ସେ ଭାରତୀୟ ରେଳବାଇର ପ୍ରଗତି ଉପରେ ଆଲୋକପାତ କରିଥିଲେ ଏବଂ ସମୟାନୁବର୍ତ୍ତିତା, ନିଯୁକ୍ତି, ସୁରକ୍ଷା, ରପ୍ତାନି ଏବଂ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇଥିଲେ। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ରେଳବାଇ ଆଗରେ ଅଛି। ଦେଶର ପ୍ରଗତି ପାଇଁ, ସେ ସମସ୍ତଙ୍କୁ ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ ମନୋଭାବ ସହିତ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ। ରେଳମନ୍ତ୍ରୀ ଗୃହରେ କହିଥିଲେ ଯେ ରେଳବାଇର ସମୟାନୁବର୍ତ୍ତିତାରେ ଏକ ବଡ଼ ଉନ୍ନତି ଆସିଛି। ଏହି ବର୍ଷ, 68 ଟି ଡିଭିଜନ ମଧ୍ୟରୁ 49 ଟି ଡିଭିଜନରେ ଟ୍ରେନଗୁଡ଼ିକର ସମୟାନୁବର୍ତ୍ତିତା 80% ରୁ ଅଧିକ ରେକର୍ଡ କରାଯାଇଛି। ଆହୁରି ଗର୍ବର କଥା…

Read More

ଭୁବନେଶ୍ୱର: ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ନିଜକୁ ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଆବଶ୍ୟକ। ଆପଣମାନେ ଲୋକଙ୍କ ସେହି ଭରସାକୁ କୌଣସି ସମୟରେ କିମ୍ବା କୌଣସି ପରିସ୍ଥିତିରେ ଭାଙ୍ଗିବେ ନାହିଁ ବୋଲି ମୋର ଆଶା। ଆପଣଙ୍କ ଦ୍ଵାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏବଂ କାର୍ଯ୍ୟ ଜନମଙ୍ଗଳ ଉପରେ ଆଧାରିତ ହେବା ଉଚିତ୍। ଆଜି ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମୁଦାୟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟଯେ, ଆଜି ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାର ସଫଳ ସମାପନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଉଦବୋଧନ ଦେଇଥିଲେ। ଯେଉଁ ଅଗଣିତ ନାଗରିକଙ୍କ ଉଦ୍ୟମରେ କୁମ୍ଭମେଳାର ଭବ୍ୟ ସଫଳତା ମିଳିଥିଲା ସେମାନଙ୍କୁ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ମହାକୁମ୍ଭକୁ ସଫଳ କରିବାରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀର ସାମୂହିକ ଅବଦାନ ଉପରେ ଆଲୋକପାତ କରି ସେ ସରକାର, ସମାଜ ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ଉତ୍ସର୍ଗୀକୃତ କର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମଗ୍ର ଦେଶରେ ଶ୍ରଦ୍ଧାଳୁ, ବିଶେଷ କରି ଉତ୍ତରପ୍ରଦେଶବାସୀ ଏବଂ ପ୍ରୟାଗରାଜବାସୀଙ୍କ ଅମୂଲ୍ୟ ସମର୍ଥନ ଏବଂ ଅଂଶଗ୍ରହଣ ପାଇଁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଥିଲେ। ସେ କୁମ୍ଭର ଭବ୍ୟ ଆୟୋଜନ ପାଇଁ ଲୋକଙ୍କ ଅକ୍ଳାନ୍ତ ପ୍ରୟାସ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଏହାକୁ ଗଙ୍ଗାକୁ ପୃଥିବୀକୁ ଆଣିଥିବା ପୌରାଣିକ ଭାଗୀରଥ ସହିତ ତୁଳନା କରିଥିଲେ । ଲାଲକିଲ୍ଲାରୁ ଅଭିଭାଷଣ ଦେବା ସମୟରେ ସେ ‘ସବକା…

