Author: SM Network

ଭୁବନେଶ୍ଵର: ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିଲେ ମା ଓ ଝିଅ। ମହୁଲ ଗୋଟାଇବା ପାଇଁ ଲୋକମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଥିବା ବେଳେ ସଚେତନ ଅଭାବ ଓ ଅସାବଧାନ ହେତୁ ଜଙ୍ଗଲ ସାରା ନିଆଁ ବ୍ୟାପି ଯାଇଥିଲେ। ବନ୍ଧଗଡ ପଞ୍ଚାୟତ ମିଲୁମହା ଗାଁର ଉଚ୍ଚ ଶିକ୍ଷିତ ଝିଅ ଲିପିକା ମଲ୍ଲିକ ନିଆଁକୁ ଦେଖି ଲିଭାଇବା ପାଇଁ ବାହାରି ପଡ଼ିଥିଲା। ହାତରେ କୌଣସି ସରଞ୍ଜାମ ନଥାଇ ମଧ୍ୟ ଡାଳକୁ ଭାଙ୍ଗି, ତାରି ସହାୟତାରେ, ପତ୍ରକୁ ନିଆଁ ଠାରୁ ଦୂରେଇବା ପାଇଁ ସାହସ କରିଥିଲେ। ସନ୍ଧ୍ୟା ସମୟରୁ ନିଆଁ ଲିଭା କାମରେ, ଉଭୟ ମା ଓ ଝିଅ ଲାଗିଥିଲେ। ରାତି ପ୍ରାୟ ୧୧ ଟା ବେଳକୁ ନିଆଁ ଲିଭା ସରିଲା। ଗୋଟେ କିଲୋମିଟର ପର୍ଯ୍ୟନ୍ତ ନିଆଁ ଲିଭେଇ ଲିଭେଇ ମା ଝିଅ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏପଟେ ଘର ଲୋକ ମା ଓ ଝିଅଙ୍କୁ ନ ପାଇ ଗାଁ ଲୋକ ଏକାଠି…

Read More

ବାସ୍ତୁ ଶାସ୍ତ୍ର: ଆଜିର ବସ୍ତୁବାଦୀ ଯୁଗରେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସଫଳତା ପାଇବା ପାଇଁ ଦିନରାତି ପରିଶ୍ରମ କରନ୍ତି। ଏହା ସହିତ ଚାକିରି କରିଥିବା ଲୋକଙ୍କ ଆର୍ଥିକ ଆହ୍ଵାନକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ ବେଳେବେଳେ କଠିନ ପରିଶ୍ରମ ପରେ ମଧ୍ୟ ଇଚ୍ଛାକୃତ ସଫଳତା ହାସଲ ହୁଏ ନାହିଁ। ତେବେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଟିପ୍ସ ଉଲ୍ଲେଖ କରାଯାଇଛି। ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯଦି କାର୍ଯ୍ୟାଳୟକୁ ବାସ୍ତୁ ଅନୁକୂଳ ରଖାଯାଏ, ତେବେ ଏହା ଆର୍ଥିକ ଆହ୍ଵାନରୁ ମୁକ୍ତି ପାଇବାରେ ସାହାଯ୍ୟ କରେ। ଅଫିସ୍ ସହିତ ଜଡିତ କିଛି ବିଶେଷ ବାସ୍ତୁ ଟିପ୍ସ ବିଷୟରେ ଆସନ୍ତୁ ଜାଣିବା…. ବାଉଁଶ ଉଦ୍ଭିଦ: ବାଉଁଶ ଉଦ୍ଭିଦକୁ ଫେଙ୍ଗ୍ ଶୁଇ ଟିପ୍ସ ଏବଂ ବାସ୍ତୁ ଶାସ୍ତ୍ରରେ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ଘରେ ରଖିଲେ ସମୃଦ୍ଧି ଆଣିଥାଏ ଏବଂ ସୁଖର…

