Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନରେ ଆଉ ଏକ ହାଇ ପ୍ରୋଫାଇଲ ହତ୍ୟା: ଅବୁ କତାଲଙ୍କ ପରେ ଅବଦୁଲ ବାକିଙ୍କୁ ଗୁଳି
ଆଜିର ଖବର

ପାକିସ୍ତାନରେ ଆଉ ଏକ ହାଇ ପ୍ରୋଫାଇଲ ହତ୍ୟା: ଅବୁ କତାଲଙ୍କ ପରେ ଅବଦୁଲ ବାକିଙ୍କୁ ଗୁଳି

March 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁଳି କରି ହତ୍ୟା
କାନାଡାରେ ଆଉ ଜଣେ ଭାରତୀୟକୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ: ରବିବାର ରାତିରେ ପାକିସ୍ତାନର କ୍ୱେଟାରେ ଇସଲାମ ପଣ୍ଡିତ ତଥା ଜମିୟତ ଉଲେମା-ଏ-ଇସଲାମ ନେତା ମୁଫତି ଅବଦୁଲ ବାକି ନୁରଜଇଙ୍କୁ ଆକ୍ରମଣ କରାଯାଇଛି। କିଛି ଅଜ୍ଞାତ ଆକ୍ରମଣକାରୀ କ୍ୱେଟା ବିମାନବନ୍ଦରରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। କ୍ୱେଟା ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ମୁଫତି ଅବଦୁଲ ବାକି ନୁରଜଇଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ସେଠାରେ ଏକ ଟିଭି ଚ୍ୟାନେଲ କହିଛି ଯେ, ରବିବାର ବିଳମ୍ବିତ ରାତିରେ କ୍ୱେଟାର ବିମାନବନ୍ଦର ରୋଡରେ ମୁଫତି ଅବଦୁଲ ବାକିଙ୍କୁ ଆକ୍ରମଣ କରାଯାଇଥିଲା। ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା।

ମୁଫତି ଅବଦୁଲ ବାକିଙ୍କ ପୂର୍ବରୁ ଭାରତର ମୋଷ୍ଟ ବାଣ୍ଟେଡ଼ ହାଫିଜ ସଇଦଙ୍କ ଡାହାଣ ହାତ ଥିବା ଅବୁ କତାଲଙ୍କୁ ହତ୍ୟା କରାଯାଇଥିଲା। ପଞ୍ଜାବର ଜେଲମ୍ ଜିଲ୍ଲାରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିଲା। ଅବୁ କତାଲ ଲଶ୍କର-ଇ-ତୋଇବାର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବରେ ବିବେଚନା କରାଯାଉଥିଲା। ହାଫିଜ ତାଙ୍କୁ ଲଶ୍କର ଅପରେସନ୍ କମାଣ୍ଡର କରିଥିଲେ। ଆତଙ୍କବାଦୀ ନିଯୁକ୍ତି ଏବଂ ସୀମାରେ ଅନୁପ୍ରବେଶ କରିବାର ତାଙ୍କର ଦାୟିତ୍ଵ ଥିଲା।

ରାଜୌରୀ ଏବଂ ରିୟାସି ବସ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ କି?:

ରାଜୌରୀ ଏବଂ ରିୟାସି ବସ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅବୁ କତାଲ। ରାଜୌରୀ ଆକ୍ରମଣରେ ଏନଆଇ ତାଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ସେ ଦୀର୍ଘ ଦିନ ଧରି ଭାରତୀୟ ସୁରକ୍ଷା ଏଜେନ୍ସିର ଟାର୍ଗେଟରେ ଥିଲା। ରାଜୌରୀ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଥିଲେ। ରିୟାସିରେ ତୀର୍ଥଯାତ୍ରୀ ଭରପୂର ବସ୍ ଉପରେ ହୋଇଥିବା ଆକ୍ରମଣ ପଛରେ ଅବୁ କତାଲ ମାଷ୍ଟରମାଇଣ୍ଡ ଥିଲା। ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦-୩୫ ଜଣ ଆହତ ହୋଇଥିଲେ।

pakistan
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

April 27, 2026

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026
Latest News

ବ୍ୟାଙ୍କ ଟଙ୍କା ଦେଲାନି: ଭଉଣୀର ମୃତ ଶରୀର ଆଣିଲା ଭାଇ

April 27, 2026

ଶଶୁର ଘରୁ ଶାଳୀ ଓ ଭିଣେଇଙ୍କ ମୃତଦେହ ଉଦ୍ଧାର

April 27, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.