Author: SM Network

ବାଣପୁର: ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମ ପୂର୍ବାହ୍ନ ୭ ଘଟିକା ଠାରୁ ଆରମ୍ଭ ହୋଇ ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି ସଫେଇ କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ସ୍ବେଚ୍ଛାସେବୀ ମାନଙ୍କୁ ଏହିପ୍ରକାର କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରିବା ସହିତ ଅନେକ ସଦୁପଦେଶ ଦେଇ ଶ୍ରେଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମ ଟି ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ଅଧିକାରୀ ଅଶୋକ କୁମାର ବେହେରା ଓ ପ୍ରମୋଦ କୁମାର ଦେହୁରୀଙ୍କ ପରାମର୍ଶ କ୍ରମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ ଓ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଲକ୍ଷ୍ମୀପ୍ରିୟା ପଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ…

Read More

ଚିଲିକା: ଆଜି ପୂର୍ବାହ୍ନରେ ଚିଲିକା ତହସିଲ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତ ଭାଗବତୀପୁର ମୌଜା ଅଞ୍ଚଳରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ଖବର ମୁତାବକ ସୋରଣ ପଞ୍ଚାୟତ ଭଗବତୀପୁର ମୌଜା ଠାରେ ସରକାରୀ ଜମିରେ ଏକ ଡାକ୍ତରଖାନା ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଯାହାକି ଏହି ଡାକ୍ତରଖାନା ନିର୍ମାଣ ହେଲେ ଆଖପାଖ ୭ ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ଉପକୃତ ହୋଇପାରିବେ। ଉକ୍ତ ଜାଗାରେ ବେଆଇନ ଭାବେ ଘର ନିର୍ମାଣ କରାଯାଇଥିବା ବେଳେ ଏହାକୁ ଉଚ୍ଛେଦ ନେଇ ଚିଲିକା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଘର ମାଲିକଙ୍କୁ ବାରମ୍ବାର ନୋଟିସ ଜାରି କରାଯାଇଥିଲା। ମାତ୍ର ସମ୍ପୃକ୍ତ ଜବରଦଖଲକାରୀ ମାନେ ଏହାକୁ ଉଲଂଘନ କରିଆସୁଥିଲେ।ଯାହାଫଳରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ଚିଲିକା ତହସିଲଦାରଙ୍କ ତତ୍ୱବାଧାନରେ ଏହି ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେଇ, ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରା, ରାଜସ୍ୱ ସୁପରଭାଇଜର, ସୋରଣ,…

Read More

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ସେ ରହୁଥିଲେ। ସେହିଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବହୁ ନେତା ଓ ମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି। ସେହିପରି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅତୁଳନୀୟ ସାଙ୍ଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ତଥା ଲୋକପ୍ରିୟ ରାଜନେତାଙ୍କୁ ହରାଇଲା। ଏପରି ଦୁଃଖଦ ସମୟରେ ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି…

Read More

ଭୁବନେଶ୍ବର: ଖଣି ପରିବହନ ଦୁର୍ନିତିରେ ଗିରଫ ହୋଇଥିବା ରାଜା ଚକ୍ରକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି। ଏହାକୁ ଆହୁରି ଚେଙ୍କି ଦେଇଛନ୍ତି ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ର। ତେବେ ଏହି ଗିରଫକୁ ନେଇ ନିଜର ମତ ରଖିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ରାଜା ଚକ୍ର ସହିତ ଏହି ଦୁର୍ନିତିରେ ଯେଉଁମାନେ ସଂପୃକ୍ତ ଅଛନ୍ତି କାହାକୁ ମଧ୍ୟ ଛଡା ଯିବ ନାହିଁ। ଜଣ ଜଣକରି ଯନ୍ତାରେ ପଡୁଛନ୍ତି। ରାଜାଙ୍କ ଲିଙ୍କରେ ଅନେକ ବଡ଼ ବଡ଼ିଆଙ୍କ ସଂପୃକ୍ତି ରହିଛି । ରାଜା ଚକ୍ର ଯାହା ଛତ୍ରଛାୟା ତଳେ କାମ କରୁଥିଲା ଏବଂ ଯାହା ନିର୍ଦ୍ଦେଶରେ କାମ କରୁଥିଲା, ସେମାନେ ସମସ୍ତେ ଆଗାମୀ ଦିନରେ ନ୍ୟାୟିକ ପରିସରଭୁକ୍ତ ହେବେ । ଯାହାଦ୍ବାରା ଆହୁରି ଅନେକ ଗୁମର ସାମ୍ନାକୁ ଆସିବ । ଯେଉଁ ବଡ଼ ଭ୍ରଷ୍ଟାଚାର ହୋଇଛି, ତାହା…