Read More

ଭୁବନେଶ୍ୱର: ଫୁସ୍‌ଫୁସ୍‌ରେ କର୍କଟ ରୋଗ ଭଳି ଗଭୀର ସମସ୍ୟା ଥିବା ସତ୍ତ୍ୱେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକମାନେ ଜଣେ ୪୫ ବର୍ଷ ବୟସ୍କ ମହିଳାଙ୍କର ବିରଳ ତଥା ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି। ମହିଳା ଜଣକ କିଛି ଦିନ ଧରି ଅସୁସ୍ଥ ଥିଲେ ଓ ତାଙ୍କ କାଶରେ ରକ୍ତ ପଡୁଥିଲା। ଅନ୍ୟ ଡାକ୍ତରଖାନାରେ ତାଙ୍କୁ ଯକ୍ଷ୍ମା ହୋଇଛି ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସେ ଚିକିତ୍ସା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲକୁ ଆସିଥିଲେ। ସମ୍ ହସ୍ପିଟାଲର ପଲମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା ଓ ପ୍ରଫେସର ରାକ୍ଷୀ ଲୁଦାମ୍ ତାଙ୍କର ପରୀକ୍ଷା କରିବା ପରେ ତାଙ୍କର ସମସ୍ୟା ଯକ୍ଷ୍ମା ନୁହେଁ ମାତ୍ର ଫୁସ୍‌ଫୁସ୍‌ରେ କର୍କଟ ବୋଲି ଜଣାପଡିଥିଲା। ତାଙ୍କୁ ଅଙ୍କୋସର୍ଜରୀ ବିଭାଗରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦିଆଯାଇଥିଲା। ଅଙ୍କୋସର୍ଜରୀ ବିଭାଗର ମୁଖ୍ୟ ଡ. ସୁନୀଲ ଅଗ୍ରୱାଲଙ୍କ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଅଧିନସ୍ଥ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ତ୍ରୟୋଦଶ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଚଳିତ ମାସ ୦୭ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ଚାଲିଥିବା ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିରର ଆଜି ଉଦ୍ ଯାପନ ଘଟିଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଛାତ୍ରୀମାନଙ୍କୁ ଓଡ଼ିଶା ସରକାର ତଥା ଉଚ୍ଚ ଶିକ୍ଷାବିଭାଗର ଏହିଭଳି ଛାତ୍ରୀମାନଙ୍କର ସର୍ବାଙ୍ଗ ବିକାଶ ନିମିତ୍ତ ପଦକ୍ଷେପ ସ୍ବାଗତଯୋଗ୍ୟ ଓ ଫଳପ୍ରଦ ବୋଲି ନିଜର ମତପ୍ରକାଶ କରିବା ସହ ଆତ୍ମରକ୍ଷା ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଦୀର୍ଘ ଆଠଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଦେବାର ଦାୟିତ୍ବ ବହନ କରିଥିଲେ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୋନି ମୁଦୁଲି ଏବଂ ଜି.ସାବିତ୍ରୀ ଆଚାରୀ। ଏତଦ୍ ବ୍ୟତୀତ କାର୍ଯ୍ୟକ୍ରମର ସଂଯୋଜିକା ରୂପେ କାର୍ଯ୍ୟ କରିଥିବା ଇଂରାଜୀ ବିଭାଗର ଅଧ୍ୟାପିକା ମିକି ମନସ୍ୱିନୀ ଛାତ୍ରୀମାନଙ୍କୁ…

Read More

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିରେ ପ୍ରବେଶ କରିପାରନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏହି ଚର୍ଚ୍ଚା ମଧ୍ୟରେ ଜେଡିୟୁ ନେତାମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି। ସବୁଠୁ ବଡ କଥା ହେଉଛି, କଟିହାରର ଜଣେ ପୁରୁଣା ବିଜେପି ନେତା ନଳୀନ୍ ମଣ୍ଡଳ ମଧ୍ୟ ବିଜେପି ଛାଡି ଆରଜେଡିରେ ଯୋଗ ଦେଇଛନ୍ତି। ଆଜି ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରିୟ ଜନତା ଦଳରେ ଏକ ସଭା ସମାରୋହ ଆୟୋଜିତ ହୋଇଥିଲା ଯେଉଁଥିରେ କଟିହର ନିବାସୀ ବରିଷ୍ଠ ଜେଡିୟୁ ନେତା ସମରେନ୍ଦ୍ର କୁନାଲ କଟିହାର ଜିଲ୍ଲା ସ୍ତରର ଅନ୍ୟ ଚାରିଜଣ ନେତାଙ୍କ ସହ ଆରଜେଡିରେ ଯୋଗ ଦେଇଥିଲେ। ଆରଜେଡି ରାଜ୍ୟ ମୁଖ୍ୟ ସଚିବ ରଣବିଜୟ ସାହୁ ସେମାନଙ୍କୁ ସଦସ୍ୟତା ପ୍ରଦାନ କରିଥିଲେ। ସବୁଠୁ ବଡ କଥା ହେଉଛି ଏହି ପାଞ୍ଚଜଣ ନେତା ପୂର୍ବରୁ ଆରଜେଡିରେ ଥିଲେ ଏବଂ ଏପ୍ରିଲ ୨୦୨୪ ରେ ଆରଜେଡି ଛାଡି…