Read More

ଗରୁଡ ପୁରାଣ: କୁହାଯାଏ ଯେ, ଜୀବନ ଏବଂ ମୃତ୍ୟୁ ଭଗବାନଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ହୋଇଛି। ଆମେ ସମସ୍ତେ ଗରୁଡ ପୁରାଣ ଗ୍ରନ୍ଥ ବିଷୟରେ ଅବଗତ। ଏଥିରେ ଜୀବନ-ମୃତ୍ୟୁ, ପାପ-ପୂଣ୍ୟ ଏବଂ ଆତ୍ମାର ପୁନର୍ଜନ୍ମ ସହିତ ନୀତି, ନିୟମ, ଜ୍ଞାନ, ବିଜ୍ଞାନ ଏବଂ ଧର୍ମ ସହ ଜଡିତ ଜିନିଷଗୁଡିକ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆପଣ ଗରୁଡ ପୁରାଣ ଗ୍ରନ୍ଥ ପଢିବେ, ଆପଣ ଏଥିରେ ବର୍ଣ୍ଣିତ ସଞ୍ଜୀବନୀ ବିଦ୍ୟା ବିଷୟରେ ଜାଣିବେ। ଗରୁଡ ପୁରାଣରେ ଜଣେ ମୃତ ବ୍ୟକ୍ତିଙ୍କୁ ପୁନର୍ଜୀବିତ କରିବା ପାଇଁ ‘ସଞ୍ଜୀବନୀ ବିଦ୍ୟା’ ବିଷୟରେ ଆଲୋଚନା କରାଯାଇଛି। କୁହାଯାଏ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଏହି ଜ୍ଞାନ ଥିଲା, ଯାହା ଦ୍ଦ୍ଵାରା ସେ ଅନେକ ମୃତ ଦୈତ୍ୟଙ୍କୁ ପୁନର୍ଜୀବିତ କରିଥିଲେ। ଏହି ମନ୍ତ୍ର ସହିତ ଶୁକ୍ରାଚାର୍ଯ୍ୟ ଯୁଦ୍ଧରେ ଆହତ ହୋଇଥିବା ସୈନିକମାନଙ୍କୁ ସୁସ୍ଥ କରୁଥିଲେ। ସଂଜୀବନୀ ମନ୍ତ୍ର କ’ଣ? ଗରୁଡ ପୁରାଣରେ ସଞ୍ଜୀବନୀ ବିଦ୍ୟା ସହ ଜଡିତ ମନ୍ତ୍ର ବିଷୟରେ କୁହାଯାଇଛି,…

Read More

ଚାଣକ୍ୟ ନୀତି: ମଣିଷର ସଫଳତାରେ ବାଧା ସୃଷ୍ଟି କରୁଥିବା ଜିନିଷଗୁଡ଼ିକ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତିର ଗୋଟିଏ ଖରାପ ଗୁଣ କିଛି ପରିମାଣରେ ବିଫଳ ହେବାର କାରଣ ଅଟେ। ଯେତେବେଳେ ସେ ଏହି ଅବସାଦର ଶିକାର ହୁଅନ୍ତି, ସେତେବେଳେ ତାଙ୍କର ସଫଳତା ମଧ୍ୟ ବିଫଳତାର ରୂପ ନେଇଥାଏ। ଏହା ଏପରି ଏକ ଗୁଣ ଯେ ଯଦି ସଠିକ୍ ଭାବରେ ବ୍ୟବହୃତ ନହୁଏ, ତେବେ ଏହା ବିଘ୍ନ ହୋଇଯାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ବିବୃତ୍ତିର ଅର୍ଥ ହେଉଛି ଯେ, ଜଣେ ବ୍ୟକ୍ତିର ବିନାଶ ଏବଂ ସଫଳତାର ରହସ୍ୟ ତାଙ୍କ ଭାଷଣରେ ଲୁଚି ରହିଛି। ଚାଣକ୍ୟଙ୍କ ଅନୁଯାୟୀ, ମାନବ ଜିଭରୁ ତିକ୍ତ ଏବଂ ମଧୁର ଶବ୍ଦ ବାହାରିଥାଏ। ଜିଭରେ ଏତେ ଶକ୍ତି ଅଛି ଯେ ଖରାପ କାମ ସୃଷ୍ଟି କରିବା ଏବଂ ସମ୍ପର୍କ କାଟିବାର କ୍ଷମତା ଅଛି। ଯଦି ଜଣେ ଧନୀ ବ୍ୟକ୍ତିଙ୍କ ଭାଷଣରେ ତିକ୍ତତା ଥାଏ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ତଥା ଉପସ୍ଥାପକ ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ଏକ ପଡକାଷ୍ଟରେ ବିଭିନ୍ନ ପ୍ରସଙ୍ଗରେ ମନଖୋଲି କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ସାର୍ବଜନୀନ ଜୀବନ ଏବଂ ଅନ୍ତର୍ଜାତୀୟ କୂଟନୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଉପବାସ ଏବଂ ଶୃଙ୍ଖଳିତ ଜୀବନଯାପନ ଉପରେ ଆଲୋଚନା କରିଥିଲେ। ଲେକ୍ସ ମଧ୍ୟ କହିଥିଲେ ଯେ ଏହି ସାକ୍ଷାତକାର ପୂର୍ବରୁ ସେ ୪୫ ଘଣ୍ଟା ଉପବାସ ରଖିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଉପବାସ ଦ୍ୱାରା ସେ ଅଧିକ ସ୍ଫୁର୍ତ୍ତି ଅନୁଭବ କରିବା ସହିତ କଠିନ ପରିଶ୍ରମ କରିବା ଲାଗି ଅନୁପ୍ରାଣିତ ହୋଇଥା’ନ୍ତି। ଶ୍ରୀ ମୋଦୀ କହିଥିଲେ, ପିଲାଦିନରୁ ସେ ଦାରିଦ୍ର୍ୟ ମଧ୍ୟରେ ବଢ଼ିଛନ୍ତି । କିନ୍ତୁ ଦାରିଦ୍ର୍ୟ ତାଙ୍କୁ କେବେ କଷ୍ଟ ଦେଇ ନାହିଁ। ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ସେ କୃତଜ୍ଞତାର ସହିତ ସ୍ୱୀକାର କରିଛନ୍ତି ବୋଲି କହିଥିଲେ…