Read More

ନୂଆଦିଲ୍ଲୀ: ଟିଭି ସେଲିବ୍ରେଟଙ୍କ ଲୋକପ୍ରିୟତା ବଲିଉଡ ସେଲିବ୍ରେଟଙ୍କ ତୁଳନାରେ କମ୍ ନୁହେଁ। ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ଟିଭି ସିରିଏଲ ବ୍ୟତୀତ ତାଙ୍କୁ ଅନେକ ଜିନିଷରେ ଦେଖିବାକୁ ଚାହାଁନ୍ତି। ଏହି କାରଣରୁ, ଟିଭି ସେଲିବ୍ରେଟମାନେ ମଧ୍ୟ ଅନେକ ବିଜ୍ଞାପନ କରନ୍ତି। କିନ୍ତୁ କିଛି ସେଲିବ୍ରେଟଙ୍କ ପାଇଁ ବିଜ୍ଞାପନ କରିବା ମହଙ୍ଗା ପଡିଛି। ଅଙ୍କିତା ଲୋଖଣ୍ଡେ, ତେଜସ୍ୱୀ ପ୍ରକାଶ ଏବଂ ଅର୍ଜୁନ ବିଜଲାନିଙ୍କ ସମେତ ୨୫ ଜଣ ସେଲିବ୍ରେଟଙ୍କୁ କୋଟି କୋଟି ଟଙ୍କା ଠକେଇ କରାଯାଇଛି। ଖବର ଅନୁଯାୟୀ, ଏକ ବିଜ୍ଞାପନ ଏଜେନ୍ସି ଏହି ସେଲିବ୍ରେଟମାନଙ୍କୁ ପ୍ରତାରଣା କରିଛି। ଏହି ତାରାକାମାନଙ୍କ ସହିତ ଏକ ଏନର୍ଜି ଡ୍ରିଂକର ବିଜ୍ଞାପନ କରାଯାଇଥିଲା। ଯେଉଁଥିପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଦରମା ଦିଆଯାଇ ନାହିଁ। ଏହି ପ୍ରସଙ୍ଗରେ ସେଲିବ୍ରିଟି ମ୍ୟାନେଜମେଣ୍ଟ କମ୍ପାନୀର ନିର୍ଦ୍ଦେଶକ ରୋଶନ ଭିନ୍ଦର ଚେମ୍ବୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେଉଁଥିରେ ସେ ୫ ଜଣଙ୍କ ଉପରେ ଅଭିଯୋଗ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କ…

Read More

ଭୁବନେଶ୍ଵର: ଓଡ଼ିଶାରେ ପହଞ୍ଚିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର। ଏୟାର ଇଣ୍ଡିଆର ବିମାନ ଯୋଗେ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରରେ ଅଣାଯାଇଛି। ବିମାନବନ୍ଦରରେ ମରଶୀରରକୁ ଗାର୍ଡ ଅଫ ଅନର ଦିଆ ଯାଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଥିଲେ। ଭୁବନେଶ୍ଵର ବିମାନବନ୍ଦରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ସିଧା ଦଳୀୟ କାର୍ଯ୍ୟାଳୟକୁ ନିଆଯିବ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯିବ। ସେଠାରେ ସାଧାରଣ ଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିବେ। ଏହାପରେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