Read More

ବ୍ରହ୍ମପୁର: ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାର ଯାତ୍ରାରେ ଆଜି ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛି। ସକାଳୁ ମନ୍ଦିର ଦ୍ଵାର ଫିଟା ନୀତି ପରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷକ ଆଦି ନୀତିକାନ୍ତି ସଂପନ୍ନ କରାଯାଇଥିଲା। ଏହାପରେ ମା’ ତାରା ତାରିଣୀ ଦୁଇ ଭଉଣୀଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪.୩୦ରେ ସାହାଣ ମେଲା ପରେ ମା’ ତାରା ତାରିଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରାତି ୩ ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଭକ୍ତଙ୍କ ପାଇଁ ଦେୟମୁକ୍ତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି।

Read More

ଭୁବନେଶ୍ୱର: ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ମାଷ୍ଟର୍ସ ଗେମ୍ସ ଆଣ୍ଡ ସ୍ପୋର୍ଟ ୨୦୨୫  କ୍ରୀଡା ପ୍ରତିଯୋଗିତାରେ ଭୁବନେଶ୍ୱର ମୁଖ୍ୟାଳୟର କର୍ମଚାରୀ ମାଳବିକା  ମିଶ୍ର ୩ ଟି ସ୍ୱର୍ଣ୍ଣ ଓ ୨ ଟି ରୌପ୍ୟ ପଦକ ଜିତି ଓମଫେଡ୍ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି କୃତିତ୍ୱ ପାଇଁ ଓମଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତୋତ୍ତର କାମନା କରିଛନ୍ତି। ମାଳବିକାଙ୍କର ଏହି କୃତିତ୍ୱକୁ ନେଇ ଓମଫେଡ୍ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଜାତୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୩ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ। ୪୫ ବର୍ଷ ବର୍ଗରେ ମାଲବିକା ମିଶ୍ର ୩ଟି ଇଭେଣ୍ଟ ଯଥା-୧୦୦ ମିଟର ହର୍ଡଲ୍ସ, ୪୦୦ ମିଟର ହର୍ଡଲ୍ସ, ୪ ରାଉଣ୍ଡ ରିଲେ ରେସରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା ବୋଲି ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ତଥା ପରରାଷ୍ଟ୍ର ସଚିବ ୱାଡିଶ୍ୱ ଟେଓଫି ବାର୍ଟୋଶେଫସ୍କି କହିଛନ୍ତି। ବିଶ୍ୱ ଶାନ୍ତି ପ୍ରୟାସରେ ଏକ ପ୍ରମୁଖ ମଧ୍ୟସ୍ଥ ଭାବେ ଏହା ଭାରତର ଭୂମିକା ଉପରେ ଆଲୋକପାତ କରୁଛି ବୋଲି ସେ କହିଛନ୍ତି। ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ୱାର୍‌ଶ ଗସ୍ତ ବେଶ ଫଳପ୍ରଦ ରହିଥିଲା। ଶ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ୟୁକ୍ରେନ ଉପରେ ପରମାଣୁ ଯୁଦ୍ଧାସ୍ତ୍ର ପ୍ରୟୋଗ ନକରିବା ପାଇଁ ରାଜି କରାଇଥିଲେ। ଆମେ ସମସ୍ତେ ୟୁକ୍ରେନରେ ସ୍ଥିର ଏବଂ ଦୀର୍ଘସ୍ଥାୟୀ ଶାନ୍ତି ଚାହୁଁଛୁ ବୋଲି ସେ କହିଛନ୍ତି।’’ ରାଷ୍ଟ୍ରପତି ପୁତିନ ଭାରତର କୂଟନୈତିକ ପ୍ରୟାସକୁ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଶ୍ୱସ୍ତରୀୟ ନେତାମାନେ ଅନ୍ତର୍ଜାତୀୟ ବିବାଦ ସମାଧାନ ଏବଂ ଯୁଦ୍ଧ ବନ୍ଦ କରିବା ଉପରେ…

Read More