Read More

ମେଷ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ବୃଷ: – ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଚାକିରି ପ୍ରଭାବ ବୃଦ୍ଧି କରିବ। ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ । ଘରେ ଶାନ୍ତି ଏବଂ…

Read More

ନୂଆଦିଲ୍ଲୀ: ଭାରତ ଆନ୍ତର୍ଜାତୀୟ ମାଷ୍ଟର୍ସ ଲିଗ୍- 2025 ଟାଇଟଲ୍ ଜିତିଛି। ୱେଷ୍ଟଇଣ୍ଡିଜ ମାଷ୍ଟର୍ସକୁ 6 ୱିକେଟରେ ପରାସ୍ତ କରି ଇଣ୍ଡିଆ ମାଷ୍ଟର୍ସ ଦଳ ଟ୍ରଫି ଜିତିଛି। ଏହି ଟାଇଟଲ୍ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ଖେଳି 148 ରନ୍ ସ୍କୋର କରିଥିଲା, ଏହାର ଜବାବରେ ଭାରତ ସହଜରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଭାରତର ବିଜୟର ସବୁଠାରୁ ବଡ ହିରୋ ଅମ୍ବାତି ରାୟୁଡୁ ଥିଲେ, ଯିଏ 50 ବଲରେ 74 ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ସଚିନ ତେନ୍ଦୁଲକର ମଧ୍ୟ ଯୁବ ଖେଳାଳିଙ୍କ ପରି 18 ଟି ବଲରେ ଦର୍ଶନୀୟ ସଟ ଖେଳି 25 ରନ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା, ଯେଉଁଥି ପାଇଁ ଓପନର୍ ଡୱେନ ସ୍ମିଥ୍ 45 ରନ୍ ଇନିଂସ ଖେଳିଥିଲେ, କିନ୍ତୁ ବ୍ରାଏନ୍ ଲାରା ଏବଂ ୱିଲିୟମ୍ସ ପର୍କିନ୍ସ 6-6 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଶାହାବାଜ ନଦିମ…