Read More

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ ଆଜି ଧର୍ମେନ୍ଦ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ ମଧ୍ୟ କରିଛନ୍ତି। ଅମିତ ଶାହ ତାଙ୍କ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ସାରା ଜୀବନ ରାଷ୍ଟ୍ରସେବା ପାଇଁ ସମର୍ପିତ ଥିଲା। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦେଶରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ହେଉ ବା ଓଡ଼ିଶାରେ ବିଜେପିର ରାଜ୍ୟ ସଭାପତି ଭାବେ ସଙ୍ଗଠନକୁ ସୁଦୃଢ କରିବା ହେଉ, ସେ ସର୍ବଦା ନିଜର କର୍ତ୍ତବ୍ୟ ପ୍ରତିବଦ୍ଧତାର ସହ ସୂଚାରୁରୂପେ ନିର୍ବାହ କରି ଉଦାହରଣ ସୃଷ୍ଟି କରିଥିଲେ। ଆଜି ନୂଆଦିଲ୍ଲୀ ଠାରେ ତାଙ୍କର ଶେଷ ଦର୍ଶନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସୁପୁତ୍ର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପରିବାର…

Read More

ନୂଆଦିଲ୍ଲୀ: ଲଶ୍କର-ଏ-ତୋଇବା କମାଣ୍ଡର ଅବୁ କତାଲଙ୍କ ମୃତ୍ୟୁ ପଛରେ ଭାରତର ହାତ ଅଛି ବୋଲି ପାକ୍ ବିଶେଷଜ୍ଞ କମର ଚୀମା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯିଏ ଭାରତ ବିରୁଦ୍ଧରେ କାର୍ଯ୍ୟ କରୁଛି, ସେହିମାନଙ୍କୁ ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ହତ୍ୟା କରାଯାଉଛି। କିନ୍ତୁ ପାକିସ୍ତାନ ଏହା କରିପାରିବ କି? ଯଦି କେହି ପାକିସ୍ତାନ ବିରୋଧରେ କାମ କରୁଛନ୍ତି, ତେବେ ଭାରତ ଭିତରେ ସରକାର ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିପାରିବେ କି? କମର ଚୀମା କହିଛନ୍ତି ଯେ, ଯଦି ଭାରତ ପାକିସ୍ତାନ ଭିତରେ ଏଭଳି କାର୍ଯ୍ୟ କରୁଛି ତେବେ ଆମ ସରକାର କୌଣସି ପଦକ୍ଷେପ ନେଇ ପାରିବେ କି? ସେ କହିଛନ୍ତି ଯେ, ଯଦି ଭାରତ କିମ୍ବା କାଶ୍ମୀରର କୌଣସି ଲୋକ ପାକିସ୍ତାନ ଭିତରେ ଅପରେସନରେ ଜଡିତ ଅଛି, ତେବେ ପାକିସ୍ତାନ ତାଙ୍କର ସନ୍ଧାନ ଲଗାଇପାରିବ କି? ସେ କହିଛନ୍ତି ଯେ, ଯଦି ପାକିସ୍ତାନ ଭାରତରେ ଏହା କରେ…

Read More

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ପରଲୋକ ହୋଇଯାଇଛି। ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ, ଡକ୍ଟର ଦେବେନ୍ଦ୍ର ପ୍ରଧାନ ଜୀ ଜଣେ ପରିଶ୍ରମୀ ଏବଂ ନମ୍ର ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଓଡ଼ିଶାରେ ବିଜେପିକୁ ମଜବୁତ କରିବା ପାଇଁ ସେ ଅନେକ ପ୍ରୟାସ କରିଥିଲେ। ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଜଣେ ସାଂସଦ ଏବଂ ମନ୍ତ୍ରୀ ଭାବେ ତାଙ୍କର ଅବଦାନ ମଧ୍ୟ ଉଲ୍ଲେଖନୀୟ। ତାଙ୍କ ବିୟୋଗରେ ମୁଁ ଶୋକାଭିଭୂତ। ମୁଁ ତାଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଲି। ଓଁ ଶାନ୍ତି।

Read More

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆମେରିକାର ଗୁପ୍ତଚର ମୁଖ୍ୟ ତୁଲସୀ ଗାବାର୍ଡଙ୍କ ସହ ଏକ ବୈଠକ କରିଛନ୍ତି। ଏହି ସମୟରେ ଆମେରିକାର ମାଟିରେ ଭାରତୀୟ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ଖାଲିସ୍ତାନୀ ଉଗ୍ରବାଦୀଙ୍କ ପ୍ରସଙ୍ଗ ଉଠିଥିଲା। ବାର୍ତ୍ତାଳାପରେ ମନ୍ତ୍ରୀ ଖାଲିସ୍ତାନୀ ସଂଗଠନ SFJ (ଶିଖ୍ ଫର ଜଷ୍ଟିସ୍) ର ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ, ଯାହା ଭାରତର ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରୁଥିବାରୁ ଦେଶରେ ପ୍ରତିବନ୍ଧକ ଲାଗିଛି। ସୂଚନା ଅନୁଯାୟୀ ଭାରତ ଏହାର ଚିନ୍ତା ପ୍ରକଟ କରିଛି ଏବଂ ବେଆଇନ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପ୍ରଶାସନକୁ କହିଛି। ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ (DNI) ତୁଲସୀ ଗାବାର୍ଡ ରାଜନାଥ ସିଂଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ତୁଲସୀ ଗାବାର୍ଡ ଅଢେଇ ଦିନିଆ…

Read More

ଭୁବନେଶ୍ଵର: ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତର ଏବଂ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ୧୬ଟି ସହରରେ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍ କିମ୍ୱା ତା’ଠାରୁ ଅଧିକ ରହିଥିଲା। ଦୁଇଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୪ଟି ସହରର ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରହିଥିଲା। ବୌଦ୍ଧରେ ଆଜି ସର୍ବାଧିକ ତାପମାତ୍ରା ୪୨ଦଶମିକ ୫ଡିଗ୍ରୀ ଓ ସମ୍ୱଲପୁରରେ ୪୨ଦଶମିକ ୨ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡି ଦଳର ନିର୍ବାଚିତ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ପ୍ରସ୍ତାବିତ ଅନାସ୍ଥା ପ୍ରସ୍ତାବ ଭୋଟ ପୁର୍ବରୁ ଅଧ୍ୟକ୍ଷା ନିଜେ ସ୍ଵତଃ ପ୍ରବୃତ୍ତ ଭାବେ ଇସ୍ତଫା ଦେଇ ରାଜନୈତିକ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛନ୍ତି ଓ ଅନାସ୍ଥା ଭୋଟର ପୁର୍ଣ୍ଣଛେଦ ପଡ଼ିଛି। ପ୍ରକାଶ ଥାଉକି ଗତ ସାଧାରଣ ନିର୍ବାଚନ ରେ ଅଧ୍ୟକ୍ଷା ଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଦଳ ଭିତରେ ତାଙ୍କ ବିପକ୍ଷରେ ଅସନ୍ତୋଷ ଦେଖାଦେଇଥିଲା। ଯାହା ଫଳରେ ୧୬ ଜଣ ବିଜେଡି ସଦସ୍ୟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଅନୁରୋଧ କରିଥିଲେ ଓ ଆଜି ସେହି କାର୍ଯ୍ୟକ୍ରମ ପୁର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଡୁରା ଛକ ନିକଟ ବିଲୁ ଢ଼ାବା ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକଅପ ସହ ଦୁଇ ସ୍କୁଟି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ଅଞ୍ଚଳର ଏକ ଜମିବାଡ଼ି ସମ୍ପର୍କିତ ଅଶାନ୍ତିକୁ ନେଇ ସେହି ଅଞ୍ଚଳର ସରିତା ସୁବୁଦ୍ଧି ଓ ସ୍ବାମୀ ହିମାଂଶୁ ସୁବୁଦ୍ଧିଙ୍କୁ ଆକ୍ରମଣ ଅଭିଯୋଗରେ ସେଖ୍ କଲିମ୍, ସେଖ୍ ତେଜୁ ଓ ସେଖ୍ ସାହାରୁଖ ନାମକ ତିନି ଯୁବକକୁ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି ଟାଉନ ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁଯାୟୀ, ଅଭିଯୋଗକାରିଣୀ ସରିତା ସୁବୁଦ୍ଧିଙ୍କ ଏକ ପ୍ଲଟ୍ କୁ ନେଇ ପଡୋଶୀ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ ଅଶାନ୍ତ ଲାଗି ରହିଥିଲା। ଏହି ଭଳି ପରିସ୍ଥିତିରେ ଅଭିଯୋଗକୁ ନେଇ ବ୍ରହ୍ମପୁର ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ ରାଜସ୍ୱ ନୀରିକ୍ଷକଙ୍କ ତତ୍ତ୍ୱାବଧାନରେ ଉକ୍ତ ପ୍ଲଟ୍ ର ଚୌହଦ କାର୍ଯ୍ୟକ୍ରମ ହୋଇଥିଲା ଓ ପରେ ଉକ୍ତ ବିବାଦୀୟ ଜମିରେ ରାଜେନ୍ଦ୍ର ସାହୁଙ୍କର କିଛି ଜମି ଅଛି ବୋଲି ଜଣାପଡିଥିଲା। କିନ୍ତୁ ସରିତା ସୁବୁଦ୍ଧି…