Read More

ଭୁବନେଶ୍ଵର: ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ସେ ଚାନ୍ଦବାଲି ବ୍ଲକ ସମେତ ଜିଲ୍ଲାର ଅନ୍ୟ କେତେକ ଧାନମଣ୍ଡି ପରିଦର୍ଶନ କରିଥିଲେ। ଧାନ କିଣାକୁ ନେଇ ଚାଷୀ ଏବଂ ମଣ୍ଡି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ସାହୁ କହିଛନ୍ତି, ରାଜ୍ୟ ସରକାର ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣୁଛନ୍ତି। ଧାନ କିଣାକୁ ସ୍ବଚ୍ଛ ଏବଂ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧାନକିଣାରେ ବିଶୃଙ୍ଖଳା କିମ୍ବା ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଆସାମର କୋକ୍ରାଝାରଠାରେ ଆୟୋଜିତ ଅଲ୍ ବୋଡୋ ଷ୍ଟୁଡେଣ୍ଟସ୍‍ ୟୁନିୟନ (ଏବିଏସ୍‍ୟୁ)ର ୫୭ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ  ଯୋଗ ଦେଇଛନ୍ତି। ଏହି ଅବସରରେ, ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ବିଧାନସଭାର ବାଚସ୍ପତି ବିଶ୍ୱଜିତ ଦୈମାରୀ, କେନ୍ଦ୍ର ଗୃହ ସଚିବ ଏବଂ ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକଙ୍କ ସହିତ ଅନେକ ସମ୍ମାନିତ ବ୍ୟକ୍ତି ଭାବେ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜ ଅଭିଭାଷଣରେ କହିଛନ୍ତି ଯେ ଅଲ୍ ବୋଡୋ ଷ୍ଟୁଡେଣ୍ଟସ ୟୁନିଅନ ଏହି ଅଞ୍ଚଳରେ ଶାନ୍ତି, ବିକାଶ ଏବଂ ଉତ୍ସାହ ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ୟୁନିୟନର  ସକ୍ରିୟ ଭୂମିକା ବିନା, ବୋଡୋ ଚୁକ୍ତି ସମ୍ଭବ ହୋଇନଥାନ୍ତା ଏବଂ ବୋଡୋଲ୍ୟାଣ୍ଡରେ ଶାନ୍ତି ପ୍ରତିଷ୍ଠା ହୋଇନଥାନ୍ତା ବୋଲି ଶ୍ରୀ ଶାହ କହିଛନ୍ତି। ଏହି ଅବସରରେ, ଶ୍ରୀ ଶାହା ବୋଡୋଲ୍ୟାଣ୍ଡର ଶାନ୍ତି ପାଇଁ ଲଢ଼ିଥିବା ପାଞ୍ଚ…

Read More

ଭୁବନେଶ୍ଵର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର, ପୁରୀ ଏବଂ ଭୁବନେଶ୍ବର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଶ୍ରୀ ସାମଲ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସମ୍ବଲପୁର ଯିବେ। ୨୨ ତାରିଖ ସକାଳେ ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଦର୍ଶନ କରିବା ପରେ ସେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ଏବଂ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ଏହାପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ୱର ଆସି ପୁରୀ ଯିବେ।

Read More

ଭୁବନେଶ୍ବର: ଭୁବନେଶ୍ବରରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ଶାଖା ପ୍ରତିଷ୍ଠା କରାଯିବ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ସଂପର୍କରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସହ ଗତ ୧୩ ତାରିଖରେ ଆଲୋଚନା କରିଥିଲେ। ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ସାଂସଦଙ୍କୁ ଆଶ୍ବାସନା ଦେଇଛନ୍ତି।

Read More

ଭୁବନେଶ୍ୱର: ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶାର ଖ୍ୟାତନାମା କବି ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଶ୍ରୀ ରମାକାନ୍ତ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । କବିତା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ତାଙ୍କର ଯୋଗଦାନ ଅକଳ୍ପନୀୟ ।  କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ତଥା ଅନେକ ସମ୍ମାନର ଅଧିକାରୀ ଶ୍ରୀ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଇଥାଏ। ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ସେ ନିଜର ଦାୟିତ୍ୱ ସୂଚାରୁରୂପେ ସମ୍ପନ୍ନ କରୁଥିଲେ। ବିଶେଷ ଭାବରେ ତାଙ୍କର କାଳଜୟୀ କବିତା ଗୁଡିକ ପାଇଁ ସେ ଓଡ଼ିଆ ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ। ଶ୍ରୀ ପ୍ରଧାନ…