Read More

ନୂଆଦିଲ୍ଲୀ: ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଆଜି ଲୋକସଭାରେ ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ୟୁନେସ୍କୋର ଲିଷ୍ଟ ଅଫ୍ ଇଣ୍ଟେଞ୍ଜେବଲ୍ କଲ୍ଚରାଲ ହେରିଟେଜ ଅଫ୍ ହ୍ୟୁମାନିଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଛନ୍ତି। ସଂସଦରେ ଭାଷଣ ଦେଇ, ସାଂସଦ ସମ୍ବିତ ପାତ୍ର ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଜଗନ୍ନାଥ ଧାମ ଚାରି ଧାମ ମଧ୍ୟରୁ ଗୋଟିଏ ଅଟେ। ରଥଯାତ୍ରା ସମୟରେ, ମହାପ୍ରଭୂ ଶ୍ରୀ ଜଗନ୍ନାଥ ରାଜା ରୂପରେ ନିଜ ଭାଇ ଭଉଣୀଙ୍କ ସହ ରଥରେ ଶ୍ରୀ ମନ୍ଦିରରୁ ବାହାରି ସାଧାରଣ ଜନତା, ଗରିବ ଓ ଅସହାୟମାନଙ୍କୁ ଦର୍ଶନ ଦିଅନ୍ତି ; ଯାହା ପ୍ରାଚୀନ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତୀକ ଅଟେ। ସେ ଏହି ପରମ୍ପରାକୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଳଦୁଆ ବୋଲି ଦର୍ଶାଇଛନ୍ତି। ସାଂସଦ ସମ୍ବିତ ପାତ୍ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପରମ୍ପରାକୁ ଦୁର୍ଗା ପୂଜା ଏବଂ ମହାକୁମ୍ଭ ଭଳି ୟୁନେସ୍କୋର ଲିଷ୍ଟ ଅଫ୍…

Read More

ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ ଆରମ୍ଭ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ଦ୍ରୁତ ବୋଲର ମୟଙ୍କ ଯାଦବ ଜାତୀୟ କ୍ରିକେଟ୍ ଏକାଡେମୀରେ ବୋଲିଂ ଆରମ୍ଭ କରିଛନ୍ତି। କିନ୍ତୁ ମୟଙ୍କ ଯାଦବ କେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳରେ ଯୋଗଦେବେ? ମୟଙ୍କ ଯାଦବ ଏପ୍ରିଲ ମଧ୍ୟଭାଗରୁ ଲକ୍ଷ୍ନୌ ସୁପର ଜିଆଣ୍ଟସରେ ଯୋଗଦେବେ ବୋଲି ବିଶ୍ୱାସ ରହିଛି। ମୟଙ୍କ ଯାଦବଙ୍କ ବ୍ୟତୀତ ମୋହସିନ୍ ଖାନ୍ ଏବଂ ଆବେଶ ଖାନ୍ ଜାତୀୟ କ୍ରିକେଟ୍ ଏକାଡେମୀରେ ବୋଲିଂ ଆରମ୍ଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ବୋଲରମାନେ ଜାତୀୟ କ୍ରିକେଟ୍ ଏକାଡେମୀରୁ କ୍ଲିୟରାନ୍ସ ପାଇନାହାଁନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ମୟଙ୍କ ଯାଦବ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ବୋଲିଂ ଆରମ୍ଭ କରିଛନ୍ତି। ତେବେ ଲକ୍ଷ୍ନୌ ସୁପର ଜିଆଣ୍ଟସରେ ଯୋଗଦେବାକୁ କିଛି ସପ୍ତାହ ଲାଗିବ। ସମ୍ପ୍ରତି ମୟଙ୍କ ଯାଦବ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ତାଙ୍କ ପିଠିରେ ଆଘାତର ଚିକିତ୍ସା କରୁଛନ୍ତି। ତେବେ ଲକ୍ଷ୍ନୌ…

Read More

ଭୁବନେଶ୍ଵର: ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ବିଜେପି ରାଜ୍ୟ ସରକାରଙ୍କ ସାତ ହଜାର ପାଞ୍ଚ ଶହ ପଚାଶ କୋଟି ଟଙ୍କାର ବ୍ୟୟ ଅନୁଦାନରେ ଚଳିତ ବଜେଟରେ ଏକ ନୂଆ ଯୋଜନା “ଅନ୍ତୋଦୟ ଗୃହ ଯୋଜନା”ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଏହି ବହୁ ପ୍ରତିକ୍ଷୀତ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ କଳାହାଣ୍ଡି ଭଳି ଏକ ଆକାଂକ୍ଷି ଜିଲ୍ଲାରେ ଆସନ୍ତା ୩୦ ମାର୍ଚ୍ଚ ରବିବାର ଦିନ ଭବାନୀପାଟଣା ଠାରେ ଶୁଭାରମ୍ଭ କରିବା ପାଇଁ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଭବାନୀପାଟଣା ସର୍କିଟ ହାଉସ ଠାରେ ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ ସୁଧିର ପଟ୍ଟଯୋଷି, ପୂର୍ବତନ ସଭାପତି ଦେବେନ୍ଦ୍ର…

Read More

ନୂଆଦିଲ୍ଲୀ: ରବିବାର ରାତିରେ ପାକିସ୍ତାନର କ୍ୱେଟାରେ ଇସଲାମ ପଣ୍ଡିତ ତଥା ଜମିୟତ ଉଲେମା-ଏ-ଇସଲାମ ନେତା ମୁଫତି ଅବଦୁଲ ବାକି ନୁରଜଇଙ୍କୁ ଆକ୍ରମଣ କରାଯାଇଛି। କିଛି ଅଜ୍ଞାତ ଆକ୍ରମଣକାରୀ କ୍ୱେଟା ବିମାନବନ୍ଦରରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। କ୍ୱେଟା ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ମୁଫତି ଅବଦୁଲ ବାକି ନୁରଜଇଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ସେଠାରେ ଏକ ଟିଭି ଚ୍ୟାନେଲ କହିଛି ଯେ, ରବିବାର ବିଳମ୍ବିତ ରାତିରେ କ୍ୱେଟାର ବିମାନବନ୍ଦର ରୋଡରେ ମୁଫତି ଅବଦୁଲ ବାକିଙ୍କୁ ଆକ୍ରମଣ କରାଯାଇଥିଲା। ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ମୁଫତି ଅବଦୁଲ ବାକିଙ୍କ ପୂର୍ବରୁ ଭାରତର ମୋଷ୍ଟ ବାଣ୍ଟେଡ଼ ହାଫିଜ ସଇଦଙ୍କ ଡାହାଣ ହାତ ଥିବା ଅବୁ କତାଲଙ୍କୁ ହତ୍ୟା…