Read More

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ଆଗାମୀ ୨୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥ‌ିବା ବିଧାନସଭା ଘେରାଉ କାର‌୍ୟ୍ୟକ୍ରମକୁ ସଫଳ କରିବା ଏବଂ ଜିଲ୍ଲାରୁ ଯେପରି ବହୁ ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେବେ ସେଥ‌ିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତଚରଣ ଦାସ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା ନିଯୁକ୍ତି କରିଛନ୍ତି । ଖୁବଶ୍ରୀଘ୍ର ଏହି ପର୍ଯ୍ୟବେକ୍ଷକ ଓ ପ୍ରବକ୍ତାମାନେ ସଂପୃକ୍ତ ଜିଲ୍ଲା ସଭାପତିଙ୍କୁ ଯୋଗାଯୋଗ କରି ଜିଲ୍ଲା ଗସ୍ତ କରିବେ ଏବଂ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନଙ୍କୁ କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବେ । ସେହିପରି ପ୍ରବକ୍ତାମାନେ ସ୍ଥାନୀୟ ଗଣମାଧ୍ୟମଙ୍କ ଜରିଆରେ ଏହି ବାର୍ତାକୁ ଜନାସଧାରଣଙ୍କ ନିକଟରେ ପଂହଚାଇବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ପାଇଁ ଯଥାକ୍ରମେ ପର‌୍ୟ୍ୟବେକ୍ଷକ ଭାବେ ଅମିୟ ପଟ୍ଟନାୟକ ଓ ପ୍ରବକ୍ତାଭାବେ ଜୟଶ୍ରୀ ପାତ୍ର ନିଯୁକ୍ତି…

Read More

ଭୁବନେଶ୍ବର: ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ। ଏ ନେଇ ପରିବାର ତରଫରୁ ସୂଚନା ପ୍ରଦାନ କରାଯାଇଛି। ତାଙ୍କର ପୁଅ ସିଙ୍ଗାପୁରରେ ଥିବାରୁ ସେ ଆସନ୍ତାକାଲି ଆସି ପହଞ୍ଚିବେ। ସେ ଆସିବା ପରେ ତାଙ୍କର ମରଶରୀର ସତ୍କାର ପାଇଁ ନିଆଯିବ ବୋଲି ଜଣାପଡିଛି। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ସେହି ଅନୁସାରେ ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଇଛି। ସୂଚନା ଯୋଗ୍ୟ ଯେ, କବି ରମାକାନ୍ତ ରଥଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ ଶ୍ରୀରାଧା ପରି ବହୁ ପୁସ୍ତକ ରଚନା କରି ଭାରତୀୟ ସାହିତ୍ୟରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି।

Read More

ଭୁବନେଶ୍ଵର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମକାନ୍ତ ରଥଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ବଡ କ୍ଷତି ଘଟିଯାଇଛି। ତାଙ୍କ ପରଲୋକ ନେଇ ଓଡିଶା ସାହିତ୍ୟକମାନଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କବି ରମାକାନ୍ତ ରଥଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ଜଣେ ଦକ୍ଷ ପ୍ରଶାସକ ଏବଂ ବିଦ୍ୱାନ ଭାବେ ଶ୍ରୀ ରମାକାନ୍ତ ରଥ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଶେଷ କରି ତାଙ୍କର କାବ୍ୟ କୃତିଗୁଡ଼ିକ ସମାଜର ସବୁ ବର୍ଗଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା। ତାଙ୍କର ବିୟୋଗରେ ମର୍ମାହତ। ଏହି ଦୁଃଖଦ ସମୟରେ ମୁଁ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜ୍ଞାପନ…

Read More

ନୂଆଦିଲ୍ଲୀ: ୧୩ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ସଫଳତା ହାସଲ କରିଛି। ଏହି କାରଣରୁ ରୋହିତ ଶର୍ମାଙ୍କୁ କେବଳ ପ୍ରଶଂସା କରାଯାଉନାହିଁ, ତାଙ୍କ ଅଧିନାୟକତ୍ୱ ସୁରକ୍ଷିତ ଥିବା ନେଇ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ଟିମ୍ ଇଣ୍ଡିଆକୁ କେବଳ ୨୦୨୫ ଆଇପିଏଲ୍ ର ଚାରି ସପ୍ତାହ ପରେ ଇଂଲଣ୍ଡ ଗସ୍ତରେ ଯିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫିର ନେତୃତ୍ୱ ଦେଖିବା ପରେ ରୋହିତ ଶର୍ମା ଜୁନ୍ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ନେତୃତ୍ଵ ମଧ୍ୟ ନେଇପାରନ୍ତି। ସତରେ କ’ଣ ଏହା ହୋଇପାରେ? ଏହା ଏପର୍ଯ୍ୟନ୍ତ ଏକ ବଡ ପ୍ରଶ୍ନ ହୋଇ ରହିଛି କାରଣ ରୋହିତଙ୍କୁ ଅଧିନାୟକ ଭାବରେ ରଖିବା ପାଇଁ ଚୟନକର୍ତ୍ତା ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ରୋହିତ ଶର୍ମା ଏକମାତ୍ର ପସନ୍ଦ ହେବା ଉଚିତ କି ନାହିଁ ଚୟନ କମିଟି ମଧ୍ୟରେ କୌଣସି…