Read More

ନୂଆଦିଲ୍ଲୀ: ପାକିସ୍ତାନୀ ଡନ୍ ଶାହାଜାଦ ଭଟ୍ଟୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ନିଷେଧ କରାଯାଇଛି। ଏହା ପଛର କାରଣ ହେଉଛି ସେ ପୋଷ୍ଟ କରିଥିବା ଭିଡିଓ, ଯେଉଁଥିରେ ୟୁଟ୍ୟୁବରଙ୍କ ଘରେ ବୋମା ଫିଙ୍ଗାଯାଇଛି। ରବିବାର ଦିନ ଜଲନ୍ଧର ଦେହାତର ରାୟପୁର ରସୁଲପୁର ଅଞ୍ଚଳରେ ଥିବା ୟୁଟ୍ୟୁବରଙ୍କ ଘରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଶେହଜାଦ ଭଟ୍ଟୀ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ପୋଷ୍ଟ କରି ଗ୍ରେନେଡ ଫିଙ୍ଗିବାର ଦାବି କରିଥିଲେ। ରବିବାର ସକାଳେ ପଞ୍ଜାବର ଜଲନ୍ଧରଠାରେ ୟୁଟ୍ୟୁବର୍ ନବଦୀପ ସିଂ ସାନ୍ଧୁଙ୍କ ଘରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଜଲନ୍ଧର ଦେହାତର ଏସଏସପିଙ୍କ ନେତୃତ୍ୱରେ ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରେ ଏହି ମାମଲା ଡିଜିଟାଲ ଆକ୍ରମଣ ସହ ଜଡିତ ଥିବା ଜଣାପଡିଛି। ଏହି ଆକ୍ରମଣ ପରେ ଭିଡିଓଗୁଡିକ ପାକିସ୍ତାନୀ ଡନ୍ ଶାହାଜାଦ ଭଟ୍ଟୀ ପ୍ରକାଶ କରିଛନ୍ତି। ଏହି ଆକ୍ରମଣର ଦାୟିତ୍ୱ ଗ୍ରହଣ କରି ଭଟ୍ଟୀ ଏହା ମଧ୍ୟ କହିଛନ୍ତି ଯେ, ରୋଜର ସାନ୍ଧୁ ଇସଲାମ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ପ୍ରଶଂସା କରିଛନ୍ତି। ବ୍ରିଟେନର ଲଣ୍ଡନ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଆର୍‌ବିଆଇକୁ ଏହି ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ଏଥିରେ ଆର୍‌ବିଆଇର ଇନ୍‌-ହାଉସ୍ ଡେଭଲପର୍ ଟିମ୍ ଦ୍ୱାରା ବିକଶିତ ଏହାର ଅଭିନବ ଡିଜିଟାଲ ପଦକ୍ଷେପ – ପ୍ରବାହ ଏବଂ ସାରଥୀ – କୁ ସ୍ୱୀକୃତି ଦିଆଯାଇଛି। ଏହି ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି: “ଏକ ପ୍ରଶଂସନୀୟ ସଫଳତା, ଯାହା ଶାସନରେ ନବାଚାର ଏବଂ ଦକ୍ଷତା ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରେ। ଡିଜିଟାଲ ନବାଚାର ଭାରତର ଆର୍ଥିକ ଇକୋସିଷ୍ଟମକୁ ମଜବୁତ କରିଚାଲିଛି ଏବଂ ଏହିପରି ଏହା ଅଗଣିତ ଜୀବନକୁ ସଶକ୍ତ କରୁଛି।”

Read More

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ଗଡରାମୁଣ୍ଡା ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ ଉଦଯାପିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଲୋକ କଳାର ଚିରନ୍ତନ ସତ୍ୟ ଓ ସାଂସ୍କୃତିକ ଜାଗରଣ ପାଲା ପରିବେଷଣ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ୩୦ ଗୋଟି ପାଲା ଦଳ ଗଠିତ ହୋଇଥିବା ବେଳେ ଖଡିଆଳ ଠାରେ ଅତ୍ୟାଧୁନିକ ପାଲା ମଣ୍ଡପ ଏବଂ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରଶାସନ ତତ୍ପରତା ହେବେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ସଭାରେ ପଶ୍ଚିମ ଓଡ଼ିଶା ପାଲା ସମ୍ରାଟ ଅର୍ଜୁନ ଛତ୍ରିଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଗୌରାଙ୍ଗ କୁମାର ସାହୁ , ସମ୍ମାନିତ ଅତିଥି ରୂପେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବ୍ଲକ ଉପାଧ୍ୟକ୍ଷ…

Read More