Read More

ଭୁବନେଶ୍ବର: ଆସନ୍ତା 22 ତାରିଖରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ବିଜେପି। ସେ ପ୍ରଥମେ ସମ୍ବଲପୁର ଆସିବେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଭୁବନେଶ୍ବର ଆସିବେ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ତେବେ ତାଙ୍କ ଗସ୍ତକୁ ଦେଖି ଆଜି ସମ୍ବଲପୁରରେ ଏକ ବୈଠକ ହୋଇଥିଲା। ଏଥିରେ ସଭାପତି ମନମୋହନ ସାମଲ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ସହିତ ସମ୍ବଲପୁର ଜିଲ୍ଲାର ବିଧାୟକ ଏବଂ ପ୍ରାର୍ଥୀ ଯୋଗ ଦେଇଥିଲେ। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ହେଲେ ଜୟନାରାୟଣ ବୈଠକର ପୁରା ପଛରେ ବସିଥିଲେ। ତାଙ୍କୁ ଆଗକୁ ଆସିବା ପାଇଁ ଯେତେ କୁହାଗଲେ ମଧ୍ୟ ସେ ଆସିଲେ ନାହିଁ। ଏହାପରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ ଯେ, ଆଗରେ ବସିବାର ମୋର ଯୋଗ୍ୟତା ନାହିଁ। ସେଠାରେ ସଭାପତି ମନ୍ତ୍ରୀ…

Read More

ବାଣପୁର: ଭାରତୀୟ ସାହିତ୍ୟ ଆକାଶର ଏକ ଉଜ୍ବଳ ନକ୍ଷତ୍ର, ସରସ୍ଵତୀ ସମ୍ମାନରେ ସମ୍ମାନୀତ ବିଶିଷ୍ଟ କବି ପଦ୍ମଶ୍ରୀ ରମାକାନ୍ତ ରଥଙ୍କ ବିୟୋଗରେ ବାଣପୁରର ‘ସାହିତ୍ୟସିନ୍ଦୁରା’ ଅନୁଷ୍ଠାନ ତରଫରୁ ପରିଡ଼ା ପାଠାଗାର ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଆବାହକ ସାହିତ୍ୟପ୍ରାଣ ଗୋଲକ ପରୀଡ଼ାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର , ଚିଲିକା ସାହିତ୍ୟ ସମାଜର ସଭାପତି କବିବାଳମୁକୁନ୍ଦ ଦାସ, କବିଦିଗମ୍ବର ବିଶ୍ୱାଳ, ବରିଷ୍ଟ ନାଗରିକ ସଂଘର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର, ସାହିତ୍ୟିକ ହିମାଳୟଶତପଥୀ, କବୟତ୍ରୀସ୍ମୃତି ପଟ୍ଟନାୟକ, ସଂଧ୍ୟାରାଣୀହରିଚନ୍ଦନ ସମେତ ଅନେକ ସାହିତ୍ୟିକ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ କବିଙ୍କ ସ୍ମୃତିଚାରଣ କରିଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ। କବିଙ୍କ କାଳଜୟୀ କବିତା ସଂକଳନ “ଶ୍ରୀରାଧା”, ଚିରକାଳତାଙ୍କୁ ଭାରତର ପ୍ରତ୍ୟେକଙ୍କ ହୃଦୟରେ ଉଦଜୀବିତ କରି ରଖିଥିବ ବୋଲି ମତପ୍ରକାଶ ପାଇଥିଲା।

Read More

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ TTE ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେମାନେ କେବଳ ଟ୍ରେନରେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରନ୍ତି ନାହିଁ ବରଂ ସେମାନଙ୍କର ଟିକେଟ୍ ନିଶ୍ଚିତ କରନ୍ତି ଏବଂ ସେମାନଙ୍କୁ ସିଟ୍ ପ୍ରଦାନ କରନ୍ତି ଏବଂ ଟିକେଟ୍ ବିନା ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାନ୍ତି। ତେବେ ଏହି ସରକାରୀ କର୍ମଚାରୀମାନେ, ଯେଉଁମାନେ ସାଧାରଣତଃ କଳା କୋଟ ଏବଂ ଧଳା ସାର୍ଟରେ ବୁଲନ୍ତି, ସେମାନଙ୍କର ରୋଜଗାର କେତେ ଏବଂ ଅଷ୍ଟମ ପେ କମିଶନ କାର୍ଯ୍ୟକାରୀ ହେବା ପରେ ସେମାନଙ୍କ ଦରମା କେତେ ବୃଦ୍ଧି ପାଇବ? ଆସନ୍ତୁ ଜାଣିବା… TTE ଙ୍କ ଦରମା କ’ଣ?: ଭାରତୀୟ ରେଳବାଇରେ ଟ୍ରାଭେଲିଂ ଟିକେଟ୍ ପରୀକ୍ଷକ (TTE) ର ଦରମା ସେମାନଙ୍କ ଗ୍ରେଡ୍ ବେତନ ଏବଂ ଅଭିଜ୍ଞତା ଆଧାରରେ ନିର୍ଣ୍ଣୟ କରାଯାଏ। ସପ୍ତମ ବେତନ ଆୟୋଗ ଅନୁଯାୟୀ, TTE ଙ୍କ ବେଶିକ ଦରମା ମାସିକ 9,400 ଟଙ୍କାରୁ, 35,000 ଟଙ୍କା ମଧ୍ୟରେ…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟ ତୀର୍ଥସ୍ଥାନ କେଦାରନାଥ ଧାମକୁ ଯାତ୍ରା ଚଳିତ ବର୍ଷ ମେ ୨ ତାରିଖରୁ ଆରମ୍ଭ ହେଉଛି। ଏଥର କେଦାରନାଥ ଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହା ବିବାଦରେ ଛନ୍ଦି ହୋଇଥିବାର ଦେଖାଯାଉଛି। କେଦାରନାଥ ଧାମରେ ​​ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚାଲିଛି। କେଦାରନାଥ ଆସନରୁ ବିଜେପି ବିଧାୟକ ଆଶା ନୌଟିୟାଲ କହିଛନ୍ତି ଯେ, କେତେକ ଅଣ-ହିନ୍ଦୁ ଉପାଦାନ କେଦାରନାଥ ଧାମଙ୍କ ପବିତ୍ରତାକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ବାରଣ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। କେଦାରନାଥ ବିଧାୟକ ଆଶା ନୌଟିୟାଲଙ୍କ ବିବୃତ୍ତିରେ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି ଯେ, “ବନ୍ୟା ସମୟରେ ମଧ୍ୟ ଏଭଳି ସମସ୍ୟା ଉପୁଜିଥିଲା। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଆମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ।…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଡମ ଗିଲକ୍ରିଷ୍ଟ ଆଇପିଏଲ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ଗିଲକ୍ରିଷ୍ଟ ତାଙ୍କର ଶ୍ରେଷ୍ଠ ଆଇପିଏଲ୍ ଦଳରେ ୭ ଜଣ ଭାରତୀୟ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ସେ ରସିଦ ଖାନଙ୍କୁ ଦ୍ୱାଦଶ ଖେଳାଳି ଭାବରେ ଚୟନ କରିଛନ୍ତି। ଆଡମ ଗିଲକ୍ରିଷ୍ଟ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଏକାଦଶରେ କୌଣସି ଅଷ୍ଟ୍ରେଲୀୟ କ୍ରିକେଟର ଚୟନ କରିନାହାଁନ୍ତି। ସେ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ଏବଂ ଭାରତର ରୋହିତ ଶର୍ମାଙ୍କୁ ଓପନିଂ ପାଇଁ ଚୟନ କରିଛନ୍ତି। ଏହା ପରେ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ଆଡମ ଗିଲକ୍ରିଷ୍ଟ ମିଷ୍ଟର ଆଇପିଏଲ୍ ଭାବରେ ଜଣାଶୁଣା ସୁରେଶ ରାଇନାଙ୍କୁ ତାଙ୍କ ଦଳରେ ଚତୁର୍ଥ ସ୍ଥାନରେ ରଖିଛନ୍ତି। ଏହା ପରେ ମିଷ୍ଟର ୩୬୦ ଡିଗ୍ରୀ ଏବି ଡି ଭିଲିୟର୍ସ ପଞ୍ଚମ ସ୍ଥାନରେ ଅଛନ୍ତି। ୱିଲକିପର ପାଇଁ ଗିଲକ୍ରିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଚୟନ…

Read More